କବିତା

କେବେ ଏମିତି

Deepak Baral's odia poem Kebe Emiti

କେବେ ଏମିତ ମୋ……..ଗୋଟେ କଥା ମାନ
ଯାହା କହୁଛି ମୁ……….ହସିକରି ଟିକେ ଶୁଣ

କେବେ ଏମିତି

କେବେ ଏମିତି ମୋ ସାଥେ କିଛି ସମୟ ବିତା ତୁ
ଆଖିରେ ବୁଡି ତୋର ହଜିଯିବି କୋଉଠି ମୁ
କେତେ ବେଳେ ଏମିତି କଥା ଦେଇ-ଦେ ତୁ
ହସେଇ ଦବୁ ଟିକେ ଯେବେ ଉଦାସ ହେବି ମୁ

କେବେ ଏମିତ ମୋ……..ଗୋଟେ କଥା ମାନ
ଯାହା କହୁଛି ମୁ……….ହସିକରି ଟିକେ ଶୁଣ

କେବେ ଏମିତି ମୋ ସାଥେ କିଛି ସମୟ ବିତା ତୁ
ଆଖିରେ ବୁଡି ତୋର ହଜିଯିବି କୋଉଠି ମୁ …

ଯିଏ ବୟସ ପରି ଲମ୍ବା ସେଇ ସମୟ ମୋ ହେଇଯା
ଏମିତି କେବେ ମିଶେ ଦୂରକୁ ତୁ ନଯା
ମୁ ରାତି ର ଅନ୍ଧାର ତୁ ସକାଳ ର କିରଣ
ଛୁଇଁଦେ ମତେ ତୁ ମୋ ଦୁନିଆ ହେବ ରୋଷଣ

କେବେ ଥରେ ଶୁଣିନେ ମୋ ପାଇଁ କି ତୁ
ଶୁଖିଲା ଧରିତ୍ରୀ ମୁ ମୋ ପାଇଁ ବର୍ଷା ମୌସମୀ ତୁ

କେବେ ଏମିତ ମୋ……..ଗୋଟେ କଥା ମାନ
ଯାହା କହୁଛି ମୁ……….ହସିକରି ଟିକେ ଶୁଣ

କେବେ ଏମିତି ମୋ ସାଥେ କିଛି ସମୟ ବିତା ତୁ
ଆଖିରେ ବୁଡି ତୋର ହଜିଯିବି କୋଉଠି ମୁ …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top