ରହସ୍ୟ

ଏକ ବ୍ୟକ୍ତିଗତ ଅନୁସନ୍ଧିସା

Shastrijinka Hatyaara Rahasya

ଏ ସମୟରେ ସବୁଠାରୁ ତାତ୍ପର୍ଯ୍ୟଯୁକ୍ତ ଅଗ୍ରଗତି ଥିଲା ତାସକନ୍ଦରେ ଶାସ୍ତ୍ରୀଙ୍କ ଭୋଜନଆଦି ପ୍ରସ୍ତୁତ କରିବାକୁ ନିୟୋଜିତ ରୁଷୀୟ ରୋଷେୟା ଅହମଦ ସଟ୍ଟାରୋଭଙ୍କ ଏକ ସମ୍ବାଦପତ୍ରକୁ ଏକ ସାକ୍ଷାତକାର ।

ଏକ ବ୍ୟକ୍ତିଗତ ଅନୁସନ୍ଧିସା

୨୦୦୯ରେ ମୁଁ (ଅନୁଜ ଧର ) ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ବିଭିନ୍ନ ଉତ୍ସରୁ ଅନୁସନ୍ଧାନ କରିବାକୁ ଲାଗିଲି । ଏହି ଦିନମାନଙ୍କରେ ପ୍ରସଙ୍ଗଟି ପ୍ରତ୍ୟକ୍ଷ ଭାବେ ସର୍ବସାଧାରଣରେ ଆଦୌ ଆଲୋଚିତ ହେଉନଥିଲେ ହେଁ ସୁପ୍ତବସ୍ଥାରେ ଥିଲା । କେଉଁଠି ନା କେଉଁଠି ସାମୂହିକ ମାନସପଟ୍ଟକୁ ଏବେ ବି ବିଚଳିତ କରୁଥିଲା କଥିତ ବିଷୟଟି । ତେଣୁ ବ୍ୟକ୍ତିଗତ ସ୍ତରରେ ଗୃହର ଚୌହଦୀ ମଧ୍ୟରେ ଯେବେ ବି ଶାସ୍ତ୍ରୀଜୀ ସ୍ମରଣକୁ ଆସୁଥିଲେ, ଅସମାହିତ ଅସମୟ ମୃତ୍ୟୁ ବିଷୟଟି ଆଲୋଚନା ପରିସରକୁ ଅନାୟାସରେ ଆସିଯାଉଥିଲା । ଲଣ୍ଡନରୁ ପ୍ରକାଶିତ ‘ଦ ଡେଲି ପାରାଗ୍ରାଫ୍’ରେ ଜଣେ ରୁଷୀୟ ଭୋଜନଶାଳ ତତ୍ତ୍ୱାବଧାରକର ଏ ବିଷୟରେ ରହସ୍ୟ ଉଦ୍‌ଘାଟନ ମୋତେ ବିବ୍ରତ କଲା ଓ ଏ ଦିଗରେ ଆଗେଇବା ସକାଶେ ମୁଁ (ଅନୁଜ ଧର ) ତତ୍ପର ହେଲି । ମୁଁ (ଅନୁଜ ଧର ) ସୁବାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ଅର୍ନ୍ତଧ୍ୟାନର ଅନୁସନ୍ଧାନ କରୁଥିବା ସମୟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ ବାରମ୍ବାର ସ୍ମରଣ ହେଉଥିଲା । ମୁଁ (ଅନୁଜ ଧର ) ଦକ୍ଷିଣ ଦିଲ୍ଲୀରେ ସରକାରୀ କର୍ମଚାରୀଙ୍କ ସକାଶେ ଉଦ୍ଧିଷ୍ଟ ବସତିରେ ବଢ଼ିଥିଲି । ଏଠାରେ ଦୁଇ ଜାତୀୟ ପୁରୁଷଙ୍କ ମୃତ୍ୟୁ ରହସ୍ୟ ସମାନ ଗୁରୁତ୍ୱର ସହ ଆଲୋଚନା କରାଯାଉଥିଲା । ଖାସ୍‌କରି ମୋର ମାତୁଳ ଏ ଦୁଇ ନେତାଙ୍କୁ ବହୁତ ସ୍ମରଣ କରୁଥିଲେ । ମୋର ଶାସ୍ତ୍ରୀଜୀଙ୍କ ବିଷୟରେ ଅନୁସନ୍ଧାନର ସେ ଏକ ବ୍ୟକ୍ତିଗତ ଉତ୍ସ ଥିଲେ । କାରଣ ଲକ୍ଷ ଲକ୍ଷ ଜନତାଙ୍କ ମଧ୍ୟରୁ ମୋ ମାତୁଳ ଜଣେ ଥିଲେ ଯେ ସେଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସଂରକ୍ଷିତ ଶାସ୍ତ୍ରୀଙ୍କ ମରଶରୀରର ଦର୍ଶନ କରିଥିଲେ ।

ତେଣୁ ଏଭଳି ବାତାବରରଣରେ ମୁଁ (ଅନୁଜ ଧର ) ବଢ଼ିଥିବା ହେତୁ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଖୋଳତାଡ଼ କରିବା ଭଳି ଶାସ୍ତ୍ରୀଜୀଙ୍କ ବିବାଦୀୟ ମୃତ୍ୟୁ ପ୍ରସଙ୍ଗରେ ଜିଜ୍ଞାସା ରଖିବା ସ୍ୱାଭାବିକ ଥିଲା । ଏହି ସମୟରେ ବିଶ୍ୱର ଅନ୍ୟ ଗଣତାନ୍ତ୍ରିକ ଦେଶ ଭଳି ଭାରତ ମଧ୍ୟ ସୂଚନା ଅଧିକାର ଯୁଗରେ ପ୍ରବେଶ କରିସାରିଥିଲା । ସରକାରଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ସାଧାରଣ ଜନତାଙ୍କୁ ମିଳିଥିଲା ନିରଙ୍କୁଶ ଅଧିକାର । ଅବଶ୍ୟ ସୂଚନା ଅଧିକାର ଆଇନୁସାରେ ଉତ୍ତର/ ପ୍ରତିକ୍ରିୟା ଦେବା ବା ନଦେବା ସରକାରଙ୍କ ସ୍ୱତନ୍ତ୍ର ଅଧିକାର ପରିସରଭୁକ୍ତ । ସୂଚନା ଆଇନ ଅଧିକାର ବଳରେ ପ୍ରାୟତଃ ଲୋକେ ନିଜ ବ୍ୟକ୍ତିଗତ ସମସ୍ୟା ପାଇଁ ତଥ୍ୟ ସଂଗ୍ରହ କରୁଥିବା ବେଳେ ମୋ ଭଳି କେତେଜଣ ଜନସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ହାସଲ ପାଇଁ ଆଗ୍ରହାନ୍ୱିତ ଥିଲେ ।

ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ତଥ୍ୟ ହାସଲ ପାଇଁ ମୁଁ (ଅନୁଜ ଧର ) ସର୍ବପ୍ରଥମେ ୨ ଜୁନ ୨୦୦୯ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆରଟିଆଇ ଆବେଦନ କଲି । ମୁଁ (ଅନୁଜ ଧର ) ମୋର ଦରଖାସ୍ତରେ ଲେଖିଥିଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁ ନଥିପତ୍ର ଉପଲବ୍ଧ ଥିବାର ମୁଁ (ଅନୁଜ ଧର ) ଆଶା କରୁଛି । କିନ୍ତୁ ଯଦି ନଥାଏ ତେବେ ମୋର ଦରଖାସ୍ତଟିରେ ଥିବା କିଛି ଅନୁରୋଧକୁ ବିଭାଗୀୟ ମନ୍ତ୍ରଣାଳୟ, ବିଭାଗ, ବା କାର୍ଯ୍ୟାଳୟକୁ ପ୍ରେରିତ କରାଯାଉ । ମୁଁ (ଅନୁଜ ଧର ) ଏହିସବୁ ତଥ୍ୟ ବା ନଥି ପାଇଁ ଆବେଦନ କରିଥିଲି ।

୧. ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ସମସ୍ତ ଗୋପନୀୟ ନଥି ବା କାଗଜର ନକଲ । ଯଦି ଏହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ନୁହେଁ ତା’ହେଲେ ଦୟା କରି ଉଲ୍ଲେଖ କରାଯାଉ ।

୨. କ’ଣ କେବେ ଶାସ୍ତ୍ରୀଙ୍କ ମୃତ୍ୟୁ ଓ ତତ୍ପରବର୍ତ୍ତୀ ଘଟଣା ସମ୍ବନ୍ଧୀୟ କୌଣସି ନଥିପତ୍ର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହଜାଇଦେଇଛି ବା ନଷ୍ଟ କରିଦେଇଛି ? ଯଦି ହଁ ତେବେ ଦୟାକରି ହଜିଯାଇଥିବା / ନଷ୍ଟ ହୋଇଯାଇଥିବା ନଥିପତ୍ରର ସବିଶେଷ ବିବରଣୀ ଦିଆଯାଉ ।

୩. ଦୟାକରି ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ତଥ୍ୟ ବିଷୟରେ ନିଶ୍ଚିତ ଭାବେ ଅବଗତ ହେବା ଅଭିପ୍ରାୟରେ ସରକାରଙ୍କ ଉଦ୍ୟମ ବିଷୟରେ ବିବରଣୀ ଦିଆଯାଉ । ସେହି ଘଟଣାରେ ଷଡ଼ଯନ୍ତ୍ରର ଆରୋପ ତଥା ତଦନ୍ତର ଫଳାଫଳ ବିଷୟରେ ମଧ୍ୟ ସୂଚନା ଦୟାକରି ପ୍ରଦାନ କରାଯାଉ ।

୪. ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ତଥ୍ୟ ବିଷୟରେ ସୋଭିଏତ ସଙ୍ଘ ସରକାରଙ୍କ ଦ୍ୱାରା ପ୍ରେରିତ ତଥ୍ୟ ବିସ୍ତୃତ ଭାବେ ଜଣାଇବାକୁ ଅନୁରୋଧ । ରୁଷୀୟ ସରକାର ନିଶ୍ଚିତ ରୂପେ କେଉଁ ପରିସ୍ଥିତିରେ ଓ କିଭଳି ଶାସ୍ତ୍ରୀଙ୍କ ମୃତ୍ୟୁ ଘଟିଲାର ବିବରଣୀ ଦେଇଥିବେ । ଯଦି କିଛି ସୂଚନା ଦିଆଯାଇନାହିଁ, ତେବେ ଦୟା କରି ଜଣାନ୍ତୁ ।

୫. ସୋଭିଏତ ରାଷ୍ଟ୍ରରେ ଯଦି ଶବ ବ୍ୟବଚ୍ଛେଦ ହେଇଥିଲା ତ ଏହାର ସବିଶେଷ ବିବରଣୀ ଦିଆଯାଉ । ଯଦି ରୁଷରେ କୌଣସି ଶବ ବ୍ୟବଚ୍ଛେଦ ହେଇନଥିଲା ତା’ ହେଲେ ସେ ବିଷୟରେ ମଧ୍ୟ ଜଣାଇବାକୁ ଅନୁରୋଧ ।

୬. ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର କାରଣ ନିର୍ଦ୍ଧାରଣ କରିବା ଉଦ୍ଧେଶ୍ୟରେ ଯଦି ଭାରତରେ ଶବ ବ୍ୟବଚ୍ଛେଦ ହୋଇଥିଲା ତା’ହେଲେ ଏହାର ଫଳାଫଳ ଜଣାଇବାକୁ ଅନୁରୋଧ । ଯଦି ଭାରତରେ କୌଣସି ଶବ ବ୍ୟବଚ୍ଛେଦ ହୋଇନାହିଁ ଏହାର କାରଣ ଜଣାଇବାକୁ ମଧ୍ୟ ଅନୁରୋଧ ।

୭. ଦୟାକରି ଜଣାନ୍ତୁ କେଉଁ ସୋଭିଏତ ଓ ଭାରତୀୟ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ଦସ୍ତାବିଜକୁ ପ୍ରମାଣନ କରିଥିଲେ ଓ ଏହା କେଉଁ ସମୟ ଓ ତାରିଖରେ ହୋଇଥିଲା ।

୮. କ’ଣ କେହି ଭାରତୀୟ ଚିକିତ୍ସକ ଶାସ୍ତ୍ରୀଙ୍କ ସହିତ ତାସକନ୍ଦ ଗସ୍ତ କରିଥିଲେ ? ଯଦି କେହି ତାଙ୍କ ସହିତ ଥିଲେ ତା’ହେଲେ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ଶଯ୍ୟାରେ ତାଙ୍କୁ କିଏ ଚିକିତ୍ସା କରିଥିଲେ ?

ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍ଓର ନିଦ୍ଧେର୍ଶକ, କହିଲେ, ପ୍ରଶ୍ନ ନଂ ୪ ଓ ୫ ବିଦେଶ ସଚିବଙ୍କୁ ପ୍ରେରଣ କରାଯାଇଛି ଓ ପ୍ରଶ୍ନ ନଂ ୩ ଓ ୫ଠୁ ୮କୁ ଗୃହ ସଚିବଙ୍କୁ । ପ୍ରାୟ ଏକ ମାସ ଉପରାନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଶ୍ନ ନଂ ୧ ଓ ୨ର ଉତ୍ତର ରଖିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ପ୍ରାପ୍ତ ଉତ୍ତରରେ ଲେଖାଥିଲା- ଶାସ୍ତ୍ରୀଜୀଙ୍କୁ ମୃତ୍ୟୁ ସମ୍ପର୍କର୍ରେ ମାତ୍ର ଗୋଟିଏ ବର୍ଗୀକୃତ ଦସ୍ତାବିଜ ଉପଲବ୍ଧ ଅଛି । ଏହି ଉତ୍ତର ଅବିଶ୍ୱାସ୍ୟ ଥିଲା । ଉତ୍ତରରେ ଆହୁରି ଉଲ୍ଲେଖ ଥିଲା, ଏହି ଏକ ମାତ୍ର ନଥି ମଧ୍ୟ ଆରଟିଆଇ ଧାରା ୮(୧)(ଅ) ଅନୁସାରେ କାହାକୁ ଦିଆଯାଇପାରିବ ନାହିଁ । ଆରଟିଆଇ ଆଇନର ଏହି ଧାରା ଅନୁସାରେ ସରକାର ଏଭଳି କୌଣସି ତଥ୍ୟକୁ ବାହାରେ ପ୍ରକାଶ କରିବାକୁ ବାଧ୍ୟ ନୁହଁନ୍ତି, “ଯାହାର ପ୍ରଭାବରେ” ଭାରତର ସାର୍ବଭୌମତା, ଅଖଣ୍ଡତା, ସୁରକ୍ଷା, ସାମରିକ, ବିଜ୍ଞାନ ବା ଅର୍ଥନୈତିକ ସ୍ୱାର୍ଥ, ବିଦେଶୀ ରାଷ୍ଟ୍ର ସହିତ ସମ୍ପର୍କ ଅଥବା କୌଣସି ଅପରାଧକୁ ଉସକେଇବା ଭଳି ସ୍ଥିତି ଜାଗ୍ରତ ହେବ ।

ଏହି ଉତ୍ତର ମତେ ତୃପ୍ତ କରିନଥିଲା । ତେଣୁ ମୁଁ (ଅନୁଜ ଧର ) ଆରଟିଆଇ ଦରଖାସ୍ତର ଫଳାଫଳକୁ ‘ଦ ଟାଇମକ୍ସ ଅଫ ଇଣ୍ଡିଆ’ରେ ପ୍ରକାଶ ସକାଶେ ପ୍ରେରଣ କଲି । ୧୧ ଜୁଲାଇ ୨୦୦୯ରେ ଦୈନିକ ଖବରକାଗଜ ‘ଦ ଟାଇମକ୍ସ ଅଫ ଇଣ୍ଡିଆ’ରେ ଏକ ଆଲେଖ୍ୟ ପ୍ରକାଶ ପାଇଲା ଯାହାର ଶୀର୍ଷକ ଥିଲା-୪୫ ବର୍ଷ ଚାଲିଲା ତଥାପି ଶାସ୍ତ୍ରୀଙ୍କ ମୃତ୍ୟୁ ଏବେ ବି ରହସ୍ୟାବୃତ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବହୁ ବର୍ଷ ପୂର୍ବେ ଏହି ଘଟଣା ବିବାଦରେ ଶୀର୍ଷକରେ ଥିଲାବେଳେ ବି ମୁଖ୍ୟ ଇଂରାଜୀ ଖବରକାଗଜମାନେ ଏଭଳି ବିବାଦସ୍ପଦ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖୁଥିଲେ । କିନ୍ତୁ ଏବେ ଭାରତର ସବୁଠାରୁ ପ୍ରଭାବଶାଳୀ ଖବରକାଗଜରେ, ବେଶ ସ୍ପଷ୍ଟ ଭାବେ ଏହା ପ୍ରକାଶିତ ହେଲା । ଏହିଭଳି ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଆମ ସମୟରେ ପୁନଃ ଆଲୋଚିତ ହେଲା । ଏହା ସମ୍ଭବ ହେଲା ମୋର ଆରଟିଆଇ ଦରଖାସ୍ତ ଯୋଗୁଁ ।

ଏହା ଭିତରେ ବିଦେଶ ମନ୍ତ୍ରଣାଳୟ ଉତ୍ତର ଦେଇସାରିଥିଲା ଯେ ପ୍ରସଙ୍ଗଟି ଏବେ ‘ଏହି ମନ୍ତ୍ରଣାଳୟର ସମ୍ବନ୍ଧିତ ବିଭାଗ ଓ ମସ୍କୋସ୍ଥିତ ଭାରତୀୟ ମିଶନଙ୍କୁ ସେମାନଙ୍କ ପ୍ରତିକ୍ରିୟା ସକାଶେ ଜଣାଇଦିଆଇଛି’ । ନୂଆ ଦିଲ୍ଲୀସ୍ଥିତ ସଂପୃକ୍ତ ବିଭାଗ ଦାବି କଲା ଯେ ‘ଏ ସମ୍ବନ୍ଧରେ କୌଣସି ତଥ୍ୟ ସେମାନଙ୍କ ନିକଟରେ ନାହିଁ’ । ମସ୍କୋସ୍ଥିତ ଭାରତୀୟ ଦୂତବାସ ସୂଚନା ଦେଲା ଯେ ‘ସେମାନଙ୍କ ନିକଟରେ ଉପଲବ୍ଧ ମୁଖ୍ୟ ରିପୋର୍ଟଟି ଚିିକିତ୍ସା ସମ୍ମଳିତ ତଦନ୍ତ ରିପୋର୍ଟ ଯାହା ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସକ ଡ଼ଃ ଚଗ୍ ଓ କିଛି ବରିଷ୍ଠ ସୋଭିଏତ ଡାକ୍ତରୀଦଳଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା’ । ଦୂତବାସ ଜଣାଇଲା ଯେ ଏହା ବାଦ୍ ସେମାନଙ୍କ ନିକଟରେ ମହଜୁଦ୍ ‘ରେକଡର଼୍ ଅନୁସାରେ ସୋଭିଏତ ରୁଷଠାରୁ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ କୌଣସି ବିଷଦ ବିବରଣୀଯୁକ୍ତ ଅନ୍ୟ ରିପୋର୍ଟ ସେମାନଙ୍କ ନିକଟରେ ନାହିଁ’ । ଏହା ମୋତେ ଅବିଶ୍ୱାସନୀୟ ପ୍ରତୀତ ହେଲା । ପ୍ରଶ୍ନ ନଂ ୫ର ଉତ୍ତର ରେ ଭାରତୀୟ ଦୂତବାସ ଜଣାଇଥିଲା ଯେ ‘ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶରୀରରେ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ବ୍ୟବଚ୍ଛେଦ କରାଯାଇନଥିଲା’ ।

ଗୃହ ମନ୍ତ୍ରଣାଳୟ ମଧ୍ୟ ମୋତେ ପ୍ରର୍ଯ୍ୟାୟକ୍ରମେ ଅନେକ ଜବାବ୍ ପଠାଇଥିଲା । ପିଏମ ଡ଼ିଭିଜନରୁ ପ୍ରଥମ ଉତ୍ତର ଆସିଥିଲା । ସେମାନେ କହିଲେ ୧୯୭୦ରେ ସରକାରଙ୍କ ଦ୍ୱାରା ଆଗତ ବିବୃତି ମୋର କିଛି ଜିଜ୍ଞାସାର ସଠିକ୍ ଉତ୍ତର ଦେଇପାରିବ । ଅନ୍ୟ ଏକ ଉତ୍ତର ରେ କୁହା ଯାଇଥିଲା ମୋର ପ୍ରଶ୍ନ ଜାତୀୟ ଅଭିଲେଖାଗାର ଓ ଦିଲ୍ଲୀ ପୋଲିସ ଦପ୍ତରକୁ ପଠାଇଦିଆଯାଇଛି । ଅତିରିକ୍ତ ଡ଼େପୁଟି କମିଶନଶର, ଦିଲ୍ଲୀ ପୋଲିସ କାର୍ଯ୍ୟଳୟ ତରଫରୁ ମୋତେ କୁହାଗଲା, “ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ କୌଣସି ଦସ୍ତାବିଜ ସେମାନଙ୍କ ନିକଟରେ ନାହିଁ” । ମୁଁ (ଅନୁଜ ଧର ) ଭାବୁଛି ଭାରତରେ ଶବ ବ୍ୟବଚ୍ଛେଦ ହୋଇଥିବା ସମ୍ଭାବନାକୁ ଏହାଦ୍ୱାରା ବାଦ୍ ଦିଆଯାଇଥିଲା । ଅନ୍ତରୀଣ ସୁରକ୍ଷା ବିଭାଗର ଆଇନ କକ୍ଷ ମୋତେ ସୂଚନା ଦେଲେ ଯେ, “ଏହା ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ମାମଲା ହୋଇଥିବାରୁ ସମ୍ଭତଃ ଭିଆପିି ସୁରକ୍ଷା ବିଭାଗ ଏହି ବିଷୟରେ ତଥ୍ୟ ପ୍ରଦାନ କରିପାରିବ” ।

ଏଣୁ ଆଇନ ସେଲ ମୋ ଆବେଦନକୁ ଭିଆପିି ସୁରକ୍ଷା ବିଭାଗକୁ ପ୍ରେରଣ କଲେ । ଏହି ସେଲ ମୋତେ କୌଣସି ଉତ୍ତର ଦେଇଥିବା କଥା ମୋର ମନେ ପଡ଼ୁନାହିଁ । ମୁଁ (ଅନୁଜ ଧର ) ମୋର ବ୍ୟକ୍ତିଗତ କାଗଜାଦିରେ ଏଭଳି ଜବାବର କୌଣସି ଦସ୍ତାବିଜ ପାଉନାହିଁ । ଜାତୀୟ ଅଭିଲେଖାଗାରରୁ ମଧ୍ୟ କୌଣସି ଉତ୍ତର ପ୍ରାପ୍ତ ହୋଇଥିବା କଥା ମୁଁ (ଅନୁଜ ଧର ) ଠାବ କରିପାରୁନାହିଁ । ସାଧାରଣତଃ ଜାତୀୟ ଅଭିଲେଖାଗାର ଆରଟିଆଇ ଆବେଦନକାରୀଙ୍କ ସ୍ୱୟଂ ଉପସ୍ଥିତ ରହି ରେକର୍ଡ ଖୋଜିବାକୁ କୁହନ୍ତି । ମୋର ଯାହା ଧରଣା ହେଲା ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ କୌଣସି ବିବର୍ଗୀକୃତ ନଥିପତ୍ର ଜାତୀୟ ଅଭିଲେଖାଗାରରେ ଉପଲବ୍ଧ ନାହିଁ । ୬୪୯୦୬* ବିବର୍ଗୀକୃତ ଦସ୍ତାବିଜ ଓ ଜାତୀୟ ଅଭିଲେଖାଗାର ଓ ବିଦେଶ ମନ୍ତ୍ରଣାଳୟକୁ ପ୍ରେରିତ କାଗଜପତ୍ରଗୁଡ଼ିକରେ ତାସକନ୍ଦ ଗସ୍ତ ସମ୍ବନ୍ଧୀୟ, ତାସକନ୍ଦ ରାଜିନାମାର କାର୍ଯ୍ୟକାରୀ ହେବା ଓ ଏ ବିଷୟରେ ବିଦେଶୀ ରାଷ୍ଟ୍ରଙ୍କ ଟିପ୍ପଣୀ ଆଦି ନଥିପତ୍ର, ଶାସ୍ତ୍ରୀଙ୍କ ମୃତ୍ୟୁ ପରବର୍ତ୍ତୀ ନେପାଳ, ଦକ୍ଷିଣ କୋରିଆ, ମେଙ୍ଗାଳିଆ ଓ ଅନ୍ୟାନ୍ୟ ଦକ୍ଷିଣ-ପୂର୍ବ ରାଷ୍ଟ୍ର ସମୁହଙ୍କ ଶୋକବାର୍ତ୍ତା ସମ୍ମଳିତ ଥିବା ଜଣାଯାଏ ।

ଆଇନ ଅନୁଯାୟୀ ମୁଁ (ଅନୁଜ ଧର ) ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟସ୍ଥିତ ଆବେଦନର ପୁନଃବିଚାର ସକାଶେ ନିଯୁକ୍ତ କର୍ତ୍ତୃପକ୍ଷଙ୍କଠାରେ ପୁନଃବିଚାର ଦରଖାସ୍ତ ଦାଖଲ କଲି । ମୁଁ (ଅନୁଜ ଧର ) ଏଥିରେ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ପ୍ରତିକ୍ରିୟା ପାଇଁ ଧନ୍ୟବାଦ ଅର୍ପଣ କରିବା ସହିତ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗଚ୍ଛିତ ଏକ ମାତ୍ର ବିବର୍ଗୀକୃତ ଦଲିଲକୁ ମୋତେ ଉପଲବ୍ଧି ନ କରେଇବାର ନିର୍ଣ୍ଣୟକୁ ବିରୋଧ କରି ଏହାର ପୁନଃବିଚାର ପାଇଁ ଆବେଦନ କଲି । ମୁଁ (ଅନୁଜ ଧର ) ଅନେକ ନିବେଦନ ଦରଖାସ୍ତ ଦାଖଲ କଲି, ସରକାରଙ୍କ ପାରଦର୍ଶିତା ପରିପ୍ରେକ୍ଷୀରେ ମଧ୍ୟ । କିନ୍ତୁ ଅପିଲ କର୍ତ୍ତୃପକ୍ଷ ଯିଏକି ଜଣେ ଯୁକ୍ତ ସଚିବ ପାହ୍ୟାର ମହିଳା ଅଧିକାରୀ ଉତ୍ତରରେ କହିଲେ ମୋର ‘ପାରଦର୍ଶିତା’ ପାଇଁ ଆଗ୍ରହ ସ୍ୱାଗତଯୋଗ୍ୟ । କିନ୍ତୁ କହିଲେ ଯେ ‘ଦସ୍ତାବିଜକୁ ଭଲ କରି ତନଖି, ପରଖି ସେ ସନ୍ତୁଷ୍ଟ ସେ ଧାରା ୮(୧)(ଅ) ଅନୁସାରେ ସରକାର କିଛି ତଥ୍ୟକୁ ସର୍ବସାଧାରଣରେ ପ୍ରକଟ କରିବାକୁ ବାଧ୍ୟ ନୁହଁନ୍ତି’ର ଅବ୍ୟାହତି ଏ କ୍ଷେତ୍ରରେ ପ୍ରଯୂଜ୍ୟ । ମୋ ଆବେଦନକୁ ଅଗ୍ରାହ କରିବା ବିରୋଧରେ ମୁଁ (ଅନୁଜ ଧର ) କେନ୍ଦ୍ରୀୟ ସୂଚନା କମିଶନରଙ୍କ ନିକଟରେ ଫେରାଦ ହେଲି । ଏହା ୨୦୦୯ ଶେଷାର୍ଦ୍ଧ୍ୟର କଥା । ମୁଁ (ଅନୁଜ ଧର ) ନିବେଦନ କଲି ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧିତ ଦସ୍ତାବିଜରେ କିଭଳି ସୂଚନା ଅଧିକାର ଅଧିନିୟମ ୨୦୦୬ର ୮(୧)(ଅ) ଲାଗୁହେଲା ।

‘ଶାସ୍ତ୍ରୀଙ୍କ ମୃତ୍ୟୁ ଙ୍କୁ ୪୪ ବର୍ଷ ହେଇଗଲାଣି । ତାଙ୍କ ମୃତ୍ୟୁ ସମ୍ବନ୍ଧିତ କାଗଜାଦିରେ ଏଭଳି କିଛି ନାହିଁ ଯାହା ଦେଶର ସାର୍ବଭୌମତା, ଅଖଣ୍ଡତାକୁ ପ୍ରଭାବିତ କରିବ ବା କୁଟନୈତିକ ସ୍ୱାର୍ଥ୍ୟ, ବିଦେଶୀ ରାଷ୍ଟ୍ର ସହିତ ସମ୍ପର୍କ ବା ଗଣ୍ଡଗୋଳଆଦି ଅପରାଧକୁ ଉସୁକେଇବ । ଖାସ୍ କରି ଏକ ବିଶେଷ ବିଦେଶ ରାଷ୍ଟ୍ର ସହିତ ସମ୍ପର୍କରେ ଅବନତି ହେବାର ପ୍ରଶ୍ନ ତ ଉଠୁନାହିଁ କାରଣ ଘଟଣା ସମୟର ରାଷ୍ଟ୍ର ସୋଭିଏତ ରୁଷର ଆଉ କୌଣସି ଅସ୍ତିତ୍ୱ ହିଁ ନାହିଁ । ସୋଭିଏତ ରୁଷର ଉତ୍ତରାଧିକାରୀକୁ ତତ୍କାଳୀନ ରାଷ୍ଟ୍ରର ଶାସନ ସମୟର କୌଣସି ଘଟଣା ବିଷୟରେ ତଥ୍ୟ ଉନ୍ମୋଚନରେ କିଛି ଆପତ୍ତି ରହିବା କଥା ନୁହେଁ । ବର୍ତ୍ତମାନ ପରିପ୍ରେକ୍ଷୀରେ ରୁଷ ତତ୍କାଳୀନ ରାଷ୍ଟ୍ର ସୋଭିଏତ ସମାଜବାଦୀ ଗଣତନ୍ତ୍ରର ସଙ୍ଘର ଅନେକ ଘଟଣାକୁ ପର୍ଦ୍ଧାଫାସ କରିଛି ତ ଅନ୍ୟ ଘଟଣାରେ ନିଜର ଦାୟବଦ୍ଧତା ନାହିଁ ବୋଲି କହିଛି ।’

ମୁଁ (ଅନୁଜ ଧର ) ଯୁକ୍ତି ବାଢ଼ିଲି ଯେ “ରିପୋର୍ଟଟିକୁ ଗୁପ୍ତ ରଖିବା ଦେଶର ଜାତୀୟ ସ୍ୱାର୍ଥ ପରିପନ୍ଥୀ । ଏହା ଷଡ଼ଯନ୍ତ୍ର ମତବାଦକୁ ଅଧିକ ଇନ୍ଧନ ଯୋଗାଇବ । ଏହା ଭାରତ ସରକାର ଓ ଦୁର୍ଭାଗ୍ୟବଶତଃ ଆମର ରୁଷୀୟ ମିତ୍ରଙ୍କ ଖ୍ୟାତିରେ ଆଞ୍ଚ ଆଣିପାରେ ।” ମୁଁ (ଅନୁଜ ଧର ) ଓ ମୋର ସାଥି ସୁବାଷ ଚନ୍ଦ୍ର ବୋଷଙ୍କ ସଂକ୍ରାନ୍ତର କାଗଜପତ୍ର ଆବେଦନ ଘଟଣାକ୍ରମରେ ସିଆସିର ବିଚାରର କିଛି ଯୁକ୍ତିକୁ ଉଦ୍ଧୃତ କଲି “ କେବଳ କୌଣସି ଖାସ୍ କାଗଜପତ୍ରକୁ ଆବେଦନକାରୀଙ୍କୁ ଉପଳବ୍ଧ ନକରେଇବା ଉଦ୍ଧେଶ୍ୟରେ ଧାରା ୮(୧)(ଅ)ର ସାହାଯ୍ୟ ନେବା ଆରଟିଆଇ ଅଧିନିୟମର ମହତ ଉଦ୍ଧେଶ୍ୟକୁ ପରାହତ କରୁଛି ।” ଏଭଳି ଜାତୀୟ ସ୍ୱାର୍ଥ ଜଡ଼ିତ ଘଟଣାରେ, ମୁଁ (ଅନୁଜ ଧର ) ପୁଣି ଯୋଡ଼ିଲି, “ଭଲ ହେଇଥାଆନ୍ତା ଯଦି ସେମାନେ ଏଭଳି ନିର୍ଣ୍ଣୟ ସହିତ ଯୁକ୍ତିଯୁକ୍ତ କାରଣ ଯୋଗାଇ ଥାଆନ୍ତେ ।” ଶେଷରେ ମୋର ଅନ୍ତିମ ଯୁକ୍ତି ଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଉପଲବ୍ଧ ଏକ ମାତ୍ର ଦସ୍ତାବିଜର ଉଲ୍ଲିଖିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଉ କାରଣ :

‘ଏହି ଦସ୍ତାବିଜର ପ୍ରକଟ ଅଧିକ ଜନସ୍ୱାର୍ଥ ଉପାଦେୟ ହେବ । ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଘଟଣାରେ ଥିବା ଦୋଷତ୍ରୁଟିର ସର୍ବସାଧାରଣରେ ପ୍ରକାଶ ହେବା ଅନ୍ୟ ଯେକୌଣସି ତଥ୍ୟର ସ୍ୱାର୍ଥର ରକ୍ଷଣଠୁ ଅଧିକ ମହତ୍ୱ ରଖେ । କାରଣ ଏହାଦ୍ୱାରା ବହୁ ବର୍ଷ ଧରି ସନ୍ଦିହାନ୍ ଅବସ୍ଥାରେ ଲଟକୁଥିବା ଏକ ବିବାଦୀୟ ଘଟଣାର ଭ୍ରାନ୍ତିରେ ପୂର୍ଣ୍ଣଚ୍ଛେଦ ପଡ଼ି ପ୍ରସଙ୍ଗଟିର ପରିସମାପ୍ତି ଘଟିବ ।’

ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ପ୍ରାପ୍ତ ଉତ୍ତର ସନ୍ତୋଷଜନକ ନଥିବାରୁ ମୁଁ (ଅନୁଜ ଧର ) କେନ୍ଦ୍ରୀୟ ତଥ୍ୟ କମିଶନଙ୍କଠାରେ ଏହି ବିଷୟରେ ମୋର ଆପତ୍ତିର ଯଥାଯଥତାକୁ ପ୍ରତିପାଦିତ କରିବା ଉଦ୍ଧେଶ୍ୟରେ ଉଦ୍ୟମ ଚାଲୁରଖିଥିବା ସମୟରେ ହିଁ ଏକ ସଦ୍ୟ ଆରଟିଆଇ ଆବେଦନ ବିଦେଶ ମନ୍ତ୍ରଣାଳୟରେ ଦାଖଲ କଲି । ବିଦେଶ ରାଷ୍ଟ୍ରରେ ଜଣେ ରାଷ୍ଟ୍ରମୁଖ୍ୟଙ୍କ ଏଭଳି ମୃତ୍ୟୁ ଆଧୁନିକ ଯୁଗର ଏକମାତ୍ର ଉଦାହରଣ ହୋଇଥିବାବେଳେ ସଂପୃକ୍ତ ବିଭାଗରେ ଏ ବିଷୟରେ କୌଣସି ରେକଡର଼୍ ନରହିବା ଭଳି ଯୁକ୍ତିରେ ମୋର ସଂଶୟ ଥିଲା । ୨୧ ଜୁଲାଇ ୨୦୦୯ରେ ମୋ ଲିଖିତ ଆବେଦନର ପ୍ରଥମ ଧାଡ଼ି ଥିଲା – ମୁଁ (ଅନୁଜ ଧର ) ଜାଣିବାକୁ ଚାହୁଁଥିବା ତଥ୍ୟର ଗୁରୁତ୍ୱକୁ ଦୋହରାଇବାର ଆବଶ୍ୟକତା ନାହିଁ । ବିଦେଶ ମନ୍ତ୍ରଣାଳୟ ଯେଭଳି ଆଉ ଆଡ଼େଇ ଯାଇପାରିବ ନାହିଁ ସେହି କଥାକୁ ନଜରରେ ରଖି ମୁଁ (ଅନୁଜ ଧର ) ଘଟଣାର ବିଭିନ୍ନ ଦିଗରୁ ଛ’ଟି ପ୍ରଶ୍ନ ପଚାରିଲି:

୧. ବିଦେଶ ମନ୍ତ୍ରଣାଳୟ ଓ ମସ୍କୋସ୍ଥିତ ଆମର ଦୂତବାସ ମଧ୍ୟରେ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ସମସ୍ତ ଯୋଗାଯୋଗର ନକଲ ଯଥା ଟେଲିଫୋନ କଲ, ଟେଲିଗ୍ରାମ୍ ଯାହା ଶାସ୍ତ୍ରୀଙ୍କ ମୃତ୍ୟୁ ଖବର ପ୍ରେରଣ କରିଥିଲା, କିଭଳି ପରିସ୍ଥତିରେ ମୃତ୍ୟୁ ହେଲା, ମରଶରୀରକୁ ଭାରତ ଆଣିବାକୁ ବନ୍ଦୋବସ୍ତ ଇତ୍ୟାଦି ଯୋଗାଇଦିଆଯାଉ । ମସ୍କୋରେ ଅବସ୍ଥିତ ଭାରତର ତତ୍କାଳୀନ ରାଷ୍ଟ୍ରଦୂତ ସ୍ୱର୍ଗତ ଟିଏନ କୌଲ ଓ ତାଙ୍କର ଅଧ୍ୟସ୍ତନ ଅନ୍ୟ ଅଫିସରବୃନ୍ଦ ନିଶ୍ଚୟ ଏ ବିଷୟରେ ଅନେକ ରିପୋର୍ଟ ଭାରତ ସରକାରଙ୍କୁ ପ୍ରେରଣ କରିଥିବେ । ଯଦି ଏଭଳି କୌଣସି ଯୋଗାଯୋଗର ସମ୍ବନ୍ଧୀୟ ରିପୋର୍ଟ ନାହିଁ ତେବେ ଦୟାପୂର୍ବକ ନିର୍ଦ୍ଧିଷ୍ଟ ଭାବେ ଜଣାଇବାକୁ ଅନୁରୋଧ ।

୨. ବିଦେଶ ମନ୍ତ୍ରଣାଳୟ ଓ ସୋଭିଏତ ସଙ୍ଘ ମଧ୍ୟରେ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ସମସ୍ତ ଯୋଗାଯୋଗର ନକଲ ମଧ୍ୟ ଯୋଗାଇଦେବାକୁ ଅନୁରୋଧ । ଯଦି ଏଭଳି କୌଣସି ଯୋଗାଯୋଗର ସମ୍ବନ୍ଧୀୟ ରିପୋର୍ଟ ନାହିଁ ତେବେ ଦୟାପୂର୍ବକ ନିର୍ଦ୍ଧିଷ୍ଟ ଭାବେ ଜଣାଇବାକୁ ଅନୁରୋଧ ।

୩. ମସ୍କୋସ୍ଥିତ ଆମର ଦୂତବାସ ଓ ସୋଭିଏତ ସଙ୍ଘ ମଧ୍ୟ ଯୋଗାଯୋଗର ଦସ୍ତାବିଜର ସମସ୍ତ ନକଲ ଦୟାପୂର୍ବକ ଯୋଗାଇଦିଆଯାଉ ।

୪. ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସକ ଡ଼ଃ ଚୁଗ୍, ଓ ଅନ୍ୟାନ୍ୟ ସୋଭିଏତ ଡାକ୍ତରଙ୍କ ସ୍ୱାକ୍ଷରିତ ସମ୍ମିଳିତ ମେଡ଼ିକାଲ ରିପୋର୍ଟର ଏକ ନକଲ ମଧ୍ୟ ଦିଆଯାଉ । ଏହି ରିପୋର୍ଟ ମସ୍କୋସ୍ଥିତ ଆମ ମିଶନରେ ଉପଲବ୍ଧ ।

୫. ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧିତ କୌଣସି ରେକର୍ଡ ଯଦି ହଜିଯାଇଛି ବା ନଷ୍ଟ ହୋଇଯାଇଛି ତାହା ମଧ୍ୟ ସବିଶେଷ ବିବରଣୀ ଦୟାପୂର୍ବକ ଜଣାଇବାକୁ ଅନୁରୋଧ ।

୬. ଭୂତପୂର୍ବ ଲାଲ ବାହାଦୂର ଶାସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁରେ ଷଡ଼ଯନ୍ତ୍ରର ଆରୋପର ଉପଯୁକ୍ତ ତଦନ୍ତର ଚେଷ୍ଟା ହେଇଛି ନା ନାହିଁ ଦୟାକରି ତଥ୍ୟ ଦିଆଯାଉ । ଯଦି ହେଉଛି ରେକର୍ଡର ନକଲ ଯୋଗାଇଦିଆଯାଉ ।

ଏହି ସବୁ ପ୍ରଶ୍ନର ଏକ ନିରୁତ୍ସାଜନକ ଉତ୍ତର ଦେଇ ବିଭାଗୀୟ ମନ୍ତ୍ରଣାଳୟ ଜଣାଇଲେ “ଆରଟିଆଇ ଅଧିନିୟମର ଧାରା ୮(୧)(ଅ) ଅନୁଯାୟୀ ଏଭଳି ତଥ୍ୟ ସର୍ବସାଧାରଣରେ ପ୍ରକାଶଯୋଗ୍ୟ ନୁହେଁ” । ସେମାନେ ମୋତେ କେବଳ ଏତିକି କହିଲେ ଯେ ମସ୍କୋ ଦୂତବାସରେ ଶାସ୍ତ୍ରୀଙ୍କ ୧୧.୦୧.୬୬ରେ ମୃତ୍ୟୁ ବା ପରବର୍ତ୍ତୀ ଘଟଣାକ୍ରମ ସମ୍ବନ୍ଧୀୟ କୌଣସି ନଥିପତ୍ର ହଜିଯାଇନି କି ନଷ୍ଟ ହୋଇଯାଇନି । ଡାକ୍ତରମାନଙ୍କ ଦ୍ୱାରା ସ୍ୱାକ୍ଷରିତ ରିପୋର୍ଟର ନକଲ ମୋତେ ନ ମିଳିବାକୁ ମୁଁ (ଅନୁଜ ଧର ) ଡ଼ଃ ଗଡର଼୍ନଙ୍କ ନାମ ରିପୋର୍ଟରେ ନଥିବାର ଆରୋପର ସତ୍ୟାସତ୍ୟ ପ୍ରତିପାଦିତ କରିପାରିଲିନି ।

ପୁନଃବିଚାର ଆବେଦନର ବିଚାର କରୁଥିବା ନ୍ୟାୟଳୟଙ୍କୁ ମୁଁ (ଅନୁଜ ଧର ) ଆବେଦନ କରିବା ଓ ଏହି ବିଷୟରେ ସିଆଇସିର ହସ୍ତକ୍ଷେପ ଉପରାନ୍ତ ବିଦେଶ ମନ୍ତ୍ରଣାଳୟ ଅଗଷ୍ଟ ୨୦୧୧ରେ ମୋତେ ଲିଖିତ ଭାବେ ଜଣାଇଲେ ଯେ “ବହୁତ ଚେଷ୍ଟା” ପରେ କିଛି ଅଧିକ ତଥ୍ୟ ସେମାନଙ୍କ ହସ୍ତଗତ ହୋଇଛି । ୧୯୯୬ର ଏକ ସରକାରୀ ବିବୃତିର ଏକ ନିମ୍ନମାନର ନକଲ ସେମାନେ ମୋତେ ଯୋଗାଇଲେ । ସେଥିରେ ଡାକ୍ତରଙ୍କ ରିପୋର୍ଟର ଇଂରାଜୀ ଅନୁବାଦ ସଂଲଗ୍ନ ଥିଲା । ମୋ ଦ୍ୱାରା ସଂଗୃହୀତ କାଗଜପତ୍ରରେ ରାଜ୍ୟସଭା ସଚିବାଳୟରୁ ଜାନୁଆରୀ ୨୦୦୯ରେ ଜାରି ଏକ ଉତ୍ତରରେ ଉଲ୍ଲେଖ ଥିଲା ଯେ “ମହଜୁଦ ଥିବା ରେକଡର଼୍” ଅନୁଯାୟୀ ସଂସଦରେ ଉପସ୍ଥାପିତ ଓ ସାଂସଦଙ୍କ ଦ୍ୱାରା ବିଷଦ ଆଲୋଚିତ “ଡାକ୍ତରଦଳଙ୍କ ରିପୋର୍ଟ” ବିଷୟରେ କୌଣସି ତଥ୍ୟ ନାହିଁ । ଏହା ମୋତେ ଆଶ୍ଚର୍ଯ୍ୟ କରିଥିଲା । ୦୬ ଜୁନ ୨୦୧୧ରେ ଗୁପ୍ତ ପିଏମଓ ନଥିପତ୍ର ସମ୍ବନ୍ଧରେ ଶୁଣାଣି ସକାଶେ ସିଆଇସି ସମୟ ଧାର୍ଯ୍ୟ କଲେ । ମୁଁ (ଅନୁଜ ଧର ) କେନ୍ଦ୍ରୀୟ ସୂଚନା କମିଶନର ଶ୍ରୀଯୁକ୍ତ ସତ୍ୟାନନ୍ଦ ମିଶ୍ରଙ୍କ ଚାମ୍ବରକୁ ପ୍ରବେଶ କଲି; ଦେଖିଲି ସେଠାରେ ଉପସ୍ଥିତ ସରକାରୀ ଅଧିକାରୀଗଣ ଏପରି ଗମ୍ଭୀର ମୁଦ୍ରାରେ ଅଛନ୍ତି ଯେମିତିକି ଶାସ୍ତ୍ରୀ ସପ୍ତାହକ ପୂର୍ବରୁ ହିଁ ମୃତ୍ୟୁ ବରଣ କରିଛନ୍ତି । ରେକର୍ଡକୁ ପ୍ରକଟ ନକରିବା ଘେନି ସେମାନେ ଯୁକ୍ତି ବାଢ଼ିଲେ ଓ ମୁଁ (ଅନୁଜ ଧର ) ନିଜର । ଶେଷରେ ମିଶ୍ର ନିଜ ନିର୍ଣ୍ଣୟ ଜଣାଇ କହିଲେ ସେ ନିଜେ ସେହି ରେକର୍ଡକୁ ଯାଞ୍ଚ କରି ଦେଖିବେ ଯେ ପିଏମଓଙ୍କ ଯୁକ୍ତି ଅନୂରୂପ “ ସେଥିରେ ଥିବା ତତ୍ତ୍ୱ “ଭାରତର ସୁରକ୍ଷା ଓ ଅନ୍ତର୍ଜାତୀୟ ସଂପର୍କ”ରେ ବିଭ୍ରାଟ ଆଣିବାରେ ସକ୍ଷମ କି? ତାହେଲେ ଯାଇ କହିହେବ ଏଥିରେ ଥିବା ତଥ୍ୟ ଉନ୍ମୋଚନ ଯୋଗ୍ୟ କି ନୁହେଁ ।

ମୁଖ୍ୟ ସୂଚନା କମିଶନସରଙ୍କ ନିଦ୍ଧେର୍ଶ ଅନୁଯାୟୀ ପିଏମଓ ଅଧିକାରୀଗଣ ଏକ ମୁଦା ଲଫାପାରେ ଉକ୍ତ ରିପୋର୍ଟଟିକୁ ଦାଖଲ କଲେ । ମିଶ୍ର ସମସ୍ତଙ୍କ ଉପସ୍ଥିତିରେ ଉକ୍ତ ରିପୋର୍ଟଟିକୁ ଦେଖିଲେ । ଶେଷରେ କହିଲେ “ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସେମିତି କିଛି ପ୍ରତ୍ୟକ୍ଷ ସୂଚନା ନାହିଁ” । ସେଦିନ ସେଠାରେ ଉପସ୍ଥିତି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆର ଜଣେ ସମ୍ବାଦଦାତା ଗଣମାଧ୍ୟମରେ ପ୍ରକାଶନ ସକାଶେ ସମସ୍ତ ଘଟଣାର ବିବରଣୀ ଲିପିବଦ୍ଧ କରୁଥିଲେ । ସିଆଇସି ପିଏମଓ ସପକ୍ଷରେ ରାୟ ରଖିଲେ ଓ ତହିଁର କାରଣଗୁଡ଼ିକ ମଧ୍ୟ ଦର୍ଶାଇଲେ:

“ଦସ୍ତାବିଜରେ ବିଭିନ୍ନ ସୂତ୍ରରୁ ସଂଗୃହୀତ ଗୁଇନ୍ଦା ତତ୍ତ୍ୱ ଅଛି ଯେ ଏକ ବିଦେଶୀ ରାଷ୍ଟ୍ର ଶାସ୍ତ୍ରୀଜୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ପ୍ରସଙ୍ଗରେ ଏଣୁ ତେଣୁ କଥା ପ୍ରଚାର କରୁଛି । ସେ ସମୟରେ ଏହି ଦେଶ ସହିତ ଆମ ସମ୍ପର୍କ ଏତେଟା ସୌହାର୍ଦ୍ଧପୂର୍ଣ୍ଣ ନଥିଲା । କିନ୍ତୁ ଏବେ ଆମର ସମ୍ପର୍କରେ ଢେର ଉନ୍ନତି ଘଟିଛି । ତେଣୁ ଦସ୍ତାବିଜର ବିବର୍ଗୀକରଣ ଏହି ସମ୍ପର୍କକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି”

ବହୁତ କଥା ପରିଷ୍କାର ହୋଇଗଲା । ଏହି ରେକର୍ଡ ସିଆଇଏକୁ ନୁହେଁ ବରଂ ଖୋଦ୍ ଯୁକ୍ତରାଷ୍ଟ୍ର ଆମେରିକାକୁ ଦୋଷାରୋପ କରୁଥିଲା ଯେ ଏହି ରାଷ୍ଟ୍ର ଶାସ୍ତ୍ରୀଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବୋଲି ଚାରିଆଡ଼େ ମିଥ୍ୟା ପ୍ରଚାର ଚଳାଇଥିଲା । ଆମେରିକାର ଏହି ବିବାଦୀୟ ଭୂମିକା ବିଷୟରେ ମୁଁ (ଅନୁଜ ଧର ) ପରବର୍ତ୍ତୀ ଅଧ୍ୟାୟରେ ବିଷଦ ଆଲୋଚନା କରିବି ।

ଆରଟିଆଇ ଅଧିନିୟମରେ ବଳରେ ଆବେଦନ କରି କିଛି ତଥ୍ୟ ହାସଲ କରିବା ଉଦ୍ୟମରେ ମୁଁ (ଅନୁଜ ଧର ) ଅସଫଳ ଅବଶ୍ୟ ହେଲି କିନ୍ତୁ ମୋର ଚେଷ୍ଟାରେ ବୃଥାଗଲା ନାହିଁ । ରେକର୍ଡଟିକୁ ବିଗର୍ଗୀକରଣ ସକାଶେ ସରକାରଙ୍କ ଅନାଗ୍ରହ ପୁରୁଣା ସନ୍ଦେହକୁ ଜାଗ୍ରତ କଲା । ଫଳସ୍ୱରୂପ ପ୍ରଥମଥର ପାଇଁ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଲା । ଶାସ୍ତ୍ରୀଜୀଙ୍କ ରହସ୍ୟଜନକ ମୃତ୍ୟୁ ପୁଣି ଏକ ଚର୍ଚ୍ଚିତ ଖବର ପାଲଟିଗଲା । ଶାସ୍ତ୍ରୀଙ୍କ ପରିବାରବର୍ଗ ଓ ଏ ପ୍ରସଙ୍ଗରେ ଆଗ୍ରହ ରଖୁଥିବା ଅନ୍ୟ ବ୍ୟକ୍ତବିଶେଷ ଏଥର ମୁହଁ ଖୋଲିଲେ । କିଛି ପୁରୁଣା ଆରୋପ ସହିତ ଚମକ୍‌ପ୍ରଦ ନୂଆ ତଥ୍ୟ ଓ ଦୃଷ୍ଟିକୋଣ ବା ମତ ମଧ୍ୟ ପ୍ରକାଶ ପାଇଲା । ଶାସ୍ତ୍ରୀଙ୍କ ଜ୍ୟେଷ୍ଠ ପୁତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଅନିଲ ଶାସ୍ତ୍ରୀ ପିତାଙ୍କ ଅସ୍ୱାଭାବିକ ମୃତ୍ୟୁ ଜନିତ ଦସ୍ତାବିଜର ବିବର୍ଗୀକରଣ ଦାବି କଲେ ଓ କହିଲେ: “ଜନତାଙ୍କ ମଧ୍ୟରେ ସନ୍ଦେହ ବଳବତ୍ତର ଅଛି” ନଥିପତ୍ରର ବିବର୍ଗୀକରଣ ଏ ସମସ୍ତ ଶଙ୍କାକୁ ଦୂରୀଭୂତ କରିବାରେ ସହାୟକ ହେବ । ଶାସକ ଦଳର ଏକ କର୍ମକର୍ତ୍ତା ହୋଇଥିବାରୁ ମୁଁ (ଅନୁଜ ଧର ) ସରକାରଙ୍କଠାରେ ଏ ବିଷୟରେ ବିଭିନ୍ନ ସ୍ତରରେ ସ୍ୱର ଊଠାଇପାରିବି” । ୨ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାର କହିଲେ , “ ମୁଁ (ଅନୁଜ ଧର ) ଏବେ ବି ବିଶ୍ୱାସ କରେ ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ହୃଦ୍ଘାତଜନିତ ଥିଲା । ଯଦି ତାଙ୍କ ମୃତ୍ୟୁ ସମ୍ବନ୍ଧୀୟ କିଛି ବି ଦସ୍ତାବିଜ ସରକାରଙ୍କଠାରେ ଅଛି, ତାହେଲେ ସେସବୁର ବିବର୍ଗୀକରଣ ହେବା ଆବଶ୍ୟକ । ନଚେତ ସରକାର ସନ୍ଦେହ ବଳୟକୁ ଆସୁଛନ୍ତି” ।

ଜନତାଙ୍କ ପ୍ରବଳ ଦାବି ସତ୍ୱେ, ସରକାର ନୀରବ ରହିଲେ । ତେଣୁ ସନ୍ଦେହ ବଢ଼ି ବଢ଼ି ଚାଲିଲା । ଏଥର ନାୟାର ମଧ୍ୟ ସରକାରଙ୍କ ବିବୃତିରେ ଶଙ୍କା ପ୍ରକାଶ କଲେ । ୨ ଅକ୍ଟୋବର ୨୦୧୨ରେ ସିଏନ୍ଏନ୍‌-ନ୍ୟୁଜ୍‌ ୧୮ରେ ବରିଷ୍ଠ ପତ୍ରକାର କରନ ଥାପରଙ୍କ ସହିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ନାୟାର କହିଥିଲେ, “ଯେବେ ଜଣେ ସଂସଦୀୟ ସଦସ୍ୟ ‘ବିଷ ଦିଆଯାଇଥିବା’ ଭଳି ସଙ୍ଗୀନ ଆରୋପ କଲେ ଓ ତତ୍କାଳୀନ ବିଦେଶ ସଚିବ ମୋତେ ଟେଲିଫୋନ୍‌ କରି ଏହାର ବିପକ୍ଷରେ ନିଜ ମତାମତ ରଖିବା ପାଇଁ କହିଲେ ସେବେ ମୋର ମନରେ ଶଙ୍କା ଦେଖାଗଲା । ସେ ପ୍ରାୟ ୪/୫ ଥର ମୋତେ ଫୋନ୍‌ କରି ବ୍ୟସ୍ତ କଲେ” । ‘ତାସକନ୍ଦ ଫାଇଲସ୍’ର ନିର୍ମାଣ ପରିପ୍ରେକ୍ଷୀରେ ମୁଁ (ଅନୁଜ ଧର ) ଯେବେ ବିବେକ ଅଗ୍ନିହୋତ୍ରୀଙ୍କ ସହିତ ନାୟାରଙ୍କୁ ଭେଟିବାକୁ ଯାଇଥିଲି , ସେ ଉପରୋକ୍ତ ଘଟଣା ଦୋହରାଇଥିଲେ । ୯୫ ବର୍ଷରେ ମଧ୍ୟ ସ୍ମରଣ ଶକ୍ତି ବେଶ୍ ପ୍ରଖର ଥିବା ଭାରତର ଏହି ପ୍ରଖ୍ୟାତ ସାମ୍ବାଦିକ ଜଣଙ୍କର ଦୃଢ଼ୀଭୂତ ବିଶ୍ୱାସ ଥିଲା ଯେ କିଛି ତ ଗୋଳମାଳ ଅଛି ।

ଏ ସମୟରେ ସବୁଠାରୁ ତାତ୍ପର୍ଯ୍ୟଯୁକ୍ତ ଅଗ୍ରଗତି ଥିଲା ତାସକନ୍ଦରେ ଶାସ୍ତ୍ରୀଙ୍କ ଭୋଜନଆଦି ପ୍ରସ୍ତୁତ କରିବାକୁ ନିୟୋଜିତ ରୁଷୀୟ ରୋଷେୟା ଅହମଦ ସଟ୍ଟାରୋଭଙ୍କ ଏକ ସମ୍ବାଦପତ୍ରକୁ ଏକ ସାକ୍ଷାତକାର ।

୨ ଅକ୍ଟୋବର ୨୦୧୩ରେ ଖବର ୱେବ୍ ସାଇଟ୍ ‘ରଷିଆନ୍ ବିଅଣ୍ଡ’ରେ ରୁଷୀୟ ସାମ୍ବାଦିକ ଆ78ନ ଭେରେସଚାଗିନ୍ ସଟ୍ଟାରୋଭଙ୍କ ବିଷୟରେ ଲେଖିଥିଲେ । ମୂଲତଃ ଏହା ରୁଷ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରୁଷୀୟ ସମ୍ବାଦପତ୍ର ‘ରୋଷୀସ୍କକାୟା ଗାଜେଟା’ରେ ପ୍ରକାଶିତ ହୋଇଥିଲା । ଆରଟିଆଇ ସାହାଯ୍ୟରେ ତଥ୍ୟାନୁସନ୍ଧାନ ପାଇଁ ମୋର ଚେଷ୍ଟାକୁ ଉଲ୍ଲେଖ କରି ଭେରେସଚାଗିନ୍ ସଟ୍ଟାରୋଭଙ୍କ ସାକ୍ଷାକାତକାର ନେଇଥିଲେ । ଜଣାପଡ଼ିଲା ଯେ ଶାସ୍ତ୍ରୀଙ୍କ ମୃତ୍ୟୁର କିଛି ସମୟ ଉପରାନ୍ତ କେବଳ ସଟ୍ଟାରୋଭ ନୁହେଁ ମହମ୍ମଦ ଜାନଙ୍କୁ ମଧ୍ୟ ବିଷପ୍ରୟୋଗ ଆରୋପରେ ଗିରଫ କରାଯାଇଥିଲା ।

ସଟ୍ଟାରୋଭଙ୍କ କହିବାନୁସାରେ ଶାସ୍ତ୍ରୀଙ୍କ ମୃତ୍ୟୁର ତତ୍‌କ୍ଷଣାତ ପରେ ବଡ଼ି ଭୋରରୁ ଭିଆପି ସୁରକ୍ଷାର ଦାୟିତ୍ୱରେ ଥିବା କେଜିବିର ନବମ ସଂଚାଳକମଣ୍ଡଳର ଜଣେ ଅଧିକାରୀ ତାଙ୍କୁ ନିଦରୁ ଉଠାଇଥିଲେ । କହିଲେ, “ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷ ଦିଆଯାଇଛି ବୋଲି ସେମାନେ ସନ୍ଦେହ କରୁଛନ୍ତି” । ତାଙ୍କୁ ଓ ଅନ୍ୟ ତିିନିଜଣଙ୍କୁ ହାତକଢ଼ା ପିନ୍ଧାଇ ତାସକନ୍ଦଠାରୁ ୩୦ କିମି ଦୂର ଏକ ଛୋଟିଆ ସହରକୁ ନିଆଗଲା । ସେମାନଙ୍କୁ ଏକ ଭୂତଳ କୋଠରୀରେ ବନ୍ଦୀ ରଖାଗଲା ।

‘ରୁଷୀଆନ ବିଅଣ୍ଡ’ରେ ସଟ୍ଟାରୋଭଙ୍କ ବିବୃତିନୁସାରେ-

‘କିଛି ସମୟ ପରେ ସେମାନେ ଭୋଜିରେ ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ଭାରତୀୟ ରୋଷେୟାଙ୍କୁ ଘେନିଆସିଲେ । ଆମେ ଭାବିଲୁ ବୋଧହୁଏ ଏହି ବ୍ୟକ୍ତି ଶାସ୍ତ୍ରୀଙ୍କ ବିଷ ଦେଇଥିବ । ଆମେ ସମସ୍ତେ ଏତେ ଘାବରେଇ ଯାଇଥିଲୁ ଯେ ଆମ ଆଖି ସମ୍ମୁଖରେ ଜଣେ ସହକର୍ମୀଙ୍କ କାନମୁଣ୍ଡା ପାଖ କେଶ ଧଳା ପଡ଼ିଗଲା । ମୋ ମନୋଦଶା ଉପରେ ଏହି ପରିସ୍ଥିତି ଏଭଳି ପ୍ରଭାବ ପକାଇଲା ଯେ ଆଜିଯାଏ ମୁଁ (ଅନୁଜ ଧର ) ଖନେଇ ଖନେଇ କଥା କହୁଛି’ ।

ସଟ୍ଟାରୋଭଙ୍କ ଅନୁସାରେ ଛ’ଘଣ୍ଟା ଅଟକ ପରେ କୋସିଗିନ୍ ନିଜେ କୋଠରୀ ମଧ୍ୟକୁ ଆସିଲେ ଓ ବ୍ୟକ୍ତିଗତ ଭାବେ କ୍ଷମା ଯାଚନା କରି କହିଲେ ‘ଡାକ୍ତରୀ ଦଳଙ୍କ ପରୀକ୍ଷାରୁ ଜଣାପଡ଼ିଲା ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା ଓ ଚତୁର୍ଥ ହୃଦ୍ଘାତ୍ ତାଙ୍କ ପାଇଁ ଘାତକ ହେଲା’ । ସଟ୍ଟାରୋଭଙ୍କ ସ୍ପଷ୍ଟିକରଣ ପରେ ମଧ୍ୟ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଅପରିବର୍ତ୍ତୀତ ରହିଲା । ଭାରତ ସରକାରଙ୍କ ଅନୁଯାୟୀ ଡ଼ଃ ଚୁଗ୍ ଓ ଅନ୍ୟାନ୍ୟ ବରିଷ୍ଠ ଚିକିତ୍ସକ ତ ବିଷ ପ୍ରୟୋଗ ଭଳି କୌଣସି କଥା ସନ୍ଦେହ କରିନଥିଲେ । ସଟ୍ଟାରୋଭ , ମହମ୍ମଦ ଜାନ୍ ଓ ଅନ୍ୟମାନଙ୍କୁ କେଜିବି ଉଠାଇନେବା ପୂର୍ବରୁ ହିଁ ଡାକ୍ତରୀ ଦଳ ଶାସ୍ତ୍ରୀଙ୍କ ମୃତ୍ୟୁ କାଳୀନ ରିପୋର୍ଟରେ ସ୍ୱାକ୍ଷର କରିସାରିଥିଲେ । ସରକାରୀ ବିବୃତି ଅନୁସାରେ ଯଦି ଶାସ୍ତ୍ରୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା ବୋଲି ନିଶ୍ଚିତ ଥିଲେ ତେବେ କାହିଁକି ସଟ୍ଟାରୋଭ , ମହମ୍ମଦ ଜାନ୍ ଆଦିଙ୍କୁ ଗିରଫ କରାଗଲା? ଏହା ପ୍ରମାଣିତ କରେ ଯେ କେଜିବି ଡାକ୍ତରଙ୍କ ନିର୍ଣ୍ଣୟକୁ ଆଡ଼େଇ ଯାଇଥିଲେ ବା ସରକାରୀ ସ୍ତରରେ ଡାକ୍ତରଙ୍କ ବିବୃତି ପୁରାପୂରି ସତ୍ୟ ନୁହେଁ । ଆଶ୍ଚର୍ଯ୍ୟର କଥା ମହମ୍ମଦ ଜାନଙ୍କ ନିଯୁକ୍ତିଦାତା ଟିଏନ୍‌ କୌଲ କେବେ ବି ଏହି ଗିରଫଧାରି ବିଷୟରେ ପଦଟିଏ ମଧ୍ୟ ଉଚ୍ଚାରଣ କରିନଥିଲେ । ସରକାର ମଧ୍ୟ ଏହି ଗିରଫଧାରି କଥା ଉପରେ ବିବୃତି ଦେବା ପାଇଁ ଅନେକ ସୁଯୋଗ ହାତଛଡ଼ା କରିଥିଲେ । ଏହା ପ୍ରମାଣିତ କରେ ଯେ ସରକାର କେତେ ସତ୍ୟବାଦୀ । ତେଣୁ ସଟ୍ଟାରୋଭଙ୍କ ବିବୃତି ଶାସ୍ତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ପାରିପାର୍ଶ୍ଵିକ ପ୍ରମାଣର ବଳିଷ୍ଠ ଉଦାହରଣ ଥିଲା ।

ପ୍ରସଙ୍ଗବଶତଃ ସଟ୍ଟାରୋଭ ଶାସ୍ତ୍ରୀଙ୍କ ଖାଦ୍ୟରେ କୌଣସି ପ୍ରକାର ବିଷ ପ୍ରୟୋଗ ଆଶଙ୍କାକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ । କାରଣ ବିନା ପରୀକ୍ଷାଗାର ଯାଞ୍ଚ୍‌ରେ କୌଣସି ଖାଦ୍ୟ ଭୋଜି ଟେବୁଲରେ ବା ରାଷ୍ଟ୍ର ମୁଖ୍ୟମାନଙ୍କ ରେଫ୍ରିଜରେଟର ମଧ୍ୟରେ ପହଞ୍ଚିବାର ପ୍ରଶ୍ନ ହିଁ ନଥିଲା । କେଜିବି “ଭୋଜିର ସମସ୍ତ ବନ୍ଦୋବସ୍ତକୁ ସଂପୂର୍ଣ୍ଣ ତଦାରଖ କେବଳ କରୁନଥିଲା, ସମସ୍ତ ଖାଦ୍ୟ ପାନୀୟର ମାନ ଉପରେ କଢ଼ା ନଜର ମଧ୍ୟ ରଖୁଥିଲା ।” ସଟ୍ଟାରୋଭ ଓଲଟି ପ୍ରଶ୍ନ କଲେ କି କ’ଣ ସେଭଳି ଦୁଃସାହାସ କରିବା ପାଇଁ ସୁଯୋଗ ଥିଲା କି ? କର୍ମଚାରୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲା କେଜିବି ଓ ଅନ୍ୟାନ୍ୟ ଗୁଇନ୍ଦା ସଂସ୍ଥା । ସେ ଠିକ୍ କହିଥିଲେ । ୧୯୯୧ରେ ଭାରତରେ ରୁଷୀୟ ଦୂତବାସଙ୍କ ଦ୍ୱାରା ପ୍ରକାଶିତ ‘ସୋଭିଏତ୍‌ ଲ୍ୟାଣ୍ଡ୍‌’ ନାମକ ଏକ ପତ୍ରିକାରେ ପୂର୍ବତନ କେଜିବି ଅଫିସରଙ୍କ ତାସକନ୍ଦ ସମ୍ବନ୍ଧୀୟ କିଛି ବିବୃତି ପ୍ରକାଶ ପାଇଲା । ସେ ଅଧିକାରୀ ଜଣକ ପ୍ରକଟ କଲେ ଯେ କେଜିବି ଉଭୟ ଭାରତ ଓ ପାକିସ୍ତାନ ପ୍ରତିନିଧି ଦଳଙ୍କ ଉପରେ ନିଜର ରଖିଥିଲା । ଉଦ୍ଧେଶ୍ୟ ଥିଲା ଜାଣିବା ପାଇଁ ଯେ କେଉଁ ପକ୍ଷ ଚୁକ୍ତିପୂର୍ଣ୍ଣ ଆଲୋଚନାରେ କେତେ ଦେଇପାରୁଛନ୍ତି । ‘ସୋଭିଏତ୍‌ ଲ୍ୟାଣ୍ଡ୍‌’ ଅନୁସାରେ –

‘ଯେବେ ଶାସ୍ତ୍ରୀଙ୍କ ହୃଦ୍ଘାତ ହେଲା, କେଜିବି ସବୁ ଜାଣୁଥିଲା; କିନ୍ତୁ ଶାସ୍ତ୍ରୀଜୀ ଅନୁଗତମାନଙ୍କୁ ଜଣାଇନଥିଲା । ତାର ଭୟ ଥିଲା ଯେ ତା’ର ଖେଳ କାଳେ ପଦାରେ ପଡ଼ିଯିବ ଓ ଭାରତ ସହିତ କୁଟନୈତିକ ସଂପର୍କର ଅବକ୍ଷୟ ଘଟିବ ।’ ୩

ସଟ୍ଟାରୋଭଙ୍କ ମତନୁସାରେ ଶାସ୍ତ୍ରୀଙ୍କ ଖାଦ୍ୟରେ କିଛି ମିଶାଯାଇନଥିବ କଥା ସ୍ୱର୍ଗତ ଲଲିତା ଶାସ୍ତ୍ରୀ ବୋଧହୁଏ ଗ୍ରହଣ କରିନେଇଥାଆନ୍ତେ । ରାମନାଥଙ୍କ ସହିତ କଥାବାର୍ତ୍ତା ପରେ ତାଙ୍କ ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା କକ୍ଷରେ ସଦା ମହଜୁଦ ଫ୍ଲାକ୍ସ ଉପରେ । ସେହି ଫ୍ଲାକ୍ସ ଯେଉଁଥିରୁ ଘଟଣା ରାତ୍ରିରେ ଶାସ୍ତ୍ରୀଙ୍କ ପାଣି ଦିଆଯାଇଥିଲା । ୧୯୯୦ରେ ‘ଧର୍ମଯୁଗ’ରେ ଦିଆଯାଇଥିବା ତାଙ୍କ ସାକ୍ଷାତକାର ଅନୁସାରେ ପାଣି ପିଇବାର କିଛି ମିନିଟ୍ ପରେ ଶାସ୍ତ୍ରୀ ଅସ୍ୱସ୍ତି ଅନୁଭବ କରିଥିଲେ । ସେ ଦୃଢ଼ତାର ସହ ଏହା ମଧ୍ୟ କହିଥିଲେ ଯେ ସେହି ଫ୍ଲାକ୍ସ ଆମ ଘରକୁ ଫେରିଆସିନଥିଲା ।

ସେ ‘ଧର୍ମଯୁଗ’କୁ ଏହା ମଧ୍ୟ କହିଥିଲେ ଯେ ଶାସ୍ତ୍ରୀଜୀ ସମ୍ଭବତଃ ହଜିଯାଇଥିବା ତଥାକଥିତ ଡାଏରୀରେ ତାଙ୍କ ଉଦ୍ଧେଶ୍ୟରେ କିଛି ଲେଖିଯାଇଥିବେ । ପ୍ରକୃତରେ ସେ କିଛି ସୁରାଗ ଦିଗରେ ଇଙ୍ଗିତ କରିବାକୁ ଚେଷ୍ଟା କରିଥିଲେ ଯାହା ପରିବାରବର୍ଗ ସେତେବେଳେ କହିବାକୁ ସାହସ ଜୁଟାଇ ପାରିନଥିଲେ । ସିପି ଶ୍ରୀବାସ୍ତବଙ୍କ ଏକ ବହିରେ ଉଲ୍ଲେଖ ଅଛି ଯେ ୧୦ ଜାନୁଆରୀ ପ୍ରଭାତରେ କାଗଜର ଛୋଟ ଛୋଟ ଟୁକୁଡ଼ାରେ ଶାସ୍ତ୍ରୀଜୀ କବି ସାୱିବ ଲାଖନଭିଙ୍କ ଦ୍ୱାରା ଲିଖିତ ଫକ୍ତି ଉଦ୍ଧୃତ କରିଥିବାର ସେ ଦେଖିଲେ । ସେହି ଫକ୍ତିର ବ୍ୟାଖ୍ୟାନ ଏହିଭଳି – ଦୁନିଆ ତ ମୋତେ ଆଗ୍ରହର ସହ ଶୁଣୁଥିଲା । କେବଳ ମୁଁ (ଅନୁଜ ଧର ) ଗପ କହୁ କହୁ ଶୋଇଗଲି । କ’ଣ ଶାସ୍ତ୍ରୀଜୀଙ୍କୁ ମୃତ୍ୟୁର ପୂର୍ବାଭାସ ମିଳିଯାଇଥିଲା ? ଶ୍ରୀବାସ୍ତବ ପଚାରିଛନ୍ତି । ଶାସ୍ତ୍ରୀଙ୍କ ପରିଜନ କିନ୍ତୁ ଭିନ୍ନ କିଛି ଭାବୁଥିଲେ । ସେମାନଙ୍କ ଅନୁସାରେ ସେହି ଶେଷ ଦିନ ଏହି ମାତ୍ର ଗୋଟିଏ ଲେଖା ନଥିଲା ଶାସ୍ତ୍ରୀଙ୍କର । ଶାସ୍ତ୍ରୀଜୀଙ୍କ ଜ୍ୟେଷ୍ଠ ନାତି ସଞ୍ଜୟ ନାଥ ସିଂହଙ୍କ କହିବାନୁସାରେ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଜିନିଷପତ୍ର ତାଙ୍କ ପରିବାରବର୍ଗଙ୍କୁ ଫେରାଇ ଦିଆଯାଇଥିଲା । ସେହି ଜିନିଷ ମଧ୍ୟରୁ ଲଲିତା ଶାସ୍ତ୍ରୀଙ୍କୁ ଚଷମା ଖୋଳ ଭିତରେ ଆଉ ଏକ ଛୋଟିଆ ଲେଖା ମିଳିଥିଲା । ସେଥିରେ ହିନ୍ଦୀରେ ଲେଖାଥିଲା- “ମୋ ସହିତ ବିଶ୍ୱାସଘାତକତା କରାଯାଇଛି” ।

ସେହି ନୋଟ୍‌ଟି ଏବେ କାହିଁ ? ପରିବାର ସଦସ୍ୟଙ୍କ ଅନୁସାରେ ଲଲିତା ଶାସ୍ତ୍ରୀ କିଛି ସମୟ ପର୍ଯ୍ୟନ୍ତ ନୋଟ୍‌ଟିକୁ ତାଙ୍କ ନିଜ ପାଖରେ ରଖିଥିଲେ; କିଛି ଦିନ ପରେ ତାହା ଗିଳିପକାଇଲେ, ଏଭଳି ଆଚରଣ ମନର ଅସ୍ୱାଭାବିକତାକୁ ଦର୍ଶାଏ । ସେ ଏଭଳି କାହିଁକି କଲେ ? ପରିବାର ସଦସ୍ୟବୃନ୍ଦ କୁହନ୍ତି ଳଲିତା ଶାସ୍ତ୍ରୀ କିଛି ଉଚ୍ଚସ୍ତରୀୟ କର୍ମକର୍ତ୍ତାଙ୍କୁ ଭେଟିଥିଲେ । ଏହି ଆଲୋଚନା ପରେ ଲଲିତା ଶାସ୍ତ୍ରୀଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ପୂର୍ବଭଳି ସେ ନିଜ ସ୍ୱାମୀଙ୍କ ଅସ୍ୱାଭାବିକ ନିଧନକୁ ନେଇ ଏତେଟା ବ୍ୟସ୍ତ ହେଉନଥିଲେ । ଏହା ପରେ ତାଙ୍କ ପରିବାରଙ୍କ ସୁରକ୍ଷା ହିଁ ତାଙ୍କ ପାଇଁ ସର୍ବୋପରି ଥିଲା । ୧୯୯୩ରେ ଲଲିତା ଶାସ୍ତ୍ରୀ ମୃତ୍ୟୁ ବରଣ କଲେ । ଶେଷ ପର୍ଯ୍ୟନ୍ତ ତାଙ୍କ ସନ୍ଦେହ ବଳବତ୍ତର ଥିଲା ଯେ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ତାଙ୍କ ସନ୍ତାନଗଣ, ନାତି ନାତୁଣୀ ତଥା ଅନେକ ବ୍ୟକ୍ତି ଏବେ ବି ବିଶ୍ୱାସ କରନ୍ତି ଯେ କେହି ଜଣେ ସତ୍ୟ ଉନ୍ମୋଚନ ହେଉ ବୋଲି ଚାହୁଁନଥିଲେ ।

ସେମାନଙ୍କୁ ଶାସ୍ତ୍ରୀଙ୍କ ଘଟଣାର ଦୁଇ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଡ଼ଃ ଆରଏନ ଚୁଗ୍‌ ଓ ରାମନାଥ ଦଶାରେ ଏକ ଶୈଳୀ ବା ଢାଞ୍ଚା ଦେଖିବାକୁ ମିଳିଥିଲା । ଏକ ଟ୍ରକ ଦୁର୍ଘଟଣାରେ ଡ଼ଃ ଚୁଗ୍ , ତାଙ୍କ ପତ୍ନୀଙ୍କ ଓ ଜ୍ୟେଷ୍ଠ ପୁତ୍ରଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ କନ୍ୟା ତ ବଞ୍ଚିଯାଇଥିଲେ କିନ୍ତୁ ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଗଲେ । ଏହା ମାର୍ଚ୍ଚ ୧୯୭୭ ମସିହାର ଘଟଣା ଯେବେ ସାଧାରଣ ନିର୍ବାଚନ ମାତ୍ର କିଛି ଦିନ ବାକି ଥିଲା । କଂଗ୍ରେସ ସେତେବେଳେ ହାରିବାର ଭୟରେ ଜଡ଼ସଡ଼ ହେଉଥିଲା ଓ ଶୁଣିବାକୁ ମିଳୁଥିଲା ଯେ ଜନତା ଦଳ ସରକାର ଗଠନ କଲେ ନିଶ୍ଚିତ ରୂପେ ଶାସ୍ତ୍ରୀଜୀଙ୍କ ଘଟଣାର ତଦନ୍ତ ନିର୍ଦ୍ଧେଶ ଦେବ । ସେହି ସମୟରେ ରାମନାଥ ମଧ୍ୟ ଲଳିତା ଶାସ୍ତ୍ରୀଙ୍କୁ ଭେଟିଥିଲେ ବୋଲି ପରିବାରବର୍ଗ କୁହନ୍ତି । ରାମନାଥ ଲଲିତା ଶାସ୍ତ୍ରୀଙ୍କୁ କିଛି ଗୋପନ କଥା କହି ନିଜ ମନର ବୋଝରୁ ତ୍ରାହି ପାଇବାକୁ କହିଥିଲେ । ତା’ପରେ ସେ ଶାସ୍ତ୍ରୀଙ୍କ ବାସଭବନରୁ ବାହାରିଲା ମାତ୍ରକେ ଏକ ବସ୍ ତାଙ୍କୁ ଧକ୍କା ଦେଲା । ସେ ଅବଶ୍ୟ ବଞ୍ଚିଯାଇଥିଲେ କିନ୍ତୁ ତାଙ୍କ ଗୋଡ଼କୁ କାଟିଦିଆଗଲା । ଏହା ପରେ ସେ କେବେ ବି ଶାସ୍ତ୍ରୀଙ୍କ ଘଟଣା ବିଷୟରେ ମୁହଁ ଖୋଲିନାହାଁନ୍ତି । କିନ୍ତୁ ଡ଼ଃ ଚୁଗ୍‌ଙ୍କ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବିଷୟ ଅନେକଥର ସଂସଦରେ ଉଠାଯାଇଥିଲା । ସିପିଏମ ସାଂସଦ ଜ୍ୟୋର୍ତିମୟ ବସୁ ୨୪ ଜୁନ୍ ୧୯୭୭ରେ ଏହି ଦୁର୍ଘଟଣା କଥା ସଂସଦରେ ଜରୁରୀକାଳୀନ ପରିସ୍ଥିତିରେ ବର୍ବରତାପୂର୍ଣ୍ଣ କାର୍ଯ୍ୟକଳାପର ଆଲୋଚନା ହେଉଥିବା ସମୟରେ କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବସୁ ୧୯୭୫ ଜରୁରୀକାଳୀନ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଧେଶମତେ ଗିରଫ୍‌ ହୋଇ ଜେଲ ଯାଇଥିଲେ । ଚୁଗ୍‌ଙ୍କ କାରକୁ ଟ୍ରକ୍ ଟି ପଛରୁ ଧକ୍କା ଦେଇଥିଲା । ଧକ୍କାଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ ଚୁଗ୍ କାରରୁ ବାହାରକୁ ଆସନ୍ତେ ସେହି ଟ୍ରକ୍ ପୁଣି ତାଙ୍କ ଧକ୍କା ଦେଲା ଓ ଏହା ନିଶ୍ଚିତ ରୂପେ ଏକ ସାଧାରଣ ଦୁର୍ଘଟଣା ନଥିଲା ।

୧. ଏହି ଅଙ୍କ କିଛି ବର୍ଷ ପୁରୁଣା ।
୨. କୁଲଦୀପ ନାୟର ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀତ ଦସ୍ତାବିଜ୍ର ବିବର୍ଗୀକରଣ ଦାବି କଲେ । ୧୮ ଜୁଲାଇ https://www.oneindia.com/2009/07/18/kuldipnayar-demands-declassification-of-documentsrelated.html
୩. ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ : ବିଜୟର ଦ୍ୱାରଦେଶରେ ଥାଇ ମଧ୍ୟ କାହିଁକି ଭାରତ ଯୁଦ୍ଧ ତ୍ୟାଗ କଲା । ସେପ୍ଟେମ୍ବର ୦୨, ୨୦୧୫ ‘ରଷିୟା ବିଅଣ୍ଡ’ ।
୪. ଜ୍ୟୋର୍ତିମୟ ବସୁ ସିପିଏମର ସେଭଳି ବିଶିଷ୍ଠ ନେତା ନଥିଲେ । ତଥାପି ସମସ୍ତଙ୍କର ଏକ ଦୃଢ଼ୀଭୂତ ବିଶ୍ୱାସ ଥିଲା ଯେ ଇନ୍ଦିରା ଗାନ୍ଧୀ କେତେକ ବରିଷ୍ଠ ସିପିଏମ ନେତାଙ୍କ ଅନୁମୋଦନ କ୍ରମେ ଜ୍ୟୋର୍ତିମୟ ବସୁଙ୍କୁ ଗିରଫ କରିବାକୁ ନିର୍ଦ୍ଧେଶ ଦେଇଥିଲେ । କାରଣ ଜ୍ୟୋର୍ତିମୟ ବସୁ ଇନ୍ଦିରା ଗାନ୍ଧୀଙ୍କୁ ଆରୋପ କରି ଏମିତି କିଛି ରୋଚକ ତଥ୍ୟ ଉନ୍ମୋଚନ କରିଥିଲେ ଯାହା ଶ୍ରୀମତୀ ଗାନ୍ଧୀଙ୍କୁ ଅଡ଼ୁଆରେ ପକାଇଥିଲା । ( ସମୀର କର, ଦ ବ୍ଳାକ୍ ଡ଼େ, ମେନ୍‌ଷ୍ଟ୍ରିମ୍ ଭଲ୍ୟୁମ୍ ଏଲଆଇଭି, ୩୦, ୧୬ ଜୁଲାଇ,୨୦୧୬)

ଲୋକପ୍ରିୟ ଲେଖା

To Top