କବିତା

କୋଲାଜ

ନାରୀ ଆଖିରେ ପୁରୁଷଟି ସହଜ ଗଣିତ,
ସିଏ ପୁରୁଷକୁ ବେଶ୍ ପଢ଼ିପାରେ
ଭାଗଫଳ ଯା’ ହେଉ ପଛେ
ଭାଗଶେଷ ଶୂନ ରହିଯାଏ ।

କୋଲାଜ

ପ୍ରେମ:-
ପ୍ରେମ ଏକ ରାତିର ବାଘୁଣୀ
ଚୁପି, ଚୁପି ଆସେ
ହୃଦୟ କନ୍ଦରେ
କେହି କିନ୍ତୁ ଦେଖିନାହିଁ ତାରେ
ସିଏ ଆସି ବସାବାନ୍ଧି ରହିଯାଏ
ମନର ଗୁମ୍ଫାରେ ।

ନାରୀ:-
ନାରୀ ଏକ ଜଟିଳ ଗଣିତ
ତାକୁ ଯେତେଥର କଷିଲେ ବି
ମିଳେ ନାହିଁ ନିର୍ଭୁଲ୍ ଉତ୍ତର ।

ପୁରୁଷ:-
ନାରୀ ଆଖିରେ ପୁରୁଷଟି ସହଜ ଗଣିତ,
ସିଏ ପୁରୁଷକୁ ବେଶ୍ ପଢ଼ିପାରେ
ଭାଗଫଳ ଯା’ ହେଉ ପଛେ
ଭାଗଶେଷ ଶୂନ ରହିଯାଏ ।

ଜଳଛବି:-
ଜଳଛବିର ଭିତରେ କେହି ଜଣେ
ବାହାରେ ଅନ୍ୟ ଜଣେ,
ଦୁହିଁଙ୍କର ମୁଦ୍ରା ଏକ
ଜଣେ ପ୍ରତାରକ
ଅନ୍ୟ ଜଣକ ସମ୍ପୂର୍ଣ୍ଣ ନିର୍ବୋଧ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top