ଗଳ୍ପ

ବୋକା

Kanishtha Kishore Sahu's odia story for children Bookaa

ପୋଡ଼ି ଖାଇବାକୁ ଇଚ୍ଛା ହେଲା । ଡାଳ କିଛି ଉପାଡ଼ି ଆଣି ଖୁଣ୍ଟ ପାଖରେ ରଖିଲା ।

ବୋକା

ଅପରାହ୍ନ ବେଳ । ଘୁଣ୍ଡୁ ଛେଳି ଚରାଉଥାଏ । ହଠାତ୍ ଉତ୍ତର ପଶ୍ଚିମ ଦିଗରୁ କଳା ମେଘଟିଏ ଉଠାଇଲା । ଜୋର୍‌ରେ ପବନ ବହିଲା । ବିଜୁଳି ମାରିଲା । ଘଡ଼ ଘଡ଼ି ଶବ୍ଦରେ କାନ ବଧିରା ହେଲା । ୧୧ କେ.ଭି. ତାର ଉପରେ ଥିବା ପିପ୍‌ପଳି ଗଛରୁ ଡାଳ ଖଣ୍ଡେ ଭାଙ୍ଗି ପଡ଼ିଲା । ଦେଖୁ ଦେଖୁ ହୁତ୍‌ହୁତ୍ ହୋଇ ଜଳିଗଲା ।

ଘୁଣ୍ଡୁ ଜଳୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲା । ଭାବିଲା ବିଜୁଳି ତାରରେ ଉତ୍ତାପ ଅଛି । ନ ହେଲେ ଡାଳ କାହିଁକି ବା ଜଳିବ । କାହାକୁ ନ କହିବାକୁ ମନେ ମନେ ସ୍ଥିର କଲା । କାଳେ ବ୍ୟବହାର କରିବେ ।

ଡିସେମ୍ୱର ମାସ । ଘୁଣ୍ଡୁ ଯେଉଁ ପଟକୁ ଛେଳି ଚରାଇ ନିଏ, ସେ ପଟରେ ବହୁତ ନାକଚଣା (ବୁଟ) ଚାଷ ହୁଏ । ପାକଳ ହେଉଥିବା ଦେଖି ଘୁଣ୍ଡୁର ପାଟିରୁ ଲାଳ ବହିଲା । ପୋଡ଼ି ଖାଇବାକୁ ଇଚ୍ଛା ହେଲା । ଡାଳ କିଛି ଉପାଡ଼ି ଆଣି ଖୁଣ୍ଟ ପାଖରେ ରଖିଲା । ପାଖରେ ସାଙ୍ଗ ଜଣେ ଛେଳି ଚରାଉଥିବାର ଦେଖି ମିଶି ଖାଇବାକୁ ଡାକ ପକାଇଲା ।

ଘୁଣ୍ଡୁ ପାଖରେ ପଡ଼ିଥିବା ଶୁଖିଲା ତାଳ ବରଡ଼ା (ପତ୍ର) ଗୋଟିଏ ହାତରେ ଧରି ଖୁଣ୍ଟ ଉପରକୁ ଚଢ଼ିଲା । ତାକୁ ତାରରେ ଲଗାଇଲା । ଭଲ କରି ଖେଞ୍ଚିଲା । ନିଆଁ ନ ଧରିବାରୁ ଭାବିଲା ତା’ର ବୋଧହୁଏ ତାତୁ ନାହିଁ । ତା’ପରେ ସେ ତାଳ ବରଡ଼ାକୁ ଖୁଣ୍ଟରେ ଜାକି ଦେଇ ଆଙ୍ଗୁଠିରେ ତାରକୁ ଟିପେଇଲା । ଛୁଇଁବା ମାତ୍ରକେ ଘୁଣ୍ଡୁର ହାତ ଆଉ ତାରରୁ ଛାଡ଼ିଲା ନାହିଁ । ବହୁ ଚେଷ୍ଟା କରି ଛଡ଼ାଇ ପାରିଲା ନାହିଁ । ଗରଗର ଶବ୍ଦ କଲା । ଦୁଇ ମିନିଟ୍ ପରେ ତଳେ ଦୁଲ୍‌ଦାଲ୍ କରି ପଡ଼ିଲା । ଛଟପଟ ହେଲା ।

ସାଙ୍ଗ ପିଲାଟା ତା’ ଅବସ୍ଥା ଦେଖି ସାହାଯ୍ୟ ପାଇଁ ବୋବାଳି ଛାଡ଼ିଲା । ଡାକଶୁଣି ଆଖ ପାଖର ଲୋକେ ଧାଇଁ ଆସିଲେ । ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଲେ । ବଞ୍ଚିଗଲା ହେଲେ ତା’ ବାମ ହାତର କହୁଣି ଉପରୁ ତାକୁ ସବୁଦିନ ପାଇଁ ହରାଇବାକୁ ପଡ଼ିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top