ସ୍ୱର୍ଗୀୟ ପ୍ରେମର ପରିଭାଷା

Kiranbala Nayak's odia prose Swargiya Premara Paribhashaa

ପ୍ରେମ ହିଁ ସମର୍ପଣତା, ଉତ୍ସର୍ଗୀକୃତତା, ନିଃସ୍ୱାର୍ଥପରତା, ସଂଯମତା, କୃତଜ୍ଞତା, ସରଳତା, କୋମଳତା, ମଧୁରତା, ସେଠି ନିଶ୍ଚେ ଅଭାବ ଆତ୍ମୀୟତା ।

ସ୍ୱର୍ଗୀୟ ପ୍ରେମର ପରିଭାଷା

ଏ ବିସ୍ତୀର୍ଣ୍ଣ ବ୍ରହ୍ମାଣ୍ଡରେ ପ୍ରେମ ହିଁ ଶାଶ୍ୱତ, ଚିରସ୍ଥାୟୀ, ଅମଳିନ, ଅସୀମ, ଯେଉଁଠି ବିଦ୍ୟମାନ ଗଗନ ପରି ସୁବିସ୍ତୀର୍ଣ୍ଣ ମନ, ହୃଦୟ ଏବଂ ବିବେକ । ଯାହା ନିକଟରେ ସର୍ବନିୟନ୍ତା ମଧ୍ୟ ପରାଜୟ ସ୍ୱୀକାର କରନ୍ତି । ପ୍ରେମ ହିଁ ଅନ୍ଧକାରର ଚୌହଦୀ ମଧ୍ୟରୁ ବାଟକଢ଼ାଇ ନେଇ ଥୋଇ ଦେଇପାରେ ଏକ ଉଜ୍ଜ୍ୱଳ ଆଲୋକସତ୍ତାର ପରିସର ମଧ୍ୟରେ । ଯେଉଁଠି ପରିଷ୍କାର ପଥଟିଏ ଉନ୍ମୁକ୍ତ ହୋଇଥାଏ ଈଶ୍ୱର ଅଭିମୁଖେ । ଶେଷ ଲକ୍ଷ୍ୟ ହିଁ ଈଶ୍ୱର ଦର୍ଶନ, ତାଙ୍କରି ଚରଣକମଳରେ ଲୀନ । ସେ ହିଁ ଶେଷ ଏବଂ ମୁଖ୍ୟ ଆକର୍ଷଣ । ସବୁରି ମଧ୍ୟରେ ତାଙ୍କର ମୁଖ ସନ୍ଦର୍ପଣ । ତେଣୁ କୁହାଯାଇପାରେ- ପ୍ରେମ ହିଁ ଅନ୍ଧକାର ବ୍ରହ୍ମାଣ୍ଡ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରେ ଏବଂ ସେହି ବନ୍ଧ ଭାଙ୍ଗିଯାଇପାରେ । ସମସ୍ତ କଠିନ ହୃଦୟ ତରଳି ଯାଇପାରେ । ପ୍ରେମ ହିଁ ସମର୍ପଣତା, ଉତ୍ସର୍ଗୀକୃତତା, ନିଃସ୍ୱାର୍ଥପରତା, ସଂଯମତା, କୃତଜ୍ଞତା, ସରଳତା, କୋମଳତା, ମଧୁରତା, ସେଠି ନିଶ୍ଚେ ଅଭାବ ଆତ୍ମୀୟତା । ସେଠି ନିଶ୍ଚେ ପ୍ରେମ କ୍ଷଣସ୍ଥାୟୀ ।

ଭୋଗ ନୁହେଁ ପ୍ରେମର ଲକ୍ଷ୍ୟ, ଯୋଗ ହିଁ ପ୍ରେମର ଲକ୍ଷ୍ୟ । ଦୁଇଟି ସଭାର ସମ୍ମିଳନ ହିଁ ଯୋଗ, (ଯୋ. . . ଗ/ଙ୍ଘ) ଏବଂ ସେହି ଯୋଗରେ ହିଁ ପ୍ରେମର ସାର୍ଥକତା । ଏହା ଶତତ ପ୍ରମାଣିତ । ତେଣୁ ପ୍ରେମ ଅଜେୟ, ଅମର, ଅପରିସୀମ, ଅବ୍ୟକ୍ତ ଆଉ ଅବର୍ଣ୍ଣନୀୟ ।

ଲୋକପ୍ରିୟ ଲେଖା

To Top