କବିତା

ତୁର୍‌ତୁରିଆ ପିମ୍ପୁଡ଼ି ଭାଇ

Sesha Bhusan Acharya

ତୁର୍‌ତୁରିଆ ପିମ୍ପୁଡ଼ି ଭାଇ
କେଣିକି ଯାଉ ଧାଇଁକି ।
ମଉଜ, ଖୁସି, ଆରାମ ପାଇଁ
ଟିକିଏ ବେଳ ନାହିଁକି ।

ତୁର୍‌ତୁରିଆ ପିମ୍ପୁଡ଼ି ଭାଇ

ତୁର୍‌ତୁରିଆ ପିମ୍ପୁଡ଼ି ଭାଇ
କେଣିକି ଯାଉ ଧାଇଁକି ।
ମଉଜ, ଖୁସି, ଆରାମ ପାଇଁ
ଟିକିଏ ବେଳ ନାହିଁକି ।

ଧାଡ଼ି ଯେ ଧାଡ଼ି ଟିକେ ନଛାଡ଼ି
କୁନି ରେଳଟେ ଯାଉଛି ଗଡ଼ି ।
ଏଇଠି ପଶେ ସେଠି ବାହାରେ
କେବେ କାନ୍ଥରେ ଯାଅଇ ଚଢ଼ି ।
ବାଟ ତୋ ସରୁ ନାହିଁକି
ତୁର୍‌ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି ।

କୁନି ଦେହ ସିନା କୁନି ଜୀବନ
ହେଲେ ତୁ ବଡ଼ ପହିଲି ମାନ
ଚିମୁଟି ଶୁଣ୍ଢେ ଉଠାଇ ଧରି
ଦଶଗୁଣ ଯାହା ତୋଠୁ ଓଜନ
ଖୁସିରେ ନେଉ ବୋହିକି
ତୁର୍‌ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି ।

ତୋଠୁ ଶିଖିବା କାମର ମୁଲ
କାମହିଁ ଭଗବାନଙ୍କ ତୁଲ
ଅଳସୁଆମି ମରଣ ସମ
ଖାଲି ମଉଜ ଯେ ମହା ଭୂଲ
ଶିଖାଉ ଧାଇଁ ଧାଇଁ କି ।
ତୁର୍‌ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି ।

ଲୋକପ୍ରିୟ ଲେଖା

To Top