ରହସ୍ୟ

ଦୁଇଟି ବୃହତ ରହସ୍ୟର କଥିତ ପାରସ୍ପରିକ ସମ୍ବନ୍ଧ

Shastrijinka Hatyaara Rahasya

ଭଗବାନଜୀ ଦାବି କରିଥିଲେ ଯେ ସେ ଏଭଳି ଆଲୋଚନାରେ ଉପସ୍ଥିତ ଥିଲେ ଓ ଏହାର କାରଣ ମଧ୍ୟ ଜଣାଇଥିଲେ । ସିଦ୍ଧାର୍ଥ ଏକ ଫଟୋ ହାତେଇ ପାରିଥିଲେ ଯେଉଁଥିରେ ନେତାଜୀଙ୍କ ଭଳି ଚେହେରାର ଜଣେ ବ୍ୟକ୍ତିଙ୍କୁ ଦେଖାଯାଏ ।

ଦୁଇଟି ବୃହତ ରହସ୍ୟର କଥିତ ପାରସ୍ପରିକ ସମ୍ବନ୍ଧ

ଶାସ୍ତ୍ରୀଙ୍କ ମୃତ୍ୟୁ ସନ୍ଦର୍ଭରେ ଗଢ଼ିଉଠିଥିବା ଅନେକ ଷଡ଼ଯନ୍ତ୍ର ମତବାଦ ମଧ୍ୟରୁ ସବୁଠାରୁ ଉଦ୍ଭଟ ମତବାଦଟି ଭାଗ୍ୟର କୌଣସି ବିଚିତ୍ର ବିଧାନ ଯୋଗୁଁ ବିଗତ କିଛି ବର୍ଷରେ ଅଧିକ ଚର୍ଚ୍ଚିତ ହୋଇଅଛି । ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ସହିତ ସୁବାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନର କିଛି ସମ୍ପର୍କ ଅଛି ବୋଲି ଏହି ମତବାଦଟି ଯୁକ୍ତି ବାଢେ । ଏଠାରେ ସୂଚନାଯୋଗ୍ୟ ଯେ ସୁବାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ଭାରତର ବୃହତ୍ ତଥା ଦୀର୍ଘ ରାଜନୈତିକ ବିବାଦ ରୂପେ ପରିଗଣିତ । ଜଣେ ସାଧାରଣ ତଥା ସରଳ ବ୍ୟକ୍ତି ମଧ୍ୟ ଏଭଳି ସଂଯୋଜନାକୁ ବିଚିତ୍ର ବୋଲି କହିବ କାରଣ ନେତାଜୀଙ୍କ ମୃତ୍ୟୁ ବହୁ ବର୍ଷ ପୂର୍ବେ ଅର୍ଥାତ ୧୯୪୫ରେ ହୋଇଥିଲା । ଦୁଇଟି ସଂପୂର୍ଣ୍ଣ ଭିନ୍ନ ବିବାଦିତ ରହସ୍ୟକୁ ଯୋଡ଼ିବାର ପ୍ରଥମ ସାର୍ବଜନୀନ ପ୍ରୟାସ ୧୯୭୧ ମସିହାରେ ହୋଇଥିଲା । କିନ୍ତୁ ସାଂପ୍ରତିକ ସମୟର କିଛି ଉଲ୍ଲେଖଯୋଗ୍ୟ ଘଟଣା ପ୍ରବାହ ଏହି ମତବାଦକୁ ନୂଆ ଇନ୍ଧନ ଯୋଗାଇଛି । ସ୍ୱର୍ଗତ ଶାସ୍ତ୍ରୀଙ୍କ ପରିବାରବର୍ଗ, କୋଟି କୋଟି ସ୍ୱଦେଶୀ ଓ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ଅନେକ ପ୍ରବାସୀ ଭାରତୀୟ ଉପରୋକ୍ତ ମତବାଦଟିରେ କିଛି ସତ୍ୟତା ଅଛି ବୋଲି ମନେ କରନ୍ତି ।

ଏହି ଲେଖକ(ଅନୁଜ ଧର) ଓ ସାଥୀମାନଙ୍କ ମିଳିତ ଉଦ୍ୟମ ଯୋଗୁଁ ଯେବେ ୨୦୧୫ରେ ସୁବାଷଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ଓ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ବିଷୟ ଗଣମାଧ୍ୟମର ମୁଖ୍ୟ ସମ୍ବାଦ ପାଲଟିଲା, ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦ ମଧ୍ୟ ଅନୁରୂପ ଦୃଷ୍ଟି ଆକର୍ଷଣ କଲା । ତାଙ୍କ ଜୀବିତ ପୁତ୍ର ଅନିଲ ଓ ସୁନୀଲ ଶାସ୍ତ୍ରୀ, ନାତି ସଞ୍ଜୟ ଓ ସିଦ୍ଧାର୍ଥ ନାଥ ସିଂହ (ଶାସ୍ତ୍ରୀଙ୍କ କନ୍ୟା ସୁମନଙ୍କ ପୁତ୍ର) ଚାଞ୍ଚଲ୍ୟକର ଦାବି ଉପସ୍ଥାପିତ କଲେ । ନିଜ ପରିବାର ସହ ଶାସ୍ତ୍ରୀଙ୍କ ତାସକନ୍ଦରୁ ଶେଷ ଟେଲିଫୋନ ବାର୍ତ୍ତାଳାପର ସ୍ମୃତିଚାରଣ କରି ସେମାନେ କହିଲେ, ଶାସ୍ତ୍ରୀ କହିଥିଲେ ଯେ ତାସକନ୍ଦ ରାଜିନାମାକୁ ନେଇ କୌଣସି ସମାଲୋଚନା ବାବଦରେ ସେ ଆଦୌ ବିଚଳିତ ନୁହଁନ୍ତି । ଆଉ ମଧ୍ୟ ସୂଚନା ଦେଇଥିଲେ ଯେ ଭାରତକୁ ପ୍ରତ୍ୟାବର୍ତ୍ତନ ପରେ ସେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । “ସମ୍ଭବତଃ ସେ ଭାରତର ଜନସାଧାରଣଙ୍କୁ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ କିଛି କହିବାକୁ ମନସ୍ଥ କରିଥିଲେ । ସେ ନେତାଜୀଙ୍କ ବିଷୟରେ ଅବଗତ ଥିଲେ ଓ ବାବୁଜୀଙ୍କ ରହସ୍ୟଜନକ ମୃତ୍ୟୁ ସହିତ ଏହାର କିଛି ସଂଯୋଗକୁ ଆମେ ଆଡ଼େଇ ଦେଇପାରିବା ନାହିଁ”, ବୋଲି ସଣ୍ଡେ ଗାର୍ଡିଆନର ୧୧ ଜୁଲାଇ ୨୦୧୫ ସଂସ୍କରଣକୁ ସୁନିଲ ଶାସ୍ତ୍ରୀ କହିଥିଲେ । ଏହାର ତ୍ୱରିତ୍ ପରେ ସୁବାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରମୁଖ ପରିବାର ସଦସ୍ୟ ଏହି ବ୍ୟାଖ୍ୟାନକୁ ପ୍ରତିପାଦିତ କରିଥିଲେ । ୧୩ ଅଗଷ୍ଟର ‘ଦ ଟାଇମସ୍ ଅଫ ଇଣ୍ଡିଆ’ରେ ନେତାଜୀଙ୍କ ପୁତୁରା ନାତି, ଚନ୍ଦ୍ର କୁମାର ବୋଷ କହିଥିଲେ ଯେ ତାସକନ୍ଦ ଗସ୍ତ ପୂର୍ବରୁ ଶାସ୍ତ୍ରୀ ତାଙ୍କ ପିତା (ଚନ୍ଦ୍ର କୁମାରଙ୍କ) ଅମୀୟ ନାଥ ବୋଷଙ୍କୁ କହିଥିଲେ ଯେ ସେ ସେଠାରେ ନେତାଜୀଙ୍କ ରୁଷ ରହଣୀର ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିବେ । “ଶାସ୍ତ୍ରୀ ଏ ନେଇ ବେଶ୍ ଗମ୍ଭୀର ଥିଲେ । ତାଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଛି, ଏଥିରେ ସନ୍ଦେହ ନାହିଁ । ଏହା ସହ ନେତାଜୀଙ୍କ ଘଟଣାର କିଛି ସମ୍ବନ୍ଧ ଅଛି କି ନା ଆମକୁ ଦେଖିବାକୁ ପଡ଼ିବ,” ଚନ୍ଦ୍ର ବୋଷ କହିଥିଲେ ।

ଶାସ୍ତ୍ରୀଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ ଯୋଡ଼ି ଏକ ମତବାଦର ଅଭୂୟତ୍ଥାନ ୨୦୧୫ରେ ଅନେକ ସମର୍ଥନ ହାସଲ କଲା । ଏହାର ପ୍ରମୁଖ କାରଣ ଥିଲା ‘ଦ ଟାଇମସ୍ ଅଫ ଇଣ୍ଡିଆ’ରେ ଜଣେ ଭାରତୀୟ ମୂଳ ନିବାସୀ ତଥା ଡଚ୍ (ନେଦରଲାଣ୍ଡ ବାସିନ୍ଦା) “ବ୍ରିଟିଶ ବିଶେଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ମୁଖ ନକ୍ସାର ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶିତ କଲେ । ଏଥିରେ ଦେଖାଗଲା ଯେ ତାସକନ୍ଦଠାରେ ଭାରତ-ପାକିସ୍ତାନ ଶାନ୍ତି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହିତ ଫଟୋ ଉଠାଇଥିବା ଏକ ବ୍ୟକ୍ତିର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚେହେରା ସହିତ ଅନେକ ସାମଞ୍ଜସ୍ୟ ରହିଛି ।” ଏହା ପରେ ତଥ୍ୟଟି ଅନେକ ଟିିଭି ଚ୍ୟାନେଲର ସାୟଂକାଳୀନ ପ୍ରସାରଣ ଅବଧିର ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଗଲା ଓ ମୁଖ୍ୟ ଖବରକାଗଜ ଓ ପତ୍ରପ୍ରତିକାରେ ମଧ୍ୟ ଅନେକ ଆଲେଖ୍ୟ ଓ ରିପୋର୍ଟ ପ୍ରକାଶିତ ହେଲା । ୧୯୬୬ ପରଠାରୁ ପ୍ରଥମଥର ପାଇଁ ଶାସ୍ତ୍ରୀ ମୃତ୍ୟୁ ବିବାଦ ଶୀର୍ଷ ଖବର ଭାବେ ପୃଷ୍ଠା ମଣ୍ଡନ କଲା ।

ଏଭଳି ଚମକ୍‌ପ୍ରଦ ପୃଷ୍ଠଭୂମିରେ ଗଢ଼ା ବିଷୟଟି ନିଶ୍ଚିତ ରୂପେ ବିସ୍ତାରିତ ଆଲୋଚନା ଆବଶ୍ୟକ କରେ । ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦ ସହିତ ନେତାଜୀଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ ଓ ତାଙ୍କୁ ପରବର୍ତ୍ତୀ ସମୟରେ ମୃତ ଘୋଷଣା କରାଯିବା ଭଳି ଚାଞ୍ଚଲ୍ୟ ସୃଷ୍ଟିକାରୀ ଦାବିକୁ ବୁଝିବା ଓ ସମଗ୍ର ପ୍ରକରଣକୁ ଅନୁଶୀଳନ ନିମନ୍ତେ ସୁବାଷ ଚନ୍ଦ୍ର ବୋଷଙ୍କ ବିବାଦିତ ପ୍ରସଙ୍ଗଟିର ସାରାଂଶକୁ ପଢ଼ିନେବା ସମୀଚୀନ ହେବ । ବ୍ୟକ୍ତିଗତ ସ୍ତରରେ, ନେତାଜୀଙ୍କ ପ୍ରସଙ୍ଗ ଭଳି, ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦ ପରିପ୍ରେକ୍ଷୀରେ ମଧ୍ୟ ସରକାରୀ ନଥିପତ୍ରର ବିବର୍ଗିୀକରଣ କରି ଘଟଣାର ପୂର୍ଣ୍ଣଛେଦ ଟାଣିବା ମୋର (ଅନୁଜ ଧର)ଏକାନ୍ତ କାମନା । ନେତାଜୀଙ୍କ କ୍ଷେତ୍ରରେ ଆମକୁ କିଛି ସଫଳତା ମିଳିଛି ଓ ଶାସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ସନ୍ଦର୍ଭରେ ଏହାର ପୁନରାବୃତ୍ତି ଆଶା କରିବା ସ୍ୱାଭାବିକ । ଆଧୁନିକ ଭାରତରେ, ସାର୍ବଜନୀନ ଭାବାବେଗରେ, ଏହି ଦୁଇ ପ୍ରମୁଖ ମୃତ୍ୟୁ ବିବାଦ ଏକତ୍ର ମନନ କରାଯାଏ । ଉପର୍ଯୁକ୍ତ ବିବାଦ ମଧ୍ୟରୁ ଗୋଟିକର ଆଲୋଚନା ହେଲେ, ଅନ୍ୟଟି ସ୍ୱତଃ ବିତର୍କ ପରିସରକୁ ଟାଣିହେଇ ଆସେ । ଭାରତ ତଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ମଣ୍ଡଳିରେ ନେତାଜୀଙ୍କ ପ୍ରସଙ୍ଗରେ ବ୍ୟାଖ୍ୟାନ ଅବସରରେ ଏହା ମୋର(ଅନୁଜ ଧର) ଅନ୍ତରଙ୍ଗ ଅନୁଭବ । ତେଣୁ ଶାସ୍ତ୍ରୀ ମାମଲାର ଅନ୍ତ ଚାହୁଁଥବା ବ୍ୟକ୍ତିସମୁହ ନେତାଜୀ ଘଟଣାର ଭିତ୍ତି ସହିତ ପରିଚିତ ହେବା ତାତ୍ପର୍ଯ୍ୟପୂର୍ଣ୍ଣ ହେବ ।

ଗତ ଛ’ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ, ନେତାଜୀଙ୍କ ବିବାଦିତ ରହସ୍ୟଜନକ ଅନ୍ତର୍ଦ୍ଧାନ ବିଷୟକୁ ପୁନଃ ଚର୍ଚ୍ଚା ପରିସରଭୁକ୍ତ କରିବାକୁ ଅନେକ ପ୍ରୟାସ କରାଯାଇଥିଲେ ସୁଦ୍ଧା କେହି ଏହାକୁ ଏତେ ଗୁରୁତର ସହ ଦେଇନଥିଲେ କିନ୍ତୁ ୨୦୧୫ରେ ଏହି ଧାରାରେ ଏକ ବଡ଼ ପରିବର୍ତ୍ତନ ଦେଖାଗଲା । ବିବାଦୀୟ ଘଟଣାଟି ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ମଣ୍ଡନ ସହିତ ବୈଦ୍ୟୁତିିକ ଗଣମାଧ୍ୟମର ପ୍ରମୁଖ ବିତର୍କର ବିଷୟ ପାଲଟିଲା । ସୁବାଷ ଚନ୍ଦ୍ର ବୋଷ ଓ ତାଙ୍କ ସମ୍ବନ୍ଧୀୟ ଅନ୍ୟାନ୍ୟ ଖବର ସାମୟିକ କ୍ରମରେ ଖବରରେ ରହିବା ଘେନି ୨୦୧୫ର କିଛି ଘଟଣା ପ୍ରବାହକୁ ଧନ୍ୟବାଦ ଦିଆଯାଇପାରେ । ସେହି ବର୍ଷ ‘ଇଣ୍ଡିଆ ଟୁଡେ’ ରେ, ନୂଆ ଦିଲ୍ଲୀସ୍ଥ ଜାତୀୟ ଅଭିଲେଖାଗାରରେ ସଂଗୃହିତ କିଛି ବିବର୍ଗିୀକୃତ ଦସ୍ତାବିଜ ଆଧାରରେ ଏକ ମୁଖ୍ୟ ପ୍ରବନ୍ଧ ପ୍ରକାଶ ପାଇଥିଲା । ସ୍ୱାଧୀନତା ଉତ୍ତର କାଳରେ, ଦୁଇ ଦଶନ୍ଧି ପର୍ଯ୍ୟନ୍ତ, ତତ୍କାଳୀନ ସରକାର କିଭଳି ନେତାଜୀଙ୍କ ଭଣଜା / ପୁତୁରାମାନଙ୍କ ଉପରେ ଗୁଇନ୍ଦା ନଜର ରଖିଥିଲେ ତାହାର ବିସ୍ତାରିତ ବର୍ଣ୍ଣନା ପ୍ରବନ୍ଧର ଅନ୍ୟତମ ବିଷୟବସ୍ତୁ ଥିଲା । କିଛି ସମୟ ଅନ୍ତରାଳରେ ବରିଷ୍ଠ ସାମ୍ବାଦିକ ଓ ବର୍ତ୍ତମାନର ବୈଦେଶିକ ବ୍ୟାପାର ମନ୍ତ୍ରୀ (ରାଷ୍ଟ୍ରପ୍ୟାହା), ଏମ.ଜେ ଆକ୍ବର ଏହି କଲଙ୍କିତ ଅଧ୍ୟାୟର ଅସଲ ଉଦ୍ଧେଶ୍ୟ ବଖାଣିଥିଲେ । ସେ କହିଥିଲେ, “ବୋଷଙ୍କ ମୃତ୍ୟୁ ଘେନି ସରକାରଙ୍କ ସନ୍ଦୀହାନ ରହିବା ହିଁ ଏଭଳି ଦୀର୍ଘ ସଂନୀରିକ୍ଷଣର ଯୁକ୍ତିଯୁକ୍ତ ବ୍ୟାଖ୍ୟାନ ହେଇପାରେ । ସରକାର ବିଚାର କରୁଥିଲେ ଯଦି ବୋଷ ଜୀବିତ ଅଛନ୍ତି ନିଶ୍ଚୟ କଲିକତାରେ ନିଜ ପରିବାରଙ୍କ ଯୋଗାଯୋଗରେ ଥିବେ ।”

ସ୍ୱାଧୀନତାର କାଳରେ ନିଜର କିଛି ପ୍ରମୁଖ ନେତାଙ୍କ ବିରୁଦ୍ଧରେ ଜନଆକ୍ରୋଶର ସଫେଇ ଦେବାକୁ ଯାଇ କଂଗ୍ରେସ ଦଳ କହିଥିଲା, ଗୁଇନ୍ଦା ନଜର ରଖିବା ଭଳି ଆରୋପ “ମନ୍ଦ ଉଦ୍ଧେଶ୍ୟ ପ୍ରଣୋଚିତ କେତେକ ରୋପିତ ଖଳ ଖବର ସଂଗ୍ରହକାରୀଙ୍କ ଆକ୍ରୋଶମୂଳକ ସଂକଳିତ ତଥ୍ୟ ପ୍ରଘଟନ । କିନ୍ତୁ ବାସ୍ତବତା କିଛି ଭିନ୍ନ ଥଲା । ଚନ୍ଦ୍ରାଚୁର ଘୋଷ ଓ ମୋର(ଅନୁଜ ଧର) ସ୍ୱତଃପୂର୍ଣ୍ଣ ଉଦ୍ୟମର ଫଳସ୍ୱରୂପ କଂଗ୍ରେସ ଦଳ ଶାସନ ସମୟରେ ହିଁ ଦସ୍ତାବିଜଗୁଡ଼ିକର ବିବର୍ଗିୀକରଣ କରାଯାଇଥିଲା । ଆମର ସୂଚନା ଅଧିକାର ଅନ୍ୱେଷଣ ସରକାରଙ୍କୁ ଶତାଧିକ ପୃଷ୍ଠା ସମ୍ବଳିତ କେତେକ ନଥିପତ୍ର ବିବର୍ଗିୀକୃତ କରିବାକୁ ବାଧ୍ୟ କରିଥଲା । ଏହି କାଗଜାଦି ୨୦୧୨ରେ ଜାତୀୟ ଅଭିଲେଖାଗାରରେ ମହଜୁଦ ରଖାଗଲା ଓ ୨୦୧୪ରେ ଗବେଷକଙ୍କ ନିମନ୍ତେ ଉପଲବ୍ଧ ହେଲା । ମୁଁ (ଅନୁଜ ଧର)ଡିସେମ୍ବରରେ ଜାତୀୟ ଅଭିଲେଖାଗାର ଯାଇଥିଲି ଓ ସେଠାରେ ଅନେକ କାଗଜାଦି ମଧ୍ୟରେ ଗୁପ୍ତ ତଦନ୍ତ ସମ୍ବନ୍ଧୀୟ କାଗଜପତ୍ର ଠାବ କଲି । ପ୍ରତୀତ ହେଉଥଲା ଯେ, ଅନ୍ୟାନ୍ୟ ସାଧାରଣ କାଗଜପତ୍ର ସହ ଏହି କାଗଜପତ୍ର ଭୁଲବଶତଃ ପ୍ରକାଶିତ ହୋଇଯାଇଛି । ସମୟ ଅପଚୟ ନକରି ମୁଁ(ଅନୁଜ ଧର)ତୁରନ୍ତ ଏ ସବୁର ନକଲ ପ୍ରସ୍ତୁତ କଲି ଓ ଆକସ୍ମିକ ପ୍ରାପ୍ତ ଏହି ଖୋଜ୍କୁ ନିଜ ଅନ୍ଲାଇନ ପୃଷ୍ଠା ‘ସ୍ୱରାଜ୍ୟ’ରେ ଲିପିବଦ୍ଧ କଲି । ଇଣ୍ଡିଆ ଟୁଡେ ଗୋଷ୍ଠୀର ‘ଡେଲି ଓ’ରେ ମଧ୍ୟ ଏ ବାବଦରେ ଲେଖିଲି । ଏହିଭଳି ପ୍ରମୁଖ ସମ୍ପାଦକଗଣ ଘଟଣା ବିଷୟରେ ଅବଗତ ହେଲେ । ମୋ(ଅନୁଜ ଧର)ସହିତ ଯୋଗାଯୋଗ କରାଗଲା ଓ ଉପରୋକ୍ତ ପ୍ରବନ୍ଧ ‘ଇଣ୍ଡିଆ ଟୁଡ଼େ’ର ମୁଖ୍ୟ ଆଲେଖ୍ୟର ଗୁରୁତ୍ୱ ପାଇଲା ।

‘ଇଣ୍ଡିଆ ଟୁଡେ’ ରେ ପ୍ରକାଶିତ ଲେଖାର ପ୍ରତ୍ୟକ୍ଷ ପ୍ରଭାବ ହେତୁ ୧୭ ସେପ୍ଟମ୍ବରରେ ପଶ୍ଚିମ ବଙ୍ଗ ସରକାର ନିଜ ଗୁଇନ୍ଦା ବିଭାଗ ହେପାଜତରେ ଥିବା ୬୪ଟି ନଥିପତ୍ରକୁ ପ୍ରକାଶ୍ୟଯୋଗ୍ୟ ଘୋଷଣା କଲେ । ପ୍ରାୟ ସବୁ ଦସ୍ତାବିଜରେ ସୁବାଷ ବୋଷଙ୍କ ନିକଟ ସମ୍ପର୍କୀୟ ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ବିଶଦ୍ ସତର୍କ ନଜର ଥିବା ପ୍ରତିପାଦିତ ହେଲା । ରେକର୍ଡ ସମୁହର ଅବଲୋକନ ପରେ ମମତା ବାନାର୍ଜୀଙ୍କ ହୃଦ୍‌ବୋଧ ହୋଇଥିଲା ଯେ ସୁବାଷ ବୋଷ ୧୯୪୫ରେ ମୃତ୍ୟୁବରଣ କରିନଥିଲେ । ଏହା ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଏକ ବୃହତ୍ ବିବର୍ଗିୀକରଣ ପ୍ରକ୍ରିୟା ଅନ୍ତର୍ଗତ ଅର୍ଦ୍ଧ୍ୟାଧିକ ନଥିପତ୍ରକୁ କରିସାରିଥିଲେ ଅନାବରଣ ଯୋଗ୍ୟ । ସୁବାଷ ବୋଷ ପ୍ରସଙ୍ଗରେ ଏହି କ୍ରମିକ ଅଗ୍ରଗତି, ଚନ୍ଦ୍ର କୁମାର ବୋଷଙ୍କ ନେତୃତ୍ୱରେ ନେତାଜୀଙ୍କ ପରିଜନ, ଏହି ପୁସ୍ତକର ଲେଖକ(ଅନୁଜ ଧର)ଓ ବନ୍ଧୁଗଣ ତଥା ଚନ୍ଦ୍ରଶେଖର ଘୋଷଙ୍କ ଦ୍ୱାରା ଗଠିତ ‘ମିଶନ ନେତାଜୀ’ ନାମକ ସଂସ୍ଥାର ଅନ୍ୱିତ ଉଦ୍ୟମର ପ୍ରତିଫଳନ । ୨୦୧୨ରେ ପ୍ରକାଶିତ ମୋର(ଅନୁଜ ଧର) ପୁସ୍ତକ ‘ଇଣ୍ଡିଆଜ୍ ବିଗେଷ୍ଟ କଭର ଅଫ’ (India’s Biggest Cover-Up)ରେ ଏହି ବ୍ୟାପାରର ଅନ୍ୱର୍ଥ ସମାପ୍ତିର ପ୍ରତ୍ୟାଶାରେ ଏକ ଯୋଜନା ଭିତ୍ତିକ ନମୁନାର ଅବତାରଣା(BLUE PRINT ) କରାଯାଇଛି । ପୁସ୍ତକଟିର ଉନ୍ମୋଚନ ପରେ ବୋଷ ପରିବାର ସଦସ୍ୟ ନଥିପତ୍ର ବିବର୍ଗିୀକରଣ ସମର୍ଥନରେ ଆଗେଇ ଆସିଲେ ଓ ଆମେ ମିଳିତ ଭାବେ ଏହାର କାର୍ଯ୍ୟାୟନରେ ଲାଗିପଡ଼ିଲୁ ।
ଅକ୍ଟୋବର ୨୦୧୫ରେ ମୋଦି, ସୁବାଷ ଚନ୍ଦ୍ର ବୋଷଙ୍କ ଜ୍ଞାତିବର୍ଗ, ‘ମିଶନ ନେତାଜୀ’ର ସଦସ୍ୟଗଣ, ଗଣମାନ୍ୟ ବ୍ୟକ୍ତି ଯଥା ୧(ସିଦ୍ଧାର୍ଥ ନାଥ ସିଂହଙ୍କୁ ମଧ୍ୟ ଆମନ୍ତ୍ରଣ କଲେ, କାରଣ ସେ ସେତେବେଳେ ପଶ୍ଚିମ ବଙ୍ଗର ବିଜେପି ଦଳ ନେତୃତ୍ୱ ନେଉଥିଲେ । ଶାସ୍ତ୍ରୀ ସମ୍ବନ୍ଧିତ ନଥିପତ୍ର ବାବଦରେ ଏହିଭଳି ପ୍ରକିୟା ପ୍ରତ୍ୟାଶା କରିବା ସ୍ୱାଭାବିକ ଥିଲା) ମେଜର ଜେନେରାଲ ଜିଡ଼ି ବକ୍ସିଙ୍କୁ ତାଙ୍କ ସରକାରୀ ବାସଭବନକୁ ଆମନ୍ତ୍ରଣ କଲେ । ଗୃହମନ୍ତ୍ରୀ ରାଜନାଥ ସିଂହ ଓ ସୁଷମା ସ୍ୱରାଜଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ସୁବାଷ ବୋଷ ସମ୍ପର୍କିତ ଗୋପନୀୟ କାଗଜାଦିର ବିବର୍ଗିୀକରଣ ନିଷ୍ପତ୍ତି ଜଣାଇଲେ । ଏହି ଘୋଷଣା ସଂପୂର୍ଣ୍ଣ ରୂପେ ଗଣାମାଧ୍ୟମରେ ପ୍ରସାରିତ ହେଇଥିଲା ଓ ସେ ସମୟର ସବୁଠାରୁ ବଡ଼ ଖବର ରୂପେ ବିବେଚିତ ହେବା, ଜନସାଧାରଣଙ୍କ ଆଗ୍ରହକୁ ସୂଚାଏ । ଆମ ସମସ୍ତଙ୍କୁ ନେଇ ବସ୍‌ଟି ଯେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଅଗ୍ରସର ହେଲା, ଦେଶର ପ୍ରାୟ ସମସ୍ତ ଗଣମାଧ୍ୟମ ସଂସ୍ଥା ପିଛା କଲେ, କେତେକ ଟିଭି ଚ୍ୟାନେଲ୍‌ ତ ଏହାର ସିଧା ପ୍ରସାରଣ ମଧ୍ୟ କଲେ ।

ଜାନୁଆରୀ ୨୦୧୬ରେ ସୁବାଷ ଚନ୍ଦ୍ର ବୋଷ ସମ୍ପର୍କିତ ଦସ୍ତାବିଜର ବିବର୍ଗିୀକରଣ ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦପ୍ତରରେ ଉପଲବ୍ଧ ପ୍ରାୟ ୩୦୦ରୁ ଉର୍ଦ୍ଧ୍ଵ ଦସ୍ତାବିଜ୍ ପ୍ରକଟନ ହୋଇସାରିଛି ଓ ଏହି ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଅନୁଯାୟୀ ଏହି ପ୍ରକ୍ରିୟା ଏବେ ସୁଦ୍ଧା ଚାଲୁଅଛି କାରଣ ଅନ୍ୟାନ୍ୟ ଦେଶକୁ ଏଥି ସମ୍ବନ୍ଧିତ ନଥିପତ୍ର ପ୍ରକାଶଯୋଗ୍ୟ କରାଇବା ଘେନି ଅନୁରୋଧ କରାଯାଇଛି ।

ଏ ପର୍ଯ୍ୟନ୍ତ ହସ୍ତଗତ ବିଭିନ୍ନ ସୂତ୍ରରୁ ସୂଚନା ବିଶେଷକରି କେନ୍ଦ୍ର ସରକାର ଓ ବିଦେଶୀ ଅଭିଲେଖାଗାରରୁ ପ୍ରାପ୍ତ ଦସ୍ତାବିଜ ଆଦି, ପ୍ରଥମଥର ଲାଗି ସୁବାଷ ଚନ୍ଦ୍ର ବୋଷ ମୃତ୍ୟୁ ବିତର୍କ ଇତିହାସରେ ସ୍ପଷ୍ଟ ଚିତ୍ର ଦେବାରେ ସକ୍ଷମ ହୋଇଛି । ଶାସ୍ତ୍ରୀଙ୍କ ସନ୍ଦର୍ଭ ଅନୂରୁପ ନେତାଜୀଙ୍କ ବିବାଦ ମଧ୍ୟ ବିକଳ୍ପର ତିନୋଟି କ୍ଷେତ୍ର ପ୍ରସ୍ତୁତ କରୁଛି । ପ୍ରଥମ ସରକାରୀ ଆଭିମୁଖ୍ୟ ଅନୁସାରେ ଅଗଷ୍ଟ ୧୯୪୫, ତାଇୱାନଠାରେ ବିମାନ ଦୁର୍ଘଟଣାରେ ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ଦେହାବଶେଷ ଟୋକିଓସ୍ଥିତ ରେନ୍କୋଜୀ ମନ୍ଦିରରେ ସଂଗୃହିତ । ଦ୍ୱିତୀୟରେ ବୋଷ, ୧୯୪୫ରେ ସୋଭିଏତ ସଙ୍ଘରେ ଉପସ୍ଥିତ ଥିଲେ ଓ ପରବର୍ତ୍ତୀ ସମୟରେ ସୋଭିଏତ ଏକଛତ୍ରାଦୀ ଶାସକ ଯୋଜେଫ ଷ୍ଟାଲିନ ଓ ନେହେରୁଙ୍କ ଚକ୍ରାନ୍ତ ଫଳସ୍ୱରୂପ ତାଙ୍କୁ ହତ୍ୟା କରାଯାଇଥିଲା । ତୃତୀୟରେ ନେତାଜୀ ଗୁପ୍ତରେ ଭାରତ ଫେରିଆସିଥିଲେ ଓ ୧୯୮୫ ପର୍ଯ୍ୟନ୍ତ ‘ଗୁମନାମ ବାବା’ ନାମକ ଏକ ସନ୍ୟାସୀ ରୂପରେ, ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ରହିଆସୁଥିଲେ । ସେତେବେଳକୁ ତାଙ୍କୁ ପ୍ରାୟ ୮୮ବର୍ଷ ହୋଇଥିବ । ଏହି ଅନୁମାନ ବା ମତବାଦକୁ ଅନେକ ବିରୋଧ କରୁଥିଲେ ଓ ଅନ୍ୟତମ ପ୍ରମୁଖ ବିରୋଧୀ ଡ. ସୁବ୍ରମନିୟମ୍ ସ୍ୱାମୀ ଦାବି କରନ୍ତି ଯେ ସୋଭିଏତ ରୁଷରେ ନେତାଜୀଙ୍କ ହତ୍ୟା ପରେ ଆଇବି ଦ୍ୱାରା ଏକ ବହୁରୂପୀକୁ ଭାରତରେ ଅବସ୍ଥାପିତ କରାଗଲା ଯାହା ଦ୍ୱାରା ଜନମାନସକୁ ସହଜରେ ଭ୍ରମିତ କରାଯାଇପାରିବ ଓ ସେମାନେ ରୁଷିଆରେ ସୁବାଷ ଚନ୍ଦ୍ର ବୋଷ ହତ୍ୟା ଓ ଏଥିରେ ନେହେରୁଙ୍କ ଭୁମିକାର ଖୋଳତାଡ଼ ଦାବି ବନ୍ଦ କରିବେ । ଭଗବାନ କରନ୍ତୁ ଏହା ସତ୍ୟ ହୋଇ ନଥାଉ…ବ୍ୟକ୍ତିଗତସ୍ତରରେ ମୁଁ (ଅନୁଜ ଧର) ଭାବୁନି ଏଭଳି କିଛି ହୋଇଥିବ ।
ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ମତବାଦକୁ କିନ୍ତୁ ଭାରତ ସରକାର ଗ୍ରହଣ କରିନେଇଛନ୍ତି । ଏହି ସିଦ୍ଧାନ୍ତ ଯଦି ଠିକ୍, ତାହାହେଲେ ସୁବାଷ ଚନ୍ଦ୍ର ବୋଷ ବ୍ୟାପାରରେ, ୧୯୬୬ରେ, ଶାସ୍ତ୍ରୀ ନେତାଜୀଙ୍କ ସହିତ ମିଳିତ ହେବା ବା ଏହି ବାବଦରେ କିଛି କରିପାରିବାର ଅବକାଶ ହିଁ ନଥିଲା । କିନ୍ତୁ ଯଦି ଏହି ତତ୍ତ୍ୱବାଦ ସଠିକ୍ ନୁହେଁ ବୋଲି ପ୍ରଦର୍ଶିତ କରାଯାଇପାରନ୍ତା, ବା ଏହାର ଯୁକ୍ତିଯୁକ୍ତତାକୁ ପ୍ରଶ୍ନ କରିବାର ଅବକାଶ ଥାଆନ୍ତା, ତାହେଲେ ନେତାଜୀ ପ୍ରସଙ୍ଗରେ ସରକାରଙ୍କ ଦୃଢ଼କ୍ତି ଦୁର୍ବଳ ପଡ଼ିଯିବାର ସମ୍ବାବନା ଅନେକ । ଅଧିକନ୍ତୁ ଶାସ୍ତ୍ରୀ ମୃତ୍ୟୁରେ କୌଣସି ରହସ୍ୟ ନାହିଁ ବୋଲି ମଧ୍ୟ ସରକାରଙ୍କ ନିରନ୍ତର ବୟାନ ମଧ୍ୟ ଦୁର୍ବଳ ସାବ୍ୟସ୍ତ ହେବ । ଗୋଟିଏ ଘଟଣାରେ ଯଦି ଜଣେ ମିଥ୍ୟା କହୁଛି ବୋଲି ଧରାପଡ଼ିଯାଏ, ସ୍ୱାଭାବିକ ଭାବେ ଅନ୍ୟ ଘଟଣାରେ ତାର ଭୂମିକା ସନ୍ଦେହ ଘେରକୁ ଆସିଯାଏ । ନୂଆ ଦିଲ୍ଲୀସ୍ଥ ଏକ ପୋଲିସ କଲୋନୀ ସମୀପରେ ବିତିଥିଲା ମୋର (ଅନୁଜ ଧର)ବାଲ୍ୟକାଳ । ଯଦି ପୋଲିସ ଚୋରି ସନ୍ଦେହରେ ଜଣକୁ ଗିରଫ କରେ, ସେ ଇଲାକାର ଅନ୍ୟ ଚୋରିରେ ତା’ର ସଂପୃକ୍ତିକୁ ସନ୍ଦେହ କରାଯାଏ । ସରକାରଙ୍କ ଆଚରଣକୁ ବର୍ଣ୍ଣନା କଲାବେଳେ ଏଭଳି ସାଦୃଶ୍ୟତାର ସାହାଯ୍ୟ ନେଉଥିବାରୁ ମୁଁ(ଅନୁଜ ଧର) ଦୁଃଖିତ । କିନ୍ତୁ ଶାସ୍ତ୍ରୀଜୀଙ୍କ ଅପେକ୍ଷା ନେତାଜୀଙ୍କ ବିଷୟରେ ଏଭଳି ଅନେକ ତଥ୍ୟ ଅଛି ଯାହା ମୋତେ(ଅନୁଜ ଧର) ଏଭଳି ଘୃଣ୍ୟ ସମାନତାର ଅବତାରଣା ସକାଶେ ବାଧ୍ୟ କରୁଛି ।

ଭାରତ ବିଟ୍ରିଶ ଶାସନାଧୀନ ଥିବା ସମୟରେ ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଘଟିଥିଲା । ୧୫ ଅଗଷ୍ଟ ୧୯୪୫ରେ ଦୁଇଟି ପରମାଣୁ ବୋମା ମାଡ଼ରେ ନେତାଜୀ ହିତସାଧକ, ଯୁଦ୍ଧ ଘାଇଲା ଜାପାନ, ସମର୍ପଣ କରିବା ନିର୍ଣ୍ଣୟ ନେଲା । ୨୨ ଅଗଷ୍ଟରେ ତାଇୱାନସ୍ଥିତ ତାଇପେଇଟାରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଖବରକୁ ଜାପାନୀଙ୍କ ପକ୍ଷରୁ ୨୨ ଅଗଷ୍ଟ ୧୯୪୫ରେ ଘୋଷଣା କରାଗଲା । ତଥାକଥିତ ଏହି ଦୁର୍ଘଟଣାରେ ଅନେକ ସଂଖ୍ୟକ ଜାପାନ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲେ, ଲେପ୍ଟନାଣ୍ଟ ଜେନେରାଲ ସୁନାମାଶା ଶିଦେଇ, କ୍ୱାଙ୍ଗତୁଙ୍ଗ ସେନାର ନବନିଯୁକ୍ତ ଗୁଇନ୍ଦା ଉପମୁଖ୍ୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କ୍ୱାଙ୍ଗତୁଙ୍ଗ ସେନା, ମଂଚୁରିଆଠାରେ, ସୋଭିଏତ ରୁଷର ସ୍ଥଳ ଓ ବାୟୁ ସେନା (Red Army)ଙ୍କ ନିକଟରେ ସମର୍ପଣ କରିବାକୁ ପ୍ରସ୍ତୁତି ଚଳାଇଥିଲା । ଅବଶ୍ୟ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇନଥିଲା । ବର୍ତ୍ତି ଯାଇଥିବା କିଛି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ, ବୋଷଙ୍କ ଏଡିଜି ଲେପ୍ଟନାଣ୍ଟ କର୍ଣ୍ଣେଲ ହବିବୁର ରହମାନ ଖାନ୍ । ଜାପାନୀମାନଙ୍କ ଅନୁସାରେ ଭାରତୀୟ ଜାତୀୟ ସେନାର ଜାପାନ ନିକଟରେ ସମର୍ପଣ ସମ୍ପର୍କିିତ ଆଲୋଚନା ନିମନ୍ତେ ବୋଷ ଟୋକିଓ ଅଭିମୁଖେ ଉଢ଼ାଣ ଭରିଥିଲେ । କିନ୍ତୁ ଏକ ବିମାନ ଦୁର୍ଘଟଣା ତାଙ୍କ ଯାତ୍ରାର ଅନ୍ତ ଘଟିଲା । ତାଙ୍କ ଶରୀରର ଅନାକାଂଶ ଅତ୍ୟନ୍ତ ଜଳିଯାଇଥିଲା, ତାଇପେଇଠାରେ ସେନାର ଡାକ୍ତରମାନେ ଚିକିତ୍ସା କରିଥିଲେ କିନ୍ତୁ ସେ ମଧ୍ୟରାତ୍ରରେ ମୃତ୍ୟୁବରଣ କଲେ ।

ବୋଷଙ୍କ ମୃତ୍ୟୁର ସମୟ ଓ ଖବର ଦେବାରେ ଜାପାନୀ ସରକାରଙ୍କ ବିଳମ୍ବ ଯୋଗୁଁ ହିଁ ପ୍ରଥମେ ସନ୍ଦେହ ଜାଗ୍ରତ ହେଲା । ବୋଷଙ୍କ ବ୍ରିଟିଶ ଶତ୍ରୁ ଜାଣିଲେ ଯେ ‘ମୃତ୍ୟୁ’ ଅନ୍ତତଃ ତାଙ୍କୁ ସେମାନଙ୍କ ଦ୍ୱାରା ଗିରଫ ହେବାରୁ ରକ୍ଷା ତ କଲା । ସରକାରୀ ସ୍ତରରେ ତତ୍‌କ୍ଷଣାତ ସନ୍ଦେହ ପ୍ରକାଶ ପାଇଲା । “ବୋଷଙ୍କ ମୃତ୍ୟୁକୁ ଲଣ୍ଡନରେ ବିଶ୍ୱାସ କରାଯାଉ ନାହିଁ”, ହିନ୍ଦୁସ୍ତାନ ଟାଇମସ୍ର ଏକ ରିପୋର୍ଟରେ ଏହା ଉଲ୍ଲେଖ ଥିଲା । ପଶ୍ଚିମାଞ୍ଚଳସ୍ଥିତ ଦୂରନ୍ତ ସରକାରୀ କାର୍ଯ୍ୟାଳୟରେ ସୁବାଷ ବୋଷଙ୍କ ମୃତ୍ୟୁ ବିଷୟରେ ଆଜିର ଜାପାନୀ ରିପୋର୍ଟକୁ ସନ୍ଦେହସ୍ପଦ ନଜରରେ ଦେଖାଯାଉଛି …କେତେକ ମତ ଦେଉଛନ୍ତି ଯେ ସୁବାଷ ବୋଷଙ୍କ ମୃତ୍ୟୁ ଭାଗ୍ୟର ବିଧାନ ନହୋଇ ପାରେ କାରଣ ଘଟଣାର ସମୟ ହିଁ ସନ୍ଦେହ ଉତ୍ପନ୍ନ କରୁଛି ।”

ଆଜିର ସମୟରେ ବହୁ ସଂଖ୍ୟକଙ୍କ ବିଚାର/ଭାବନା ଯାହା ହେଉ ନା କାହିଁକି, ସୁବାଷ ବୋଷଙ୍କ ଭାଗ୍ୟକୁ ନେଇ ସଂଶୟ କୌଣସି ଭାରତୀୟଙ୍କ ଉର୍ବର ମସ୍ତିସ୍କର ଉତ୍ପାଦ ନୁହେଁ । “ମୁଁ ଏହା ହିଁ ସନ୍ଦେହ କରୁଛି; ସେ ଯଦି ଆତ୍ମଗୋପନ କରିବାକୁ ନିଶ୍ଚୟ କରିଥାଆନ୍ତେ, ତେବେ ଏହିଭଳି ଦୁର୍ଘଟଣାଜନିତ ମୃତ୍ୟୁର ବ୍ୟାଖ୍ୟାନ ଦିଆଯାଇଥାଆନ୍ତା । ବୋଷଙ୍କ ମୃତ୍ୟୁ ଖବର ଶୁଣିବା ପରେ ପ୍ରତିକ୍ରିୟା ସ୍ୱରୂପ, ନିଜ ବ୍ୟକ୍ତଗତ ଡାଏରୀରେ ଏହା ଲେଖିଥିଲେ ଫିଲ୍ଡ ମାର୍ଶାଲ ଆର୍ଚ୍ଚିବାଲ୍ଡ ୱାଭେଲ, ଭାରତର ତକ୍ରାଳୀନ ଭାଇସ୍‌ରୟ । ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବୋଷଙ୍କୁ ସ୍ୱଦେହରେ ଦେଖିଥିଲେ ବୋଲି ସାର୍ବଜନୀନ ଦାବି କରିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ସେନାଙ୍କ ସହିତ ତାଇୱାନ ଯାତ୍ରା କରିଥିବା ଜଣେ ଆମେରିକୀୟ ସାମ୍ବାଦିକ । ଆଲଫ୍ରେଡ ୱାଗ୍ ନାମକ ଏହି ବ୍ୟକ୍ତି ଜଣକ ୨୯ ଅଗଷ୍ଟ ୧୯୪୫ରେ ଜବାହାରଲାଲ ନେହେରୁଙ୍କ ଏକ ସାମ୍ବାଦିକ ସମ୍ମଳିନୀକୁ ନାଟକୀୟ ଭାବେ ବ୍ୟାଘାତ କରି ଦାବି କଲେ ଯେ ବୋଷଙ୍କୁ ମୃତ ଘୋଷିତ କରିବାର କିଛି ଦିନ ପରେ ସାଇଗନଠାରେ (ବର୍ତ୍ତର୍ମାନର ହୋ ଚି ମି ସହର)ରେ ସେ ତାଙ୍କୁ ଜୀବିତବସ୍ଥାରେ ଦେଖିଛନ୍ତି ।

୧ ସେପ୍ଟେମ୍ବର, ଲଣ୍ଡନରୁ ପ୍ରକାଶିତ ‘ସଣ୍ଡେ ଅବସର୍ଭର’ ୱାଗ୍ଙ୍କ ଉକ୍ତିକୁ ଗୁରୁତ୍ୱ ଦେଇ ଲେଖିଥିଲା ଯେ,ବୋଷଙ୍କ ମୃତ୍ୟୁ ଖବର ବ୍ରିଟିଶ ଓ ଆମେରିକୀୟମାନେ ଗ୍ରହଣ କରିପାରୁନାହାଁନ୍ତି । ମହାତ୍ମା ଗାନ୍ଧୀ ତଥା ଭାରତର ଅନେକ ପ୍ରମୁଖ ନେତାଙ୍କ ସହିତ ବ୍ୟକ୍ତିଗତ ଆଳାପ-ଆଲୋଚନା ଅବସରରେ ୱାଗ୍ ନିଜ ଦାବି ଦୋହରାଇଥିଲେ । ଜାନୁଆରୀ ୧୯୪୬ରେ, ମହାତ୍ମା ଗାନ୍ଧୀଙ୍କ ବକ୍ତବ୍ୟ ସାରା ବିଶ୍ୱର ଗଣମାଧ୍ୟମର ମୁଖ୍ୟ ଖବର ଥିଲା । ୬ ଜାନୁଆରୀରେ ‘ନ୍ୟୁୟର୍କ ଟାଇମସ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗାନ୍ଧୀ ଏକ ଭାଷଣରେ କହିଥିଲେ, “ବୋଷ ଜୀବିତ ଅଛନ୍ତି ଓ ସର୍ବସମ୍ମୁଖରେ ପୁନଃ ଆତ୍ମପ୍ରକାଶ ନିମନ୍ତେ ଏକ ପ୍ରକୃଷ୍ଟ ସମୟର ପ୍ରତୀକ୍ଷାରେ ଅଛନ୍ତି ବୋଲି ସେ ବିଶ୍ୱାସ କରନ୍ତି” ।

ପ୍ରକୃତ ସତ୍ୟ ଉଦ୍ଘାଟନ ଉଦ୍ଧେଶ୍ୟରେ ଗୁଇନ୍ଦା ବିଭାଗର ଉପ ନିଦ୍ଧେର୍ଶକଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହେଲା । ଅନେକ କନିଷ୍ଠ ଅଧିକାରୀ, ସୈନ୍ୟ କର୍ମକର୍ତ୍ତା ତଥା ଆଇବି ସହକାରୀ ନିର୍ଦ୍ଧେଶକ ଫିଲିପ ପିିନି ଓ ତାଙ୍କ ସହକର୍ମୀ ବକ୍ସି ବଦ୍ରିନାଥଙ୍କ ସହାୟତାରେ ଡବ୍ଲ୍ୟୁ ମ୍ୟାକ୍ ରାଇଟ୍ ତଦନ୍ତ ଜାରି ରଖିଲେ । ଏଠାରେ ସୂଚିତ କରିଯାଇପାରେ ଯେ ଫିଲିପ ଫିିନି ଓ ତାଙ୍କ ସହକର୍ମୀ ବକ୍ସି ବଦ୍ରିନାଥ ଅନେକ ଦିନ ପର୍ଯ୍ୟନ୍ତ ବୋଷଙ୍କ ଗତିବିଧି ଉପରେ ଲଗାତାର ନଜର ରଖୁଥିଲେ । ମ୍ୟାକ୍ ରାଇଟ୍୍ଙ୍କ ଦଳକୁ ‘ମିଳିତ ବିଭାଗ’ (Combined Section) ନାମରେ ମଧ୍ୟ ନାମିତ କରାଯାଇଥିଲା । ସେମାନେ ଖୁବ୍ ଶୀଘ୍ର ଜାଣିଗଲେ ଯେ ଜାପାନ କର୍ତ୍ତୃପକ୍ଷଙ୍କ ବିବରଣରେ ଅନେକ ତ୍ରୁଟି ରହିଛି । ଯେମିତିକି, ଜାପାନ କହିଥିଲା, ବୋଷ ଟୋକିଓ ଆସୁଥିଲେ; ଯାହା ମିଥ୍ୟା ଥିଲା । ଫିନି, କିନ୍ଜୀ ୱାଟନବେ ନାମକ ଜଣେ ବ୍ୟାଖ୍ୟାକାରଙ୍କୁ ଠାବ କଲେ ଯିଏ ବିମାନ ଦୁର୍ଘଟଣା ପୂର୍ବରୁ ବୋଷ ଓ ଅନ୍ୟାନ୍ୟଙ୍କ ଦ୍ୱାରା ଆୟୋଜିତ ଏକ ଗୁପ୍ତ ବୈଠକରେ ଉପସ୍ଥିତ ଥିଲେ । କିନ୍ଜୀଙ୍କ ସୂଚନା ଅନୁସାରେ ଜାପାନୀ ଅଧିକାରୀଗଣ କିଭଳି ବୋଷଙ୍କୁ ନିଦ୍ଧାର୍ଯ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବେ ସେନେଇ ଆଲୋଚନାରତ ଥିଲେ । “ସେ ରୁଷୀୟଙ୍କ ନିକଟକୁ ଚାଲିଯିବା ଦରକାର । ରୁଷ ସେ ସମୟରେ ତାଙ୍କୁ ଶରଣ ଦେବାକୁ ସମର୍ଥ ଥିଲା ।

ଏକ ଲିଖିତ ବୟାନରେ ୱାଟନବେ ବୋଷଙ୍କ ଉତ୍ତର ଯୁଦ୍ଧକାଳ ଯୋଜନା ବିଷୟରେ ଅଧିକ ବିସ୍ତାରିତ ଭାବେ ଜଣାଇଥିଲେ । ସେ ଜୋର ଦେଇ କହିଥିଲେ, ପ୍ରଥମରୁ ହିଁ ବୋଷଙ୍କ ଆଭିମୁଖ୍ୟ ସ୍ପଷ୍ଟ ଥିଲା । “ଭାରତକୁ ସ୍ୱାଧୀନ ଦେଖିବାକୁ ଇଛା କରୁଥିବା ଯେ କୌଣସି ରାଷ୍ଟ୍ରଠୁ ସେ ସହାୟତା ନେବାକୁ ସର୍ବଦା ପ୍ରସ୍ତୁତ ଥିଲେ” । ବୋଷଙ୍କ ମରଶରୀର ତଥା କଥିତ ମୃତ୍ୟୁ ଘଟଣାର ସ୍ପଷ୍ଟତା ବିନା, ବିମାନ ଦୁର୍ଘଟଣାରେ ବୋଷଙ୍କ ମୃତ୍ୟୁ ବୃତ୍ତାନ୍ତ କେବଳ ଜଣେ ସାକ୍ଷୀ, ହବିବୁର ରହମାନଙ୍କ ମୁଖ ନିସ୍ତୃତ ବାକ୍ୟ ଓ ତାଙ୍କ ଉକ୍ତିକୁ ସମର୍ଥନ କରୁଥିବା କିଛି ଜାପାନୀଙ୍କ ଅସନ୍ତୋଷସଜନକ ବୟାନ ଆଧାରରେ ଗଢ଼ିଉଠିଥିଲା । ପରେ ଜଣାପଡ଼ିଲା, ରହମାନଙ୍କ ବୟାନ ତ୍ରୁଟିଯୁକ୍ତ ଥିଲା କାରଣ ବାରମ୍ବାର ଜେରା ପରେ ବି ତାଙ୍କ ଉତ୍ତରର ବିଶ୍ୱାସନୀୟତା ଉପରେ କର୍ତ୍ତୃପକ୍ଷ ସନ୍ଦୀହାନ ଥିଲେ । ୨୫ ମାର୍ଚ୍ଚ ୧୯୪୬ରେ ଦିଲ୍ଲୀସ୍ଥିତ ଲାଲ କିଲ୍ଲା (ସେତେବେଳେ ସାମରିକ ଓ ଗୁଇନ୍ଦା ସମ୍ବନ୍ଧିତ କାର୍ଯ୍ୟର ମୁଖ୍ୟ କେନ୍ଦ୍ର) ଠାରେ ରହମାନଙ୍କ ଜେରାର ତଦାରଖ କରୁଥିବା କର୍ଣ୍ଣେଲ ଜିଡି ଆଣ୍ଡରସନ, ମ୍ୟାକ୍ ରାଇଟ୍୍ଙ୍କୁ ସୂଚିତ କରିଥିଲେ ଯେ ଅନେକ ମାସ ଅତିକ୍ରାନ୍ତ ପରେ ବି ରହମାନ ନିଜ ପୂର୍ବ ବୟାନ ଅର୍ଥାତ୍ ‘ଚତୁରତାର ସହ ଏଣୁତେଣୁ କହି ବୋଷଙ୍କ ଯୋଜନା ବିଷୟରେ ଅବଗତ ଥିବା ଅସ୍ୱୀକାର କରିଚାଲିଥିଲେ’ । ଜିଡି ଆଣ୍ଡରସନଙ୍କୁ ପ୍ରେରିତ ତଥା ବର୍ତ୍ତମାନ ନୂଆ ଦିଲ୍ଲୀସ୍ଥ ଜାତୀୟ ଅଭିଲେଖାଗାରରେ ସଂଗୃହିତ, ରହମାନଙ୍କୁ ଜେରା କରୁଥିବା ଅଧିକାରୀ ମେଜର ହୟାତ୍ ଖାନଙ୍କ ଏକ ରିପୋର୍ଟ ଅନୁସାରେ ଯଦି ବି ରହମାନ “ବୋଷଙ୍କ ଯୋଜନା ବିଷୟରେ ଜ୍ଞାତ ଥିବେ, ସେ କଦାପି ପ୍ରକଟ କରିବେ ନାହିଁ । ତାଙ୍କ ବ୍ୟବହାର ଅସ୍ୱାଭାବିକ ଓ ଆଖପାଖରେ କେହି ନଥିଲେ ବି, ଉଚ୍ଚାରଣ ଅସ୍ପଷ୍ଟ” ।

ସାରା ଭାରତରେ ଆଇଏନଏ ସପକ୍ଷରେ ହାୱା ହେତୁ ପରିଶେଷରେ ରହମାନଙ୍କୁ ଛାଡ଼ି ଦିଆଗଲା । ମହାତ୍ମା ଗାନ୍ଧୀ ଓ ପ୍ରବୀଣ ଆଇନଜୀବୀ ତଥା ସୁବାଷ ବୋଷଙ୍କ ଜ୍ୟେଷ୍ଠ ଭ୍ରାତା, ଯିଏ ଅନ୍ୟମାନଙ୍କ ଅପେକ୍ଷା ନିଜ ଭାଇଙ୍କୁ ଉତ୍ତମ ରୂପେ ଜାଣିଥିଲେ, ରହମାନଙ୍କୁ ପ୍ରଶ୍ନ କଲେ । ଏହା ପରେ ଗାନ୍ଧୀ ସର୍ବସାଧାରଣଙ୍କ ଉଦ୍ଧେଶ୍ୟରେ ଘୋଷଣା କଲେ, ଯେ ତାଇୱାନ ମୃତ୍ୟୁ ମତବାଦର ସତ୍ୟତା ବିଷୟରେ ରହମାନ ତାଙ୍କୁ ହୃଦ୍ବୋଧ କରାଇଛନ୍ତି । କିନ୍ତୁ ନବେ ଦଶକରେ ଆମେରିକାର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ଏକ ପତ୍ର ଅନୁସାରେ ସର୍ବସମ୍ମୁଖରେ ଘୋଷଣା କରିଥିବା ନିଜ ଉକ୍ତିକୁ ମହାତ୍ମା ଗାନ୍ଧୀ ବ୍ୟକ୍ତିଗତ ଭାବେ ବିଶ୍ୱାସ କରୁନଥିଲେ । (ମୁଁ (ଅନୁଜ ଧର)ଏଥିରୁ ଏହା ବୁଝିବି ଯେ ସମ୍ଭବତଃ ବୋଷଙ୍କୁ କୌଣସି କ୍ଷତିରୁ ରକ୍ଷା କରିବା ଅଭିପ୍ରାୟରେ ଗାନ୍ଧୀ ଏଭଳି କରିଥିଲେ) । ଜୁଲାଇ ୧୯୪୬ରେ ଲିଖିତ ପତ୍ରଟି ଗାନ୍ଧୀଙ୍କ ତରଫରୁ ତାଙ୍କ ସଚିବ, ଦାଦାଭାଇ ନାରୋଜୀଙ୍କ ନାତୁଣୀ ଖୁର୍ସଦ ନାରୋଜୀ, ପୁଲିତ୍ଜର ପୁରସ୍କାରପ୍ରାପ୍ତ ଆମେରିକୀୟ ସାମ୍ବାଦିକ ଲୁଇସ୍ ଫିସରଙ୍କୁ ଲେଖିଥିଲେ । ଲୁଇସ୍ ଫିସର ଜଣେ ଭାରତ ସପକ୍ଷବାଦୀ ହିସାବରେ ବେଶ୍ ଜଣାଶୁଣା । ୨(ଫିସରଙ୍କ ଦ୍ୱାରା ରଚିତ ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ରିଚଡର଼୍ ଏଟନେବରା ଚଳଚିତ୍ରର ରୂପ ଦେଇଥିଲେ ଯାହା ଓସ୍କାର ପୁରସ୍କାର ଜିତିଥିଲା) ପତ୍ର ଅନୁସାରେ ଭାରତୀୟ ସେନାର ମନୋଭାବରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି, କାରଣ ସେମାନେ କେବଳ ରୁଷ ସପକ୍ଷବାଦୀ ହୋଇଯାଇ ନାହାନ୍ତି, ଇଣ୍ଡିଆ ନ୍ୟାସନାଲ ଆର୍ମି(INA) ପ୍ରତି ସମ୍ବେଦନଶୀଳ ମଧ୍ୟ । ‘ଯଦି ରୁଷ ସାହାଯ୍ୟରେ, ବୋଷ ଇଂରେଜଙ୍କଠାରୁ ଭାରତ ଅକ୍ତିଆର କରିବାକୁ ଆସିଥାଆନ୍ତେ, ଗାନ୍ଧୀ କିମ୍ବା କଂଗ୍ରେସ ଏହାକୁ ଅଟକାଇ ପାରି ନଥାଆନ୍ତେ’ । ଏଭଳି ଦୃଢ଼ୋକ୍ତି ବାଢ଼ିଥିଲେ ଖୁର୍ସଦ ନାରୋଜୀ । ଏବଂ ଶରତ ବୋଷ, ୧୯୫୦ରେ ନିଜ ମୃତ୍ୟୁର କିଛି ମାସ ପୂର୍ବରୁ, ସାର୍ବଜନୀନ ରୂପେ ପ୍ରକାଶ କରିଥିଲେ ଯେ ସେ ଯାହା ଅନୁମାନ କରିପାରୁଛନ୍ତି, ରହମାନ ନିଜ ମୁଖିଆଙ୍କ ଅବସ୍ଥିତି ଗୋପନ ରଖିବାକୁ ତାଙ୍କ ନିର୍ଦ୍ଧେଶକୁ ଅନୁପାଳନ କରୁଥିଲେ ନିଶ୍ଚୟ । ଅନେକ ବିଶ୍ୱାସ କରୁଥିଲେ, ଦେଶ ବିଭାଜନ ପରେ ପାକିସ୍ତାନ ପଳାୟନ କରିଥିବା କାଶ୍ମୀରୀ ରହମାନ, ବୋଷଙ୍କ ସୁରକ୍ଷା ଅଭିପ୍ରାୟରେ ହିଁ ତାଙ୍କରି ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରୁଥିଲେ ।

ଅଧିକନ୍ତୁ, କିଛି ରିପୋର୍ଟ, ଯଥା, ଅଗଷ୍ଟ ୧୯୪୫ ପରେ ବୋଷଙ୍କ ସମ୍ଭାବିତ ସୋଭିଏତ ରୁଷ ଅବସ୍ଥାନକୁ ନେଇ ରୁଷୀୟ ସୂତ୍ରରୁ ପ୍ରାପ୍ତ ସୂଚନା ମଧ୍ୟ ଗୁଇନ୍ଦା ଗୋଷ୍ଠୀକୁ ବିଭ୍ରାନ୍ତ କରୁଥିଲା । ନେତାଜୀ ମୃତ ଘୋଷିତ ହେବାର ଆଠ ମାସ ପରେ, ଅର୍ଥାତ୍ ୯ ଅପ୍ରିଲ ୧୯୪୬ରେ ମ୍ୟାକ୍ ରାଇଟ୍ ଓ ତାଙ୍କ ସହଯୋଗୀ ଦଳ, ବିଭିନ୍ନ ଉତ୍ସରୁ ପ୍ରାପ୍ତ ଗୁଇନ୍ଦା ତଥ୍ୟାବଳୀର ସମୀକ୍ଷା କରିଥିଲେ । ଏହି ‘ମିଳିତ ବିଭାଗ’(Combined Section)ରୁ ପ୍ରାପ୍ତ ତିନି ପୃଷ୍ଠା ବିଶିଷ୍ଟ ତାଜା ତଥ୍ୟ ସମ୍ମିଳିତ ବିତର୍କିିତ ପ୍ରସଙ୍ଗର ସାରାଂଶ ଉପାଦେୟ ହୋଇଥିବାରୁ ସେମାନଙ୍କ ଆଲୋଚନା ପରିସରଭୁକ୍ତ ହୋଇଥିଲା । ‘ମିଳିତ ବିଭାଗ’ ପ୍ରଥମରୁ ହିଁ ଚିହ୍ନିତ କରିଥିଲେ ଯେ “ବୋଷ ଓ ତାଙ୍କ ସହକର୍ମୀ ରୁଷିଆ ପଳାୟନ ସକାଶେ ଚେଷ୍ଟିତ ଥିଲେ ତଥା ରହମାନ ଓ ଅନ୍ୟ ବୋଷ ସହଯୋଗୀ ମିଥ୍ୟାର ଆଶ୍ରୟ ନେଉଛନ୍ତି ନତୁବା ବିମାନ ଯାତ୍ରାର ଅସଲ ରହସ୍ୟ ବାବଦରେ ସେମାନଙ୍କ ଅଜ୍ଞତା ଦର୍ଶାଉଛନ୍ତି । କଂଗ୍ରେସ ଦଳ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ବୋଷ ଜୀବିତ ଥିବା ଘେନି ଗାନ୍ଧୀଙ୍କ ଦାବି ତାଙ୍କ ଅନ୍ତସ୍ୱର ନୁହେଁ ବରଂ ଗୁପ୍ତ ସୂଚନା ଆଧାରିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା, ସେମାନଙ୍କ ଦେଶରେ, ବୋଷ ଜୀବିତ ଥିବା ବିଷୟରେ ରୁଷୀୟ କୁଟନୀତିଜ୍ଞଙ୍କ ପରସ୍ପର ସହିତ ବ୍ୟକ୍ତିଗତ କଥନର ଗୁଇନ୍ଦା ବିବରଣୀ ।
ମେ ୧୯୪୬ରେ ବିଟ୍ରିଶ ଗୁଇନ୍ଦା କର୍ତ୍ତୃପକ୍ଷ ବମ୍ବେଠାରେ ଅବସ୍ଥିତ ଆମେରିକୀୟ ଦୂତାବାସ ସହିତ ଯୋଗାଯୋଗ କଲେ । ଆମେରିକୀୟଙ୍କୁ କୁହାଗଲା, “ଭାରତୀୟଙ୍କ ମାନସପଟରେ ବୋଷଙ୍କ ଅଖଣ୍ଡ ପ୍ରଭୁତ୍ୱ ଅଛି, ଯଦି ସେ ଭାରତ ଫେରନ୍ତି, ଗଣ୍ଡଗୋଳ ସୃଷ୍ଟି ହେବ ଯାହାକୁ ପ୍ରତିହତ କରିବା କଷ୍ଟକର” । ଏହି ପ୍ରସଙ୍ଗରେ ଆମେରିକୀୟଙ୍କୁ ନିଜ ମତ ଦେବାକୁ କୁହାଗଲା କାରଣ ସେମାନେ ଜାପାନ ଓ ତାଇୱାନକୁ ପୂର୍ଣ୍ଣ ଅକ୍ତିଆରରେ ନେଇସାରିଥିଲେ । “ବୋଷଙ୍କ ମୃତ୍ୟୁ ଘେନି କୌଣସି ସକରାତ୍ମକ ପ୍ରମାଣ ବିଶେଷ ଉତ୍ସାହପ୍ରଦ ହେବ”, ନିଜ ଦୂତବାସକୁ ଏହା ଲେଖିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ବା ବିଦେଶ ନୀତି ଓ ତତ୍ସଂପର୍କିତ ବିଭାଗ । ଆମେରିକୀୟ ବୈଦଶିକ ବିିଭାଗ, ଯୁଦ୍ଧ ବିିଭାଗ ସହିତ ପରାମର୍ଶ କ୍ରମେ ପୁନଃ ଜୁନ ୧୯୬୪ରେ ଦୂତବାସକୁ କହିଥିଲା, “ଜାପାନୀ ସରକାରଙ୍କ ସାର୍ବଜନୀନ ଘୋଷଣା ସତ୍ୱେ, ଆମ ଗୁଇନ୍ଦା ବିିଭାଗରେ ଉପଲବ୍ଧ ଏଥି ସଂକ୍ରାନ୍ତୀୟ ଦସ୍ତାବିଜ୍ ପରୀକ୍ଷଣ ପରେ ଆମେ ଅବଗତ ହେଲୁ ଯେ, ଏଭଳି କୌଣସି କାଗଜପତ୍ର ନାହିଁ ଯାହା ବୋଷଙ୍କ ବିମାନ ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରତ୍ୟକ୍ଷ / ଠୋସ୍ ପ୍ରମାଣ ଦେଇପାରିବ । ସବୁଠାରୁ ସଂକ୍ଷୋଭ ଖବର ହେଲା, ଉପରୋକ୍ତ ଆମେରିକୀୟ ରେକର୍ଡର ନକଲ ଭାରତ ସରକାର ସତୁରୀ ଦଶକରେ ହିଁ ପ୍ରାପ୍ତ ହୋଇସାରିଥିଲେ ହେଁ ଏହି ବିଷୟ ଗୋପନ ରଖାଯାଇଥିଲା ।

ଚାଲିଶ ଦଶକରେ ବୋଷଙ୍କ ମୃତ୍ୟୁର କୌଣସି ଯଥାର୍ଥ ପ୍ରମାଣ ପ୍ରାପ୍ତିରେ ଅସଫଳତା ଓ ବୋଷଙ୍କ ସୋଭିଏତ ରୁଷରେ ଆତ୍ମଗୋପନ କରିଥିବା ଖବରରେ ବ୍ୟଥିତ ଭାରତ ଓ ବ୍ରିଟିଶ ସରକାର ଦ୍ୱୟ ଏହି ତଥାକଥିତ ମୃତ୍ୟୁ ବିଷୟରେ ମତାମତ ପରିବେଷଣରୁ / ପ୍ରତିବଦ୍ଧତାରୁ କ୍ଷାନ୍ତ ରହିଲେ । ୨୫ ଅକ୍ଟୋବର ୧୯୪୫ରେ, ୧୦ ଡାଉନିଙ୍ଗ ଷ୍ଟି୍ରଟରେ ପ୍ରଧାନମନ୍ତ୍ରୀ କ୍ଳିମେଟ୍ ଆଟ୍ଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକର ସଂକ୍ଷେପ ଅଭିଲିଖନର ବିବର୍ଗୀକୃତ ଦସ୍ତାବିଜ ଅନୁସାରେ, ସେ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଳାତକ ଅସୈନିକ ଥିଲେ ସୁବାଷ ବୋଷ । ୩(୧୯୫୬ରେ ଲକ୍ଷ୍ନୌକୁ ଏକ ବେସରକାରୀ ଗସ୍ତକ୍ରମରେ ଆସି କ୍ଳିମେଟ୍ ଆଟ୍ଲି ମୁଖ୍ୟମନ୍ତ୍ରୀ ଡ.ସଂପୂର୍ଣ୍ଣାନନ୍ଦଙ୍କୁ କହିଥିଲେ ଯେ ପ୍ରକୃତରେ ନିଜ ପ୍ରତିବେଦିତ ମୃତ୍ୟୁ ପରେ ସୁବାଷ ବୋଷ ରୁଷିଆରେ ଅବସ୍ଥାନ କରୁଥିଲେ । ସଂଯୋଗବଶତଃ ଏହା ଶୁଣି ନେଇଥିଲେ ଆଇବିର ଜଣେ ସୁରକ୍ଷା ଅଧିକାରୀ, ଶ୍ରୀ ଧମେନ୍ଦ୍ର ଗୌର ।) ଚାଳିଶ ଦଶକର ଶେଷାର୍ଦ୍ଧ୍ୟରେ ମିଳିତ ବନ୍ଧୁରାଷ୍ଟ୍ର କର୍ତ୍ତୃପକ୍ଷ ଜାପାନୀ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୁନଃ ଜେରା କରିଥିଲା । ୩, ଅକ୍ଟୋବର, ୧୯୪୬ରେ, ରାଜ୍ୟ ସଭାରେ, ସଭ୍ୟ ଅହମଦ ଜାଫର, ଗୃହମନ୍ତ୍ରୀ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କୁ ପ୍ରଶ୍ନ କରିଥିଲେ ଯେ ଭାରତ ସରକାରଙ୍କଠି ବୋଷଙ୍କ ଜୀବିତ ବା ମୃତ ଘେନି କୌଣସି ପ୍ରମାଣ ଅଛି ନା ନାହିଁ । ସର୍ଦ୍ଧାର ପଟେଲଙ୍କ କହିଥିଲେ: ଏ ବିଷୟରେ କୌଣସି ଚୂଡ଼ାନ୍ତ ପ୍ରାମାଣିକ ବିବୃତି ଉପସ୍ଥାପିତ କରିବାର ସ୍ଥିତିରେ ସରକାର ନାହାଁନ୍ତି । କିନ୍ତୁ ସେହି ବର୍ଷ ସରକାରଙ୍କ ବିଚାରଧାରାରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲା ଯେବେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କହିଲେ ଯେ ସୁବାଷ ବୋଷ ନିଧନ ଘଟଣାକୁ ସେ ବିଶ୍ୱାସ କରନ୍ତି । ହବିବୁର ରହମାନଙ୍କ ବୟାନ ଆଧାରରେ ନେହେରୁଙ୍କ ବିବୃତିରେ କିନ୍ତୁ ଭାଇସ୍ରୟ(ଆର୍ଚ୍ଚିବାଲ୍ଡ ୱାଭେଲ)ଏକମତ ନଥିଲେ । ତାଙ୍କ ଅନୁସାରେ ପଟେଲଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଠିକ୍ ଥିଲା । ଏହା ୧୯୪୭ ପୂର୍ବର କଥା, ଯେବେ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଭାରତରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଆସୀନ ଥିଲା । ଚାଳିଶ ଦଶକର ଶେଷ ପର୍ଯ୍ୟନ୍ତ ବୋଷଙ୍କ କଥିତ ନିଧନ ତଥା ତହିଁରୁ ଉତ୍ପନ୍ନ ବିବାଦ ଏକ ଶକ୍ତିଶାଳୀ ଅନ୍ତପ୍ରବାହ ସଦୃଶ୍ୟ କ୍ରିୟାଶୀଳ ଥିଲା । ବୋଷଙ୍କ ପୁଣି ଲେଉଟି ଆସିବାର ଭୟ ଶାସକବର୍ଗଙ୍କୁ ତଥାପି କରୁଥିଲା ବିବ୍ରତ ଓ ଆତଙ୍କିତ । ବୋଷ ଜୀବିତ ଥିବା ଘେନି ଉଠିଥିବା ଚାପା ସ୍ୱର କିନ୍ତୁ ସିଆଇଏ ନିକଟରେ ପହଞ୍ଚି ସାରିଥିଲା । ନଭେମ୍ବର ୧୯୫୦ରେ ଭାରତରେ ରୋପିତ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରକଙ୍କ ଅନୁସାରେ “ଏବେ ଦିଲ୍ଲୀରେ ଏକ ଗୁଜବ ଚାଲିଛି ଯେ ନେତାଜୀ (ବୋଷଙ୍କ ଲୋକପ୍ରିୟ ନାମ) ଜୀବିତ ଓ ସାଇବେରିଆରେ ଅଛନ୍ତି ତଥା ଭାରତ ପ୍ରତ୍ୟାବର୍ତ୍ତନ ଉଚିତ୍ ସମୟକୁ ଅପେକ୍ଷା କରିଛନ୍ତି ।” ୪(ଆମେରିକାନ୍ ସୂଚନା ଅଧିକାର ଅଧିନିୟମ ବ୍ୟବହାର କରି ମୁଁ (ଅନୁଜ ଧର)ଏହି ବିବୃତି ହାସଲ କଲି ।)

ପଚାଶ ଦଶକର ପ୍ରଥମାର୍ଦ୍ଧ୍ୟରେ ସୁବାଷ ବୋଷଙ୍କ ମୃତ୍ୟୁ ସମ୍ବନ୍ଧରେ ସରକାର ସଂଶୟାନ୍ୱିତ ସତ୍ତ୍ୱେ ନେହେରୁ ଶାସନ କିନ୍ତୁ ବୋଷଙ୍କ ମୃତ୍ୟୁ ଘଟିସାରିଛି ଓ କୌଣସି ବିବାଦ ନାହିଁ ବୋଲି ମତ ରଖିଥିଲେ । ଘଟଣାର ଉଚିତ୍ ତଦନ୍ତ ସପକ୍ଷର ଅନେକ ଦାବି ସତ୍ତ୍ୱେ ନେହେରୁ ଏ ପୁନଃବିଚାରକୁ ସମର୍ଥନ କରୁନଥିଲେ । ବିବର୍ଗୀକୃତ ଦସ୍ତାବିଜରେ ସଂଯୁକ୍ତ କିଛି ଚିଠାରେ ମନ୍ତ୍ରୀମଣ୍ଡଳର ଉଚ୍ଚ ଅମଳାତନ୍ତ୍ରୀଙ୍କ ଦ୍ୱାରା ଲିଖିତ ଚିଠା ଦାବି କରେ ଯେ ବୋଷଙ୍କ ମୃତ୍ୟୁ ରହସ୍ୟର ଯଥାର୍ଥ କାରଣ ନିରୂପଣ କରିବାର ପ୍ରବଳ ଦାବି ଯୋଗୁଁ ସରକାର ୧୯୫୬ରେ ଏକ ତଦନ୍ତ ପ୍ରକ୍ରିୟା ଆରମ୍ଭ କଲେ । କିନ୍ତୁ ଏହା ରାଜନୈତିକ ପ୍ରଭାବରେ, ତଥ୍ୟସମୁହର ଚତୁର ହେରଫେର ମାତ୍ର ଥିଲା । ସାଧାରଣ ଜନତାଙ୍କ ‘ସାହେବମାନେ’ ଅର୍ଥାତ୍ ରାଜନେତାଙ୍କ ଅଧିନସ୍ତ ଏହି ଅଧିକାରୀଗଣ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବିରୁଦ୍ଧାଚରଣ କରିବାଭଳି କିଛି ବି ସରକାରୀ ନଥିପତ୍ରରେ ଲେଖିବା ପାଇଁ ସାହାସ ଜୁଟାଇ ପାରିନଥିଲେ ।

କଟୁ ସତ୍ୟ ଏହା ଯେ, ଶାସ୍ତ୍ରୀଙ୍କ ବିବାଦ ସମାନ ନେତାଜୀଙ୍କ ବାବଦରେ ମଧ୍ୟ ସରକାର କୌଣସି ବିଧିବଦ୍ଧ ସରକାରୀ ତଦନ୍ତ ବିରୁଦ୍ଧରେ ଥିଲେ । ଗୋଟିଏ ସରକାରୀ ନଥିପତ୍ରରେ ଲିପିବଦ୍ଧ ନେହେରୁଙ୍କ ବିବୃତି ଅନୁସାରେ “ସୁବାଷ ବୋଷଙ୍କ ମୃତ୍ୟୁ ଖବରର ସଠିକତା ଘେନି ଆମେ ସନ୍ତୁଷ୍ଟ । ଅଧିକ କିଛି କରାଯାଇପାରିବ ନାହିଁ” । ଅପର ପକ୍ଷରେ ଆମେ ଜାଣୁ ଯେ ବୋଷଙ୍କ ଜଣେ ପୂର୍ବତନ ସହଯୋଗୀ ନିଜ ଗୁପ୍ତ ଅନୁସନ୍ଧାନ କ୍ରମେ ନେହେରୁଙ୍କୁ ଅବଗତ କରିଥିଲେ ଯେ, ବୋଷଙ୍କ ରୁଷରେ ନିରାପଦ ପଦାର୍ପଣ ଦାୟିତ୍ୱ ଜାପାନ ସରକାର ଜେନେରାଲ ଶିଦେଇଙ୍କ ଉପରେ ନ୍ୟସ୍ତ କରିଥିଲେ । ଏକଦା ଏହି ତଥାକଥିତ ବୋଷ ସହଯୋଗୀ ପରବର୍ତ୍ତୀ କାଳରେ ନେହେରୁଙ୍କ ସମର୍ଥକ ପାଲଟିଥିଲେ । ସେ ସମୟର ବିଦେଶ ସଚିବ ସୁବିମଳ ଦତ୍ତ ବୋଷଙ୍କ ଏହି ପୂର୍ବତନ ସହଯୋଗୀଙ୍କ ରେକର୍ଡ ଯାଞ୍ଚ ପରେ ହବିବୁର ରହମାନଙ୍କ ଉକ୍ତି ଉଦ୍ଧାର କଲେ ଯାହା ସେଯାଏଁ ଠାବ କରାଯାଇନଥିଲା । ସେଇ ଉକ୍ତିରେ ମଞ୍ଚୁରିଆସ୍ଥ “ଡାଇରେନଠାରେ ବିମାନରୁ ଅବତରଣ ସକାଶେ ବୋଷଙ୍କ ‘ଆଗ୍ରହ’ର ଗୁରୁତ୍ୱପୂର୍ଣ୍ଣ ଉଲ୍ଲେଖ ରହିଛି” । ଆହୁରି ମଧ୍ୟ ଉଲ୍ଲେଖ ଅଛି, ଜାପାନୀ କର୍ତ୍ତୃପକ୍ଷ ତାଙ୍କୁ(ସୁବାଷ ବୋଷ)ରୁଷଠାରେ ପ୍ରବେଶ କରାଇବା ଘେନି ତତ୍ପରତା ସମ୍ବନ୍ଧରେ । ଲିପିବଦ୍ଧ ହୋଇଥିବା ନେହେରୁଙ୍କ ସର୍ବସାଧାରଣ ଘୋଷଣା ଅନୁସାରେ ବିମାନ ଦୁର୍ଘଟଣାରେ ବୋଷଙ୍କ ମୃତ୍ୟୁ ହୋଇଯାଇଛି, ତେଣୁ ଅଧିକ ତଦନ୍ତର ଅନାବଶ୍ୟକତା ଯୋଗୁଁ କମିଶନ ଗଠନ କରିବାର ନ୍ୟାୟସଙ୍ଗତ ଯୁକ୍ତିଯୁକ୍ତତା ନାହିଁ ବୋଲି ତଥାପି କହିଚାଲିଥିଲେ । କେହି ପଦୁଟିଏ ବି କହିଲେ ନାହିଁ ଯେ ବୋଷଙ୍କ ତଥାକଥିତ ମୃତ୍ୟୁ ଖବର କପୋଳକଳ୍ପିତ ଓ ତାଙ୍କ ସୋଭିଏତ ରୁଷଠାରେ ସମ୍ଭାବିତ ଆତ୍ମଗୋପନ ଘେନି ଅନେକ ଗୁପ୍ତ ରେକର୍ଡରେ ସ୍ପଷ୍ଟ ଉଲ୍ଲେଖ ଅଛି, ତେଣୁ ସୋଭିଏତ ରୁଷକୁ ଏ ସନ୍ଦର୍ଭରେ ଯୋଗଯୋଗ କରାଯିବା ଯଥାର୍ଥ ହେବ । ୫(ଏ ପ୍ରସଙ୍ଗକୁ ସୋଭିଏତ ଶାସକଙ୍କୁ ଜଣାଇ ଦିଆଯାଇଥିଲା ବୋଲି ଦାବି କରାଯାଇଥିଲା । ବାହ୍ୟ ବ୍ୟାପାର ମନ୍ତ୍ରଣାଳୟର ଜଣେ ପୂର୍ବତନ ଅଧିକାରୀ, ରାଏ ସିଂହ ଯାଦବ ହିନ୍ଦୁସ୍ଥାନ ଟାଇମ୍‌ସକୁ ଓ ମୋତେ ମଧ୍ୟ କହିଥିଲେ ଯେ ତାଙ୍କ ସୂଚନା ଅନୁସାରେ ସେ ସମୟରେ ମସ୍କୋଠାରେ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ‘କଥାବାର୍ତାର ଉପକ୍ରମ କରିପାରିବେ ନାହିଁ ’ର ସର୍ତ୍ତ ଆଧାରରେ, ସୁବାଷ ବୋଷଙ୍କୁ ରୁଷଠାରେ ସାକ୍ଷାତ ପାଇଁ ଅନୁମତି ପ୍ରାପ୍ତ ହୋଇଥିଲେ ।)

କିନ୍ତୁ ପରିଶେଷରେ କଲିକତାସ୍ଥିତ ସିଭିଲ ସୋସାଇଟି ସଭ୍ୟଙ୍କ ଧମକ ଯୋଗୁଁ ନେହେରୁ ନିଜ ମନୋଭାବରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେଲେ । କିନ୍ତୁ ଏହି ତଥ୍ୟ ମୋଦି ସରକାରଙ୍କ ଦ୍ୱାରା ପ୍ରକାଶିତ ବିବର୍ଗୀକୃତ ଦସ୍ତାବିଜରେ ଉଲ୍ଲେଖ ନାହିଁ । ସିଭିଲ ସୋସାଇଟିର ସଭ୍ୟଗଣ ଅନ୍ତର୍ଜାତୀୟ ନ୍ୟାୟଧୀଶ ରାଧାବିନୋଦ ପାଲଙ୍କ ଅଧ୍ୟକ୍ଷତାରେ, ଜନତାଙ୍କ ଦାନ ଅର୍ଥରେ, ଏକ ବେସରକାରୀ କମିଶନ ସ୍ଥାପନ କରିବାକୁ ଧମକ ଦେଇଥିଲେ । ଶ୍ରୀଯୁକ୍ତ ପାଲଙ୍କୁ ଜାପାନରେ ଅନେକ ସମ୍ମାନ କରାଯାଏ କାରଣ ସେ ସୁଦୂର ପୂର୍ବଦେଶ ସମୁହଙ୍କ ପାଇଁ ଅନ୍ତର୍ଜାତୀୟ ସାମରିକ ନ୍ୟାୟଧିକରଣ (International Military Tribunal)ରେ ଜାପାନ ସପକ୍ଷରେ ରାୟ ଦେଇଥିଲେ । ୧୯୫୬ରେ ଆଇଏନଏର ଅଗ୍ରନାୟକ ଶାହ ନୱାଜ ଖାନ୍‌ଙ୍କ ନେତୃତ୍ୱରେ ନେହେରୁ ହଠାତ୍ ଏକ କମିଟି ଗଠନ କଲେ । ଏହି କମିଟି କେବଳ ନିଜ ରାଜନୈତିକ ପୃଷ୍ଠପୋଷକଙ୍କ ଆଭିମୁଖ୍ୟକୁ ହିଁ ଅଧିକ ବଢ଼େଇ କରି ନିଜ ଉପସ୍ଥାପନା ପେଶ୍ କଲା । ସରକାରୀ ନଥିପତ୍ର ମଧ୍ୟ କୁହେ ନାହିଁ ଯେ ଦିନେ ଶାହ ନୱାଜ, ନେତାଜୀଙ୍କ ଆଇଏନଏର ପ୍ରମୁଖ ସଦସ୍ୟ ରହିଥିବା ଓ ପରବର୍ତ୍ତୀ ସମୟରେ ଅର୍ଥାତ୍୧୯୫୬ରେ ଏକ ଅନୁରକ୍ତ କଂଗ୍ରେସ ସାଂସଦ ଓ ବିଶ୍ୱସ୍ତ ନେହେରୁ ସମର୍ଥକରେ ପରିବର୍ତ୍ତିତ ହୋଇସାରିଥିଲେ । ତଦନ୍ତକାଳରେ ତାଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଗଲା । ଶାହ ନୱାଜଙ୍କୁ “ଆଜ୍ଞାନୁବର୍ତ୍ତୀ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଗଲା” । “କ୍ୟା ଭାଇଜାନ୍, ଡେପୁଟି ମିନିଷ୍ଟରସିପ୍‌କେ ଲିଏ ଆପ୍‌ନେ ନେତାଜୀ କୋ ମାର୍ ଦିୟା…”, ନେହେରୁଙ୍କ ଜଣେ ଝିଆରୀ ଏକଦା ତାଙ୍କୁ ବିଦ୍ରୁପ କରିଥିଲେ ।

ଶାହ ନୱାଜ କମିଟିର ସଦସ୍ୟମାନଙ୍କ ମଧ୍ୟରେ ଥିଲେ ଜଣେ ସରକାରୀ ଅଧିକାରୀ ଓ ବୋଷଙ୍କ ପରିବାରକୁ ପ୍ରତିନିଧିତ୍ୱ କରୁଥିଲେ, ଶରତ ବୋଷ (ସୁବାଷ ବୋଷଙ୍କ ଜ୍ୟେଷ୍ଠ ଭ୍ରାତା ଓ ଜଣେ ଅମାୟିକ ତଥା ଅଣରାଜନୈତିକ ଚରିତ୍ର) । କିନ୍ତୁ ସେ ଦୃଢ଼ମନା ବା ନିଜକୁ ପ୍ରତିପାଦନ କରିପାରୁଥିବା ଭଳି ବ୍ୟକ୍ତିତ୍ୱ ମନେ ହେଉନଥିଲେ । ବିବର୍ଗୀକୃତ ଏକ ଦସ୍ତାବିଜ ଅନୁଯାୟୀ ପ୍ରଧାନମନ୍ତ୍ରୀ ନେହେରୁ ସରକାରୀ ତଦନ୍ତ ଦଳକୁ ସେମାନଙ୍କ ଦାୟିତ୍ୱ ବିଷୟରେ ବୁଝାଇ କହିଥିଲେ, “ତଦନ୍ତର ପ୍ରକୃତ ଉଦ୍ଧେଶ୍ୟ ହେଉଛି କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ଓ ଟୋକିଓସ୍ଥିତ ମନ୍ଦିରରେ ସଂଗୃହିତ ଦେହାବଶେଷ ପ୍ରକୃତରେ ବୋଷଙ୍କର ନା ନୁହେଁ ତାହା ନିର୍ଦ୍ଧାରଣ କରିବା । ଏହାର ଅର୍ଥ, ସରକାର ଏକ ନିଶ୍ଚିତ ଉପସଂହାରରେ ଉପନୀତ ହୋଇସାରିଥିଲେ ଯେ ବିମାନ ଦୁର୍ଘଟଣା ହିଁ ଘଟିିଥିଲା ଓ ତଦନ୍ତର ନିଶାଣ କେବଳ ଦୁର୍ଘଟଣା ହେଉ ।

ଅନ୍ୟାନ୍ୟ ଦସ୍ତାବିଜ ଅନୁସାରେ ଜାପାନ ସରକାର ୧୯୪୫ ପୂର୍ବ ଘଟଣାରେ ନିଜ ଅଙ୍ଗୀକାରବଦ୍ଧତାରୁ ଓହରି ଯାଇଥିବା ହେତୁ ଏହାର ପୁନଃ ପ୍ରର୍ଯ୍ୟବେକ୍ଷଣ ଚାହୁଁନଥିଲେ । କିନ୍ତୁ ପରବର୍ତ୍ତୀ କାଳରେ ଭାରତର ନେତାଜୀ ମୃତ୍ୟୁ ତଦନ୍ତ ପ୍ରସ୍ତାବକୁ ସର୍ତ୍ତ ମୂଳକ ଗ୍ରହଣ କରିଥିଲେ । “ବାହ୍ୟ ତଦନ୍ତ ଓ ଅନ୍ୟ ଗବେଷଣାଭିତ୍ତିକ ଆବିଷ୍କାର ଆଧାରରେ ଉତ୍ସାହିତ ହୋଇ ତଦନ୍ତର ମୂଳ ଉଦ୍ଧେଶ୍ୟରୁ ଓହରି ନଯିବା” ସେମାନେ ସର୍ତ୍ତ ଥିଲା । ଏଭଳି ଟିକିନିକି ବିବରଣୀ ଉଲ୍ଲେଖ କରିବାର ଅଭିପ୍ରାୟ ଜନତାଙ୍କୁ ପୂର୍ବରୁ ସାବଧାନ କରିବା ଯେ, ଭବିଷତ୍ୟରେ ଯଦି ଲାଲ ବାହାଦୂର ଶାସ୍ତ୍ରୀଙ୍କ ରହସ୍ୟଜନକ ଅଧ୍ୟାୟର ତଦନ୍ତ ହୁଏ, ତଦନ୍ତର ନିରପେକ୍ଷତା ସକାଶେ ଯଥେଷ୍ଟ ପ୍ରଯତ୍ନଶୀଳ ହେବା ଯଦ୍ଧ୍ୱାରା ସଂସ୍ଥାପକ ନିଜ ସ୍ୱ-ମାର୍ଗଦର୍ଶିକା ଜାରି କରି ଏହି ପ୍ରକ୍ରିୟାକୁ ପଥଭ୍ରଷ୍ଟ କରିବାର ଅପଚେଷ୍ଟା କରିବେ ନାହିଁ ।

ଶାହ ନୱାଜ୍ କମିଟି ଭାରତ ତଥା ବିଦେଶର ସର୍ବମୋଟ ୬୭ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ । ପାକିସ୍ତାନର ବରିଷ୍ଠ ସରକାରୀ କର୍ମକର୍ତ୍ତା ଭାବେ କାର୍ଯ୍ୟରତ ହବିବୁର ରହମାନ କମିଟି ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କଲେ । ବିଭାଜନ ପରେ ଭାରତକୁ ଏହା ତାଙ୍କ ପ୍ରଥମ ଓ ଶେଷ ଗସ୍ତ ଥିଲା । ବିମାନ ଦୁର୍ଘଟଣା ମତବାଦ ସପକ୍ଷରେ ସେ ଏକ ଦୀର୍ଘ ବୟାନ ଦେଲେ । ସରକାରୀ ଭାବେ ନିଜ ବୟାନ ଲିପିବଦ୍ଧ ପରେ କିନ୍ତୁ ସେ ସୁରେଶ ବୋଷଙ୍କ ଦକ୍ଷିଣ ହସ୍ତ ସୁନୀଲ କୃଷ୍ଣ ଗୁପ୍ତାଙ୍କ ସହିତ ଏକ ବାର୍ତ୍ତାଳାପ ଅବସରରେ ଅସତର୍କବଶତଃ କହିପକାଇଲେ, “ସେମାନେ ବୋଷଙ୍କୁ ମୃତ ଘୋଷଣା କରନ୍ତୁ, କିଛି ପର୍ବାୟ ନାହିଁ । ସେ ଫେରିବା ପରେ ଆମେ ଦ୍ୱିଗୁଣ ଲାଭାନ୍ୱିତ ହେବା ।”

୧୦ ଜୁଲାଇ ୧୯୬୫ରେ ନୂଆ ଦିଲ୍ଲୀଠାରେ କମିଟିର ସଭ୍ୟବୃନ୍ଦଙ୍କ ବୈଠକରେ, ସୁରେଶ ବୋଷ, ବିମାନ ଦୁର୍ଘଟଣା ବୃତ୍ତାନ୍ତ ଓ ତାଇୱାନଠାରେ ବୋଷଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ଅନେକ ଅସଙ୍ଗତି ଓ ପରସ୍ପର ବିେରାଧି ତଥ୍ୟମାନ ଉପସ୍ଥାପନ କଲେ । ପାଞ୍ଚ ଦିନ ପରେ ଔପଚାରିକ ଭାବେ ନିଜ ମତରେ ଅଟଳ ବୋଲି କମିଟିକୁ ଜଣାଇଲେ; ସେ କହିଥିଲେ, ପରିଶେଷରେ ସେ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି ଯେ କୌଣସି ବିମାନ ଦୁର୍ଘଟଣା ହିଁ ହୋଇନଥିଲା । ଶାହ ନୱାଜ୍ ତେଣୁ ସୁରେଶ ବୋଷଙ୍କୁ କହିଲେ, ଏଭଳି ସ୍ଥିତିରେ ତା’ହେଲେ ତାଙ୍କୁ ଏକ ଭିନ୍ନ ମତ ଭିତ୍ତିକ ପୃଥକ ରିପୋର୍ଟ ଲେଖିବାକୁ ହେବ । ନେତାଜୀ ତଦନ୍ତ କମିଟିର ସଭ୍ୟ ହିସାବରେ ସୁରେଶ ବୋଷ ଶେଷଥର ପାଇଁ ଶାହ ନୱାଜ୍‌ଙ୍କୁ ୧୬ ଜୁଲାଇ ୧୯୬୨ରେ ଭେଟିଥିଲେ । ଶାହ ନୱାଜ୍ ଭୃକୁଞ୍ଜନ ପୂର୍ବକ ବିରକ୍ତିକର ମୁଦ୍ରାରେ, ସୁରେଶ ବୋଷଙ୍କୁ କମିଟିର ସଭ୍ୟପଦରୁ ନିଷ୍କୃତି ନେବା ପାଇଁ କହିଥିଲେ । ସୁରେଶଙ୍କୁ ସେ(spoilsport) ବା କାମ ବିଗାଡ଼ି ଦେଇଥିବା ଭଳି ଦେଖାଉଥିଲେ । ସୁରେଶ ମଧ୍ୟ ସରକାରୀ ଅଫିସରଙ୍କ ଆଚରଣରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ତାଙ୍କୁ ଅପମାନିତ କରାଯାଇଥିଲା ଓ ଦିଲ୍ଲୀ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା ବୋଲି ସେ କହିଥିଲେ । ନିଜ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ତାଙ୍କୁ ଘଟଣା ସଂକ୍ରାନ୍ତୀୟ କାଗଜାଦି ମଧ୍ୟ ଯୋଗାଇ ଦିଆଯାଇନଥିଲା ।

୨୯ ଜୁଲାଇରେ ଶାହ ନୱାଜ୍ ସୁରେଶ ବୋଷଙ୍କୁ ଯୋଗାଯୋଗ କରି ଦୁଇଦିନ ମଧ୍ୟରେ ନିଜ ଭିନ୍ନ ମତ ପ୍ରର୍ଯ୍ୟବେସିତ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଏଭଳି ଚାପ ପଛରେ ସରକାରୀ କଳର ପ୍ରଛନ୍ନ ଇଙ୍ଗିତ ଥିବା ସୁରେଶ ବୋଷ ଜାଣିପାରିଥିଲେ । କିଛି ଦିନ ପରେ ଶାହଙ୍କ ତଦନ୍ତ ନିର୍ଣ୍ଣୟ ଅବଧାରଣାର ସରକାରୀ ପ୍ରକାଶନ ପୂର୍ବରୁ କଲିକତାର ଏକ ସମ୍ବାଦପତ୍ରରେ ପ୍ରଘଟ ହୋଇଗଲା । ତତ୍‌କ୍ଷଣାତ୍ ସୁରେଶ ବୋଷ, ଶାହ ନୱାଜ୍‌ଙ୍କୁ ଏକ ପତ୍ର ପ୍ରେରଣ କଲେ ଓ ଏହାର ଏକ ନକଲ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ । ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ୧୩ ଅଗଷ୍ଟରେ ପ୍ରେରିତ ଉତ୍ତର ତାଙ୍କୁ ସାନ୍ତ୍ୱନା ଦେଇପାରିନଥିଲା । ନେହେରୁଙ୍କ ଅନୁସାରେ ଖବରକାଗଜରେ ପ୍ରଘଟ ରିପୋର୍ଟ କେବଳ ସମ୍ବାଦଦାତାଙ୍କ ବିଚକ୍ଷଣ ଅନୁମାନ ବା ଆମ କାର୍ଯ୍ୟାଳୟର କୌଣସି କିରାଣୀ ଶ୍ରେଣୀୟ କର୍ମଚାରୀର କର୍ମ ହୋଇଥାଇପାରେ । କ୍ରୋଧିତ ସୁରେଶ ଉତ୍ତରରେ ଲେଖିଲେ, “ଯେବେ ସଭାପତି, ଘଟଣା ସଂକ୍ରାନ୍ତୀୟ କାଗଜାଦି ଯୋଗାଇବାର ମୋ ଅନୁରୋଧକୁ ଉପେକ୍ଷା କଲେ, ମୁଁ ସନ୍ଦେହ କଲି, ଉପରିସ୍ଥଙ୍କ ପ୍ରରୋଚନା ବିନା ଜଣେ ସହକର୍ମୀର ନ୍ୟାୟୋଚିତ ଦାବିର ଏଭଳି ପ୍ରତ୍ୟାଖ୍ୟାନ ତାଙ୍କ ପକ୍ଷେ ଅସମ୍ଭବ । ମୋ ମତର ଦୃଢ଼ତା ସମ୍ପର୍କରେ ମୁଁ ଆଉ ସନ୍ଦୀହାନ ନଥିଲି” ।

ସୁରେଶଙ୍କ ମତକୁ ଚାପିଦେବା ପାଇଁ ନେହେରୁ ‘ଚକ୍ରାନ୍ତ କରୁଛନ୍ତି’ର ଆରୋପ/ ଦୋଷାରୋପକୁ ପ୍ରଶମିତ କରିବାକୁ ନେହେରୁ କିଛି କରିନଥିଲେ । କିଛି ଦିନ ଉପରାନ୍ତ ଭିନ୍ନ ଚାଲ ଅବଲମ୍ବନରେ ସୁବାଷ ବୋଷଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଡଃ.ବିସି ରାଏ ବୋଷଙ୍କ ଜଣେ ଭଣଜାଙ୍କୁ ଯୋଗାଯୋଗ କରି ଏକ ପ୍ରସ୍ତାବ ଦେଲେ । ଶାହ ନୱାଜ୍‌ଙ୍କ ରିପୋର୍ଟରେ ସ୍ୱାକ୍ଷର ପାଇଁ ସୁରେଶଙ୍କୁ ରାଜି କରାଇନେବାକୁ ତାଙ୍କୁ(ବୋଷଙ୍କ ଭଣଜାଙ୍କୁ) ଆର୍ଥିକ ପ୍ରଲୋଭନ ଦିଆଯାଇଥିଲା । ଏହି ପ୍ରୟାସ ସଫଳ ନହେବାରୁ ରାଏ, ସୁରେଶ ବୋଷଙ୍କୁ ପ୍ରତ୍ୟକ୍ଷ ଭାବେ ପଶ୍ଚିମ ବଙ୍ଗର ରାଜ୍ୟପାଳ ପଦର ପ୍ରସ୍ତାବ ଦେଲେ । ସରକାରଙ୍କ ମନୋବୃତ୍ତିରେ ଏଭଳି ପରିବର୍ତ୍ତନ ପ୍ରମାଣିତ କରାଯାଇପାରିବ ନାହିଁ, ଠିକ୍ ଯେମିତି ପରିବାର ସୁରକ୍ଷା ନିମନ୍ତେ ଲଲିତା ଶାସ୍ତ୍ରୀଙ୍କୁ ନୀରବ ରହିବାକୁ ପ୍ରବର୍ତ୍ତାଇବା ଆଜି କେହି ପ୍ରମାଣିତ କରିପାରିବେ ନାହିଁ । କିନ୍ତୁ ଶାହ ନୱାଜ୍ ତଦନ୍ତ କମିଟିର ଏକ ଲଜ୍ଜାଜନକ ଅଧ୍ୟାୟକୁ ସରକାରୀ ନଥିପତ୍ର ମାଧ୍ୟମରେ ପ୍ରମାଣିତ କରାଯାଇପାରିବ: ନେହେରୁ ସରକାର ତଥ୍ୟ ହେରଫେର କରିଥିଲେ,ଯଦ୍ଧ୍ୱାରା ସରକାରଙ୍କୁ ସୁହାଇଲା ଭଳି ତଥ୍ୟ ଯୋଗାଡ଼ କରାଯାଇପାରିବ ।

ତାଇପେଇରେ ଚିହ୍ନିତ ଦୁର୍ଘଟଣାସ୍ଥଳ ତଦନ୍ତ କରିବାକୁ ଶାହ ନୱାଜ୍‌ଙ୍କ ତଦନ୍ତ କମିଟି ନିକଟରେ ଦାବି କରାଯାଇଥିଲା । କିନ୍ତୁ ଭାରତର ତାଇୱାନ ସହିତ କୁଟନୈତିକ ସମ୍ବନ୍ଧ ନଥିବାରୁ ବ୍ରିଟେନକୁ ଏ ବାବଦରେ ଅନୁରୋଧ କରାଗଲା କାରଣ ସେମାନଙ୍କର ସେଠାରେ ଦୂତାବାସ ଥିଲା । ବ୍ରିଟିଶ ଦୂତାବାସ ବୋଷଙ୍କ ମୃତ୍ୟୁ ଘେନି କୌଣସି ନିଶ୍ଚିତ ପ୍ରମାଣ ପାଇଲେ ନାହିଁ । ବୋଷଙ୍କ ମୃତ୍ୟୁ ସମ୍ବନ୍ଧୀୟ ପୁରୁଣା ଜାପାନୀ ରେକର୍ଡଟି ଶେଷରେ ଏକ ଜାପାନୀ ସୈନିକର ବୋଲି ଜଣାଗଲା । ମୃତ୍ୟୁ ଘଟଣା ବିବାଦ ଅସ୍ପଷ୍ଟ ବୋଲି ଉଲ୍ଲେଖ କରିଥିବା ଆମେରିକାର ରେକର୍ଡ ଭଳି ବ୍ରିଟିଶଙ୍କଠୁ ପ୍ରାପ୍ତ ବିବରଣ ମଧ୍ୟ ଭାରତ ସରକାର ଚପାଇ ଦେଲେ ।

୩ ଅଗଷ୍ଟ ୧୯୫୬ରେ ଶାହ ନୱାଜ୍ ରିପୋର୍ଟ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ପ୍ରଦାନ କରାଗଲା । ରିପୋର୍ଟର ଚୂଡ଼ାନ୍ତ ନିଷ୍କର୍ଯ ଥିଲା ଯେ, “ବୋଷଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ଓ ରେନ୍‌କୋଜୀ ମନ୍ଦିରରେ ଥିବା ଅସ୍ଥି ପ୍ରକୃତରେ ବୋଷଙ୍କର” । ୯ ସେପ୍ଟେମ୍ବର ୧୯୫୬ରେ କେନ୍ଦ୍ରୀୟ କ୍ୟାବିନେଟ ସଂଖ୍ୟା ଗରିଷ୍ଠ /ବହୁମତକୁ ମଞ୍ଜୁରୀ ଦେଲେ । ସରକାରୀ ନଥିପତ୍ର ଅନୁଯାୟୀ ଚିତାଭସ୍ମକୁ ଭାରତ ଅଣାଯିବାର ନିର୍ଣ୍ଣୟ ଭବିଷ୍ୟତ ଆକଳନ ଉପରେ ନିର୍ଭର କରେ । ଶାହ ନୱାଜ୍ ରିପୋର୍ଟରେ ସରକାରଙ୍କ ସଂପୂର୍ଣ୍ଣ ବିଶ୍ୱାସ ନଥିବା ଏଥିରୁ ପ୍ରମାଣିତ ହୁଏ । ୧୧ ସେପ୍ଟେମ୍ବରରେ ଆଶ୍ୱସ୍ତ ନେହେରୁ ସଂସଦରେ ଉକ୍ତ ରିପୋର୍ଟଟି ଉପସ୍ଥାପନ କଲେ । ତହିଁ ପରଦିନ ବିଶ୍ୱର ଅନେକ ଖବରକାଗଜ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ସ୍ପଷ୍ଟ ଭାବେ ଛାପିଥିଲେ । ‘ଦ ହିନ୍ଦୁ’ର ପ୍ରମୁଖ ନିବନ୍ଧ ଥିଲା: ନେତାଜୀଙ୍କ ମୃତ୍ୟୁ ପ୍ରମାଣିତ: ଅନେକ ପ୍ରମାଣ ପ୍ରାପ୍ତ ହେଲା । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ କୌଶଳପୂର୍ବକ କିଛି ଅସନ୍ତୁଷ୍ଟ ସାଂସଦବର୍ଗଙ୍କ ପ୍ରଶ୍ନକୁ ଏଡ଼ାଇ ଗଲେ । ନେହେରୁ କହିଲେ ଯେ ରିପୋର୍ଟରେ ଉପଲବ୍ଧ ପ୍ରମାଣ ଯଥେଷ୍ଟ ଓ କୌଣସି ଯୁକ୍ତିଯୁକ୍ତ ବିଚାର ସମ୍ପନ୍ନ ବ୍ୟକ୍ତି ଏହାକୁ ପଠନ କଲେ ଅନ୍ୟଥା କୌଣସି ଧାରଣା କରିପାରିବ ନାହିଁ । କିନ୍ତୁ ଅସଙ୍ଗତ ଚିନ୍ତାଧାରା ସଂକ୍ରମିତ ବ୍ୟକ୍ତି ସହିତ ଯୁକ୍ତି କରିବା କଷ୍ଟକର ।

କିନ୍ତୁ କମିଟିର ରିପୋର୍ଟ ବି ବିବାଦ ଘେରକୁ ଆସିଗଲା । ତାଇପେଇରେ ଘଟଣାସ୍ଥଳ ପରିଦର୍ଶନ ଭିତ୍ତିକ ଅନୁସନ୍ଧାନ କରିବାକୁ କମିଟିକୁ ଅନୁମତି ନଦେବା ଘେନି ସରକାରଙ୍କୁ ସମାଲୋଚନା କରାଗଲା । ସୁରେଶ ବୋଷ କମିଟି ତ୍ୟାଗ କଲେ; ରେକଡର଼୍ରେ ତାଙ୍କୁ ବାଧ୍ୟ କରି ସ୍ୱାକ୍ଷର ନିଆଯାଇଛି ବୋଲି ନେହେରୁ ସରକାରଙ୍କୁ ଦୋଷାରୋପ କଲେ । ସ୍ୱୟଂ ଶାହ ନୱାଜ୍ ପ୍ରମାଣକୁ ହେରଫେର୍‌ କରିଥିବା ଘେନି ସଙ୍ଗୀନ ଆରୋପ କରି ସୁରେଶ ବୋଷ କହିଲେ, “ବୋଷଙ୍କ ତାଇପେଇଠାରେ ମୃତ୍ୟୁ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ବୟାନକୁ ପ୍ରମାଣିତ କରିବା ଭଳି ତଥ୍ୟ ଉପସ୍ଥାପନା କରାଯାଇଛି” । ବିଦ୍ରୋହୀ ପରିବାରରେ ଜନ୍ମିତ ସୁନୀଲ କୁମାର ଗୁପ୍ତାଙ୍କୁ ଗୋପନୀୟ ଭାବେ ପ୍ରାପ୍ତ ରେକଡର଼୍ ସାହାଯ୍ୟରେ, ସୁରେଶ ବୋଷ ତାଙ୍କ ଭିନ୍ନମତ ପ୍ରଖ୍ୟାପନ ରିପୋର୍ଟ ପ୍ରସ୍ତୁତ କଲେ । ସେ ଲେଖିଥିଲେ କମିଟିର ସଭ୍ୟ ହିସାବରେ ସେ ପ୍ରାପ୍ତ କରିଥିବା ପ୍ରମାଣ ଅନୁସାରେ ସୁବାଷ ବୋଷ ରୁଷ ପଳାୟନ କରିଛନ୍ତି । ତାଙ୍କ ମତନୁସାରେ ଏକ ଆତ୍ମମର୍ଯ୍ୟାଦା ସମ୍ପନ୍ନ ସଂସ୍କାରି ରାଷ୍ଟ୍ର ଭଳି ଜାପାନ, ମୃତ୍ୟୁର ଜାଲ ଖବର ପ୍ରସାରଣ କରି, ନିଜ ସହଯୋଗୀ ମିତ୍ରଙ୍କ ସଫଳତା ପୂର୍ବକ ପଳାୟନରେ ସାହାଯ୍ୟ କରି, ବୋଷଙ୍କୁ ଯୁଦ୍ଧବନ୍ଦୀ ଭଳି ଗିରଫ ହେବାରୁ ରକ୍ଷା କଲା ।

ଯାହା ଦେଖାଗଲା, ସୁରେଶ ବୋଷଙ୍କ ନିର୍ଯ୍ୟାସ ନୁହେଁ ବରଂ ସରକାରଙ୍କ ନିଷ୍କର୍ଯ ହିଁ ଚୂଡ଼ାନ୍ତ ହେଲା । ପ୍ରସଙ୍ଗଟିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଲା । କିନ୍ତୁ ୧୯୬୦ ଦଶକରେ ଅନେକ କାରଣ ଯୋଗୁଁ ବିଷୟଟି ବିଭିନ୍ନ ମାଧ୍ୟମର ଶୀର୍ଷ ଖବର ପାଲଟିଗଲା । ତାଇୱାନ୍‌ ଗସ୍ତରେ ଯାଇଥିବା କିଛି ପ୍ରମୁଖ ସାଂସଦଙ୍କୁ ସେଠାକାର ଉଚ୍ଚସ୍ତରୀୟ କର୍ମକର୍ତ୍ତା, ସୁବାଷ ବୋଷଙ୍କ ମୃତ୍ୟୁ ସମ୍ବନ୍ଧିତ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇନଥିଲା ସୂଚନା ଦେଇଥିବା ଆଧାରରେ ବୋଷଙ୍କ ପ୍ରସଙ୍ଗ ସଂସଦରେ ପୁନଃ ଆଲୋଚିତ ହେଲା । ସବୁଠାରୁ ପ୍ରଭାବଶାଳୀ ଥିଲା ପୂର୍ବତନ ବିଦେଶ କାର୍ଯ୍ୟକର୍ତ୍ତା ଓ ସାଂସଦ ସତ୍ୟନାରାୟଣ ସିହ୍ନାଙ୍କ ପ୍ରଦତ୍ତ ବିବରଣୀ । ସେ ଦାବି କଲେ ତାଇୱାନ ଓ ସୋଭିଏତ ରୁଷରେ ତାଙ୍କ ସୂତ୍ର ଅନୁଯାୟୀ କୌଣସି ବିମାନ ଦୁର୍ଘଟଣା ହୋଇନଥିଲା ଓ ନେତାଜୀଙ୍କୁ ଏକ ବନ୍ଦୀ ଭାବେ ସାଇବେରିଆ ଜେଲରେ ରଖାଯାଇଥିଲା । ଏକ କମିଶନଙ୍କ ଦ୍ୱାରା ସଦ୍ୟ ତଦନ୍ତ ଦାବିକୁ ଇନ୍ଦିରା ସରକାର ନିର୍ବାପିତ କରିବାକୁ ଯତ୍ପରୋନାସ୍ତି ଚେଷ୍ଟା କଲେ । କିନ୍ତୁ ଜନତାଙ୍କ ଦାବି ଯୋଗୁଁ ଏହାକୁ ଆଉ ଅଣଦେଖା କରିପାରିଲେନି । ଏହି ପରିପ୍ରେକ୍ଷୀରେ ପ୍ରସଙ୍ଗକୁ ପୁନଃତଦନ୍ତ ପରିସରକୁ ଆଣିବାରେ ବିରୋଧିଙ୍କ ଦାବିର ମୁଖ୍ୟ ପୁରୋଧା ଥିଲେ ସମୀର ସିହ୍ନା, ଜଣେ ପୂର୍ବତନ ସ୍ୱାଧିନତା ସଂଗ୍ରାମୀ ଓ ସାଂସଦ ।

ଫଳସ୍ୱରୁପ ୧୧ ଜୁଲାଇ ୧୯୭୦ରେ ଏକ ସଦସ୍ୟ ବିଶିଷ୍ଟ କମିଶନ ପ୍ରତିଷ୍ଠା ସକାଶେ ନିର୍ଦ୍ଧେଶନାମା ଜାରି ହେଲା । ନ’ମାସ ପରେ ପଞ୍ଜାବ ଉଚ୍ଚ ନ୍ୟାୟଳୟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ କିନ୍ତୁ ଜଣେ ବିବାଦସ୍ପଦ ବ୍ୟକ୍ତି ଜି.ଡ଼ି. ଖୋସ୍ଲା କମିଶନର ଅଧ୍ୟକ୍ଷ ଦାୟିତ୍ୱରେ ଅବସ୍ଥାପିତ ହେଲେ । ଖୋସ୍ଲା ଜଣେ ପ୍ରତିଷ୍ଠିତ ଲେଖକ ତଥା ଖବର ସୃଷ୍ଟିକାରୀ ବ୍ୟକ୍ତିତ୍ୱ । ମହାତ୍ମା ଗାନ୍ଧୀଙ୍କ ହତ୍ୟା ପ୍ରସଙ୍ଗରେ ଦଣ୍ଡାଦେଶ ଶୁଣାଇଥିବା ବିଚାରପତି ଭାବେ ତାଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇସାରିଥିଲା । ୧୯୪୯ରେ ଲାହୋରରୁ ସିମଲା ଫେରିିବା ପରେ ତାଙ୍କୁ ଭାରତ ବିଭାଜନ ପରର ସାଂପ୍ରଦାୟିକ ଦଙ୍ଗାର ‘ତଥ୍ୟ ନିରୂପଣ ସଂସ୍ଥା’ର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବାକୁ କୁହାଗଲା । ଏ ବିଷୟରେ ସେ ସ୍ୱରଚିତ ପ୍ରଥମ ପୁସ୍ତକରେ କହିସାରିଛନ୍ତି । ଆଧୁନିକ ଭାରତର ସେହି କଳା ପର୍ଯ୍ୟାୟ ପର୍ଯ୍ୟବେସିତ ପୁସ୍ତକଟି ରଚନା ଶୈଳୀ ଓ ଜୀବନ୍ତ ବର୍ଣ୍ଣନା ପାଇଁ ବହୁଳ ଆଦୃତ । କିନ୍ତୁ ଖୁସୱନ୍ତ ସିଂହଙ୍କ ଅନୁସାରେ ଖୋସଲା ମୁସଲମାନଙ୍କ ବିପକ୍ଷରେ ହିନ୍ଦୁ-ଶିଖ ପ୍ରତିଶୋଧକମୂଳକ ହିଂସାକୁ ‘ବୈଧ’ କହିଥିଲେ । “ନିଜ ମନରେ ସେ ଏତେ କ୍ରୋଧ ସଞ୍ଚିଛନ୍ତି ବୋଲି ମୋର ଆଦୌ ଧାରଣା ଥିଲା ।” ‘ଦ ଟେଲିଗ୍ରାଫ’ ୨୫ ଜୁନ ୨୦୧୧ର ସଂସ୍କରଣରେ ଖୁସୱନ୍ତ ସିଂହ ନିଜ ବନ୍ଧୁଙ୍କ ବ୍ୟକ୍ତିତ୍ୱର ଏହି ନକରାତ୍ମକ ଦିଗ ବିଷୟରେ ବଖାଣିବାକୁ ଯାଇ ଏହା କହିଛନ୍ତି ।

୧୯୨୦ର ପ୍ରଥମାର୍ଦ୍ଧରେ ଖୋସଲା ଲଣ୍ଡନଠାରେ ସୁବାଷ ବୋଷଙ୍କୁ ଭେଟିଥିଲେ । ଥରେ ସେ ସୁବାଷ ବୋଷଙ୍କୁ ଆଇସିଏସ ଛାଡ଼ିବାକୁ ଆଗ୍ରହୀ ବୋଲି କିଛି ଭାରତୀୟ ଛାତ୍ରଙ୍କୁ କହୁଥିବାର ଶୁଣିଲେ । ଖୋସଲାଙ୍କ ଭାଷାରେ ବୋଷ ତାଙ୍କୁ ଅବମାନନା ସୂଚକ ଦୃଷ୍ଟିରେ ଅନେଇଥିଲେ । ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ଉଦ୍ଧେଶ୍ୟରେ ପରୋକ୍ଷରେ ତାଙ୍କୁ ହିଁ ଏହା କୁହାଯାଉଛି ବୋଲି ସେ ଭାବିଥିଲେ । ଖୋସଲାଙ୍କ ଅନୁସାରେ ଇଂରେଜଙ୍କ ସ୍ଥାନରେ ଭାରତୀୟଙ୍କ ଆଇସିଏସ ପଦରେ ନିଯୁକ୍ତି କିଛି ମନ୍ଦ ନୁହେଁ । ୨୦୦୧ ‘ଟ୍ରିବ୍ୟୁନ’ରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଥିଲେ ବୋଷଙ୍କ ସହିତ ଏଭଳି ଅନୁଭୂତି ଖୋସଲାଙ୍କ ହୃଦୟରେ ତିକ୍ତତା ଭରିଦେଇଥିବ । ଏବଂ ସେହି ତିକ୍ତତା ଏତେ ବର୍ଷ ପରେ ମଧ୍ୟ ଜୀବିତ ଥିଲା ।

୧୯୭୩ରେ ଖୋସଲାଙ୍କ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ କମିଶନର ପ୍ରକ୍ରିୟାକୁ ନିକଟରୁ ପର୍ଯ୍ୟବେକ୍ଷଣ କରୁଥିବା କେତେକ ବ୍ୟକ୍ତିବିଶେଷ ସେ ନିରପେକ୍ଷ ନୁହଁନ୍ତି ବୋଲି ସ୍ପଷ୍ଟ ଅନୁମାନ କରିନେଇଥିଲେ । ଉଦାହରଣ ସ୍ୱରୂପ ତାଇୱାନରେ ତଦନ୍ତ କରିବାକୁ ଏଥର ବି ସରକାର ଚାହିଁନଥିଲେ । କିନ୍ତୁ ବିରୋଧି ସାଂସଦ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରୁ ସରକାର ଖୋସଲାଙ୍କୁ ଗୁପ୍ତ ଉପଦେଶମୂଳକ ସର୍ତ୍ତରେ ତାଇୱାନ ଯିବାକୁ ଅନୁମତି ଦେଲେ । ଜୁଲାଇ ୧୯୭୩ରେ ଜି.ଡ଼ି. ଖୋସଲା ତାଇୱାନରେ ପହଞ୍ଚିଲେ । ତାଙ୍କ ଅପେକ୍ଷାରେ ଥିଲେ ସମର ଗୁହା ଓ ସୁନିଲ କୃଷ୍ଣ କ୍ରିଷ୍ଣା । ଗୁହା ଖୋସଲାଙ୍କୁ ଆଗ୍ରହ କଲେ ଯେ ସେ ତାଇୱାନ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରନ୍ତୁ, କିନ୍ତୁ ଏପରି କିଛି ନ କରିବାକୁ ନିଦ୍ଧେର୍ଶ ଅଛି ବୋଲି ସେ ସୂଚିତ ହେଲେ । “ତାହେଲେ, ଏଠାକୁ ଆସିଲ କାହିଁକି? ଦିଲ୍ଲୀରେ ଏହା କହିଲନି କାହିଁକି?”, ଗୁହା ଉଚ୍ଚସ୍ୱରରେ କହିଲେ ।

“୨୭ ବର୍ଷ ପରେ କାହିଁକି ତୁମେମାନେ ତାଇୱାନ ଆସିଛ?” ଲୋକେ ଗୁହା ଓ ଗୁପ୍ତାଙ୍କୁ ପ୍ରଶ୍ନ କଲେ । ଯେନେତେନେ ପ୍ରକାରଣେ ତାଇୱାନ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ପ୍ରାପ୍ତ କରି ସେମାନେ ଅବ୍ୟବହୃତ ବିମାନ ବନ୍ଦରଟି ପରୀକ୍ଷଣ କଲେ ଯେଉଁଠାରୁ ତଥାକଥିତ ଜାପାନୀ ବିମାନ ଉଢ଼ାଣ ଭରିଥିଲା ଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଖୋସଲାଙ୍କୁ ସେଠାକୁ ଯିବାକୁ ବରବର୍ତ୍ତାଇବା ବହୁତ କାଠିକର ପାଠ ଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ପରେ ଖୋସଲାଙ୍କ ନାଟକ ଆରମ୍ଭ ହୋଇଗଲା । ସେ କାରରୁ ଓହ୍ଳାଇବାକୁ ମଧ୍ୟ କୁଣ୍ଠିତ ଥିଲେ, ପୁଣି ଯେବେ ଓହ୍ଲାଇଲେ, ବାହୁଦ୍ୱୟ ଛାତିରେ ଛନ୍ଦି ଆକାଶକୁ ଅନେଇ ରହିଲେ । ଏହା ନକରାତ୍ମକତାର ଲକ୍ଷ୍ମଣ ଥିଲା ।

ଘଟଣାସ୍ଥଳର ଭୂମି ଗଠନ ଓ ବୋଷଙ୍କ ମୃତ୍ୟୁ ପ୍ରମାଣ ସ୍ୱରୂପ ଜାପାନୀଙ୍କ ଦ୍ୱାରା ପ୍ରଦତ୍ତ ଫଟୋରେ ବିମାନର ଭଗ୍ନାଂଶ ପଡ଼ିଥିବା ଭୂମି ଓ ବର୍ତ୍ତମାନ ସେମାନେ ପରିଦର୍ଶନ କରୁଥିବା ସ୍ଥଳରେ ଅନେକ ତାରତମ୍ୟ ଥିବା ଲକ୍ଷ୍ୟ କରି ଗୁହା ଖୋସ୍ଲାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କଲେ । ଫଟୋଚିତ୍ର ଅନୁସାରେ ଭଗ୍ନାଂଶ ଏକ ପାହାଡ଼ ପାଦଦେଶରେ ଦେଖାଯାଇଥିଲା । କିନ୍ତୁ କିଛି ଜୀବିତଯାତ୍ରୀଙ୍କ ବୟାନ ଓ ଜାପାନୀ ବିଦେଶ କାର୍ଯ୍ୟାଳୟ ପ୍ରଦତ୍ତ ଗୋପନୀୟ ରେଖାଙ୍କିତ ମାନଚିତ୍ର ଅନୁସାରେ ବିମାନଟି ରନ୍ୱେ ନିକଟବର୍ତ୍ତୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କୁହାଯାଉଛି କିନ୍ତୁ ଗୁହା ଓ ଅନ୍ୟମାନଙ୍କ ନିରୀକ୍ଷଣ ଅନୁସାରେ ପାହାଡ଼, ରନ୍ୱେଠାରୁ ଅନେକ ମାଇଲ ଦୂରରେ ଅବସ୍ଥିତ; ହୋଇପାରେ ଯେ ଜାପାନୀମାନେ ଅନ୍ୟ କୌଣସି ବିମାନର ଧ୍ୱଂସାବଶେଷର ଚିତ୍ର ଉତ୍ତୋଳନ କରି ମିଳିତ ରାଷ୍ଟଙ୍କୁ ଭ୍ରମିତ କରିବା ଉଦ୍ଧେଶ୍ୟରେ ଦେଇଥିଲେ । ଗୁହା ଖୋସ୍ଲାଙ୍କ ଉଦ୍ଧେଶ୍ୟରେ କହିଉଠିଥିଲେ, “ସେ ଫଟୋଚିତ୍ରକୁ ଦେଖନ୍ତୁ, ପଶ୍ଚାଦ୍ରେ ପାହାଡ଼କୁ ଦେଖନ୍ତୁ…ଖାପ୍ ଖାଉନି…ଏହି ଫଟୋଚିତ୍ର ମିଥ୍ୟା…” ଖୋସ୍ଲା ଏହା ଶୁଣି କ୍ରୋଧରେ ଜଳିଉଠିଲେ ଯେମିତି: “ମୋର ଫଟୋଚିତ୍ର ସହିତ କ’ଣ କାମ ?”

ସ୍ୱଦେଶ ଫେରିବା ପରେ ଗୁହା ଇନ୍ଦିରା ଗାନ୍ଧୀଙ୍କୁ ଭେଟି ଖୋସଲାଙ୍କ ବ୍ୟବହାରକୁ ନେଇ ଆପତ୍ତି ଉଠାଇଲେ । ସୁନିଲ ଗୁପ୍ତା ତ ଚୁପଚାପ୍ ଉତ୍ତର ପ୍ରଦେଶର କୌଣସି ଅଜ୍ଞାତ ସ୍ଥାନକୁ ପଳାଇଲେ, ଏକ ସନ୍ୟାସୀଙ୍କ ଭେଟିବା ପାଇଁ ଯାହାଙ୍କୁ ତାଙ୍କ ଅନୁଗାମୀମାନେ ‘ଭଗବାନଜୀ’ ବୋଲି ସମ୍ବୋଧନ କରୁଥିଲେ । ସୁରେଶ ବୋଷଙ୍କଠାରୁ ସୂଚନା ପ୍ରାପ୍ତ ହୋଇ କିଛି ବର୍ଷ ପୂର୍ବରୁ ହିଁ ଗୁପ୍ତା ଏହି ସନ୍ୟାସୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ରହସ୍ୟଜନକ ଭଗବାନଜୀ ସର୍ବସାଧାରଣଙ୍କ ସାମ୍ନାକୁ ଆସୁନଥିଲେ ସିନା କିନ୍ତୁ କମିଶନଙ୍କ କାର୍ଯ୍ୟକଳାପର ଅଗ୍ରଗତି ସଂପର୍କରେ ଟିକିନିକି ବିବରଣୀ ତଥା ସୁବାଷ ବୋଷଙ୍କ ସମ୍ବନ୍ଧିତ ସମସ୍ତ ଖବର ଉପରେ ତୀକ୍ଷ୍ମ ନଜର ରଖୁଥିଲେ । ପରେ ଏହି ସନ୍ୟାସୀ ‘ଗୁମନାମ ବାବା’ ନାମରେ ସମ୍ବୋଦିତ ହେଇଥିଲେ । ଇନ୍ଦିରା ଗାନ୍ଧୀ ଯାହା କହିବେ ଖୋସଲା ସେୟା ହିଁ ରେକର୍ଡଭୁକ୍ତ କରାଇବେ ଓ ଏହା ଅନ୍ୟ ଏକ ‘ଉପରିସ୍ତ ଆଦେଶ ଅନୁରୂପ କାର୍ଯ୍ୟ ସଂମ୍ପାଦନ’(command performance)ର ଉଦାହରଣ ।

ଜୁନ ୧୯୭୪ରେ ଖୋସଲା, ସୁବାଷ ବୋଷ ସମ୍ବନ୍ଧିତ ତାଙ୍କ ରିପୋର୍ଟ ତଥା ରାଜନୈତିକ ଦଲିଲ ପ୍ରଦାନ କଲେ । ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆଦର୍ଶବାଦୀ ନେତ୍ରୀର ଆଖ୍ୟା ଦେଇ ତାଙ୍କ ଜୀବନୀ ରଚନା କରିଥିଲେ । ଏହାଛଡ଼ା କମିଶନର ଅଧ୍ୟକ୍ଷ ଭାବେ ସ୍ୱ-ଅନୁଭୂତି ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ତଦନ୍ତ ରିପୋର୍ଟ ଆଧାରରେ ଏକ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା । ପୁସ୍ତକରେ ଖୋସଲା ବୋଷଙ୍କୁ ଜାପାନର ‘ଖେଳନା’ କହିଥିବାରୁ ଏଥିରେ ଉତକ୍ଷିପ୍ତ ହୋଇଥିଲେ ନେତାଜୀ ପ୍ରସଶଂକ । ଏଥିପାଇଁ ବୋଷଙ୍କ ଭଣଜା ଦ୍ୱିଜେନ୍ଦ୍ରନାଥ ବୋଷ ଖୋସଲାଙ୍କ ବିରୁଦ୍ଧରେ ମକଦ୍ଧମା ଦାୟର କଲେ ।

ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଖୋସ୍ଲା ଆତ୍ମଗୋପନ କଲେ । ପରିଶେଷରେ ୧ ଏପ୍ରିଲ ୧୯୭୮ରେ ପଞ୍ଜାବ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିି ଶ୍ରୀ ଖୋସଲା, କଲିକତାର ଏକ ମାଜିଷ୍ଟ୍ରେଟ କୋର୍ଟରେ ନିଜ ଦୋଷ ସ୍ୱୀକାର କଲେ । ନିଜ ଦ୍ୱାରା ସୃଷ୍ଟ ଏହି ଅପ୍ରୀତିକର ଅବସ୍ଥାରୁ ସେ ନିଜେ ହିଁ ନିସର୍ତ୍ତ କ୍ଷମା ଯାଚନାପୂର୍ବକ ନିଷ୍କୃତି ପାଇଲେ । ସେ ମଧ୍ୟ ବୋଷଙ୍କୁ ‘ଆମ ମାତୃଭୂମିର ତ୍ରାଣକର୍ତ୍ତା’ଭାବେ ସ୍ୱୀକାର କଲେ ।

ଏଥି ମଧ୍ୟରେ ଖୋସଲାଙ୍କ ରିପୋର୍ଟ ସାଂସଦରେ ଉପସ୍ଥାପିତ ହୋଇ ବିନା କୌଣସି ବିର୍ତକରେ, ପାରିତ ହୋଇଗଲା କାରଣ ସେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସମସ୍ତ ବିପକ୍ଷ ସାଂସଦ କାରାବାସରେ ଥିଲେ ।

୧୯୯୦ ଦଶକର ମଧ୍ୟବର୍ତ୍ତୀ କାଳରେ, କଲିକତାର ଯାଦବପୁରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ପୂରବୀ ରଏଙ୍କ ସକ୍ରିୟତା ହେତୁ ବୋଷ ରହସ୍ୟରେ ଅଭିରୁଚି ପୁନଃଉଜ୍ଜିବୀତ ହୋଇଥିଲା ।

୧୯୯୧ରେ ସୋଭିଏତ ରୁଷର ପତନ ପରେ, ପ୍ରାଞ୍ଜଳ ଭାବେ ରୁଷୀୟ ଭାଷା କହିପାରୁଥିବା ରଏ, ରୁଷ ଗସ୍ତ କରିଥିଲେ । ସେଠାରେ କିଛି ଶିକ୍ଷାବିତ୍ ଓ ପୂର୍ବତନ ସୁରକ୍ଷା ଅଧିକାରୀଗଣଙ୍କ ସୌଜନ୍ୟରୁ, ୧୯୪୫ରେ ସୁବାଷ ବୋଷଙ୍କ ସୋଭିଏତ ରୁଷରେ ଉପସ୍ଥିତ ଥିବା ବିଷୟ ରଏଙ୍କୁ ହୃଦବୋଧ ହୋଇଥିଲେ । ସେମାନେ କହିଥିଲେ, ରୁଷୀୟ ସୁରକ୍ଷା ଓ ଗୁଇନ୍ଦା ଅଭିଲେଖାଗାର ଜିମାରେ ସୁବାଷ ବୋଷ ସମ୍ବନ୍ଧୀୟ ବିବର୍ଗୀକୃତ କିଛି ଦସ୍ତାବିଜ୍ ରହିଛି କିନ୍ତୁ ଭାରତ ସରକାରଙ୍କ ଔପଚାରିକ ଅନୁରୋଧ ବିନା ସେସବୁର ପ୍ରାପ୍ତି ସହଜ ନୁହେଁ । ୧୯୯୦ ଦଶକର ମଧ୍ୟବର୍ତ୍ତୀ କାଳରେ ରଏଙ୍କ ପ୍ରଚେଷ୍ଟାରେ ଅନୁପ୍ରାଣିତ ହୋଇ, ଏପର୍ଯ୍ୟନ୍ତ ନେତାଜୀ ବିବାଦରେ ବିଶେଷ ଆଗ୍ରହ ଦେଖାଇନଥିବା, ମୁଖ୍ୟ ସଂଚାର ମାଧ୍ୟମଗଣ ଅନେକ ନିବନ୍ଧ ପ୍ରକାଶ କଲେ ବା ପ୍ରସାରଣ କଲେ ।

୧୯୯୭ ସୁଦ୍ଧା,ଏ ପ୍ରସଙ୍ଗ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲା କଲିକତା ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇସାରିଥିଲା । ମୁଖ୍ୟ ବିଚାରପତି ପ୍ରଭା ଶଙ୍କର ମିଶ୍ର ଓ ବିଚାରପତି ବି.ଭଟ୍ଟାଚାର୍ଯ୍ୟ ସଂଯୁକ୍ତ ମୋର୍ଚ୍ଚା((United Front))ର ସରକାରଙ୍କୁ ଏ ବାବଦରେ ସରକାରୀ ଆଭିମୁଖ୍ୟ ଜଣାଇବାକୁ କହିଲେ । ସରକାର ଅଦାଲତକୁ ଜଣାଇଲେ ଯେ ନେତାଜୀଙ୍କ ମୃତ୍ୟୁ ଘେନି ସନ୍ଦେହର ଅବକାଶ ଅଛି । ଏହା ଦ୍ୱାରା ଏକ ନୂଆ କମିଶନ ଗଠନ କରାଯିବା ଘେନି ନିର୍ଦ୍ଧେଶ ଦେବା ସକାଶେ ଅଦାଲତ ପ୍ରୋତ୍ସାହିତ ହେଲେ । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଗଠିତ ନୂତନ ସରକାର ୧୯୯୯ରେ ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ବିଚାରପତି ଏମ.କେ.ମୁଖାର୍ଜୀଙ୍କ ପୌରାହିତ୍ୟରେ ଏକ କମିଶନ ଗଠିତ କଲେ । ଶାହ ନୱାଜ ବା ଖୋସଲାଙ୍କ ବିପରୀତ ମୁଖାର୍ଜୀ ନେହେରୁ-ଗାନ୍ଧୀଙ୍କ ନିକଟତର ନଥିଲେ । ଏହି ସଚ୍ଚୋଟ ବିଚାରପତି ଜଣକ ପାରିଶ୍ରମିକ ବାବଦରେ ମାତ୍ର ଏକ ଟଙ୍କା ନେଇଥିଲେ, କିନ୍ତୁ କେବେ ଏହା ପ୍ରକାଶ କରିନଥିଲେ । ୨୦୧୬ରେ ବିବର୍ଗୀକୃତ ଦସ୍ତାବିଜ ଅନୁଗ୍ରହରୁ ଆମେ ଆଜି ଏହା ଜାଣି ପାରିଛୁ ।

ବିମାନ ଦୁର୍ଘଟଣାରେ ବୋଷଙ୍କ ମୃତ୍ୟୁ ହୋଇଥିବା ଅବଧାରଣା ଆଧାରରେ ହିଁ ଜଷ୍ଟିସ୍ ମୁଖାର୍ଜୀ ପ୍ରଥମେ ତଦନ୍ତ ଆରମ୍ଭ କରିଥିଲେ । ତଥାପି ସେ ଅନୁଭବ କରିଥିଲେ ଯେ ବୋଷଙ୍କ ମୃତ୍ୟୁ ତଥା ଦାହ ସଂସ୍କାର ବାବଦରେ ସାକ୍ଷୀଙ୍କ ବାଚନିକ ପ୍ରମାଣକୁ ସ୍ୱତ୍ୱସିଦ୍ଧ ଭାବେ ଗ୍ରହଣ କରିନେବା ଅର୍ଥ ଏକ ଜଟିଳ ପ୍ରସଙ୍ଗକୁ ଅପ୍ରାସଙ୍ଗିକ ଓ ଅତିରିକ୍ତ ସରଳୀକରଣ କରିବା ସହ ଏକ ଉପରଠାଉରିଆ ଭାବ ପୋଷଣ କରିବା । ସରକାରୀ ସ୍ତରର ଉଦାସୀନତା ସତ୍ତ୍ୱେ ତଦନ୍ତ କାଳରେ ମୁଖାର୍ଜୀ ଅନେକ ପଥପ୍ରବର୍ଥକ ତଥ୍ୟର ସନ୍ଧାନ କରିପାରିଥିଲେ । ମଜବୁତ୍ ପରିପାଶ୍ୱିର୍କ ନଥିଯୁୁକ୍ତ ପ୍ରମାଣ ଆଧାରରେ ସେ ‘ବିମାନ ଦୁର୍ଘଟଣା’ମତବାଦକୁ ଖଣ୍ଡନ କରିଥିଲେ । ଏହି ପ୍ରସଙ୍ଗର ନିର୍ଯ୍ୟାସ ଏହା ଯେ, “ବିମାନ ଦୁର୍ଘଟଣା, ଏଥିରେ ନେତାଜୀଙ୍କ ମୃତ୍ୟୁ ଓ ତାଙ୍କ ଦାହ ସଂସ୍କାର ଜାପାନୀ ସେନା ଅଧିକାରୀଙ୍କ ଦ୍ୱାରା ସୃଷ୍ଟ ସୁଚତୁର ଯୋଜନା ମାତ୍ର” ।

‘ଏହା ସୁସ୍ପଷ୍ଟ, ଯେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘଟିଛି ଭଳି ମନଗଢ଼ା କାହାଣୀ ଯେ ସତ୍ୟ, ଏହା ପ୍ରତିପାଦିତ କରିବା ପ୍ରକ୍ରିୟାରେ ସେମାନଙ୍କର (ଜାପାନୀ ସେନା ଅଧିକାରୀ ଓ ହବିବୁର ରହମାନ) ପ୍ରକୃତ ତଥ୍ୟକୁ ଘୋଡ଼ାଇବା ଛଡ଼ା ଅନ୍ୟ ବିକଳ୍ପ ନଥିଲା । କିନ୍ତୁ ଏହି ପ୍ରୟାସରେ ସେମାନେ ଯେଉଁ ପ୍ରମାଣ ପ୍ରଦର୍ଶନ କଲେ, ସେଥିରେ ଅସଙ୍ଗତି କେବଳ ନୁହେଁ ଅନେକ ଲୁକ୍କାୟିତ ଚିତ୍ର ମଧ୍ୟ ରହିଯାଇଥିଲା ଯାହା ଏବେ ଉନ୍ମୋଚିତ ହେଇଛି । କିନ୍ତୁ ଏହାପରେ ନେତାଜୀ ରୁଷରେ ଅବତରଣ କଲେ ନା ନାହିଁ, ଏହି ପ୍ରଶ୍ନର ଉତ୍ତର, ପ୍ରମାଣ ଅଭାବରୁ ଦିଆଯାଇପାରିବ ନାହିଁ ।’
ଅଧିକନ୍ତୁ, କମିଶନ ଜାଣିଲେ ଯେ, “୧୯ ଅଗଷ୍ଟ ୧୯୪୫ରେ ଇଛିରୋ ଓକୁରା ନାମକ ଏକ ଜାପାନୀ ସୈନିକର ହୃଦ୍‌ଘାତଜନିତ ମୃତ୍ୟୁ ଓ ୨୨ ଅଗଷ୍ଟ ,୧୯୪୫ ପୂର୍ବଦିନ ପ୍ରାପ୍ତ ଏକ ଅନୁମତି ପତ୍ର ବଳରେ ତାଙ୍କ ଶବ ସଂସ୍କାରକୁ କରାଥିଲା; ଏହି ପ୍ରକରଣକୁ (ଅନ୍ତିମ ସଂସ୍କାର) ପ୍ରକୃତରେ ସୁବାଷ ବୋଷଙ୍କ ବୋଲି ଦର୍ଶାଯାଇଥିଲା” । ରେନ୍‌କୋଜୀ ମନ୍ଦିରରେ ସଂଗୃହିତ ଭସ୍ମାବଶେଷ ପ୍ରକୃତରେ ଓକୁରାଙ୍କର । “ଜାପାନୀ ସେନା ଅଧିକାରୀଙ୍କର ଇଛିରୋ ଓକୁରା ମୃତ୍ୟୁ ଓ ଶବ ଦାହନକୁ ନେତାଜୀଙ୍କର ବୋଲି ଦର୍ଶାଇବାର ଆତୁରତା ହିଁ ସ୍ପଷ୍ଟ ପ୍ରମାଣ ଯେ ନେତାଜୀଙ୍କ ନିରାପଦ ଯାତ୍ରା ସକାଶେ ଏଭଳି କାର୍ଯ୍ୟକଳାପ ଏକ ଧୂଆଁର ପରଦା ସଦୃଶ୍ୟ ଥିଲା ।” ଲେଖିଥିଲେ ଶ୍ରୀ ମୁଖାର୍ଜୀ । ଜଷ୍ଟିସ୍ ମୁଖାର୍ଜୀ ରେନ୍‌କୋଜୀ ମନ୍ଦିରରେ ସଂଗୃହିତ ଭସ୍ମାବଶେଷର ଆନୁବଂଶିକ ପରୀକ୍ଷଣ ବା ଡିଏନଏ କରାଇବ ନିମନ୍ତେ ଅନେକ ଚେଷ୍ଟା କରିଥିଲେ କିନ୍ତୁ ଭାରତ ସରକାର ସହଯୋଗ କରିନଥିଲେ ।

ଖୋସଲା କମିଶନ ଭଳି ମୁଖାର୍ଜୀଙ୍କ ତାଇୱାନ ଯିବା ମଧ୍ୟ ସରକାର ଚାହୁଁନଥିଲେ । ଅବଶେଷରେ, ସେ ଯାଇଥିଲେ । ମୁଁ(ଅନୁଜ ଧର) ହିନ୍ଦୁସ୍ତାନ ଟାଇମ୍ସରେ କାର୍ଯ୍ୟ କରୁଥିବା ସମୟରେ, ଅନୁରୋଧ କ୍ରମେ ତାଇୱାନ ସରକାରଙ୍କଠୁ ଅଧିକାରୀତ୍ୱ ମତ ହାସଲ କରିଥିଲି ଯେ ୧୯୪୫ରେ ନେତାଜୀ ଜଡ଼ିତ ଥିବା ଭଳି କୌଣସ ବିମାନ ଦୁର୍ଘଟଣା ଘଟିନଥିଲା । ଏହି ସୂଚନା ଓ ସେଠାକାର କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗର ସମସ୍ତ ବିବରଣୀ ମୁଁ କମିଶନଙ୍କୁ ପ୍ରେରିତ କଲି । ଏହି କାରଣରୁ ଶ୍ରୀ ମୁଖାର୍ଜୀ ତାଇୱାନ ଗସ୍ତ କରିବାର ପଥ ସୁଗମ ହୋଇଥିଲା । ସେଠାରେ ସେ ଅନୁରୂପ ବ୍ୟାଖାନ ଶୁଣିଥିଲେ ତଥା ୧୯୪୫ ମସିହାର ପୁରୁଣା ନଥିପତ୍ର ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଇଥିଲା । ଏହି ନଥିପତ୍ରରୁ ପ୍ରମାଣ ମିଳୁଥିଲା ଯେ, ପୂର୍ବ ଦାବି ବିପରୀତ ବୋଷଙ୍କର କିମ୍ବା ଜେନେରାଲ ସିଦେଇଙ୍କର ତାଇୱାନରେ ଦାହ ସଂସ୍କାର ହୋଇନଥିଲା । ୬(୨୦୧୮ରେ, ଲଣ୍ଡନରେ ବସବାସ କରୁଥିବା ତଥା ସୁବାଷ ବୋଷଙ୍କ ସଂର୍ପକୀୟ ଆଶିଷ ରାଏ ନିଜ ପୁସ୍ତକରେ ଦାବି କରିଥିଲେ ଯେ ନେତାଜୀ ବିମାନ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ରାଏଙ୍କ ଏହି ଦୃଢ଼କ୍ତିି ବହୁଳ ପ୍ରସାରିତ ହୋଇଥିଲା । ଦୁର୍ଭାଗ୍ୟ ଯେ ପୁସ୍ତକଟିର ସମୀକ୍ଷା କରିଥିବା ଜଣେ କେହି ବି ପାଠକଙ୍କୁ ସୂଚିତ କରିନଥିଲେ ଯେ ଶ୍ରୀ ରାଏ ଜଣେ ସ୍ପଷ୍ଟବାଦୀ କଂଗ୍ରେସ ସମର୍ଥକ, ତେଣୁ ତାଙ୍କ ପରିବେଷିତ ତଥ୍ୟ ବିଶ୍ୱାସନୀୟ ନୁହେଁ । ପରସ୍ପର ବିରୋଧି କେତେକ ବିବୃତିର କିଛି ଅଂଶକୁ, ନିଜ ମନୋବାଞ୍ଛା ଓ ରାଜନୈତିକ ଦଳକୁ ସୁହାଇଲା ଭଳି ଚୟନ କରି, ଏକ ଭ୍ରମାତ୍ମକ ବୃତ୍ତାନ୍ତ ବୁଣିଥିଲେ ଶ୍ରୀ ରାଏ । ପୁସ୍ତକଟି ବହୁଳ ଆଦୃତ ହୋଇଥିଲା କାରଣ ଜର୍ମାନୀରେ ସ୍ଥିତ ନେତାଜୀଙ୍କ କନ୍ୟା ଅନିତା ଫାଫ୍ ଏହି ଅବଧାରଣକୁ ସମର୍ଥନ କରିଥିଲେ । କୌଣସି ସମୀକ୍ଷକ ପାଠକଙ୍କୁ ଏହା ମଧ୍ୟ ସୂଚିତ କରିନଥିଲେ ଯେ ନିଜ ପିତାଙ୍କ ମୃତ୍ୟୁ ସମୟରେ ଅନିତା ମାତ୍ର ଦୁଇ ବର୍ଷର ହୋଇଥିଲେ ଓ ତାଙ୍କ ମାତା, କକା, ଖୁଡ଼ି ତଥା ସଂପର୍କୀୟ ଭାଇଭଉଣୀ ବିମାନ ଦୁର୍ଘଟଣା ତତ୍ତ୍ୱବାଦକୁ ଖଣ୍ଡନ କରିଥିଲେ । ଦୁଃଖର କଥା ଯେ ଡ. ଫାଫ୍ ପ୍ରକୃତରେ କଂଗ୍ରେସ ପକ୍ଷରେ ଥିବା ତାଙ୍କ ପରିବାରର କେତେକ ସଦସ୍ୟଙ୍କ ନିକଟତର ଥିଲେ । ଆମେ ତଥା ତାଙ୍କର ବୟୋଜ୍ୟେଷ୍ଠ ସଂପର୍କୀୟ ଭାଇଭଉଣୀ ଯେତେବେଳେ ନେତାଜୀଙ୍କ ବିବାଦ ସଂପର୍କିତ ଦସ୍ତାବିଜର ବିବର୍ଗୀକରଣ ଦାବିରେ ରାସ୍ତାରେ ପ୍ରଦର୍ଶନ କରୁଥିଲୁ ଡ. ଫାଫ୍‌ଙ୍କଠୁ କୌଣସି ସମର୍ଥନ ମିଳିନଥିଲା । ଏ ପ୍ରସଙ୍ଗରେ ତାଙ୍କର ଆଚରଣ ହିଁ ତାଙ୍କ ବିଶ୍ୱାସନୀୟତା ବିଷୟରେ ଢେର ବୟାନ କରୁଛି ।)

ବୋଷଙ୍କର ପ୍ରକୃତରେ କ’ଣ ହୋଇଥିଲା ଘେନି ଅନ୍ୟ କେତେଗୋଟି ମତବାଦକୁ ମଧ୍ୟ କମିଶନ ତଦନ୍ତ ପରିସରଭୁକ୍ତ କରିଥିଲା ଓ ପ୍ରାୟ ସମସ୍ତକୁ ସଂପୂର୍ଣ୍ଣ ଖାରଜ କରିଥିଲା କେବଳ ଗୋଟିଏକୁ ଛାଡ଼ି – ରହସ୍ୟଜନକ ଗୁମନାମ ବାବା ସମ୍ବନ୍ଧରେ । କିନ୍ତୁ ନିଶ୍ଚିତ ପ୍ରମାଣ ଅଭାବରୁ ଗୁମନାମ ବାବା ଯେ ସୁବାଷ ବୋଷ ଏହା ସଠିକ୍ ରୂପେ କୁହାଯାଇନପାରେ ।

ନଭେମ୍ବର ୨୦୦୫ରେ, କମିଶନଙ୍କ ଏକ କର୍ମକର୍ତ୍ତା ଅହଙ୍କାରୀ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କଲେ । କର୍ମଚାରୀ ଜଣକ କହିଲେ ଯେ ଶ୍ରୀ ମୁଖାର୍ଜୀ ଅସୁସ୍ଥତା କାରଣରୁ ସ୍ୱୟଂ ଉପସ୍ଥିତ ହୋଇପାରିଲେ ନାହିଁ । ପ୍ରକୃତରେ ଏହା ସତ୍ୟ ନଥିଲା । ଜଷ୍ଟିସ ମୁଖାର୍ଜୀ ଶିବରାଜ ପାଟିଲଙ୍କୁ ସାକ୍ଷାତ କରିବାକୁ ହିଁ ଚାହୁଁନଥିଲେ । ପାଟିଲଙ୍କ ପୂର୍ବ ପଦାଧିକାରୀ ଶ୍ରୀ ଏଲ.କେ. ଆଡ଼ଭାନୀଙ୍କ ସହିତ ସାକ୍ଷାତ ମଧ୍ୟ ମୁଖାର୍ଜୀଙ୍କ ଆଶାନୁରୂପ ଫଳପ୍ରଦ ହୋଇନଥିଲା ଯଦିଓ ବରିଷ୍ଠ ବିଜେପି ନେତାଙ୍କ ବ୍ୟବହାର ସଦା ବିନମ୍ର ଥିଲା । ଗୃହମନ୍ତ୍ରୀ ଭଳି ପଦରେ ଆସୀନ ପାଟିଲଙ୍କ ଏପରି ବ୍ୟବହାର ଆଦୌ ଶୋଭନୀୟ ନଥିଲା । ସେମାନଙ୍କ ଶେଷ ସାକ୍ଷତକାଳରେ ପାଟିଲ, ଶ୍ରୀ ମୁଖାର୍ଜୀଙ୍କୁ ଭତ୍ସନା କରିଥିଲେ ଓ ବସିବାକୁ ମଧ୍ୟ କହିନଥିଲେ । ସେ କହିଥିଲେ, ତଦନ୍ତ ଦୀର୍ଘ ସମୟ ଚାଲିଲାଣି ଓ ଏଥିରେ ଅନେକ ଅର୍ଥ ବ୍ୟୟ କରାଗଲାଣି ।

ଏହାପରେ, କମିଶନଙ୍କ ରିପୋର୍ଟ ମନମୋହନ ସିଂହ ସରକାରଙ୍କ ଦ୍ୱାରା ରଦ୍ଧ କରାଯାଇଥିଲା । ମଇ ୨୦୦୬ରେ ସଂସଦରେ ଉପସ୍ଥାପିତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ରିପୋର୍ଟର ସ୍ମାରକପତ୍ରରେ ମଧ୍ୟ ସରକାରଙ୍କ ଏ ମନୋମୁଖୀ ନିଷ୍ପତ୍ତିର କୌଣସି କାରଣ ଦର୍ଶାଇନଥିଲା ।

୨୦୧୦ରେ ଏକ ଆଶ୍ଚର୍ଯ୍ୟଜନକ ଅଗ୍ରଗତି ପରିଲକ୍ଷିତ ହେଲା । ଜଣେ ସ୍ୱାଧୀନ ଚଳଚିତ୍ର ନିର୍ମାତା ଥରେ ସଂଯୋଗବଶତଃ ‘ଭଗବାନଜୀ’ଙ୍କ ବିଷୟରେ ଜଷ୍ଟିସ ମୁଖାର୍ଜୀଙ୍କ ଅନଥିଭୁକ୍ତ/ଅପ୍ରକାଶିତ ଟିପ୍ପଣୀକୁ ଲିପିବଦ୍ଧ କରିଥିଲେ । ବିଚାରପତି ଜଣକ ଏଥିରେ କହୁଥିବାର ଶୁଣାଯାଉଥିଲା, ସେ ଶତପ୍ରତିଶତ ନିଶ୍ଚିତ ଯେ ସେହି ଅଜ୍ଞାତ ସନ୍ୟାସୀ ଜଣକ ହିଁ ସୁବାଷ ବୋଷ । ସେ ମଧ୍ୟ କହିଥିଲେ ସରକାରଙ୍କ ଅସହଯୋଗ ମନୋବୃତ୍ତି ଯୋଗୁଁ ରିପୋର୍ଟରେ ସେ ଏ ତଥ୍ୟକୁ ପ୍ରମାଣିତ କରିପାରିନାହାଁନ୍ତି । ଏକ ଫରେନ୍ସିକ୍ ବା ଆଇନଗତ/ପୋଲିସ ତଦନ୍ତ ସମ୍ବନ୍ଧୀୟ ବୈଜ୍ଞାନିକ ଯାଞ୍ଚ ପ୍ରକ୍ରିୟାର ଜାଲିଆତି ଦିଗକୁ ସେ ଇଙ୍ଗିତ କରିଥିଲେ । ସରକାରୀ ଆନୁବଂଶିକ ଓ ହସ୍ତାକ୍ଷର ବିଷାରଦଙ୍କ ଏଥି ସମ୍ବନ୍ଧିତ ରିପୋର୍ଟ ସଂପୂର୍ଣ୍ଣ ନିରୁତ୍ସାଜନକ ଥିଲା ଯଦିଓ ଭାରତର ଜଣେ ପ୍ରମୁଖ ବେସରକାରୀ ହସ୍ତାକ୍ଷର ବିଷାରଦ ସକରାତ୍ମକ ମତ ପୋଷଣ କରିଥିଲେ । ଏହା ପରେ ଘରୋଇ ଆଲୋଚନା କାଳରେ ଶ୍ରୀ ମୁଖାର୍ଜୀ ନିଜ ବିଶ୍ୱାସକୁ ଦୋହରାଇ ଥିଲେ । ମୋ(ଅନୁଜ ଧର) ମତରେ ପାଟିଲଙ୍କ ଭଳି ବ୍ୟକ୍ତି ବା ସେଇଭଳି ଉଚ୍ଚ ଅଧିକାରୀଙ୍କ ଆଜ୍ଞାନୁସାରେ ଦସ୍ତାବିଜ ପ୍ରସ୍ତୁତ କରୁଥିବା ସରକାରୀ ଅଧ୍ୟସ୍ତନଙ୍କ ଅପେକ୍ଷା ଜଣେ ସଚ୍ଚୋଟ ଓ ନ୍ୟାୟପର ବିଚାରପତି ଅଧିକ ବିଶ୍ୱାସଯୋଗ୍ୟ ।

୨୦୧୩ରେ ଯେବେ ପ୍ରତୀତ ହେଉଥିଲା ଯେ ସବୁର ପରିସମାପ୍ତି ହେଲା, ଭଗବାନଜୀ ବିବାଦରେ ଆଲ୍ହାବାଦ(ପ୍ରୟାଗରାଜ) ଉଚ୍ଚ ନ୍ୟାୟଳୟ ଏକ ରାୟ ଦେଲେ । ୭(ନେତାଜୀଙ୍କ ଝିଆରୀ ଲଲିତା ବୋଷଙ୍କ ତଥା ପରବର୍ତ୍ତୀ ସମୟରେ ଶକ୍ତି ସିଂହଙ୍କ ଦ୍ୱାରା ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଅଦାଲତ ରାୟ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରାୟଃ ଦୃଷ୍ଟି ଆଢୁଆଳରେ ରହୁଥିବା ଭଗବାନଜୀ ଫୈଜାବାଦ ନିବାସୀ ଶ୍ରୀ ସିଂହଙ୍କ ଗୃହରେ ଶେଷ ଅବସ୍ଥାନ କରିଥିଲେ ।) ବ୍ୟକ୍ତି ଜଣକ ହିଁ ନେତାଜୀ ଦାବିର ପରିପ୍ରେକ୍ଷୀରେ, ଭଗବାନଜୀଙ୍କ ସମସ୍ତ ବ୍ୟବହାର୍ଯ୍ୟ ସାମଗ୍ରୀକୁ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯିିବା ସହିତ ପ୍ରକୃତ ପରିଚୟ ଉନ୍ମୋଚିତ ହେବା ଉଦ୍ଧେଶ୍ୟରେ ଏକ ତଦନ୍ତ କମିଶନ ଗଠନ କରାଯିବା ନିମନ୍ତେ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ । ଏ ଦିଗରେ ମୋର(ଅନୁଜ ଧର) ପ୍ରୟାସକୁ ଅଦାଲତ ପ୍ରଶଂସା କରିଥିଲେ । ୮(ଅଦାଲତଙ୍କ ରାୟରେ ଉଲ୍ଲେଖ ଥିଲା ଯେ ମୋର(ଅନୁଜ ଧର) ତଦନ୍ତ ଉପଯୁକ୍ତ ତଥ୍ୟ ଆଧାରିତ ଓ ଉଦ୍ୟମ ଆନ୍ତରିକ । ଅଦାଲତ ଏହା ମଧ୍ୟ କହିଥିଲେ ଯେ ଗୁମନାମୀ ବାବାଙ୍କ ଅସଲ ପରିଚୟର ତଦନ୍ତ କରାଯିବାର ଯଥାର୍ଥତା ଘେନି ମୋ(ଅନୁଜ ଧର) ପୁସ୍ତକରେ ଆପାତତଃ ଯୁକ୍ତିସଙ୍ଗତ ତଥ୍ୟ ଉପସ୍ଥାପନା କରାଯାଇଛି । ଗୁମନାମୀ ବାବାଙ୍କ ସମ୍ବନ୍ଧରେ ସମସ୍ତ ଭ୍ରାନ୍ତିର ଦୂରୀକରଣ ସକାଶେ ରାଜ୍ୟ ତଥା କେନ୍ଦ୍ର ସରକାର ହସ୍ତକ୍ଷେପ କରି ଉପଯୁକ୍ତ ତଦନ୍ତ ନିର୍ଦ୍ଧେଶ ଦେବା ଉଚିତ୍ ।) ଭଗବାନଜୀ ମତବାଦରେ ଯୁକ୍ତିଯୁକ୍ତିତାକୁ ଅଦାଲତ ଅନୁଭବ କଲେ । ନହେଲେ ତ ମାମଲାଟି ତୁରନ୍ତ ଖାରଜ ହୋଇଯାଇଥା’ନ୍ତା କାରଣ ନେତାଜୀ ଜୀବିତ ଓ ଏତେ ଦିନ ପର୍ଯ୍ୟନ୍ତ ଆତ୍ମଗୋପନ କରିଛନ୍ତି ସ୍ପଷ୍ଟତଃ ନିରାଧାର ପ୍ରତୀତ ହୁଏ । କିନ୍ତୁ ଯାହା ପରିଦୃଶ୍ୟ ତାହା ପ୍ରକୃତରେ ସତ୍ୟ ନ ହୋଇପାରେ । ମୋର(ଅନୁଜ ଧର) ପୁସ୍ତକ ‘ଇଣ୍ଡିଆସ୍ ବିଗେଷ୍ଟ କଭର ଅପ’ରେ ଓ ଅଧିକ ନୂତନ ତଥ୍ୟ ସମ୍ବଳିତ ‘ହ୍ୱାଟ୍ ହାପେନ୍‌ଣ୍ଡ ଟୁ ନେତାଜୀ?’(୨୦୧୫)(What happened to Netaji ?)ରେ ମୁଁ(ଅନୁଜ ଧର) ଭଗବାନଜୀ ପର୍ଯ୍ୟବେସିତ ଅନୁମାନକୁ ଅଣଦେଖା କରାଯାଇ ପାରିବ ନାହିଁ’ର ଅବତାରଣା କରିଅଛି । ‘ଇଣ୍ଡିଆସ୍ ବିଗେଷ୍ଟ କଭର ଅପ’ପୁସ୍ତକ ହିଁ ନେତାଜୀଙ୍କ ପରିବାର ସଦସ୍ୟଙ୍କୁ ରାଜରାସ୍ତାରେ ସ୍ୱର ଉତ୍ତୋଳନ କରିବାରେ ପ୍ରୋତ୍ସାହିତ କଲା ଓ ନଥିପତ୍ରର ବିବର୍ଗୀକରଣ ଦାବିକୁ ଗତିଶୀଳ କଲା । ଏହି ପୁସ୍ତକ ଏକତା କାପୁରଙ୍କ ଭଳି ହିନ୍ଦୀ ଚଳଚିତ୍ର ଶିଳ୍ପ ଜଗତର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱଙ୍କୁ ଇଣ୍ଟରନେଟ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ(webseries) ‘ବୋଷ: ଡେଡ଼ ଅର ଏଲାଇଭ’ର(Bose: dead or alive) ନିର୍ମାଣ ସକାଶେ ପ୍ରେରିତ କଲା ।

ଏହା ମଧ୍ୟରେ ଅନେକ କାରଣ ବଶତଃ, ଉତ୍ତର ପ୍ରଦେଶ ସରକାର ଉଚ୍ଚତମ ନ୍ୟାୟଳୟଙ୍କ ରାୟ ଉପରେ କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ । ୧୩ ଫ୍ରେବୃଆରୀ ୨୦୧୬ରେ, ସୁବାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କୀୟ, ମିଶନ ନେତାଜୀର ସଦସ୍ୟଗଣ ଓ ଅନ୍ୟମାନେ, ଯଥା ସକ୍ରୀୟ କାର୍ଯ୍ୟକର୍ତ୍ତା ଅଧୀର ସେନ ଓ ଶକ୍ତି ସିଂହ(ଗୁମନାମୀ ବାବା ଏହାଙ୍କ ଗୃହରେ ଶେଷ ବାସ କରିଥିଲେ)ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଭେଟିିଥିଲେ । ଏହା ଫଳରେ ଜୁନ ୨୦୧୬ରେ ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଷ୍ଣୁ ସହାୟଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ ହେଲା । ଦୁର୍ଭାଗ୍ୟବଶତଃ ଏହି ତଦନ୍ତ ଏକ ନିଷ୍ଫଳ ପ୍ରୟାସ ଥିଲା କାରଣ ବିଚାରପତି ଏକ ଉତ୍ସାହହୀନ ତଦନ୍ତ କଲେ;ତେଣୁ ଏହା ଫଳପ୍ରଦ ହେବାର ସମ୍ବାବନା କ୍ଷୀଣ ଥିଲା । ପ୍ରଥମରୁ ପ୍ରସଙ୍ଗର ଜଟିଳତା ବୁଝିବାକୁ ବିଚାରପତି ବିଶେଷ ଆଗ୍ରହ ଦେଖାଇଲେ ନାହିଁ । ଦୁଇଟି ଉଦାହରଣ ଏହା ଦର୍ଶାଏ: ବିଚାରପତି ସହାୟ, ତାଙ୍କ ବରିଷ୍ଠ ତଥା ଆହ୍ଲ୍ଳାହାବାଦ (ପ୍ରୟାଗରାଜ)ଉଚ୍ଚ ନ୍ୟାୟଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ମୁର୍ଖାଜୀଙ୍କୁ ଭଗବାନଜୀଙ୍କ ଉପରେ ତାଙ୍କ ମନ୍ତବ୍ୟକୁ ନେଇ ତଳବ କରିବା ଓ ସାକ୍ଷ୍ୟ ନେବା ପାଇଁ ମନା କରିଦେବା, ଦ୍ୱିତୀୟରେ ଭଗବାନଜୀ ଆଇବି ଦ୍ୱାରା ରୋପିତ ମନ୍ତବ୍ୟ ପରିପ୍ରେକ୍ଷୀରେ ସୁବ୍ରମନିୟମ୍ ସ୍ୱାମୀଙ୍କୁ ତଳବ ତଥା ଏହି ତଥ୍ୟ ଆଇବିଠୁ ପ୍ରତିପାଦିତ କରିବା ଘେନି ଚନ୍ଦ୍ରାଚୂର ସିଂହ ଓ ମୋର(ଅନୁଜ ଧର) ଦାବିକୁ ଏଡ଼ାଇ ଯିବା । (ସେ ଯାହା ହେଉ, ଚନ୍ଦ୍ରାଚୂର ସିଂହ ଓ ମୋର(ଅନୁଜ ଧର) ଦ୍ୱାରା ରଚିତ ଗୁମନାମୀ ବାବାଙ୍କ ବିଷୟରେ ଏକ ବିଷଦ ପୁସ୍ତକ ଶୀଘ୍ର ପ୍ରକାଶ ପାଇବ । ଭଗବାନଜୀ / ଗୁମନାମୀ ବାବା ହିଁ ସୁବାଷ ବୋଷ, ଏହାର ଯଥେଷ୍ଟ ପ୍ରମାଣ ପୁସ୍ତକଟିରେ ସମ୍ବଳିତ ହୋଇଅଛି ।) ଏହିସବୁ ବିତର୍କକୁ ସାମ୍ନାରେ ରଖି /ଆଧାରରେ ହିଁ ଆମକୁ ଶାସ୍ତ୍ରୀଙ୍କ ମୃତ୍ୟୁ ସହ ସୁବାଷ ବୋଷ ସଂଯୋଜକତା(link)ର ଦାବିର ମୂଲ୍ୟାୟନ କରିବାକୁ ପଡ଼ିବ । ଯେମିତି କି ପୂର୍ବ ବର୍ଣ୍ଣନାରେ କୁହାଯାଇଛି, ଯଦି ନେତାଜୀ ୧୯୪୫ରେ ମୃତ୍ୟୁ ବରଣ କରିଥିବେ ତାହାହେଲେ ଏହି ବିଚାର ନାକଚ ହୋଇଯିବ । କିନ୍ତୁ ବର୍ତ୍ତମାନ ପ୍ରତୀତ ହେଉଛି, ୧୯୪୫ରେ ତାଙ୍କ ମୃତ୍ୟୁ ହୋଇନଥିଲା ଓ ସେ ହିଁ ତଥାକଥିତ ଗୁମନାମୀ ବାବା, ତେଣୁ ଏହି ପ୍ରଚ୍ଛଦରେ ଆମକୁ ମତର ମୂଲ୍ୟାଙ୍କନ କରିବାକୁ ହେବ ।

ଯଦି ପ୍ରକାଶିତ ସରକାରୀ ନଥିପତ୍ରର ଅବଲୋକନ କରାଯାଏ ତେବେ ନେତାଜୀଙ୍କ ବିଷୟରେ ଶାସ୍ତ୍ରୀଙ୍କ ମତ ନେହେରୁଙ୍କଠାରୁ ଭିନ୍ନ ନଥିଲା । ବିବର୍ଗୀର୍କୃତ ସରକାରୀ ଦସ୍ତାବିଜରୁ ଆମେ ଜାଣୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲା ପରେ ସେ ପ୍ରାୟତଃ ନେହେରୁଙ୍କ ଭଳି ସରକାର ଚଳାଉଥିଲେ କିନ୍ତୁ ତାଙ୍କଠାରୁ ସାତ ବର୍ଷ ବଡ଼ ବୋଷଙ୍କ ପ୍ରତି ତାଙ୍କ ସମ୍ମାନ ଥିଲା । ୨୯ ମାର୍ଚ୍ଚରେ ୧୯୬୫ରେ ଜଣେ ଲୋକସଭା ସାଂସଦ ନେତାଜୀଙ୍କ ବିଷୟରେ ପଚାରିଥିଲେ ଓ ଆହୁରି କହିଥିଲେ “ଲୋକଙ୍କ ମନରେ ଏକ ସନ୍ଦେହ ରହିଛି ଯେ ନେତାଜୀ ଜୀବିତ ଓ ବ୍ରିଟିଶ ଶାସନ ତାଙ୍କୁ ଯୁଦ୍ଧ ଅପରାଧୀ ଭଳି ବିବେଚେନା କରେ” । ତେଣୁ ସେମାନେ ଏଥି ଘେନି ସରକାରଙ୍କଠୁ ଏକ ସ୍ପଷ୍ଟ ବାର୍ତ୍ତାର ଆଶା ରଖନ୍ତି । ଏହାର ଉତ୍ତରରେ ଶାସ୍ତ୍ରୀ କହିଥିଲେ: “ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଏ ଦେଶରେ ସର୍ବଦା ସ୍ୱାଗତ କରାଯିବ, ଏଥି ଘେନି କାହାର କୌଣସି ସନ୍ଦେହ ରହିବା କଥା ନୁହେଁ” । ଏହି ବିବୃତିରୁ କିଛି ଲୋକ ବୁଝିଲେ ଯେ ଶାସ୍ତ୍ରୀ ନେତାଜୀଙ୍କ ଜୀବିତ ଥିବ କଥାକୁ ଅଗ୍ରାହ୍ୟ କରନ୍ତି ନାହିଁ ।

ଏମିତି ଲୋକ ମଧ୍ୟ ଥିଲେ ଯେଉଁମାନେ ଶାସ୍ତ୍ରୀଙ୍କ ଉପରୋକ୍ତ ଉକ୍ତିକୁ ଅନ୍ୟଥା ନେଇଥିଲେ କାରଣ ଶାସ୍ତ୍ରୀ ସୁବାଷ ବୋଷ ଅନ୍ତର୍ଦ୍ଧାନ ପ୍ରସଙ୍ଗ ପୁନଃତଦନ୍ତ ଦାବିକୁ ଏଡ଼ାଇ ଯାଉଥିଲେ ବା ଅନୁମୋଦନ କରୁନଥିଲେ । ୭ ଅଗଷ୍ଟ ୧୯୬୪ରେ, ନେହେରୁଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ, ସୁବାଷ ବୋଷଙ୍କ ପୁତୁରା ଅମୀୟ ନାଥ ବୋଷ, ନେହେରୁଙ୍କ ସହିତ ପତ୍ରବିନିମୟର ନକଲଟିଏ ଶାସ୍ତ୍ରୀଜୀଙ୍କୁ ପ୍ରେରଣ କରିଥିଲେ । ନେହେରୁଙ୍କ “ନେତାଜୀଙ୍କ ମୃତ୍ୟୁ ପ୍ରଶ୍ନ ସମାହିତ ସକାଶେ କିଛି କରାଯିବା ଦରକାର” ଉକ୍ତି ଦିଗରେ ଶ୍ରୀ ଅମୀୟ, ଶାସ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଉଚିତ୍ ପଦକ୍ଷେପ ନେବା ପାଇଁ ଅମୀୟ ଶାସ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏ ମାମଲାରେ କିଛି କରାଯିବା ଘେନି ୧୨ ଅଗଷ୍ଟରେ ଶାସ୍ତ୍ରୀ ପ୍ରତିଉତ୍ତର ଦେଇ ଥିଲେ ।

“ଦୁର୍ଭାଗ୍ୟ ଯେ ଶ୍ରୀ ଶାସ୍ତ୍ରୀ ଏ ପ୍ରସଙ୍ଗରେ କୌଣସି ପଦକ୍ଷେପ ନେଇ ନଥିଲେ”, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସକରାତ୍ମକ ଉତ୍ତର ନପାଇବାରୁ ଅମୀୟ ଏପରି କହିଥିଲେ । କିନ୍ତୁ ସରକାରୀ ସ୍ତରରେ ଶାସ୍ତ୍ରୀ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେନଙ୍କ ସହିତ ଏ ବାବଦରେ ଯୋଗାଯୋଗ କରିଥିଲେ । ୨ ସେପ୍ଟେମ୍ବର ୧୯୬୪ରେ ଲିଖିତ ଏକ ଗୁପ୍ତ ପତ୍ର ଏହା ପ୍ରମାଣିତ କରେ । ଅମୀୟଙ୍କୁ ପ୍ରେରିତ ନେହେରୁଙ୍କ ଚିଠିର ନକଲ ସମ୍ବଳିତ ବାର୍ତ୍ତା ପ୍ରେରଣ କରି ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଲେଖିଥିଲେ, “ମୁଁ ଅନୁମାନ କରୁଛି, ବିଚାର ବିଭାଗୀୟ ତଦନ୍ତ କରିବାକୁ ଅମୀୟଙ୍କ ଦାବିରେ ନେହେରୁ ରାଜି ହୋଇଥିବାର କୌଣସି ଆଭାସ୍ ଏ ପତ୍ରରୁ ମିଳେ ନାହିଁ” । ସେ ଆହୁରି କହିଥିଲେ, “ଏ ଦିଗରେ ଅଧିକ କ’ଣ କରାଯାଇପାରିବ ମୁଁ ପ୍ରକୃତରେ ଜାଣିନି” । ସେନ ଶାସ୍ତ୍ରୀଙ୍କୁ ପରାମର୍ଶପୂର୍ବକ କହିଥିଲେ, “ଅଗଷ୍ଟ ୧୯୬୨ରେ ଶ୍ରୀ ସୁରେଶ ବୋଷଙ୍କୁ ନେହେରୁଙ୍କ ସ୍ପଷ୍ଟ ଜବାବ୍ ପରିପ୍ରେକ୍ଷୀରେ, ମୁଁ ଭାବୁନି ଏ ଦିଗରେ ଅଧିକ କିଛି କରାଯାଇପାରିବ” । ୯(ଉଲ୍ଲେଖନୀୟ ଯେ ୭ ମଇ ୧୯୬୨ରେ ଲୋକସଭାରେ ନେହେରୁଙ୍କ ବିବୃତି ଯେ ‘କମିଟିର ଚୁଡ଼ାନ୍ତ ନିଷ୍ପତ୍ତିକୁ ଗମ୍ଭୀରତାର ପ୍ରଶ୍ନ କରାଯାଇନଥିଲା’ ସୁରେଶ ବୋଷ ନେହେରୁଙ୍କୁ ତାଙ୍କ ଭାଇ(ସୁବାଷ ବୋଷ)ଙ୍କ ମୃତ୍ୟୁର ପ୍ରମାଣ ଦେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନେହେରୁ ତାଙ୍କ ଉତ୍ତରରେ କହିଥିଲେ ଯେ ପ୍ରମାଣ ପାରିପାଶ୍ୱିର୍କ, ‘ସଠିକ୍ ଓ ପ୍ରତ୍ୟକ୍ଷ ନୁହେଁ’ । ଏହା ଛଡ଼ା, ଦୀର୍ଘ ସମୟ ଅତିକ୍ରାନ୍ତ ହୋଇଯାଇଥିବା ତଥା ତାଙ୍କୁ ଆଦରର ସହିତ ଭାରତରେ ସ୍ୱାଗତ କରାଯିବ ସମ୍ଭାବନା ସତ୍ତ୍ୱେ ସେ ଗୋପନୀୟ ଭାବେ ଜୀବିତ ଥିବା ପାରିପାଶ୍ୱିର୍କ ପ୍ରମାଣ ସଶକ୍ତ କରୁଛି ।)

ବିଭିନ୍ନ ଖବରକାଗଜରେ ପ୍ରକାଶିତ ଡ଼ ସତ୍ୟନାରାୟଣ ସିହ୍ନାଙ୍କ ଚାଞ୍ଚଲ୍ୟକାରୀ ଦାବି ଆଧାରରେ ଅମୀୟ ମଇ ୭ ୧୯୬୫ରେ ଶାସ୍ତ୍ରୀଙ୍କୁ ପୁନଃ ଚିଠି ପ୍ରେରଣ କଲେ । ନିଜ ଚିଠି ବିଷୟରେ ସ୍ମରଣ କରେଇବା ଉଦ୍ଧେଶ୍ୟରେ ଆହୁରି ଦୁଇଟି ଚିଠି ଅମୀୟ ପ୍ରେରଣ କରିଥିଲେ ହେଁ କୌଣସି ଉତ୍ତର ପାଇନଥିଲେ । ସମ୍ବେଦନଶୀଳ ବ୍ୟାପାରଗୁଡ଼ିକର ସମସ୍ତ ବିବରଣୀ ପ୍ରାୟତଃ ଲିପିବଦ୍ଧ ହୁଏନାହିଁ, ଏହା ଆମେ ମନେ ରଖିବ ସମୀଚୀନ ହେବ । ସମ୍ଭବତଃ, ଶାସ୍ତ୍ରୀଜୀ ଏକ ଉଚିତ ସମୟର ପ୍ରତୀକ୍ଷାରେ ଥିଲେ; ବୋଧହୁଏ ମନ ସ୍ଥିର କରୁଥିଲେ । ସରକାରୀ ସ୍ତରରେ ପ୍ରାୟ ଯୋଗାଯୋଗ ମୌଖିକ, ଏହା ନଥିଭୁକ୍ତ ହୁଏ ନାହିଁ । ସେ ଯାହା ହେଉ, ଅଗଷ୍ଟ ୧୯୬୫ର ଏକ ଦସ୍ତାବିଜ୍ ଦର୍ଶାଏ ଭାରତୀୟ ଦୂତାବାସ ଅନୌପଚାରିକ ଭାବେ ସୋଭିଏତ ବିଦେଶ କାର୍ଯ୍ୟାଳୟ ସହିତ ସେମାନଙ୍କ ଦେଶରେ ନେତାଜୀ କାରାବାସରେ ଥିବା ବାବଦରେ ସିହ୍ନାଙ୍କ ଦାବି ଉପରେ ଆଲୋଚନା କରିଥିଲେ । ଏହା ଶୁଣି ଦକ୍ଷିଣ ଏସିଆର ଜଣେ କାର୍ଯ୍ୟକର୍ତ୍ତା କହିଲେ, ସେ କିଛି ଭାରତୀୟ ଖବରକାଗଜରେ ଏହା ପଢ଼ିଛନ୍ତି । “ସେ କହିଲେ ବ୍ୟକ୍ତିଗତ ସ୍ତରରେ ହିଁ ସେ କିଛି ଟିପ୍ପଣୀ ଦେଇପାରିବେ । ସେ ପୁଣି କହିଲେ ଏପରିି ବିଚାରର କୌଣସି ଆଧାର ନାହିଁ, ଏବଂ ତାଙ୍କୁ ପ୍ରତୀତ ହେଉଛି ଏହା ମନ୍ଦ ଉଦ୍ଧେଶ୍ୟ ପ୍ରଣୋଚିତ ପରିକଳ୍ପନା ମାତ୍ର” ।

ବର୍ତ୍ତମାନ ଆମ ନିକଟରେ ଚନ୍ଦ୍ରକୁମାର ବୋଷଙ୍କ ବକ୍ତବ୍ୟ ଉପଲବ୍ଧ ଯେ ଶାସ୍ତ୍ରୀଜୀ ତାସକନ୍ଦ ଗସ୍ତ ପୂର୍ବରୁ ତାଙ୍କ ପିତା ଅମୀୟ ନାଥ ବୋଷଙ୍କ ସହିତ ବାର୍ତ୍ତାଳାପ କରିିଥିଲେ । ସେ କହିଥିଲେ, ତାଙ୍କ ଗସ୍ତକାଳରେ ରୁଷିଆରେ ନେତାଜୀଙ୍କ ରହଣୀ ପ୍ରମାଣର ଅନୁସନ୍ଧାନ କରିବେ । ଏହି ତଥ୍ୟ ଆଧାରରେ ଆମେ ଏବେ ପ୍ରସଙ୍ଗଟିକୁ ଅନ୍ୱେଷଣ କରିବା । ଆମେ ଯଦି ଶାସ୍ତ୍ରୀଜୀ, ତାଙ୍କ ନିକଟତମ ବ୍ୟକ୍ତିଙ୍କ ସହିତ ନେତାଜୀଙ୍କ ବିଷୟରେ ଅଭିବ୍ୟକ୍ତିର ପର୍ଯ୍ୟାଲୋଚନା କରିବା, ତେବେ ଭିନ୍ନ କିଛି ଚିତ୍ର ସାମ୍ନାକୁ ଆସିବ । ଅଧିକନ୍ତୁ ମିଥ୍ୟା କହିବା ଭଳି କୌଣସି କାରଣ ବା ଉଦ୍ଧେଶ୍ୟ ଶାସ୍ତ୍ରୀଙ୍କ ତ ନିଶ୍ଚୟ ନଥିଲା । ପ୍ରଥମେ ଦେଖିବା ଶାସ୍ତ୍ରୀଙ୍କ ନାତି ସଞ୍ଜୟ ନାଥ ସିଂହଙ୍କ ଏକ ସଂକ୍ଷିପ୍ତ କିନ୍ତୁ ଚକିତ କଲା ଭଳି ବକ୍ତବ୍ୟ । ସେ ମୋତେ(ଅନୁଜ ଧର) କହିଥିଲେ ତାଙ୍କ ମାତା ସୁମନ ଶାସ୍ତ୍ରୀଙ୍କୁ ଥରେ ପ୍ରଶ୍ନ କରିଥିଲେ, ନେତାଜୀ କ’ଣ ଏବେ ବି ଜୀବିତ ବା ସେହି ଅନୁରୂପ କିଛି ପ୍ରଶ୍ନ । ଯେତେବେଳେ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇସାରିଥିଲେ । ଚଷମା ଧାରରୁ ସେ ନିଜ କନ୍ୟାଙ୍କୁ ଦେଖିଲେ, ମୃଦୁ ହସିଲେ ଏବଂ ମଥା କୁଣ୍ଡାଇଲେ । ନିଜ କନ୍ୟାର ଏଭଳି କୌତୁହଳପୂର୍ଣ୍ଣ ଜିଜ୍ଞାସା ତାଙ୍କୁ ବୋଧେ ଆମୋଦିତ କରୁଥିଲା । “ତାଙ୍କ ଶାରିରୀକ ଭାବ ହିଁ ଯେମିତି ଉତ୍ତର ଥିଲା ଯେ ସେ ନିଶ୍ଚିତ ନୁହଁନ୍ତି ବା ଏମିତି କିଛି ଅଛି ଯାହା ସେ ପ୍ରକାଶ କରିପାରିବେ ନାହିଁ”, ସିଂହ ମୋତେ ବୁଝାଇ କହଥିଲେ । ଶାସ୍ତ୍ରୀ ତ ନିଶ୍ଚୟ ସରକାରୀ ମତକୁ ଦୋହରାଇ ପାରିଥା’ନ୍ତେ ଯେ ଦୀର୍ଘ ସମୟ ପୂର୍ବରୁ ବୋଷଙ୍କ ଦେହାନ୍ତ ହୋଇଯାଇଛି ।

ଶାସ୍ତ୍ରୀଙ୍କ ନେତାଜୀଙ୍କୁ ନେଇ କଥନର ଦ୍ୱିତୀୟ ଉଦାହରଣର ଲିପିବଦ୍ଧ ହେବା ନିଶ୍ଚିତ ରୂପେ ଅଧିଲାଭ ସଦୃଶ୍ୟ । ୧୯୭୨ରେ ଖୋସ୍ଲା କମିଶନ ଗଠନ ପୂର୍ବର କଥା । ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ତଥା ଶାସ୍ତ୍ରୀଙ୍କ ବିଶ୍ୱାସନୀୟ ମିତ୍ର ଜଗଦୀଶ କୋଡ଼େସିଆ ଶପଥପୂର୍ବକ ସାକ୍ଷ୍ୟରେ ଅନେକ ଚାଞ୍ଚଲ୍ୟ ସୃଷ୍ଟିକାରୀ ଦାବି କରିଥିଲେ । ସେ ସ୍ତୃତିଚାରଣ କରି କହିଥିଲେ ନେହେରୁଙ୍କ ଅନ୍ତିମ ସଂସ୍କାର ପରେ ପରେ, ଶାସ୍ତ୍ରୀ କୌଣସି ଅଜବ କାରଣ ସକାଶେ, ବହୁ ପୂର୍ବେ ସରକାରୀ ମତନୁସାରେ ମୃତ୍ୟୁ ବରଣ କରିଥିବା ନେତାଜୀଙ୍କ ଭାବନାରେ ନିମଜ୍ଜିତ ଥିଲେ ।

‘ନେହେରୁଙ୍କ ଅନ୍ତିମ ସଂସ୍କାର ପରେ, ଆମେ ଯେବେ ଫେରୁଥିଲୁ, ଜନଗହଳିକୁ ଦେଖି ଶାସ୍ତ୍ରୀ କହିଥିଲେ, ‘ଯଦି ନେତାଜୀ ନିର୍ଦ୍ଧିଷ୍ଟ ତାରିଖରେ ଦିଲ୍ଲୀ ଫେରୁଛନ୍ତି ବୋଲି ଘୋଷଣା କରାଯାଏ ତେବେ କ’ଣ ଏହିଭଳି ଜନସମାବେଶର ତୁମେ କଳ୍ପନା କରିପାରୁଛ,?’ମୁଁ କହିଲି: ‘କୌଣସି ପିଲା, ସ୍ତ୍ରୀ ବା ପୁରୁଷ ଜଣେ କେହି ବି ଘରେ ରହିପାରିବେନି, ସମସ୍ତେ ତାଙ୍କୁ ସ୍ୱାଗତ କରିବାକୁ ଦୌଡ଼ି ଆସିବେ । ସେ ଅଳ୍ପ ହସିଲେ, ଯଦିଓ ପରିସ୍ଥିତି ଦୁଃଖଦ ଥିଲା ।’ ୧୦(କୋଡ଼େସିଆଙ୍କ ବୟାନ ହଜାର ହଜାର ପୃଷ୍ଠା ସମ୍ବଳିତ ଖୋସ୍ଲା କମିଶନଙ୍କ ନ୍ୟାୟିକ କାର୍ଯ୍ୟକଳାପର ରେକଡର଼୍ର ଏକ ଅଂଶ ଥିଲା । ଚନ୍ଦ୍ରଚୂର ବୋଷଙ୍କ ଦୀର୍ଘ ପ୍ରଚେଷ୍ଟାର ପରିଣାମ ଫଳରେ ଏହା ୨୦୧୦ରେ ବିବର୍ଗୀକୃତ ହୋଇ ଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରକୁ ପଠାଯାଇଥିଲା ।)

କୋଡ଼େସିଆ ସାକ୍ଷ୍ୟ ଦେଇଥିଲେ ଯେ ୧୯୬୨ ଯୁଦ୍ଧକାଳରେ ଶାସ୍ତ୍ରୀଙ୍କ ଗୃହରେ ସେ ଶୁଣିଥିଲେ, ଚୀନ ଆକ୍ରମଣ ସମୟରେ ନେତାଜୀ ଜୀବିତ ଥିବା ସୂଚନା ଆସିଥିଲା । ପ୍ରକୃତରେ ପ୍ରମୁଖ ପୁରୁଣା ଗୁପ୍ତ ନଥିରୁ ଉଦ୍ଧୃତି ଅନୁସାରେ “ଚୀନର ଭାରତ ଆକ୍ରମଣ ସମୟରେ” ଗୁଇନ୍ଦା ବ୍ୟୁରୋ ନିର୍ଦ୍ଧେଶକ ନେତାଜୀ ଫେରିଆସିବେ ଭଳି ଏକ ‘ଅପପ୍ରଚାର’ ଜୋର ଧରିଥିଲା ବୋଲି ସୂଚିତ କରିଛନ୍ତି । ସାକ୍ଷ୍ୟଗ୍ରହଣ କାଳରେ ଖୋଡ଼େସିଆ ଅନେକବାର ବୋଷ ରହସ୍ୟକୁ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁ ବିବାଦ ସହ ଯୋଡ଼ିବାର ଦେଖାଯାଇଥିଲା । ସେ ଦାବି କରିଥିଲେ ଯେ ବୋଷ ମାମଲାକୁ ପୁନଃତଦନ୍ତ କରିବାକୁ ଶାସ୍ତ୍ରୀ ଭାବୁଥିଲେ । “ ଯଦି ସେ ଅଧିକ କାଳ ଜିଇଁଥାନ୍ତେ ଏ ଦିଗରେ ନିଶ୍ଚୟ କିଛି କରିଥା’ନ୍ତେ । ଏହା ଲୋମଟାଙ୍କୁରା ଟିପ୍ପଣୀ ଥିଲା ।

ସୁବ୍ରମନିୟମ ସ୍ୱାମୀଙ୍କ ଦାବି ଅନୁସାରେ ଯଦି ପ୍ରକୃତରେ ଯୋଶେଫ ଷ୍ଟାଲିନ୍ ଶାସନ କାଳରେ(୧୯୨୨-୧୯୫୩)ସୁବାଷ ବୋଷ ମୃତ୍ୟୁବରଣ କରଥିଲେ, ତା’ହେଲେ ୧୯୬୨ରେ ତାଙ୍କ ଲେଉଟାଣି ବିଷୟରେ ଲାଲ ବାହାଦୂର ଶାସ୍ତ୍ରୀ ଭାବୁ ନ’ଥାନ୍ତେ । ଭଗବାନଜୀ ଉପାଖ୍ୟାନ ସହିତ ଏହିସବୁ ବୟାନର ଅନେକ ସମାନତା ରହୁଛି । ସଂକ୍ଷିପ୍ତରେ ସୁବ୍ରମନିୟମ ସ୍ୱାମୀ ଏହି ଦାବି କରିଥିଲେ ଯେ, ଭାରତ ପାଇଁ ସଂଘର୍ଷ ଜାରିରଖିବା ଉଦ୍ଧେଶ୍ୟରେ, ବୋଷ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ରୁଷିଆର ସାହାଯ୍ୟ ଚାହିଁଥିଲେ । ସେ ମଧ୍ୟ ଡିସେମ୍ବରରେ ମସ୍କୋକୁ ଗୁପ୍ତ ଯାତ୍ରା କରିଥିଲେ । ୧୯୪୬ର ଏକ ବିବର୍ଗୀକୃତ ଗୁଇନ୍ଦା ବିବରଣରେ ନେତାଜୀଙ୍କ ଏହି ଗୁପ୍ତ ସୋଭିଏତ ରୁଷ ଯାତ୍ରାର ଉଲ୍ଲେଖ ରହିଛି । ଭଗବାନଜୀଙ୍କ ଦାବି ଅନୁସାରେ କୌଣସି ବିମାନ ଦୁର୍ଘଟଣା ହୋଇନଥିଲା; ସେ ରୁଷିଆକୁ ପଳାୟନ କରିଥିଲେ । ସେ କହିଲେ, ସେମାନେ ଉତ୍ତମ ଯତ୍ନ ନେଇଥିଲେ ଓ ଦୀର୍ଘକାଳ ପର୍ଯ୍ୟନ୍ତ ସେ ସାଇବେରିଆରେ ଆତ୍ମଗୋପନ କରିଥିଲେ ।

ଏହି ଅବିଶ୍ୱାସନୀୟ ବ୍ୟାଖ୍ୟାନ ଆହୁରି ମଧ୍ୟ ଦର୍ଶାଇଥିଲା ଯେ ସମୟକ୍ରମେ ଭଗବାନଜୀ (ନିଜ ପାଇଁ ‘ମୃତ ବ୍ୟକ୍ତି’ ଶବ୍ଦ ବ୍ୟବହାର କରୁଥିଲେ) ଦକ୍ଷିଣ ଏସିଆ ତଥା ଅନ୍ୟାନ୍ୟ ପ୍ରାନ୍ତରେ ଆମେରିକୀୟ ରାଜତ୍ୱର ପରିସମାପ୍ତି ସକାଶେ ଉଦ୍ଧିଷ୍ଟ ସୋଭିଏତ ରୁଷର ଗୁପ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏଥିସହିତ ସ୍ୱାଧୀନ ଓ କମ୍ୟୁନିଷ୍ଟ ରାଷ୍ଟ୍ର ମଧ୍ୟରେ ଆପୋଷ ରକ୍ତାକ୍ତ ଯୁଦ୍ଧରେ ସେଭଳି ଭାରତ ଛନ୍ଦି ନହୋଇଯାଏ ତାହା ସୁନିଶ୍ଚିତ କରିବାକୁ ସେ ବୃହତ୍ତର କାର୍ଯ୍ୟ କରିିଥିଲେ । ଭଗବାନଜୀଙ୍କ ଅନୁଯାୟୀ ବିଶ୍ୱ ଶକ୍ତିଙ୍କ ଦ୍ୱାରା ତାଙ୍କୁ ‘ଶତ୍ରୁ ନଂ ୧’ର ଆଖ୍ୟା ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସଂପୃକ୍ତି ଯୋଗୁଁ ‘ଯୁଦ୍ଧ ଅପରାଧୀ’ ସକାଶେ ନୁହେଁ ବରଂ ଅନ୍ତର୍ଜାତୀୟ ଘଟଣାରେ ଗୁପ୍ତ କିନ୍ତୁ ଅପ୍ରକାଶିତ କାର୍ଯ୍ୟ ନିମନ୍ତେ ଦିଆଯାଇଥିଲା । ତାଙ୍କ ଆକଳନ ଅନୁଯାୟୀ ଯଦି ସେ ପ୍ରକଟ ହୋଇଥା’ନ୍ତେ ଭାରତର ଜନତାଙ୍କୁ ଅନେକ ଦୁଃସ୍ଥିତିର ସାମ୍ନା କରିବାକୁ ପଡ଼ିଥା’ନ୍ତା । ଯେମିତିକି, ଅର୍ଥନୈତିକ ପ୍ରତିବନ୍ଧ ଓ ଅନ୍ୟାନ୍ୟ ଚାପପ୍ରଣାଳୀ ଯାହା ତାଙ୍କ ଗିରଫଦାରିକୁ ନିଶ୍ଚିତ କରିଥା’ନ୍ତା ଅବଶ୍ୟ କିନ୍ତୁ ଭାରତରେ ତାଙ୍କର ଅନେକ ସମର୍ଥକ ଏହାର ଦୃଢ଼ ବିରୋଧ କରିଥା’ନ୍ତେ । ତେଣୁ ଯେବେ ବି ପଚାରଯାଉଥିଲା, ସେ କାହିଁକି ଲୋକଲୋଚନକୁ ଆସୁନାହାଁନ୍ତି, ତାଙ୍କ ଉତ୍ତର ଥିଲା ‘ ଏହା ଭାରତର ସ୍ୱାର୍ଥ ପରିପନ୍ଥୀ ହେବ ।

ଭଗବାନଜୀଙ୍କ ରୁଷ ସହିତ ସଦା ସଂପର୍କ ରହିଥିଲା ଓ ସେ ୧୯୫୦ ଦଶକର ମଧ୍ୟକାଳରେ ଗୁପ୍ତରେ ଭାରତ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ସମୟାନ୍ତରରେ ରୁଷ ଗସ୍ତ କରୁଥିଲେ । ଆମର ଆସନ୍ତା ପୁସ୍ତକରେ ସ୍ୱୟଂ ଭଗବାନଜୀଙ୍କ ଏହି ବୟାନର ବିସ୍ତାରିତ ବର୍ଣ୍ଣନା ଦେଖିବାକୁ ମିଳିବ । କୁଟନୈତିକ ଓ ରଣନୀତି କ୍ଷେତ୍ରରେ ସହଯୋଗ ଭିତ୍ତିକ ସାହାଯ୍ୟ ହେତୁ ରୁଷର ସର୍ବୋଚ୍ଚ ନେତୃତ୍ୱ ତାଙ୍କ ପ୍ରତି କୃତଜ୍ଞ ଥିଲେ । ଉପଲବ୍ଧ ଦସ୍ତାବିଜ ଦର୍ଶାଏ ଭାରତରେ ଭଗବାନଜୀଙ୍କ ଉପସ୍ଥିତି ଅନେକ ପ୍ରମୁଖ ନେତା ଜାଣିଥିଲେ । ମୋର(ଅନୁଜ ଧର)ଆକଳନ ଅଧାରରେ ନେହେରୁଙ୍କ ମୃତ୍ୟୁ ପରେ ସରକାର ଭଗବାନଜୀଙ୍କ ବିଷୟରେ ଜାଣିଥିଲେ, ସେ ପ୍ରକଟ ହେବାକୁ ଅସମର୍ଥ ଏହା ମଧ୍ୟ ସମସ୍ତେ ଜାଣିଥିଲେ ।

ଭଗବାନଜୀ କିଛି ମାତ୍ରାରେ ଶାସ୍ତ୍ରୀଜୀ ପ୍ରତି ଦୟାଶୀଳ ଥିଲେ । ସେ ଆହୁରି ସଙ୍କେତ ଦେଇଥିଲେ ଯେ, ଶାସ୍ତ୍ରୀଜୀ ତାଙ୍କ ଉପସ୍ଥିତି ବିଷୟରେ ଜାଣିଥିଲେ । କିନ୍ତୁ ସେମାନେ କେବେ ସାମ୍ନାସାମ୍ନା ହୋଇଥିଲେ ବା ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ ନା ନାହିଁ ତାହା ସ୍ପଷ୍ଟ ରୂପେ କୁହାଯାଇପାରିବନି । ଭଗବାନଜୀ ଏପରି ଅନେକ ଅକଳ୍ପନୀୟ, ଦୁର୍ବୋଧ ଦାବି କରିଥିଲେ ଯେଉଁଥିରେ ସମ୍ବଳିତ ଥିଲା ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଓ ତତ୍ପରବର୍ତ୍ତୀ ତାସକନ୍ଦ ସମ୍ମିଳନୀ ବିଷୟରେ ଅନେକ ଅଜଣା ତଥ୍ୟ । ସେ ଭାରତର ନେତାଙ୍କୁ ସମାଲୋଚନା କରୁଥିଲେ ଏବଂ ଦାବି କରିଥିଲେ ଯେ ସେ ଯୁଦ୍ଧ ସମୟରେ ଅନେକ ସାମରିକ ତଥ୍ୟ ଯୋଗାଇଥିଲେ ବି, ପାକିସ୍ତାନକୁ ହରାଇବା ସକାଶେ ସେସବୁ ଉପଯୋଗ ହେଲା ନାହିଁ । ତାସକନ୍ଦ ସମ୍ମିଳନୀ ବିଚାରକୁ ମଧ୍ୟ ସେ ସମର୍ଥନ କରୁନଥିଲେ କାରଣ ସେ ଭାବୁଥିଲେ ଯେ ଏହା ଭାରତର ହିତରେ ନୁହେଁ ବରଂ ରୁଷ ନିଜ କୁଟନୈତିକ ପ୍ରଭାବ ବିସ୍ତାର ଉଦ୍ଧେଶ୍ୟରେ ଏଭଳି ଆୟୋଜନ କରୁଥିଲା । ଅନୁଲ୍ଲିଖିତ ମାଧ୍ୟମ ଦ୍ୱାରା ସେ ନିଜର ବିଚାରକୁ ଶାସ୍ତ୍ରୀଙ୍କ ନିକଟରେ ପହଞ୍ଚାଇଥିଲେ । ତାଙ୍କର ବିଚାରକୁ ଶାସ୍ତ୍ରୀ ନିଜ ସାର୍ବଜନୀନ ଘୋଷଣାରେ ଉଲ୍ଲେଖ କରିଥିବାର ତାଙ୍କୁ ବୋଧ ହୋଇଥିଲା । ସେ ଭାବୁଥିଲେ ଭାରତରେ ନେତାଜୀଙ୍କ ପ୍ରଥମ ମୂର୍ତ୍ତି ଉନ୍ମୋଚନ ଉଦ୍ଧେଶ୍ୟରେ ଶାସ୍ତ୍ରୀଜୀଙ୍କ କଲିକତା ଗସ୍ତ କରିବାକୁ ନିର୍ଣ୍ଣୟ ବୋଧହୁଏ ଏହି କ୍ରମରେ ଥିଲା । ୧୧(ନିଜ ପତ୍ନୀଙ୍କ ସହିତ ଶାସ୍ତ୍ରୀ ୨୪ ଡିସେମ୍ବର ୧୯୬୫ରେ କଲିକତା ଗସ୍ତ କରିଥିଲେ । ଏହି ନିର୍ଣ୍ଣୟ ସାମାନ୍ୟ ବିଚିତ୍ର ଥିଲା କାରଣ ଏକ ମାସ ପରେ ଅର୍ଥାତ୍ ୨୩ ଜାନୁଆରୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସରେ ଏହି କାର୍ଯ୍ୟକ୍ରମ ହୋଇଥିଲେ ଉଚିତ୍ ହୋଇଥାଆନ୍ତା । ସେ ଯାହା ହେଉ ଏହି ଗସ୍ତ ସମୟରେ ଶାସ୍ତ୍ରୀ, ବୋଷଙ୍କ ଭଣଜା ଅମୀୟଙ୍କୁ ଭେଟିଥିଲେ ଓ ଚନ୍ଦ୍ର ବୋଷଙ୍କ କହିବାନୁସାରେ ଅମୀୟ ଶାସ୍ତ୍ରୀଙ୍କୁ କହିଥିଲେ ସେ ସୋଭିଏତ ରୁଷକୁ ଗଲେ ନେତାଜୀଙ୍କ ସେଠାରେ ଉପସ୍ଥିତ ବିଷୟରେ କିଛି କରିବେ ।)

ରୁଷ ଯିବା ଅପେକ୍ଷା ରୁଷୀୟଙ୍କୁ ଭାରତ ନିମନ୍ତ୍ରଣ କରାଯାଉ ବୋଲି ଭଗବାନଜୀ ଶାସ୍ତ୍ରୀଙ୍କଠୁ ଚାହୁଁଥିଲେ । ତାଙ୍କ ଭାଷାରେ ଶାସ୍ତ୍ରୀଙ୍କ ରୁଷ ଗସ୍ତ ନିର୍ଣ୍ଣୟ ଉଚିତ୍ ନଥିଲା । ଶାସ୍ତ୍ରୀଙ୍କୁ ଲାଲ ବାହାଦୂର ସମ୍ବୋଦିତ କରିବାକୁ ପସନ୍ଦ କରୁଥିବା ଭଗବାନଜୀ, ତାଙ୍କ ଅକସ୍ମାତ୍ ମୃତ୍ୟୁରେ ମର୍ମାହତ ହୋଇ ଏହା କହିଥିଲେ । ଅନ୍ୟମାନଙ୍କ ଭଳି ସେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ସ୍ୱାଭାବିକ ମାନୁନଥିଲେ । କିନ୍ତୁ ଏହା ବାଦ୍ ସେ ଭିନ୍ନ କିଛି ଭାବୁଥିଲେ ବା କାହାକୁ ସନ୍ଦେହ କରୁଥିଲେ, ଏହା ମୁଁ (ଅନୁଜ ଧର)ଜାଣିନାହିଁ । ରୁଷର ନାମ ସଦା ତାଙ୍କ ଆଲୋଚନା ପରିସରଭୁକ୍ତ ହେଉଥିବା ଓ ବିଭିନ୍ନ ପତ୍ରରେ ଉଲ୍ଲେଖ ହେତୁ ଜଣେ ଅନୁମାନ କରିନେବ ଯେ ସେ ଅନ୍ତତଃ ରୁଷକୁ ଦାୟୀ କରୁନଥିଲେ ।

ମାନିନିଆଯାଉ ଭଗବାନଜୀ ହିଁ ନେତାଜୀ, ରାଜିନାମା ସ୍ୱାକ୍ଷର ସମୟରେ କ’ଣ ସେ ତାସକନ୍ଦରେ ଉପସ୍ଥିତ ଥିଲେ? ତାସକନ୍ଦଠାରେ ରୁଦ୍ଧଦ୍ୱାର ଆଲୋଚନା କାଳରେ କ’ଣ ସବୁ ଘଟିଥିଲା, ଭଗବାନଜୀ ଅବଶ୍ୟ କହିଥିଲେ । ହେଲେ ଏହା ତାଙ୍କର ପ୍ରତ୍ୟକ୍ଷ ଅନୁଭୂତିପ୍ରସୂତ ନା ନୁହେଁ ଏହାର ସେ କୌଣସି ଆଭାସ୍ ଦେଇନଥିଲେ । ତାଙ୍କର ଜଣେ ନିକଟତମ ଅନୁଗାମୀ ମୋତେ କହିଥିଲେ, ପ୍ରକୃତରେ ସେ ସମୟରେ ଭଗବାନଜୀ ଭାରତରେ ଥିଲେ ଓ ପ୍ରବଳ ଜ୍ୱରରେ ଥିଲେ ଶଯ୍ୟାଶାୟୀ । ଅନେକ ଚମକ୍‌ପ୍ରଦ ଦାବି ସମ୍ବଳିତ ଚିଠିପତ୍ର ଓ ଆଲୋଚନା କାଳରେ ଭଗବାନଜୀ କେଉଁଠାରେ ବି ଘଟଣା ସମୟରେ ତାସକନ୍ଦରେ ଉପସ୍ଥିତ ଥିବା ଉଲ୍ଲେଖ କରିନାହାନ୍ତି । ତେଣୁ ସେ ସବୁ ଖବରର କ’ଣ ମହତ୍ୱ, ଯେଉଁଥିରେ ‘ନେତାଜୀ’ଙ୍କ ତାସକନ୍ଦ ରାଜିନାମା ସ୍ୱାକ୍ଷରିତ ସମୟରେ ଉପସ୍ଥିତି କଥା ଲେଖାଯାଇଛି ?

୧୨ ଡିସେମ୍ବର ୨୦୧୫ର ‘ଟାଇମସ୍ ଅଫ ଇଣ୍ଡିଆ’ ସଂସ୍କରଣରୁ ଉଦ୍ଧୃତି ଅନୁସାରେ, ଦୁଇ ଦଶାବ୍ଦୀ ପୂର୍ବେ ଏକ ବିମାନ ଦୁର୍ଘଟଣାରେ ମୃତ ଘୋଷିତ ବୋଷଙ୍କ ପୁନଃ ଆବିର୍ଭାବର ପ୍ରଥମ ପ୍ରମାଣ ସ୍ୱରୁପ ନେତାଜୀ ଗବେଷକଗଣ ଏକ ବ୍ରିଟିଶ ବିଷାରଦଙ୍କ ପ୍ରସ୍ତୁତ ମୁଖ ନକ୍ସା (forensic face mapping) ରିପୋର୍ଟ ପେଶ୍ କରିଥିଲେ । ୧୯୬୬ରେ ତାସକନ୍ଦଠାରେ ଭାରତ ପାକିସ୍ତାନ ଆଲୋଚନା କାଳରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହିତ ଫଟୋରେ ଦେଖାଯାଉଥିବା ଏକ ବ୍ୟକ୍ତି ସହିତ ମୁଖ ନକ୍ସାଟିର ଅନେକ ସାମଞ୍ଜସ୍ୟ ରହିଛି ବୋଲି ବ୍ରିଟିଶ ବିଷାରଦ ଜଣକ ଆବିଷ୍କାର କରିଥିଲେ । ବିଦେଶରୁ ପ୍ରେରିତ ରିପୋର୍ଟଟିକୁ ପ୍ରକାଶିତ କରିବା ଉଦ୍ଧେଶ୍ୟରେ ଗବେଷକଗଣ କଲିକତାଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କଲେ । ‘ଟାଇମସ୍ ଅଫ ଇଣ୍ଡିଆ’ରେ ପ୍ରକାଶିତ ଖବର ଅନୁସାରେ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ମୁଖନକ୍ସା ‘ମିଶନ ନେତାଜୀ’ର ଜଣେ ସଭ୍ୟ ଓ ଭାରତୀୟ ମୂଳ ତଥା ନେଦରଲାଣ୍ଡ ନିବାସୀ ସିଦ୍ଧାର୍ଥ ସାରଭାଇଙ୍କ ପୃଷ୍ଠପୋଷକତାରେ କରାଯାଇଥିଲା ।

ମୁଖର ନକ୍ସାକରଣ ପ୍ରକ୍ରିୟାରେ, ଦୁଇ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଫଟୋଚିତ୍ର ବା ଭିିଡ଼ିଓ ଚିତ୍ରକୁ ବିଷେଶଜ୍ଞଙ୍କ ଦ୍ୱାରା ତୁଳନା କରାଯାଇ ଜାଣିବାକୁ ଚେଷ୍ଟା କରାଯାଏ ଯେ ଦୁଇଜଣ ଏକ ହିଁ ନା ନୁହେଁ । ଅନ୍ତିିମ ନିର୍ଣ୍ଣୟରେ ପହଞ୍ଚିବା ସକାଶେ ସ୍ଥିରଚିତ୍ର/ ଭିିଡ଼ିଓ ଗୁଣବତ୍ତା ବିଶେଷ ସହାୟକ ହୋଇଥାଏ । କେତେକ ରାଷ୍ଟ୍ରରେ ମୁଖ ନକ୍ସା ଅଦାଲତରେ, ସମପୋଷକ(corroborative) ପ୍ରମାଣ ଭାବେ ଗ୍ରହଣ କରାଯାଏ ।

ନେତାଜୀତାଙ୍କୁ ତାସକନ୍ଦରେ ଠାବ କରାଯାଇଥିବା ଏକ ଚାଞ୍ଜଲ୍ୟ ସୃଷ୍ଟିକାରୀ ଖବର ଥିଲା ଓ ଏହି ଦାବିର ଶ୍ରେଷ୍ଠ ପ୍ରଭାବଶାଳୀ ଦିଗ ହେଉଛି ପରୀକ୍ଷା କରିଥିବା ବିଷେଶଜ୍ଞଙ୍କ ପ୍ରତ୍ୟୟଯୋଗ୍ୟତା । ବ୍ରିଟ୍ରିଶ ସେନାର ରୟାଲ କର୍ପସ ଅଫ ସିଗ୍ନାଲର ନୀଲ ମିଲର ଜଣେ ସେବା ନିବୃତ୍ତ ପଦାଧୀକାରୀ । ଏହି ବ୍ୟକ୍ତି ଜଣେ ଅନୁଭୁତି ସଂପନ୍ନ ମୁଖ ନକ୍ସା, ସିସିଟିଭି ତଥା ଉଚ୍ଚତା ବିଶ୍ଲେଷଣକାରୀ ବିଶେଷଜ୍ଞ । ସଂଯୁକ୍ତ ରାଷ୍ଟ୍ର (ୟୁକେ)ର ଅନେକ ଅଦାଲତରେ ଏହି ବିଶେଷଜ୍ଞ ଜଣକ ନିଜ ବିଜ୍ଞ ମତ ଦେଇ ଅନେକଙ୍କୁ ଉପକୃତ କରିଛନ୍ତି । ତାଙ୍କ ରିପୋର୍ଟରେ ସ୍ୱମତ ରଖି ସେ କହିଛନ୍ତି, “ତାସକନ୍ଦ ବ୍ୟକ୍ତି ତଥା ସୁବାଷ ଚନ୍ଦ୍ର ବୋଷଙ୍କ ଚେହେରାର ଗଠନ ପ୍ରାୟତଃ ସମାନ, ତେଣୁ ଦୁହେଁ ସମ୍ଭବତଃ ଏକ ହିଁ ବ୍ୟକ୍ତି ଓ ଏହି ତର୍କକୁ ଗୁରୁତ୍ୱର ସହ ନିଆଯିବା ଉଚିତ୍ ।”

‘ସୁବାଷ ଚନ୍ଦ୍ର ବୋଷଙ୍କ ଐତିହାସିକ ମୁଖାକୃତି ଓ ‘ତାସକନ୍ଦ ବ୍ୟକ୍ତି’ ପରିପ୍ରେକ୍ଷୀରେ ମୋତେ(ଅନୁଜ ଧର)ଯୋଗାଇ ଦିଆଯାଇଥିବା ସ୍ଥିର ଫଟୋ ଓ ଚଳଚିତ୍ର ସବୁ, ଦୁଇଜଣ ଏକ ହିଁ ବ୍ୟକ୍ତି ବୋଲି ସ୍ପଷ୍ଟ ଓ ଦୃଢ଼ ସମର୍ଥନ କରୁଛି ।’

ମିଲର ନିଜ ନିର୍ଣ୍ଣୟରେ ମଧ୍ୟ କିଛି ବିଶେଷଣ ଯୋଡ଼ିଥିଲେ । ସେ କହିଥିଲେ ତାଙ୍କ “ରିପୋର୍ଟ ଅଦାଲତରେ ପେଶ୍ ହେବା ଯୋଗ୍ୟ ନୁହେଁ” । ଅନ୍ୟ ଭାଷାରେ ଏହା ପ୍ରମାଣଭାବେ ଗ୍ରହଣୀୟ ନୁହେଁ । ୧୨(ଭଗବାନଜୀ/ଗୁମନାମ ବାବାଙ୍କ ପ୍ରସଙ୍ଗରେ ହସ୍ତାକ୍ଷର ବିଶାରଦଙ୍କ ମତାମତ ପ୍ରମାଣ ହିସାବ ଗ୍ରହଣୀୟ ହେଲା । ବିଶାରଦ ଜଣକ ଜଷ୍ଟିସ ମୁର୍ଖାଜୀ କମିଶନଙ୍କ ସମ୍ମୁଖରେ ଶପଥପୂର୍ବକ ସାକ୍ଷ ପ୍ରସ୍ତୁତ କଲେ ଓ ବିଚାରପତି ଓ ଅନ୍ୟମାନ ମଧ୍ୟ ତାଙ୍କୁ ଜେରା କଲେ ।)

ମିଲର ଆହୁରି ମଧ୍ୟ କହିଥିଲେ ଯଦି ସୁବାଷ ଚନ୍ଦ୍ର ବୋଷ ଓ ତାସକନ୍ଦ ବ୍ୟକ୍ତିଙ୍କର ଅଧିକ ଫଟୋ ବା ତଥ୍ୟ ଯୋଗାଇ ଦିଆଯାଏ “ମୋ ବିଶ୍ଲେଷଣର ଫଳାଫଳ ବଦଳିପାରେ ।”

ନେତାଜୀ ଅନ୍ତର୍ଦ୍ଧାନ ମତବାଦରେ ଭଗବାନଜୀ ଦିଗଟିକୁ ମୁଁ (ଅନୁଜ ଧର)ସମର୍ଥନ କରେ । ଏଣୁ ନୀଲଙ୍କ ରିପୋର୍ଟରୁ ଉତ୍ପନ୍ନ ଆବିଷ୍କାରକୁ ମୁଁ ବ୍ୟବହାର କରି ନିଜ ଗବେଷଣାକୁ ଅଧିକ ସୁଦୃଢ଼ କରିପାରିଥାଆନ୍ତି । କିନ୍ତୁ ମୁଁ (ଅନୁଜ ଧର)ଏପରି କଲି ନାହିଁ । କାରଣ ସୁବାଷ ଚନ୍ଦ୍ର ବୋଷ ଓ ତାସକନ୍ଦ ବ୍ୟକ୍ତିଙ୍କର କୌଣସି ମୁଖ ସାମଞ୍ଜସ୍ୟ ମୁଁ (ଅନୁଜ ଧର)ଲକ୍ଷ୍ୟ କରିଲି ନାହିଁ । ତାସକନ୍ଦ ବ୍ୟକ୍ତି ଜଣକ କଦାପି ୬୯ ବର୍ଷୀୟ ଜଣାଯାଉନଥିଲେ ଓ ନେତାଜୀ ୧୯୬୬ରେ ଏହି ବୟସର ହୋଇଥାଆନ୍ତେ । ନେତାଜୀ ଦେଖିବାକୁ ନିଜ ମାତାଙ୍କ ଭଳି ଓ ତାଙ୍କର ଅନେକ ଜୀବିତ ପରିବାର ସଦସ୍ୟଙ୍କ ଚେହେରା ତାଙ୍କ ଭଳି ଆଂଶିକ ମେଙ୍ଗାଳୀୟ/ମେଙ୍ଗାଳୟଡ଼ । ଏପରିସ୍ଥଳେ ନେତାଜୀ ପ୍ରକୃତରେ ଦେଖିବାକୁ କିପରି ହୋଇଥିବେ ତାହା ମୁଁ(ଅନୁଜ ଧର)ଅନୁମାନ କରିପାରୁଛି । ତାସକନ୍ଦ ବ୍ୟକ୍ତି ଜଣକ ମୋ ନଜରରେ ସେପରି ଦେଖାଯାଉନଥିଲେ । ମୁଖର ନକ୍ସା ରିପୋର୍ଟ ଏକାକୀ କିଛି ପ୍ରମାଣ କରେ ନାହିଁ, ଅବଶ୍ୟ ସାହାଯ୍ୟକାରୀ ଅତିରିକ୍ତ ପ୍ରମାଣ ହୋଇପାରେ । ମୋର ଶ୍ରେଷ୍ଠତମ ସୂଚନା ଅନୁସାରେ ଭଗବାନଜୀ ସେ ସମୟରେ ତାସକନ୍ଦରେ ଉପସ୍ଥିତ ନଥିଲେ, ସେ ଉତ୍ତର ପ୍ରଦେଶରେ ରୋଗଶଯ୍ୟାରେ ଥିଲେ । ଅଧିକନ୍ତୁ ସେ ତାସକନ୍ଦ ଆଲୋଚନାକୁ ବିରୋଧ କରୁଥିଲେ ଓ ଶାସ୍ତ୍ରୀଙ୍କ ସେଥିରେ ଯୋଗଦାନକୁ ନାପସନ୍ଦ କରୁଥିଲେ ।

ନୀଲ ମିଲରଙ୍କୁ ଫଟୋ ଯୋଗାଇ ରିପୋର୍ଟ ହାସଲ କରିଥିବା ପ୍ରବାସୀ ଭାରତୀୟ ସିଦ୍ଧାର୍ଥ ସାଟଭାଇଙ୍କ ଉଦ୍ଧେଶ୍ୟ କେତେ ମହତପୂୂର୍ଣ୍ଣ ସେ ବାବଦରେ ମଧ୍ୟ ମୁଁ (ଅନୁଜ ଧର)ସ୍ପଷ୍ଟ ନଥିଲି । ୨୦୧୫ରେ କଲିକତା ପ୍ରେସ କ୍ଳବଠାରେ ରିପୋର୍ଟଟିକୁ ପ୍ରକାଶିତ କରିଥିବା ସିଦ୍ଧାର୍ଥ ସାଟଭାଇ ସମର୍ଥକ ଦଳର ପ୍ରମୁଖ ସଦସ୍ୟଙ୍କ ବିଶ୍ୱାସନୀୟତା ବାବଦରେ ମୋର(ଅନୁଜ ଧର) ଘୋର ସନ୍ଦେହ ଥିଲା । ଏହି ତଥାକଥିତ ‘ନେତାଜୀ ଗବେଷକଗଣ’ଙ୍କ ନେତା, ରାଜଶ୍ରୀ ଚୌଧୁରୀ, ଜଣେ ହିନ୍ଦୁ ମହାସଭା ନେତ୍ରୀ ଓ ସୁବାଷ ବୋଷଙ୍କ ଦୂର ସମ୍ପର୍କୀୟ । ନିରର୍ଥକ ଦାବି କରିବାରେ ରାଜଶ୍ରୀ ବେଶ୍ ଜଣାଶୁଣା । ତାସକନ୍ଦ ବ୍ୟକ୍ତି ଦାବି ପୂର୍ବରୁ ରାଜଶ୍ରୀ ନେତାଜୀଙ୍କ ସୋଭିଏତ ସଂଘରେ ନିର୍ମମ ହତ୍ୟା କରାଯାଇଛି’ର ଆରୋପ କରି ଗଣମାଧ୍ୟମର ନଜରକୁ ୨୦୧୫ରେ ଆସିଥିଲେ । ଏହାର କିଛି ସମୟ ଉପରାନ୍ତ ସେ ନିଜ ପୂର୍ବୋକ୍ତ ମତ ବଦଳାଇ ଭଗବାନଜୀ ହିଁ ନେତାଜୀ ଓ ୧୯୮୫ରେ ତାଙ୍କ ମୃତ୍ୟୁର ଅନେକ ବର୍ଷଯାଏ ସେ ଜୀବିତ ଥିଲେ ବୋଲି କହିଥିଲେ ।

ସିଦ୍ଧାର୍ଥ ସାଟଭାଇ ସମର୍ଥକ ଦଳର ପ୍ରମୁଖ ଗବେଷକ ଥିଲେ ଡ. ଜୟନ୍ତ ଚୌଧୁରୀ, ଏକ ବଙ୍ଗାଳି ସମ୍ବାଦପତ୍ରର ସମ୍ବାଦକ । ଏକ ଧାର୍ମକ ସଂସ୍ଥା ଗଠନ କରିଥିବା ବାଳକ ବ୍ରହ୍ମଚାରୀ ନାମକ ଧାର୍ମିକ ବ୍ୟକ୍ତିକୁ ଚୌଧୁରୀ ସମ୍ମାନ କରୁଥିଲେ । ଏହାର ସଦସ୍ୟଗଣ ସାର୍ବଜନୀନ ଭାବେ,ଉଚ୍ଚ ଚିତ୍କାରପୂର୍ବକ କିନ୍ତୁ ବିନା କୌଣସି ପ୍ରମାଣରେ ଦାବି କରୁଥିଲେ ଯେ ନେତାଜୀ ଏବେ ବି ଜୀବିତ ଅଛନ୍ତି । ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରସାରଣ ସୂତ୍ର ସାହାଯ୍ୟରେ ଏହି ଦଳ ‘ନେତାଜୀ ତାସକନ୍ଦଠାରେ’ର ମତବାଦର ପ୍ରଚାର କରିଚାଲିଥିଲେ । ବଙ୍ଗାଳର ଅନେକ ସ୍ଥାନରେ ଏହି ବ୍ୟକ୍ତି ସମୁହଙ୍କୁ ସୁବାଷ ବୋଷଙ୍କ ଅନୁଗାମୀ ଭାବେ ଚିହ୍ନାଯାଏ ଯଦିଓ ପ୍ରକୃତରେ ସେମାନେ ବାଳକ ବ୍ରହ୍ମଚାରୀଙ୍କ ଅନୁଗାମୀ; ସେହି ବାଳକ ବ୍ରହ୍ମଚାରୀ ଯିଏ ଭଗବାନଜୀଙ୍କୁ କେବଳ ଅନିୟତ, ସଂଯୋଗବଶତଃ ଜାଣିଥିଲେ ।

୧୯୯୩ରେ ଯେବେ ବାଳକ ବ୍ରହ୍ମଚାରୀଙ୍କ ତିରୋଧାନ ହେଲା, ତାଙ୍କ ଅନୁଗାମୀ ଦାବି କଲେ ଯେ ସେ ‘ନିର୍ବିକଳ୍ପ ସମାଧୀସ୍ଥ’ ଅଛନ୍ତି ଓ ଦିନେ ପୁନଃଜୀବିତ ହେବେ । ଏହି ନାଟକୀୟ ଖବର ସେ ସମୟରେ ଉଭୟ ଦେଶ ଓ ବିଦେଶରେ ଗଣମାଧ୍ୟମରେ ବେଶ ପ୍ରସାରିତ ହୋଇଥିଲା । ୫୫ ଦିନର ଗତିରୋଧ ପରେ ପୋଲିସ ମରଶରୀରକୁ ଜବତ କରି ଦାହ ସଂସ୍କାର କରିଥିଲା । ଆଜି, ତାଙ୍କର କିଛି ଅନୁଗାମୀ ସୁବାଷ ବୋଷଙ୍କ ଜୀବିତ ଥିବାକୁ ଅସ୍ୱୀକାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଅବାରିତ ଭତ୍ସନା କରନ୍ତି ଓ ଆଉ କେତେକ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ଅଜସ୍ର ସମ୍ମାନ ଓ ପ୍ରଶଂସା କରନ୍ତି । ସେମାନେ ଦାବି କରନ୍ତି ଯେ ମୁର୍ଖାଜୀ ବାଳକ ବ୍ରହ୍ମଚାରୀଙ୍କଠୁ ଦୀକ୍ଷା ନେଇଥିଲେ । ମୁର୍ଖାଜୀ ବାଳକ ବ୍ରହ୍ମଚାରୀଙ୍କ ପାଦ ଛୁଉଁଥିବା ଦୃଶ୍ୟ ସମ୍ବଳିତ ଅନେକ ଫଟୋଚିତ୍ର ମଧ୍ୟ ଅଛି ।
ଭାରତର ପୂର୍ବତନ ରାଷ୍ଟ୍ରପତି, ପ୍ରଣବ ମୁର୍ଖାଜୀଙ୍କୁ ସର୍ବତ୍ର ସମ୍ମାନ କରାଯାଏ । କିନ୍ତୁ ନେତାଜୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତାଙ୍କର ଭିନ୍ନ ଏକ ଭାବମୂଖ ଦେଖାଯାଏ । ବିମାନ ଦୁର୍ଘଟଣାରେ ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁକୁ ତାଙ୍କର ସମର୍ଥନ ଅନେକଙ୍କ ଗ୍ରହଣୀୟ ନଥିଲା । ୧୯୯୫ରେ ସେ ବୋଷଙ୍କ ମୃତ୍ୟୁକୁ ନିର୍ଦ୍ଧାର୍ଯ୍ୟ କରିବା ନିମନ୍ତେ ପତ୍ନୀ ଏମିଲି ସ୍କନଲଙ୍କୁ ଏକ ଦସ୍ତାବିଜରେ ସ୍ୱାକ୍ଷର କରିବାକୁ ନିବେଦନ କରାଯାଇଥିଲେ । ଏହି ପଦକ୍ଷେପ ଦ୍ୱାରା ନେତାଜୀଙ୍କ ଅନୁମିତ ଭସ୍ମାଂଶକୁ ଭାରତ ଅଣାଯାଇପାରିବ । ଏମିଲି ଏହି ପ୍ରସ୍ତାବ ପ୍ରତ୍ୟାଖାନ କରିଥିଲେ କାରଣ ସେ ବିଶ୍ୱାସ କରୁଥିଲେ ବୋଷଙ୍କ ପ୍ରକାଶିତ ମୃତ୍ୟୁ ଖବର ପରେ ସେ ରୁଷିଆରେ ଥିଲେ । ୨୦୦୬ରେ ପ୍ରଣବ ମୁର୍ଖାଜୀ ଜଷ୍ଟିସ୍ ଏମ.କେ. ମୁର୍ଖାଜୀ କମିଶନ ରିପୋର୍ଟର ଅଗଣତାନ୍ତ୍ରିକ ଓ ବିଧିବିରୁଦ୍ଧ ଖାରଜକୁ ସମର୍ଥନ କରିଥିଲେ । ଯେମିତିକି ପୂର୍ବରୁ କୁହାଯାଇଛି, ନେତାଜୀ ରହସ୍ୟ ଏକ ଜଟିଳ, ବହୁପ୍ରସ୍ତ ପ୍ରସଙ୍ଗ ।

୨୦୧୫ରେ “ନେତାଜୀ”ଙ୍କ କଥିତ ଦେହାନ୍ତର କୋଡ଼ିଏ ବର୍ଷ ପରେ ଏକ ବୃହତ୍ କୁଟନୈତିକ ସମ୍ମିଳନୀରେ ସିଦ୍ଧାର୍ଥ ସାଟଭାଇ ହଠାତ୍ ନେତାଜୀଙ୍କ ବିଷୟ ଉଠାଇଲେ । ତାସକନ୍ଦଠାରେ ନେତାଜୀ କ’ଣ କରୁଥିଲେ, ଏହାର କାରଣ ଓ ଏତେ ବର୍ଷଯାଏ କେଉଁଠି ଥିଲେ, ଏସବୁ ସଠିକ୍ କିଛି କହିପାରୁନଥିଲେ । ଏହି ନୀରବତାର ଏକ କାରଣ ଥିଲା । ଅନେକ ବର୍ଷ ତଳେ ସିଦ୍ଧାର୍ଥ ମୋ ସଂସ୍ପର୍ଶରେ ଆସିଥିଲେ ଓ ମୋଠାରୁ ହିଁ ବୋଷ ଏକ ସନ୍ୟାସୀର ଛଦ୍ମରୂପରେ ଉତ୍ତର ପ୍ରଦେଶରେ ରହୁଥିବାର ଓ ସମୟନ୍ତାରରେ ରୁଷୀୟଙ୍କ ସାହାଯ୍ୟରେ ଭାରତ ବାହାରକୁ ଯାଉଥିଲେ କଥା ଜାଣିଲେ ।

ମୋ ନିବେଦନ କ୍ରମେ ହିଁ ସିଦ୍ଧାର୍ଥ ଶ୍ରୁଶୁଯୁକ୍ତ ବ୍ୟକ୍ତିଙ୍କ ଫଟୋ ଚିତ୍ର ଠାବ କରିବାକୁ ଲାଗିପଡ଼ିଲେ ଯିଏ ଭିଏତନାମ ଯୁଦ୍ଧ ବିଷୟରେ ପାରିସ୍ ଶାନ୍ତି ସମ୍ମିଳନୀ ଅବସରେ ଉପସ୍ଥିତ ଥିଲେ ବୋଲି ଧାରଣା କରାଯାଏ । ଭଗବାନଜୀ ଦାବି କରିଥିଲେ ଯେ ସେ ଏଭଳି ଆଲୋଚନାରେ ଉପସ୍ଥିତ ଥିଲେ ଓ ଏହାର କାରଣ ମଧ୍ୟ ଜଣାଇଥିଲେ । ସିଦ୍ଧାର୍ଥ ଏକ ଫଟୋ ହାତେଇ ପାରିଥିଲେ ଯେଉଁଥିରେ ନେତାଜୀଙ୍କ ଭଳି ଚେହେରାର ଜଣେ ବ୍ୟକ୍ତିଙ୍କୁ ଦେଖାଯାଏ । ମୋ ପୁସ୍ତକରେ ‘ଇଣ୍ଡିଆଜ୍ ବିଗେଷ୍ଟ କଭର ଅପ’ରେ ବ୍ୟବହୃତ ନିମନ୍ତେ ଫଟୋଟିର ଅଧିକାର ସେ ମୋତେ ହସ୍ତାନ୍ତର କରିଥିଲେ । ୧୩(ମୁଁ ଦାବି କରୁନାହିଁ ଯେ ଏହି ଶ୍ରୁଶୁଧାରୀ ବ୍ୟକ୍ତି ଜଣକ ହିଁ ଭଗବାନଜୀ/ଗୁମନାମ ବାବା । ପ୍ରକୃତରେ ଭଗବାନଜୀଙ୍କ କିଛି କଥନରେ ପ୍ରଭାବିତ ହୋଇ ମୁଁ ଏ ଦିଗରେ ଅନ୍ୱେଷଣ ଆରମ୍ଭ କରିଥିଲି ଠିକ୍ ଯେମତି ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦର ଅନେକ ମତବାଦର ଗହନ ଅଧ୍ୟୟନ କରିଛି ।) ନକ୍ସା ପ୍ରସ୍ତୁତ କରିବାର ବିଚାର ମଧ୍ୟ ଆମ ଦୁହିଁଙ୍କର ଥିଲା ।

ଏହା ପରେ କ’ଣ ହେଲା ମୋତେ ସ୍ପଷ୍ଟତଃ ଜଣାନାହିଁ । କ’ଣ କିଛି ସିଦ୍ଧାର୍ଥଙ୍କୁ ବଦଳାଇ ଦେଇଥିଲା ନା ଆରମ୍ଭରୁ ହିଁ ସେ ଖଳ ବିଚାର କରଥିଲେ? ମୋ ନିମନ୍ତେ ପାରିସ୍ ଶାନ୍ତି ଆଲୋଚନା ଫଟୋ ଚିତ୍ରର ଅନୁସନ୍ଧାନ କାଳରେ ସିଦ୍ଧାର୍ଥ ଅନେକ କିଛି ଜାଣିପାରିଥିଲେ କିନ୍ତୁ ସେସବୁକୁ ଅପ୍ରକାଶ୍ୟ ରଖିଲେ । ସେ ମୋତେ ଓ ମୋ ‘ମିଶନ ନେତାଜୀ’ ସାଥୀମାନଙ୍କୁ କହିଲେ ପାରିସ୍ ଶାନ୍ତି ବାର୍ତ୍ତାଳାପ କାଳରେ ସେ ଜଣେ ଫରାସୀ ଗୁଇନ୍ଦା ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ ଯେ ସ୍ପଷ୍ଟ କରିଥିଲେ ଯେ ୧୯୬୯ ପାରିସ୍ ଶାନ୍ତି ବାର୍ତ୍ତାଳାପ ସମୟରେ ନଜର ଆସୁଥିବା ବ୍ୟକ୍ତି ହିଁ ସୁବାଷ ବୋଷ । ଏହି ପ୍ରାକ୍ତନ ଅଧିକାରୀ ଜଣକ ଆୟୋଜନ ସ୍ଥଳରେ ଉପସ୍ଥିତ ଥିଲେ ଓ ସିଆଇଏ ମଧ୍ୟ ଫରାସୀ ଅଧିକାରୀଙ୍କ ସାହାଯ୍ୟରେ ଶ୍ରୁଶୁଧାରୀ ବ୍ୟକ୍ତିଙ୍କୁ ଚିହ୍ନିତ କରିବା ନିମନ୍ତେ ଆଙ୍ଗୁଳି ଟିପ ନେବା ଆଦି ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ ।

ମୁଁ(ଅନୁଜ ଧର) ସଠିକ୍ କହିପାରିବି ନାହିଁ ସିଦ୍ଧାର୍ଥ ପ୍ରକୃତରେ ସତ୍ୟ କହୁଥିଲେ ନା ଏହା ତାଙ୍କର ମନଗଢ଼ା ବୃତ୍ତାନ୍ତ । ପରବର୍ତ୍ତୀ ସାକ୍ଷାତରେ ଏହି ଫରାସୀ ଅଧିକାରୀ ଜଣକ ସିଦ୍ଧାର୍ଥଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ, ଯେଉଁଥିରେ ପାରିସ୍ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ବୋଷଙ୍କ ନାମ ସ୍ପଷ୍ଟ ଉଲ୍ଲେଖ ଥିଲା । ସେ ମଧ୍ୟ ଏକ ଶ୍ରୁଶୁଧାରୀ ବ୍ୟକ୍ତିଙ୍କର ଅତି ନିକଟରୁ ଉତ୍ତୋଳିତ କିଛି ସୁଦୃଶ୍ୟ ଫଟୋଚିତ୍ର, ଏମିତିକି କିଛି ରଙ୍ଗୀନ ଚିତ୍ର ମଧ୍ୟ ପ୍ରଦାନ କରିଥିଲେ ଯାହା ଦେଖି ସିଦ୍ଧାର୍ଥ ପୁରାପୁରି ନିଶ୍ଚିତ ହୋଇଯାଇଥିଲେ ଯେ ସେହି ବ୍ୟକ୍ତି ଜଣକ ହିଁ ନେତାଜୀ । ସିଦ୍ଧାର୍ଥ ମୋତେ(ଅନୁଜ ଧର) ଆହୁରି କହିଥିଲେ ଯେ ସେହି ଫରାସୀ ଅଧିକାରୀ ଓ ରିପୋର୍ଟ ଅନୁସାରେ ବୋଷ ପଶ୍ଚିମ ଗୁଇନ୍ଦା ସଂସ୍ଥାଙ୍କ ନଜରରେ ଥିଲେ କାରଣ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ତାଙ୍କ ବିଷୟରେ ତଥା ତାଙ୍କୁ ସ୍ୱଶୀରରେ ଦେଖିଥିବା ଅନେକ ଖବର ସେମାନଙ୍କ ବୁଦ୍ଧିଭ୍ରମ କରୁଥିଲା । ଏହି ଗୁଇନ୍ଦା ଅଧିକାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେବେ ସିଦ୍ଧାର୍ଥ ମୋ ରଚିତ ପୁସ୍ତକର ନକଲ ତାଙ୍କୁ ଦେଲେ ଓ କହିଲେ ଯେ ଭଗବାନଜୀ ଭାରତରେ ରହୁଥିଲେ ।

ପାରିସ୍‌ରେ ଦୃଶ୍ୟ ତଥାକଥିତ ବ୍ୟକ୍ତିଙ୍କ ଫଟୋଚିତ୍ର ଓ ରିପୋର୍ଟ ନିଜ ଅକ୍ତିଆରରେ ରଖି ସିଦ୍ଧାର୍ଥ ସମସ୍ତଙ୍କୁ କହିଚାଲିଲେ ଯେ ସେ ୧୯୪୫ ପରେ ବୋଷଙ୍କ ଜୀବିତ ଥିବା ମତ ସାବ୍ୟସ୍ତ କରିବାକୁ ଦୃଢ଼ ପ୍ରମାଣ ପ୍ରାପ୍ତ କରିସାରିଛନ୍ତି । ତେଣୁ ସେସବୁ ଫଟୋ ଓ ଗୁଇନ୍ଦା ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଆମର ଚାହିଁବା ସ୍ୱାଭାବିକ ଥିଲା । କିନ୍ତୁ ସେ କହିଚାଲିଲେ ଯେ ସେ ବ୍ୟକ୍ତିଗତ ତଥା ନିଜ ପରିବାରର ନିରାପତ୍ତା ସକାଶେ ଏସବୁ ପ୍ରକାଶ କରିବାକୁ ଭୟ କରନ୍ତି । ଆମର ଆଲୋଚନା କାଳରେ ସେ କହିଲେ ଯେ ଖାସ୍ କରି ରୁଷୀୟ ଗୁଇନ୍ଦା ସଂସ୍ଥା ଏସ୍‌ଭିଆର ଆରଏଫ(କେଜିବି ଦୁଇ ଉତ୍ତରାଧୀକାରୀଙ୍କ ମଧ୍ୟରୁ ଜଣେ)କୁ ଭୟ କରନ୍ତି । ଏହାର କାର୍ଯ୍ୟକର୍ତ୍ତା ବହୁତ ନିର୍ମମ ଓ ସବୁ ତଥ୍ୟ ପ୍ରକାଶ କରିବାର କ୍ଷମତା ତାଙ୍କର ଥିଲେ ମଧ୍ୟ ଏହା ସେମାନେ ପସନ୍ଦ କରିବେ ନାହିଁ । ସେ ମୋତେ ଆଲେକ୍‌ଜେଣ୍ଡର ଲିଟ୍‌ଭିନେନ୍କୋ ନାମକ ଜଣେ ପୂର୍ବତନ କେଜିବି ଅଧିକାରୀଙ୍କ ବିଷୟରେ କହିଲେ ଯାହାଙ୍କୁ ସଂଯୁକ୍ତ ରାଷ୍ଟ୍ରରେ ବିଷ ପ୍ରୟୋଗ କରାଯାଇ ଥିଲା । ମୁଁ ଓ ମୋର ସାଥୀମାନେ ସବୁ ତଥ୍ୟକୁ ସାର୍ବଜନୀନ କରିବାକୁ ତାଙ୍କୁ ଅନେକ ପ୍ରବର୍ତ୍ତାଇଲୁ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ଏହା କରିବାକୁ ମନା କରିଦେଲେ । ତା’ପରେ ଆମେ କହିଲୁ ସେସବୁ ଆମକୁ ହସ୍ତାନ୍ତର କଲେ ଆମେ ପ୍ରକାଶ କରିବାକୁ ଉଦ୍ୟମ କରିବୁ କିନ୍ତୁ ଏ ପ୍ରସ୍ତାବ ମଧ୍ୟ ତାଙ୍କୁ ସ୍ୱୀକାର୍ଯ୍ୟ ନଥିଲା ।

ଅବଶେଷରେ ସିଦ୍ଧାର୍ଥ, ଶ୍ରୁଶୁଧାରୀ ବ୍ୟକ୍ତିଙ୍କର ବିଷୟରେ ତାଙ୍କୁ ପ୍ରାପ୍ତ ବିଷ୍ପୋରକ ସୂଚନା ପ୍ରକାଶ କରିବା ବିଚାର ପରିହାର କଲେ । ମୁଁ(ଅନୁଜ ଧର) ଭାବୁଛି ସେ ଅନ୍ଦାସ କରିସାରିଥିଲେ ଯେ ଏପରି କରିବା ଦ୍ୱାରା ସେ ମୋ ପୁସ୍ତକରେ ଦିଆଯାଇଥିବା ମତକୁ ହିଁ ସମର୍ଥନ କରିବା ଭଳି ହେବ । ପ୍ରମାଣତଃ ସିଦ୍ଧାର୍ଥ ସବୁର ଶ୍ରେୟ ନିଜ ପାଇଁ ଚାହୁଁଥିଲେ, ତେଣୁ ସେ ତାସକନ୍ଦ ବ୍ୟକ୍ତି ବୃତ୍ତାନ୍ତ ଆବିଷ୍କାର କଲେ ଯାହା ନୂତନ ଓ ତାଙ୍କରି ପରିକଳ୍ପନା ସମ୍ଭୁତ । ଶେଷରେ ସେ ନିଜ ତତ୍ତ୍ୱବାଦ ପ୍ରକାଶ କରିଥିଲେ; କିନ୍ତୁ କୌଣସି ସବିଶେଷ ତଥ୍ୟ ପର୍ଯ୍ୟବେସିତ ପୃଷ୍ଠଭୂମି ବିନା ।

ଡିସେମ୍ବର ୨୦୧୬ରେ, ସିଦ୍ଧାର୍ଥ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କନ୍ୟା ତଥା କଂଗ୍ରେସ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀଙ୍କ ସହିତ ନିଜ ଏକ ଫଟୋ ଚିତ୍ର ପ୍ରକାଶ କରି ପରିସ୍ଥିତିକୁ ଆହୁରି ଗୋଳମାଳିଆ କରିଦେଲେ । ନେତାଜୀଙ୍କ ବିଷୟରେ ୨୦୧୫ରେ ଓ ପରେ ଯେବେ ଟିଭି ଚାନେଲଗୁଡ଼ିକରେ ଆଲୋଚନା, ବିତର୍କ ଚାଲିଲା, କଂଗ୍ରେସ ଦ୍ୱାରା ନିଯୁକ୍ତ ଅନେକ ମୁଖପାତ୍ରଙ୍କ ମଧ୍ୟରୁ ଶର୍ମିଷ୍ଠା ଜଣେ ଥିଲେ ଯାହାଙ୍କୁ ‘ନେତାଜୀ ବିମାନ ଦୁର୍ଘଟଣାରେ ମୃତ’ ମତ ସପକ୍ଷରେ କହିବାକୁ ନିଯୁକ୍ତ କରାଯାଇଥିଲା । ଜଣେ ବ୍ୟକ୍ତି ହିସାବରେ ସୁଶ୍ରୀ ମୁଖାର୍ଜୀଙ୍କୁ ମୁଁ (ଅନୁଜ ଧର) ସମ୍ମାନ କରେ କିନ୍ତୁ ବହୁ ବର୍ଷର ଗବେଷଣା ପରେ କଂଗ୍ରେସ ଦଳ ଓ ଏହା ସହିତ ନେତାଜୀଙ୍କ ବ୍ୟାପାରରେ ନିୟୋଜିତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ବିଶ୍ୱାସ କରେ ନାହିଁ ।

ଲୋକପ୍ରିୟ ଲେଖା

To Top