କବିତା

ପ୍ରଭାତ ଗୀତି

Ashutosh Meher's odia poem Prabhaata Geeti

ଶୁଭ ସକାଳର ଶୁଭ ବାରତା
ସୁନ୍ଦରେ ଗଢିଛି ଭାଗ୍ୟ ବିଧାତା,
ସିଏ ପରା ଆମ ହର୍ତ୍ତା କରତା
ତା’ ବିନା ଅସାର ଜୀବନ ପିତା ।।

ପ୍ରଭାତ ଗୀତି

ଶୁଭ ସକାଳର ଶୁଭ ବାରତା
ସୁନ୍ଦର ଗଢଣି ପ୍ରଭୂ କରତା ।

ତାଙ୍କରି ଆଶୀଷ ସଭିଙ୍କ ପାଇଁ
ମାଗିବା ଲୋଡିବା ତା’ପାଦେ ନଇଁ।।

ଶୁଭ ସକାଳର ଶୁଭ ବାରତା
ସୁନ୍ଦରେ ଗଢିଛି ଭାଗ୍ୟ ବିଧାତା,

ସିଏ ପରା ଆମ ହର୍ତ୍ତା କରତା
ତା’ ବିନା ଅସାର ଜୀବନ ପିତା ।।

ସୂରୁଯ ଉଇଁଲା ପୂରୁବ ଦିଗରେ
ଆକାଶେ ପୁରିଲା ସୁନେଲି ହସ ।

ପ୍ରକୃତି ହସିଲା ଖିଲି ଖିଲି ହୋଇ
ପବନେ ପୁରିଲା ଯେ, ଫୁଲର ବାସ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top