କବିତା

ମୁହୂର୍ତ୍ତ

Susama Pal's odia poem Moohurtta

ଜାଣେନା ମୁଁ କି ଅବା ଅଛି ମୋର ଭାଗ୍ୟର ଖାତାରେ
କ’ଣ ବା ତା’ର ହିସାବ କିତାବ,
କାହିଁକି ମୁଁ ପ୍ରତିଟି ମୁହୂର୍ତ୍ତର ସ୍ପନ୍ଦନକୁ
ଅନୁଭବ କରେ ଏକ ନୂଆ ହିସାବରେ ।

ମୁହୂର୍ତ୍ତ

ଜାଣେନା ମୁଁ କି ଅବା ଅଛି ମୋର ଭାଗ୍ୟର ଖାତାରେ
କ’ଣ ବା ତା’ର ହିସାବ କିତାବ,
କାହିଁକି ମୁଁ ପ୍ରତିଟି ମୁହୂର୍ତ୍ତର ସ୍ପନ୍ଦନକୁ
ଅନୁଭବ କରେ ଏକ ନୂଆ ହିସାବରେ । (୧)

ବଂଚିବାର ଅର୍ଥ ଖୋଜି ବୁଲୁଥିବା ଏକ ଯାଯାବର ଭଳି
ଏଠି ସେଠି ବିଖାରି ହୋଇ ପଡ଼ିଥିବା
ଜଙ୍ଗଲର ଫୁଲ ଭଳି
ପ୍ରତିଟି ମୁହୂର୍ତ୍ତରେ ମୁଁ ନିଜକୁ ପାଏ ଏକ
ନୂଆ ଦୁନିଆଁରେ । (୨)

ପିଲାଦିନରୁ ସାଉଁଟି ରଖିଥିବା ସ୍ମୃତି
ଭାବେ ସେ ମୋର ଅତି ଆପଣାର
ଝରଣା ଭଳି ସ୍ୱଚ୍ଛ ଓ ଅବିରତ ବହୁଥିବା ସ୍ମୃତିର
ସେ କଳ କଳ ନାଦରେ
ନିଜକୁ ମୁଁ ପାଏ ଏକ ନୂଆ ଦୁନିଆଁରେ । (୩)

ମନେହୁଏ ସତେ ଯେପରି ଦୂର ପାହାଡ଼
ମୋ କାନରେ କହିଯାଏ
ତୁମେ ଏକ ସୁନ୍ଦର ପୂଜା ଫୁଲ
ସୃଷ୍ଟିକର୍ତ୍ତାଙ୍କ ଦୁନିଆଁରେ । (୪)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top