କବିତା

ଫେରିବାଲା

Madhab Chandra Jena's odia poem Pheribaalaa

ୟେ ସବୁକୁ ମୁଁ ଏବେ ଆହୁରି
ସସ୍ତାରେ ବିକିବି ସ୍ଥିର କଲି
ସଞ୍ଜ ନଇଁବା ଆଗରୁ
ଲାଭ ହେଉ କି କ୍ଷତି ହେଉ ।

ଫେରିବାଲା

ମୋ ପେଟୀରେ ମହଜୁଦ
ହରେକ ଜିନିଷ
ମୋ ପାପ,ପୁଣ୍ୟ,ମୋହ, ମାୟା, ମୁକ୍ତି ଆଉ
ମୋ ସାଡେ ସାତ ଟଙ୍କିଆ ପ୍ରୀତି ।

ୟେ ସବୁକୁ ମୁଁ ଏବେ ଆହୁରି
ସସ୍ତାରେ ବିକିବି ସ୍ଥିର କଲି
ସଞ୍ଜ ନଇଁବା ଆଗରୁ
ଲାଭ ହେଉ କି କ୍ଷତି ହେଉ ।

କାରଣ ମୁଁ ତମର ସେ
ଚିର ଉପେକ୍ଷିତ ଫେରିଵାଲା
ଖାଲି ହାତେ ଫେରିଯିବା ସଦା
ଯାର ଭାଗ୍ୟରେ ହିଁ ଲେଖାଥିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top