ରହସ୍ୟ

ସୁବାଷ ଚନ୍ଦ୍ର ବୋଷ, ଲାଲ ବାହାଦୂର ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀ ମୃତ୍ୟୁ ପ୍ରଚ୍ଛଦରେ ‘ଷଡ଼ଯନ୍ତ୍ର’ଓ ‘ଷଡ଼ଯନ୍ତ୍ର ମତବାଦ’

Shastrijinka Hatyaara Rahasya

ନିକ୍ସନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ହେନ୍ରୀ କିଶିଙ୍ଗର ବିଶ୍ୱସ୍ଥିତି ସମ୍ବନ୍ଧରେ ନିଜ ମତ ଦିଅନ୍ତ- ଭାରତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ତାସକନ୍ଦରେ ଅସମୟ ମୃତ୍ୟୁର କାରଣ କେବେ ବି କାହା ଦ୍ୱାରା ଅନୁସନ୍ଧାନ କରା ଯାଇନଥିଲା

ସୁବାଷ ଚନ୍ଦ୍ର ବୋଷ, ଲାଲ ବାହାଦୂର ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀ ମୃତ୍ୟୁ ପ୍ରଚ୍ଛଦରେ ‘ଷଡ଼ଯନ୍ତ୍ର’ଓ ‘ଷଡ଼ଯନ୍ତ୍ର ମତବାଦ’

‘ଷଡ଼ଯନ୍ତ୍ର’ ଶବ୍ଦର ଉଚ୍ଚାରଣ ମାତ୍ରେ ହିଁ ଆମ ମାନସପଟରେ ଭାସି ଉଠେ ସୁବାଷ ଚନ୍ଦ୍ର ବୋଷ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଗଢ଼ିଉଠିଥିବା ଅନେକ ବିଚିତ୍ର ବିତର୍କ । ଏମିତି କିଛି ବିବାଦ ତ ଅତୀବ ଅତିରଞ୍ଜିତ ଓ ବିଭ୍ରାନ୍ତିକର । କିନ୍ତୁ ଏହି ପ୍ରକ୍ରିୟା / ବ୍ୟାପାର କେବଳ ସୁବାଷ ଚନ୍ଦ୍ର ବୋଷ ଓ କିଛି ମାତ୍ରାରେ ଲାଲ ବାହାଦୂରଙ୍କ ରହସ୍ୟମୟ ମୃତ୍ୟୁରେ ସୀମିତ ନଥିଲା । ଅକ୍ସଫୋର୍ଡ ଇଂଲିଶ ଶବ୍ଦକୋଷରେ ‘ଷଡ଼ଯନ୍ତ୍ର ମତବାଦ’ (Conspiracy Theory) ସଂଜ୍ଞା ଅନ୍ତର୍ଭୁକ୍ତ ହେବାର ଛ’ବର୍ଷ ପୂର୍ବରୁ ଏକ ଅତି ଜଘନ୍ୟ ‘ଷଡ଼ଯନ୍ତ୍ର’ର ଆଖ୍ୟାନ ରାଜୀବ ଗାନ୍ଧୀଙ୍କ ହତ୍ୟା ପରିପ୍ରେକ୍ଷୀରେ ଉପସ୍ଥାପିତ କରାଯାଇସାରିଥିଲା । ‘ଷଡ଼ଯନ୍ତ୍ର ମତବାଦ’ ବିଷୟରେ ଆଲୋଚନା ଅବସରରେ ଉପଯୁକ୍ତ ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ର ବିଷୟ ଆଲୋଚନା ପରିସରକୁ ଆସେନାହିଁ । ସମସ୍ତଙ୍କ ମତରେ ଏହା ହିଁ ପ୍ରକୃତ ପକ୍ଷେ ‘ଷଡ଼ଯନ୍ତ୍ର’ ଥିଲା, କେବଳ ଅନୁମାନ ‘ ପର୍ଯବେସିତ ‘ଷଡ଼ଯନ୍ତ୍ର ମତବାଦ’ ନୁହେଁ । କିନ୍ତୁ ନେତାଜୀ ଓ ଶାସ୍ତ୍ରୀଜୀଙ୍କ ହତ୍ୟା ପ୍ରଚ୍ଛଦରେ କୌଣସି ଷଡ଼ଯନ୍ତ୍ରର ମନ୍ତ୍ରଣାକୁ ସହଜରେ ଏଡ଼ାଇ ଦିଆଯାଉଥିଲା ।

ଶ୍ରୀପେରମ୍ବଦୁରରୁ ହୃଦୟବିଦାରକ ଖବର ପ୍ରସାରିତ ହେବା ମାତ୍ରକେ ଶତାଧିକ ଉତ୍‌କ୍ଷିପ୍ତ କଂଗ୍ରେସ କର୍ମୀ ଦିଲ୍ଲୀ ରାଜରାସ୍ତାକୁ ଓହ୍ଳାଇ ଆସିଲେ । ‘ଦ ୱାଶିଂଟନ ପୋଷ୍ଟ’ର ଦକ୍ଷିଣ ଏସିଆ ବ୍ୟୁରୋ ଚିଫ୍‌ ଷ୍ଟିଭ୍ କୋଲ୨୨ ମେ ୧୯୯୧ରେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ “ଏହି କର୍ମୀମାନେ ଆମେରିକାର ଗୁଇନ୍ଦା ସଂସ୍ଥା ସି.ଆଇ.ଏ. (Central Intelligence Agency ) ବିରୁଦ୍ଧରେ ସ୍ଳୋଗାନ ଆଦି ଦେଇଚାଲିଥିଲେ ଓ ଆମେରିକୀୟ ଗୁଇନ୍ଦା ସଂସ୍ଥାକୁ ହତ୍ୟା ଆରୋପୀ ଦର୍ଶାଇଥିଲେ । କୋଲ ଜଣେ ପୁଲିତ୍‌ଜର ପୁରସ୍କାର ପ୍ରାପ୍ତ ସାମ୍ବାଦିକ ଓ ସି.ଆଇ.ଏ.ର କାର୍ଯ୍ୟପ୍ରଣାଳୀ ବିଷୟରେ ବହୁତ ରୁଚି ରଖନ୍ତି । ସେ ଏହା ମଧ୍ୟ କହିଥିଲେ ଯେ “ଭାରତର ରାଜନୈତିକ କର୍ମୀ ଓ ନେତାଗଣ ନିଜ ଦେଶରେ ବିିଭିନ୍ନ ପ୍ରକାରର ଅଘଟଣ ବା କ୍ଷତିରେ ଷଡ଼ଯନ୍ତ୍ର ଗନ୍ଧ ବାରନ୍ତି” ।

ୱାଶିଂଟନ ପୋଷ୍ଟର ଜୁନ ୧୪ ସଂସ୍କରଣରେ କୋଲ ଅନ୍ୟ ଏକ ଆଲେଖ୍ୟରେ ଲେଖିଥିଲେ, “ଭାରତର ବୁଦ୍ଧିଜୀବୀ ତଥା ଧନାଢ଼୍ୟ ବ୍ୟକ୍ତିବିଶେଷ ମଧ୍ୟ ସି.ଆଇ.ଏ.କୁ ଦୋଷାରୋପ କରନ୍ତି” । କୋଲଙ୍କ ଅନୁସାରେ ଏଭଳି ବିଶ୍ୱାସ “ପଶ୍ଚିମରେ ବସବାସ ଅଥବା ବିଦେଶ ଭ୍ରମଣ କରିଥିବା ରାଜନୀତିଜ୍ଞ, ଅମଲାତନ୍ତ୍ରୀ, ଶିକ୍ଷାବିତ୍ ଓ ସାମ୍ବାଦିକ ଭଳି ସମ୍ମାନସ୍ପଦ ବ୍ୟକ୍ତିଙ୍କଠାରେ ମଧ୍ୟ ପରିବ୍ୟାପ୍ତ । ଏଭଳି ମନୋଭାବ କୌଣସି ନିଦର୍ଶନର ଆଧାରର ବା ଦୃଢ଼ ଅନୁମାନ ନୁହେଁ ବରଂ ଏକ ଅଟଳ ଭାବାତ୍ମକ ଆବେଗ ବୋଲି ଜଣାଯାଏ । ଏହାର ଉଦାହରଣ ସ୍ୱରୂପରେ ସାପ୍ତାହିକ ପତ୍ରିକା ‘ସଣ୍ଡେ ଅବଜର୍ଭର’ର ଭାରତର ଜଣାଶୁଣା ଚିନ୍ତାନାୟକ ସୁଧିନ୍ଦ୍ର କୁଲକର୍ଣ୍ଣିଙ୍କ ଦ୍ୱାରା ଲିଖିତ ଏକ ଦୁଇ ହଜାର ଶବ୍ଦ ବିଶିଷ୍ଟ ଆକଳନ ଭିତ୍ତିକ ଲେଖା ପ୍ରକାଶିତ ହୋଇଥିଲା ଯାହାର ଶୀର୍ଷକ ଥିଲା ‘ଡ଼େ ଅଫ ଜାକଲ’ (The day of Jackal) । କୁଲକର୍ଣ୍ଣି ସ୍ୱତସିଦ୍ଧ କରିଥିଲେ ଆମେରିକାର ଇଚ୍ଛା ଯେ ‘ଭାରତ, ପାକିସ୍ଥାନ ଓ ବାଙ୍ଗଲାଦେଶ ସଦା ଦରିଦ୍ର, ଦୁର୍ବଳ ଓ ଅସ୍ଥିର ରହୁ ବୋଲି ସୁନିଶ୍ଚିତ କରିବା’ ।

‘ୱାଶିଂଟନ ପୋଷ୍ଟ’ରେ କୋଲଙ୍କ ଲେଖା ପରିପ୍ରେକ୍ଷୀରେ ସଂଯୁକ୍ତ ରାଷ୍ଟ୍ରର ଆମେରିକାର ହାଉସ ଅଫ ରିପ୍ରେଜିକ୍ଟାଟିିଭସ୍ (House of Representatives) ବା ପ୍ରତିନିଧି ସଭାରେ ଆଲୋଚନା ହେଲା । ନେବ୍ରେସ୍କାର ଜଣେ ରିପ୍ଳବିକାନ୍ ପାର୍ଟି ସଦସ୍ୟ ଶ୍ରୀ ଢଙ୍ଗ ବେରିଉଟର୍ କହିଲେ ସେ ଏହି ‘ଷଡ଼ଯନ୍ତ୍ର ମତବାଦ’ ଯୁକ୍ତି କଳ୍ପନାପ୍ରସୂତ ଓ ଭାରତୀୟମାନଙ୍କ ଅଦ୍ଭୁତ ଚିନ୍ତାଧାରାର ପ୍ରତିଫଳନ । ଢଙ୍ଗ ବେରିଉଟ ୨୦୦୪ରେ ନିଜ ଦଳର ଆଭିମୁଖ୍ୟ ବିପରୀତ ଇରାକ୍ ଯୁଦ୍ଧକୁ ବିରୋଧ କରିଥିଲେ । ସେ କଥିପୟ ଶିକ୍ଷିତ ଭାରତୀୟଙ୍କ ମତକୁ ଉଦ୍ଧାର କରି କହିଥିଲେ ଯେ, ‘ସି.ଆଇ.ଏ. ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଛି କାରଣ ସେ ଜଣେ ଟାଣୁଆ ନେତା ଓ ଭାରତକୁ ବିଶ୍ୱଶକ୍ତିରେ ରୂପାନ୍ତରିତ କରିବାର ଦକ୍ଷତା ରଖୁଥିଲେ’ । ତା’ପରେ ଅତି କଟୁ ସମାଲୋଚନା କରି କହିଲେ, ‘ଜଣେ ଏଭଳି ସୁସ୍ପଷ୍ଟ ହାସ୍ୟସ୍ପଦ ଓ ଦାୟିତ୍ୱହୀନ ମନ୍ତ୍ୟବକୁ କିଭଳି ଗ୍ରହଣ କରିବ ଜାଣି ହେଉନାହିଁ । ତଥାପି ଏଭଳି ଆରୋପକୁ ଖଣ୍ଡନ କରାନଗଲେ ସମୟାନୁକ୍ରମେ ଏହାର ବିଶ୍ୱସନୀୟତା ଓ ଗୁରୁତ୍ୱ ସର୍ବଗ୍ରାହୀ ହେବ । ତେଣୁ ଏ ବିଷୟରେ ଆଲୋଚନା କରିବା ଉଚିତ୍ ହେବ । ଗୁଇନ୍ଦା ବିଭାଗର ‘ହାଉସ ଅଫ ସିଲେକ୍ଟ କମିଟି’ର ଜଣେ ସଦସ୍ୟ ହିସାବରେ ମୁଁ ଏ ବାବଦରେ କିଛି କହିବି । ଇଚ୍ଛା ହେଉଛି ଭାରତର ଶାସକ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ବୃହତ୍ ମନୋବିଜ୍ଞାନ ଚିକିତ୍ସାର ବରାଦ କରନ୍ତି । କିନ୍ତୁ ଏଭଳି ଇଚ୍ଛାକୁ ଦମନ କରି ମୁଁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବା ଏଭଳି ଅସୁସ୍ଥ, ଅଯୌକ୍ତିକ ସନ୍ଦେହର ନିରାକରଣ ନିମନ୍ତେ କିଛି ଯୁକ୍ତିଯୁକ୍ତ ତଥ୍ୟର ପରିବେଷଣ କରିବାକୁ ଚାହେଁ । ପ୍ରଥମତଃ ‘ହତ୍ୟା’ ପାଇଁ କେବେ ବି ନିର୍ଦ୍ଧେଶ ଦିଆଯାଏନି । ଆମ ଉପରେ ଗାନ୍ଧୀଙ୍କୁ ମୃତ ଦେଖିବାର ଆରୋପ, ପ୍ରକୃତ ତଥ୍ୟ ଓ ଯୁକ୍ତଯୁକ୍ତ ଚିନ୍ତାଧାରା ବିରୋଧି । ଆମେ କ’ଣ ସବୁବେଳେ ଭାରତକୁ ଦରିଦ୍ର ଓ ଅସ୍ଥିରତାରେ ଗଳଦ୍ଘର୍ମ ଦେଶ ଭାବେ ଦେଖିବାକୁ ଚାହିଁବା ? ଏହାର ବିପରୀତ ଆମର କାର୍ଯ୍ୟକ୍ରମ ଓ ନୀତି ତ ଭାରତକୁ ଏକ ସମୃଦ୍ଧଶୀଳ ଦେଶ ଭାବେ ଦେଖିବା ପାଇଁ ପ୍ରଣୀତ । ଉଭୟ କାର୍ଯ୍ୟକାରୀ ବିଭାଗ ଓ କଂଗ୍ରେସ ଭାରତୀୟ ଉପମହାଦେଶରେ ସ୍ଥିରତା ବଜାୟ ଭଳି ନୀତି ପ୍ରଣୟମ ସପକ୍ଷରେ ବହୁ କାଳରୁ ମତ ଦେଇଆସୁଛନ୍ତି ।’

ଢଙ୍ଗ କହିଲେ, ଆମ ଦେଶରେ କୌଣସି ପ୍ରକାର ରାଜନୈତିକ ହତ୍ୟାକୁ ନିଷେଧ କରାଯାଇଅଛି ଏମିତିକି କୌଣସି ଗୁପ୍ତ ଗୁଇନ୍ଦା କାର୍ଯ୍ୟକୁ ଯାହା ସ୍ୱତଃ ‘ହତ୍ୟା’ର ସନ୍ଦେହ ଉଦ୍ରେଗ କରାଇବ । ଏଭଳି କାର୍ଯ୍ୟକୁ ସି.ଆଇ.ଏ. ଓ ଜାତୀୟ ସୁରକ୍ଷା ପରିଷଦର କ୍ୟାବିନେଟ୍‌ ଓ କ୍ୟାବିନେଟ୍‌ ସ୍ତରରେ ଜାତୀୟ ସୁରକ୍ଷା ପରିଷଦରେ ସମୀକ୍ଷା କରାଯାଏ । କ୍ୟାବିନେଟ୍‌ ସ୍ତରୀୟ ଜାତୀୟ ସୁରକ୍ଷା ପରିଷଦ ସମୀକ୍ଷା ସମୟରେ ରାଷ୍ଟ୍ରପତି ସ୍ୱୟଂ ଉପସ୍ଥିତ ରୁହନ୍ତି । ପରିଶେଷରେ ସବୁ ଗୁପ୍ତ କାର୍ଯ୍ୟକୁ ରାଷ୍ଟ୍ରପତି ଅନୁମୋଦନ ଦିଅନ୍ତି । ସେ ଏକ ଲିଖିତ ଦସ୍ତାବିଜରେ ସ୍ୱାକ୍ଷର କରି ପ୍ରଜ୍ଞାବିତ କରନ୍ତି ଯେ ଏହିସବୁ ଗୁପ୍ତ କାର୍ଯ୍ୟ ଦେଶର ଜାତୀୟ ସୁରକ୍ଷା ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ପରେ ଗୃହ ଓ ସେନେଟ ଗୁଇନ୍ଦା କମିଟି ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ପ୍ରତି ଗୁପ୍ତ କାର୍ଯ୍ୟକୁ ସମୀକ୍ଷା କରନ୍ତି । ରାଜୀବ ଗାନ୍ଧୀ ହତ୍ୟା ସମୟରେ ଜଣେ ପୂର୍ବତନ ସି.ଆଇ.ଏ ନିର୍ଦ୍ଧେଶକ ଜର୍ଜ ଏଚ.ଡବ୍ଲୁ ବୁଶ୍ ଆମେରିକାର ରାଷ୍ଟ୍ରପତି ଥିଲେ । ସେ ସମୟରେ ଭାରତ -ଆମେରିକାର ସମ୍ପର୍କ ବୁଶ୍‌ଙ୍କ ପୁତ୍ର କନିଷ୍ଠ ବୁଶ୍‌ଙ୍କ ଶାସନକାଳ ଭଳି ଏତେଟା ସୁଦୃଢ଼ ନଥିଲା । କିନ୍ତୁ ବୁଶ୍ ବରିଷ୍ଠ ବ୍ୟକ୍ତିଗତ ସ୍ତରରେ ରାଜୀବ ଗାନ୍ଧୀଙ୍କୁ ବେଶ୍ ପସନ୍ଦ କରୁଥିଲେ । ‘ନ୍ୟୁୟର୍କ ଟାଇମସ୍’ରେ ପ୍ରକାଶିତ ସମ୍ବାଦ ଅନୁସାରେ ବୁଶ୍ ଏଭଳି ହତ୍ୟାକାଣ୍ଡକୁ ‘ଭୟାନକ’ କହିଥିଲେ । ରାଜୀବ ଗାନ୍ଧୀଙ୍କୁ ଜଣେ ଭଲ ବନ୍ଧୁ ଓ ବିଶ୍ୱସ୍ତରୀୟ ନେତା ଭାବେ ଅଭିହିତ କରି ବୁଶ୍ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ । ବୁଶ୍ କହିଥିଲେ ସେ ଓ ତାଙ୍କ ପତ୍ନୀ ଉଭୟ ସୋନିଆ ଓ ରାଜୀବଙ୍କ ବେଶ୍ ନିକଟତମ ବନ୍ଧୁ ଥିଲେ । ଏହା ପ୍ରକୃତରେ ଏକ ଦୁଃଖବହ ଘଟଣା । ବୁଶ୍‌ଙ୍କ ପୂର୍ବାଧିକାରୀ ରୋନାଲଣ୍ଡ ରେଗନ୍ ବର୍ଷାଧିକ କାଳ (୧୯୮୧-୧୯୮୯) ସୋଭିଏତ ସଙ୍ଘ ସହିତ ଯୁଦ୍ଧରେ ଲିପ୍ତ ରହିଥିଲେ । ଭାରତ ସୋଭିଏତ ସପକ୍ଷବାଦୀ ବୋଲି ଜଣା ଥିବା ସତ୍ୱେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଆମେରିକା ଗସ୍ତ ସମୟରେ ହ୍ୱାଇଟ ହାଉସରେ ଲାଲ ଗାଲିଛା ବିଛାଯାଇ ସେମାନଙ୍କ ସ୍ୱାଗତ କରାଯାଇଥିଲା । ଭାରତ ଭଳି ଏକ ବିରାଟ ଓ ଗୁରୁତ୍ୱପୂର୍ଣ୍ଣ ଦେଶକୁ ଯେଭଳି ସମ୍ମାନ ଓ ଅଭ୍ୟର୍ଥନା ଦିଆଯିବା କଥା ସେମାନଙ୍କୁ ସେହିଭଳି ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ ସମୟର ଉତ୍ତୋଳିତ କିଛି ଦୃଶ୍ୟରେ ବୟୋଜ୍ୟେଷ୍ଠ ରେଗନ୍‌ଙ୍କ ରାଜୀବ ଗାନ୍ଧୀଙ୍କୁ ବିଦାୟ ଦେବା, ଛତାଟିଏ ଧରି ବର୍ଷାରୁ ସୁରକ୍ଷିତ କରିବା ଦେଖାଯାଏ । ରାଜୀବଙ୍କ ବାଲ୍ୟବନ୍ଧୁ ତଥା ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଜାହାଜ ଉଡ଼ାଇ ଦେବା ଅପରାଧରେ ୩୫ ବର୍ଷର ଦଣ୍ଡ ଭୋଗୁଥିବା ଆଦିଲ ଶାହାର୍‌ୟାର୍‌ଙ୍କୁ ରାଜୀବ ଗାନ୍ଧୀଙ୍କ ଅନୁରୋଧ କ୍ରମେ ରାଜକ୍ଷମା ଜ୍ଞାପନ କରାଯାଇଥିଲା । ପ୍ରସଙ୍ଗକ୍ରମେ ଓ ଏଠାରେ ଉଲ୍ଲିଖିତ କରିବା ସମୀଚୀନ ହେବ ଯେ ୧୯୯୧ରେ ରେଗନ୍‌ଙ୍କ ଦ୍ୱାରା ଏକ କାର୍ଯ୍ୟନିର୍ବାହୀ ଆଦେଶକ୍ରମରେ ସଂଯୁକ୍ତ ରାଷ୍ଟ୍ର ଆମେରିକାର କୌଣସି କର୍ମଚାରୀ ବା ଏହାର ପ୍ରତିନିଧିତ୍ୱ କରୁଥିବା କେହି ବି କୌଣସି ରାଜନୈତିକ ଷଡ଼ଯନ୍ତ୍ର କରିପାରିବେ ନାହିଁ କି କାର୍ଯ୍ୟକାରୀ କରିପାରିବେ ନାହିଁ ।

ହାଉସ୍ ଅଫ ରିପ୍ରେଜିକ୍ଟାଟିଭ୍ସରେ ବେରିଉଟର୍ କହିଲେ ଗୃହ ଗୁଇନ୍ଦା କମିଟିର ଏକ ସଦସ୍ୟ ହିସାବରେ ମୁଁ ଗୃହକୁ ଆଶ୍ୱସନା ଦେବାକୁ ଚାହେଁ ଯେ ଆମେ ଗୁପ୍ତ କାର୍ଯ୍ୟ ସଂକ୍ରାନ୍ତରେ ବହୁତ ସାବଧାନତା ଅବଲମ୍ବନ କରିଥାଉ । ଖାସ୍ କରି ଏହି ସବୁ ଗୁପ୍ତ ଯୋଜନାରେ କୌଣସି ପ୍ରକାରର ହତ୍ୟା ପ୍ରକାନ୍ତରରେ କି ପରୋକ୍ଷରେ ଆମେ କଦାପି ସ୍ଥାନ ଦେଉନା । ସେଥିପାଇଁ ମୁଁ ଆଚମ୍ବିତ ହେଲି ଯେବେ ରାଜୀବ ଗାନ୍ଧୀ ହତ୍ୟା ପରିପ୍ରେକ୍ଷୀରେ ଏକ ଅଯଥାର୍ଥ ଦୃଢ଼କ୍ତି ପ୍ରକାଶ ପାଇଲା । ସେ କହିଲେ ଏହି ପ୍ରସଙ୍ଗକୁ ଏତେ ଜୋର୍‌ ଦେବା ନିହାତି ଆବଶ୍ୟକ ଥିଲା । ଭାରତୀୟ ଜନତାଙ୍କ ଜାଣିବା ଉଚିତ୍ ଯେ ସି.ଆଇ.ଏ.କୁ ପ୍ରତି ଅଘଟଣ ପାଇଁ ଦାୟି କରିବା ଏକ କପୋଳକଳ୍ପିତ ଛିଦ୍ରାନ୍ୱେଷୀ ଉପକଥା ସଦୃଶ୍ୟ । ତେଣୁ ଗୃହର ଗୁଇନ୍ଦା କମିଟିର ଜଣେ ସଦସ୍ୟଙ୍କ ଏହି ଆଶ୍ୱାସନାକୁ ଭାରତୀୟ ଜନତା ଗୁରୁତ୍ୱ ଦେବେ ନିଶ୍ଚୟ ।

‘ଭାରତୀୟ ଜନତାଙ୍କୁ ଏହିସବୁ ତଥ୍ୟ ବିଷୟରେ ଓ ମୋର ଆଶ୍ୱସନାରୁ ଅବଗତ ହେବା ଦରକାର କାରଣ ମୁଁ ଉପସ୍ଥାପିତ କରିଥିବା ପ୍ରତ୍ୟେକ ତଥ୍ୟ ସତ୍ୟ । ଯୁକ୍ତରାଷ୍ଟ୍ର ଆମେରିକା ପରୋକ୍ଷରେ ବା ପ୍ରତ୍ୟକ୍ଷରେ ରାଜୀବ ଗାନ୍ଧୀଙ୍କ ହତ୍ୟାରେ କୌଣସି ଭୂମିକା ନାହିଁ । ଆମ ସରକାର ଓ ଆମେରିକାର ପ୍ରତ୍ୟେକ ନାଗରିକ ଏହି ଭଳି ଜଘନ୍ୟ କାଣ୍ଡର ନିନ୍ଦା କରୁଛନ୍ତି ଓ ଆମେ ଦୁଃଖଦ ସମୟରେ ଭାରତୀୟ ଜନତାଙ୍କ ସହିତ ଅଛୁ ।’

ଏଭଳି ଯୁକ୍ତିଯୁକ୍ତ ସ୍ପଷ୍ଟୀକରଣ ତଥା ଭାରତୀୟ ଓ ଆମେରିକୀୟ ଶାସକ ମୁଖ୍ୟଙ୍କ ଉତ୍ତମ ବ୍ୟକ୍ତିଗତ ସଂପର୍କ ସତ୍ୱେ ‘ଷଡ଼ଯନ୍ତ୍ରର ମତବାଦ’ରେ ବିଶ୍ୱାସୀ ବ୍ୟକ୍ତିବିଶେଷ ନିଜ ପୂର୍ବ ଚିନ୍ତାଧାରାରେ ଅଡ଼ି ବସିଲେ । ସବୁ ସୀମା ଟପିଗଲା ଯେବେ ସ୍ୱୟଂ ଭାରତ ସରକାର ଆମେରିକା ସହିତ ସଂପର୍କ ଖରାପ ହେବାର ଆଶଙ୍କାକୁ ଏଡ଼ାଇ ଯାଇ ‘ଷଡ଼ଯନ୍ତ୍ର ମତବାଦ’କୁ ସମର୍ଥନ କଲେ । ଏହା ବହୁତ ବିସ୍ମୟକର ଥିଲା । କାରଣ ଏମିତି ଏକ ସମୟରେ ଯେବେ ହତ୍ୟାକାଣ୍ଡରେ ଆମେରିକାର ସଂପୃକ୍ତିକୁ ଖୋଦ୍ ସରକାର ବି ପ୍ରାୟତଃ ସମର୍ଥନ କରୁଥିଲେ, ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସଂହ ରାଓ ରାଷ୍ଟ୍ରପତି ବୁଶ୍‌ଙ୍କୁ ଏକ ପତ୍ର ଲେଖିଲେ । ପତ୍ରର ବିଷୟବସ୍ତୁ ଥିଲା- ହାବାର୍ଡରେ ପଢ଼ୁଥିବା ରାହୁଲ ଗାନ୍ଧୀଙ୍କ ସୁରକ୍ଷା । ସେ ଲେଖିଥିଲେ “ଶ୍ରୀମତୀ ବୁଶ୍ ଓ ଆପଣ, ରାଜୀବ ଗାନ୍ଧୀଙ୍କ ପ୍ରତି ବହୁତ ସ୍ନେହଶୀଳ ଥିଲେ ଓ ଜଣେ ଭଲ ମିତ୍ର ମଧ୍ୟ । ତେଣୁ ମୁଁ ଆପଣଙ୍କୁ ଏହି ଅନୁରୋଧ କରି ପାରୁଛି” । ରାଓଙ୍କର ଏହି ପତ୍ର ‘ହାଫ୍ ଲାୟନ- ହାଓ ପି.ଭି ନରସିଂହ ରାଓ ଟ୍ରାନ୍ସର୍ଫମଡ଼ ଇଣ୍ଡିଆ’ର (Half Lion: How PV Narasimha Rao Transformed India) ଲେଖକ ବିନୟ ସୀତାପତି ୨୦୧୬ରେ କୋଲକତାରୁ ପ୍ରକାଶିତ ଟେଲିଗ୍ରାଫ୍‌କୁ ଏକ ସାକ୍ଷାତକାର ଦେବା ଅବସରରେ ଉଦ୍ଧୃତ କରିଥିଲେ । ଶିଖ୍‌ ଉଗ୍ରପନ୍ଥୀଙ୍କଠୁ ରାହୁଲ ଗାନ୍ଧୀଙ୍କୁ କ୍ଷତି ପହଞ୍ଚାଇବା ଆଶଙ୍କା ଥିବାରୁ ଏଭଳି ଏକ ତାଲିମପ୍ରାପ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଆବଶ୍ୟକତା ଅଛି ‘ଯାହାଙ୍କର ବିିଭିନ୍ନ ଗୁଇନ୍ଦା ସଂସ୍ଥାଠୁ ଆବଶ୍ୟକୀୟ ତଥ୍ୟ ପାଇବାରେ ଓ ସହଜରେ ଯୋଗାଯୋଗ କରିପାରିବା ଭଳି ସଙ୍ଗତି ଥିବ’ ବୋଲି ରାଓ ନିଜ ପତ୍ରରେ ଉଲ୍ଲେଖ କରିଥିଲେ ।

କିନ୍ତୁ ୨୬ ଜୁଲାଇରେ ଗୃହମନ୍ତ୍ରୀ ଏସ୍.ଭି ଚଭାନ୍‌ଙ୍କ ରାଜ୍ୟସଭାରେ ଉକ୍ତି ରାଓଙ୍କ ଆମେରିକା ପ୍ରତି ଆଭିମୁଖ୍ୟର ସଂପୂର୍ଣ୍ଣ ବିପରୀତ ଥିଲା । ସେ କହିଲେ ଅବଶ୍ୟ ଏଲ୍‌.ଟି.ଟି.ଇ.(Liberation of Tamil Tiger Ealam) ର ସଂପୃକ୍ତିର ସର୍ବାଧିକ ସମ୍ଭାବନା ଅଛି ବୋଲି ଅନୁମେୟ; ତଥାପି ଘଟଣାକ୍ରମରେ ଏକ ମହାଶକ୍ତିର ଜଡ଼ିତ ହେବା ଆଶଙ୍କାକୁ ଆଡ଼େଇ ଦିଆଯାଇନପାରେ । ଚଭାନ୍‌ ଦୃଢ଼ୋକ୍ତି ପ୍ରକାଶ କରି କହିଲେ ଯେ କେହି ଗ୍ରହଣ କରୁ ବା ନକରୁ ତୃତୀୟ ବିଶ୍ୱର ନେତା ହେବାର ଯୋଗ୍ୟତା କେବଳ ଭାରତର ଓ ଭାରତ ମାନେ ରାଜୀବ ଗାନ୍ଧୀ, ଅନ୍ୟ କେହି ନୁହେଁ । ରାଜୀବଙ୍କ ବିଶ୍ୱ ଦରବାରରେ ସ୍ଥିତି ବିଷୟରେ ତାଙ୍କର ଏହି ଦାମ୍ଭିକତାପୂର୍ଣ୍ଣ ଉକ୍ତି ସରକାରଙ୍କ ଅତିରଞ୍ଜିତ ଧାରଣା ପର୍ଯ୍ୟବେସିତ କଳ୍ପନାମାତ୍ର ।

ଏହା ପରେ ଗୃହମନ୍ତ୍ରୀ କହିଥିଲେ, କିଛି ଦେଶଙ୍କ ରାଜୀବ ଗାନ୍ଧୀଙ୍କ ବିଶ୍ୱସ୍ତରୀୟ ନେତା ଭଳି ଉତ୍ଥାନ ଗ୍ରହଣୀୟ ନଥିଲା । ଏବେ ତାଙ୍କର ଆବର୍ତ୍ତମାନରେ ସେମାନଙ୍କ ମହାଶକ୍ତି ହେବା ମହତ୍ତ୍ୱକାଂକ୍ଷାକୁ ଟକ୍କର ଦେବା ପାଇଁ କେହି ନାହାଁନ୍ତି ।

‘ଚିନ୍ତନ କରିବାର କଥା ସେ ଯଦି ତୃତୀୟ ବିଶ୍ୱର ନେତା ହୋଇଥାଆନ୍ତେ ତା’ହେଲେ କ’ଣ ତାଙ୍କୁ ଗ୍ରହଣ କରା ଯାଇଥାଆନ୍ତା ନା ଶେଷ କରି ଦିଆଯାଇଥାନ୍ତା ଓ ପରିଣାମରେ ଭାରତକୁ ତାଙ୍କ ଭଳି ପ୍ରତିଷ୍ଠାଯୁକ୍ତ ନେତା ଯିଏକି ମହାଶକ୍ତିଙ୍କୁ ବିଭିନ୍ନ ବିଷୟରେ ସାମ୍ନା କରିବାର କ୍ଷମତା ରଖୁଥିଲେ ହରାଇ ଥାଆନ୍ତା । ତେଣୁ ଏହି ଭଳି ସନ୍ଦେହ ସବୁ ମୋ (ଅନୁଜ ଧର) ମନକୁ ଆନ୍ଦୋଳିତ କରୁଛି ଓ ଆମେ ଘଟଣାକୁ ଗମ୍ଭୀର ଭାବେ ନେଇ ରାଜୀବ ଗାନ୍ଧୀଙ୍କ ହତ୍ୟା ମୂଳରେ ଥିବା ଅସଲ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିବାକୁ ଚେଷ୍ଟା କରିବା ଉଚିତ୍’ ।

ସରକାରଙ୍କ ଏଭଳି ବିବେଚନା ସହିତ ବିଚାରପତି ଏମ.ସି ଜୈନ କମିଶନଙ୍କ ତଦନ୍ତ ରିପୋର୍ଟ ସଂଯୋଜିତ ଆଧାରରେ ୧୯୯୮ରେ ଏକ ବହୁମୁଖି-ଅନୁଶାସନଯୁକ୍ତ ପ୍ରର୍ଯ୍ୟବେକ୍ଷଣ କମିଟି (ଏମ୍ଡ଼ିଏମଏ)ର ଗଠନ କରାଗଲା । ଏଥିରେ ର’, ଆବି, ମିଲିଟାରୀ ଗୁଇନ୍ଦା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, ପ୍ରବର୍ତ୍ତିତ ନିର୍ଦ୍ଧେଶାଳୟ ଆଦିରୁ ଉଚ୍ଚ ପଦସ୍ତ ଅଧିକାରୀବୃନ୍ଦଙ୍କୁ ଦାୟିତ୍ୱ ଦିଆଗଲା । ସେହି ସମୟରୁ ଅଦ୍ୟାବଧି ଏହି ପ୍ରଭାବଶାଳୀ ମଣ୍ଡଳୀ ଟିକସ୍‌ଦାତାଙ୍କ ଅର୍ଥରେ ‘ଅନ୍ତର୍ଜାତୀୟ ଷଡ଼ଷନ୍ତ୍ର’ର ମରିଚିକା ପଛେ ଧାଉଁଛନ୍ତି ।

ଏହି ‘ଷଡ଼ଯନ୍ତ୍ର’ କେବଳ କିଛି ଲୋକଙ୍କ ଭ୍ରାନ୍ତ ଧାରଣାର ଦ୍ୱାରା ଉଦ୍‌ଗତ ହୋଇଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରମାଣ ମିଳିନାହିଁ । ହତ୍ୟାକାଣ୍ଡ ତଦନ୍ତ ଦାୟିତ୍ୱରେ ଥିବା ଓ ମୋର ପରିଚିତ ଜଣେ ସିବିଆଇ ନିଦ୍ଧେର୍ଶକଙ୍କ କହିବାନୁଯାୟୀ ମୁଁ ଦୃଢ଼ତାର ସହ କହିପାରେ ସେ ସେଭଳି ପ୍ରମାଣ କେବେ ବି ମିଳିବ ନାହିଁ । ଏମ୍ଡ଼ିଏମଏର କାର୍ଯ୍ୟ ତଥାପି ଚାଲୁଅଛି, ବର୍ଷ ପରେ ବର୍ଷ ବିତିଗଲାଣି । ଏଲ୍‌.ଟି.ଟି.ଇ. ଏହା ମଧ୍ୟରେ ନିଜ ସଂପୃକ୍ତିକୁ ସ୍ୱୀକାର କରିସାରିଲାଣି ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ହତ୍ୟାକାରୀମାନଙ୍କ ମଧ୍ୟ ମୃତ୍ୟୁ ଘଟିସାରିଲାଣି ବା ହତ୍ୟା କରାଯାଇଛି । ଏହି ସମୟ ମଧ୍ୟରେ ଅନେକ ସ୍ୱନାମଧନ୍ୟ ଐତିହାସିକମାନେ ଓ ଅନ୍ୟମାନେ ତଥାପି କୁହନ୍ତି ସୁବାଷ ବୋଷଙ୍କ ମୃତ୍ୟୁ ତଦନ୍ତ କରି ବର୍ଷ , ସମୟ ଓ ଅର୍ଥର ବରବାଦ କରିବା ହିଁ ସାର ହେବ । ମୋ ଅନୁମାନନୁସାରେ ଉପରୋକ୍ତ ଯୁକ୍ତି ପୁଣି ଉଠିବ ଯେବେ ‘ତାସକନ୍ଦ ଫାଇଲସ୍’ (Tashkent Files) ପର୍ଦ୍ଦାକୁ ଆସିବା ପରେ ଜାତୀୟ ମାନସପଟରେ ପୁଣିଥରେ ଶାସ୍ତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ପୁନଃ ଜାଗ୍ରତ ହେବ ।

ଶାସ୍ତ୍ରୀଙ୍କ ମୃତ୍ୟୁ ବାବଦରେ ଅନେକ‘ ଷଡ଼ଯନ୍ତ୍ର ମତବାଦ’ ମଧ୍ୟରୁ ପ୍ରଥମ ମନ୍ତବ୍ୟଟିକୁ ମୂଲ୍ୟାଙ୍କନ କରିବା ପୂର୍ବରୁ ଦୀର୍ଘ ପୃଷ୍ଠଭୂମିର ଅବତାରଣା କରିବା ଆବଶ୍ୟକ । ‘ଷଡ଼ଯନ୍ତ୍ର ମତବାଦ’ନୁସାରେ ସନ୍ଦେହ ଘେରକୁ ପ୍ରଥମେ ଆସୁଛି ଯୁକ୍ତରାଷ୍ଟ୍ର ଆମେରିକା ।

ଶାସ୍ତ୍ରୀଙ୍କ ଘଟଣାରେ ଆମେରିକାର ସଂପୃକ୍ତିର ସୂତ୍ରପାତ ପ୍ରଥମେ ପରୋକ୍ଷ ଭାବେ ଅକ୍ଟୋବର ୧୯୭୪ରେ ହୋଇଥିଲା । ନୂଆ ଦିଲ୍ଲୀସ୍ଥିତ ଜଣେ ରାଜନୈତିକ ସମୀକ୍ଷକ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ନିଜର ଏକ ଆଲେଖ୍ୟରେ ଦାବି କରିଥିଲେ ଯେ, ୧୯୬୫ରେ ସି.ଆଇ.ଏ. ଲାଲ ବାହାଦୂର ଶାସ୍ତ୍ରୀଙ୍କର ବିଷୟରେ ଏକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କର ରକ୍ତ ପରୀକ୍ଷାର ଏକ ବିସ୍ତୃତ ମେଡ଼ିକାଲ ରିପୋର୍ଟ ଚୋରି କରିଥିଲା । ଭାରତ ସରକାର ଏ ବାବଦରେ ନିଜର ଅଜ୍ଞତା ପ୍ରକାଶ କରିଥିଲେ ଓ ଏହା ଉପରେ ଆଉ କିଛି କେବେ ମଧ୍ୟ ଶୁଣାଯାଇନଥିଲା । ଷ୍ଟିଭ୍ କୋଲ୍‌ ଠିକ୍‌ କହିଥିଲେ ଯେ ସରକାର ସେହି ସମୟରରେ ଖଣ୍ଡନ କରିଥିଲେ ଯେବେ ସି.ଆଇ.ଏ. ବିରୁଦ୍ଧରେ ଭାରତର ପ୍ରତିଷ୍ଠିତ ଗଣମାଧ୍ୟମ ସମୁହ ଅନେକ ଆଲେଖ୍ୟ ପ୍ରକାଶ କରୁଥିଲେ । ଏହି ଧାରା ସର୍ବପ୍ରଥମେ ୧୯୬୦ରେ ଆରମ୍ଭ ହୋଇ ୧୯୭୦ରେ ଚରମ ସୀମାରେ ପହଞ୍ଚିଥିଲା । ସରକାରଙ୍କ ଅନେକ ବିଫଳତା ବିଶେଷକରି ଭାରତକୁ ଘୋର ଦାରିଦ୍ରତାରୁ ମୁକ୍ତି ଦେବାରେ ଶାସନଧିନ ରାଜନେତାଙ୍କୁ ଦାୟୀ କରିବା ଘେନି କୌଣସି ଚିନ୍ତାଧାରରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏହା ଏକ ସୁଚିନ୍ତିତ ନିର୍ଣ୍ଣୟ ଥିଲା ।

ତେଣୁ ଭାରତୀୟ ‘ଷଡ଼ଯନ୍ତ୍ର ମତବାଦ’ ଉଦ୍ଭାବକମାନଙ୍କ ପାଇଁ ସେ ସମୟ ଏକ ପ୍ରକାରର ‘ସ୍ୱର୍ଣ୍ଣିମ ଯୁଗ’ ଥିଲା ବୋଲି କୁହାଯାଇପାରେ । ଏହି କ୍ରମରେ କଂଗ୍ରେସ ନେତୃବୃନ୍ଦଙ୍କ ସକ୍ରିୟତା ଅନ୍ୟମାନଙ୍କ ଅପେକ୍ଷା ସର୍ବୋତ୍ତମ ଥିଲା । ତଳସ୍ତରୀୟ ନେତାଙ୍କଠୁ ଆରମ୍ଭ କରି ଉପରସ୍ତରୀୟ ନେତା ସିଆଇଏକୁ ଲକ୍ଷ୍ୟ କରି ଗୋଟିଏ ପରେ ଗୋଟିଏ ମତବାଦର ସୃଷ୍ଟି କରିଚାଲିଲେ । ୧୯୭୨ରେ କଂଗ୍ରେସର ତତ୍କାଳୀନ ସଭାପତି ଶଙ୍କର ଦୟାଲ ଶର୍ମା (ଭାରତର ଭାବୀ ରାଷ୍ଟ୍ରପତି) ଗଣମାଧ୍ୟମକୁ କହିଥିଲେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ସଂସ୍ଥା ଆମ ଦେଶର ସାମାଜିକ ଓ ଅର୍ଥନୈତିକ ଜୀବନକୁ ବ୍ୟାଘାତ କଲାଭଳି କାର୍ଯ୍ୟମାନ କରୁଛି । ସେଇ ବର୍ଷ ୨୦ ଅକ୍ଟୋବରରେ ସେ ସି.ଆଇ.ଏ. ବିରୁଦ୍ଧରେ ଅନ୍ୟ ଏକ ଆରୋପ ପ୍ରରିପ୍ରେକ୍ଷୀରେ କହିଥିଲେ- ସି.ଆଇ.ଏ. ବିରୋଧିଦଳଙ୍କ ସହିତ ମିଶି ଗଣ୍ଡଗୋଳ ସୃଷ୍ଟି କରିବା ସହିତ ଓ ଦାରିଦ୍ର ଦୂରୀକରଣରେ ଆମର ସମସ୍ତ ପ୍ରୟାସକୁ ବିଫଳ କରୁଛି । ୨୯ ନଭେମ୍ବର ୧୯୭୪ରେ କଂଗ୍ରେସ ଦଳର ୨୧ ଜଣ ସାଂସଦ ଯୁକ୍ତରାଷ୍ଟ୍ର ଆମେରିକା ଓ ସିଆଇଏକୁ ଭାରତର ଆଭ୍ୟନ୍ତରୀଣ ପରିସ୍ଥିତିକୁ ବିଗାଡ଼ିଛି ବୋଲି ଦୋଷାରୋପ କରିଥିଲେ । ଅବଶ୍ୟ ପ୍ରତ୍ୟକ୍ଷରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିହାର ଓ ଦେଶର ଅନ୍ୟ ପ୍ରାନ୍ତରେ ପରିଚାଳିତ ଆନ୍ଦୋଳନ ବିଷୟରେ ନକହି ପରୋକ୍ଷରେ ଇଙ୍ଗିତ କରିଥିଲେ ଯେ ଏହି ଆନ୍ଦୋଳନ ସି.ଆଇ.ଏ.ର ପ୍ରଚ୍ଛନ୍ନ ସାହାଯ୍ୟ ଦ୍ୱାରା ଆଗେଇ ଚାଲିଛି । ଭାରତୀୟ ଗଣତାନ୍ତ୍ରିକ ଧାରାରେ ବ୍ୟାଘାତ ସୃଷ୍ଟି ଲକ୍ଷ୍ୟରେ ଏପରି କରାଯାଉଥିବାର ସେମାନେ କହିଥିଲେ । ଜାତୀୟ ଅଭିଲେଖାଗାରରେ କେତେକ ବିବର୍ଗୀକୃତ ରେକର୍ଡ ଯାଞ୍ଜ ସମୟରେ ମୁଁ (ଅନୁଜ ଧର) ଜାଣିବାକୁ ପାଇଲି ଯେ ଜେପି ଆନ୍ଦୋଳନକୁ ସମର୍ଥନ ଯୋଗାଉଥିବା ଆମେରିକାର କିଛି ପ୍ରବାସୀ ଭାରତୀୟଙ୍କୁ ସିଆଇଏର ଏଜେଣ୍ଟ୍‌ର ଆଖ୍ୟା ଦିଆଯାଇଥିଲା । ଏହି ଅବ୍ୟବସ୍ଥିତ ବାତାବରଣରେ ଦିଲୁ ମୋଦିଙ୍କ ବେଙ୍ଗାକ୍ତି ଏବେ ବି ମନେ ଅଛି । ଦିନେ ସେ “ମୁଁ ଏକ ସି.ଆଇ.ଏ. ଏଜେଣ୍ଟ୍‌” ଲେଖାଥିବା ଏକ ପ୍ରଖ୍ୟାପନ ପତ୍ର (ପ୍ଳାକାଡର଼୍) ପିନ୍ଧି ସଂସଦରେ ପହଞ୍ଚିଯାଇଥିଲେ । ସେ ସମୟରେ ଇନ୍ଦିରା ଗାନ୍ଧୀଙ୍କ ପୃଷ୍ଠପୋଷକତାରେ କଂଗ୍ରେସ ନେତାଏ ଦେଶର ଜନସାଧାରଣଙ୍କ ଚିନ୍ତାଧାରାକୁୁ ବିଭିନ୍ନ ଚହଳ ସୃଷ୍ଟକାରୀ ଭାଷଣ, ଆଲେଖ୍ୟ ଓ ସ୍ୱୀୟ ମନ୍ତବ୍ୟମାନ ଜରିଆରେ ଏଭଳି ଦୂଷିତ କରିଚାଲିଥିଲେ ଯେ ଦେଶର ସୂଦୂର ପ୍ରାନ୍ତରେ କୌଣସି ଛୋଟମୋଟ ଆନ୍ଦୋଳନରେ ବି ଆମେରିକାର ହାତ ଥିବା ସନ୍ଦେହ କରାଗଲା । ଅପରପକ୍ଷରେ ଦୋମୁହାଁ କଂଗ୍ରେସ ନେତୃବର୍ଗ, ସାମରିକ, ବେସାମରିକ ଓ ଗୁଇନ୍ଦା ବିଭାଗର ବରିଷ୍ଠ ସରକାରୀ କର୍ମକର୍ତ୍ତାଗଣ ନିଜ ସନ୍ତାନମାନ ଓ ବନ୍ଧୁପରିଜନଙ୍କ ସୁନ୍ଦର ଭବିଷ୍ୟତ ଲକ୍ଷ୍ୟରେ ବିଶ୍ୱର ସବୁଠାରୁ ବିଭବଶାଳୀ ଦେଶ ବୋଲାଉଥିବା ଆମେରିକାକୁ ପଠାଇବାରେ କୌଣସି ସଂକୋଚ କରୁନଥିଲେ ।

କିନ୍ତୁ କମ୍ ମାତ୍ରାରେ ହେଉ ପଛେ ସେହି ପରମ୍ପରା ଆଜି ମଧ୍ୟ ବଳବତ୍ତର ରହିଛି । ଆଜିର ସମୟରେ ଭାତରରେ ‘ଷଡ଼ଯନ୍ତ୍ର ମତବାଦ’ର ନିର୍ବିବାଦୀୟ ରାଜା ହେଉଛନ୍ତି ଓସାମା ବିନ୍ ଲାଦେନ ପ୍ରତି ସହାନୁଭୂତି ପ୍ରବଣ ଦିଗ୍‌ବିଜୟ ସିଂହ । ନିଜ ମହଲରେ “ଦିଗ୍ଗି ରାଜା” ନାମରେ ସମ୍ବୋଦିତ ଏହି ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନେକ ପ୍ରକାରର ‘ଷଡ଼ଯନ୍ତ୍ର ମତବାଦ’ର ପ୍ରସାର କରିଛନ୍ତି । ସେସବୁ ମଧ୍ୟରୁ ସବୁଠାରୁ ଅପରିମିତ ଅସଙ୍ଗତ ଯୁକ୍ତି ଓ ଦେଶବିରୋଧି ମନ୍ତବ୍ୟ ଥିଲା ୨୬/୧୧ ଘଟଣା ବିଷୟରେ । ସେ କହିଥିଲେ ଭାରତୀୟ ଗୁଇନ୍ଦା ସଂସ୍ଥା, ସିଆଇଏ ଓ ଇସ୍ରାଏଲର ଗୁଇନ୍ଦା ବିଭାଗ ‘ମୋସାଦ’ର (MOSSAD) ମିଳିତ ସହଯୋଗରେ ସଙ୍ଗଠିତ ହୋଇଥିଲା ୨୬/୧୧ ଭଳି ବିଭତ୍ସିୟ ଘଟଣା । ୧ ରୁ ୧୦ସ୍କେଲ୍‌ରେ ସ୍ଥାନିତ ଅମୂଳକ ତଥା ହାସ୍ୟପ୍ସଦ ଷଡ଼ଯନ୍ତ୍ର ମତବାଦଗୁଡ଼ିକ ମଧ୍ୟରେ ଯଦି ଉପରୋକ୍ତ ମତବାଦକୁ ସ୍ଥାନିତ କରାଯାଏ ତା’ହେଲେ ଏହା ‘ଜର୍ଜ ବୁଶ ପ୍ରଶାସନ ହିଁ ୯/୧୧ର ଚକ୍ରାନ୍ତକାରୀ’ ବା ‘ଏହା ଏକ ଇହୁଦୀ ଷଡ଼ଯନ୍ତ୍ର’ ଭଳି ଅଯୌକ୍ତିକ ମତବାଦର ନିକଟବର୍ତ୍ତୀ ହେବ । ଭାବି ଦେଖନ୍ତୁ ସିଆଇଏ ପରେ ଏବେ ମୋସାଦକୁ ମଧ୍ୟ ଭାରତୀୟ ଉପମହାଦେଶର, ଷଡ଼ଯନ୍ତ୍ର ମତବାଦ ଉଦ୍ଭାବକମାନେ, ଭୟ ଓ ଉଦ୍‌ବେଗର କାରଣ ବୋଲି ଅଭିହିତ କରିସାରିଛନ୍ତି । ଜୈନ ତଦନ୍ତ କମିଶନଙ୍କ ଅନୁସନ୍ଧାନ ସମୟରେ ଜଣାପଡ଼ିଲା ଯେ ତତ୍କାଳୀନ ଭାରତୀୟ ବିଦେଶ ସଚିବ, ଜୁନ୍ ୧୯୯୧ରେ ଭାରତରେ ଅବସ୍ଥାପିତ ପାଲେଷ୍ଟାଇନ୍‌ର ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ । ରାଷ୍ଟ୍ରଦୂତ ଜଣକ ଦାବି କରିଥିଲେ ଯେ ସେ ମୋସାଦର ଗୁପ୍ତଚରମାନଙ୍କୁ ଭାରତରେ ଦେଖିଛନ୍ତି, ଭାରତର ଦକ୍ଷିଣୀ ଇଲାକା ମାଡ୍ରାସରେ ମଧ୍ୟ । ସେ କହିଥିଲେ ଯଦି ଜଣେ ଏସବୁର କିଛି ଯୋଗ ଖୋଜୁଛି, ତାହା ହେଲା ସିଆଇଏ/ ମୋସାଦ/ ଏଲ୍‌.ଟି.ଟି.ଇ.ଙ୍କ ‘ବର୍ଷର ପ୍ରାରମ୍ଭରେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ’ରେ ମିଳିତ ଅଭିଯାନ । ଭାରତରେ ମଧ୍ୟ ଏହି ଉକ୍ତିକୁ ଗୁରୁତ୍ୱ ଦିଆଗଲା । ନ୍ୟାୟାଧୀଶ ଶ୍ରୀ ଜୈନ ମଧ୍ୟ ନିଜ ରିପୋର୍ଟରେ ଏହି ‘ଦେଖିଥିବା’ ପ୍ରମାଣ କରେ ଯେ ରାଜୀବ ଗାନ୍ଧୀ ହତ୍ୟା ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଓ ଏହା ସି.ଆଇ.ଏ., ମୋସାଦ ଓ ଏଲ.ଟି.ଟି.ଇ.ର ମିଳିତ ସଙ୍ଗତିର ଫଳ । ସେ ମଧ୍ୟ ଟୁନିସ୍‌ରେ ଅବସ୍ଥାପିତ ଭାରତୀୟ ଦୂତଙ୍କ ୧୯୯୧ରେ ପ୍ରେରିତ ଏକ ଟେଲିଗ୍ରାମ ବାର୍ତ୍ତାକୁ ପ୍ରତ୍ୟୟଯୋଗ୍ୟ ବୋଲି କହିଥିଲେ । ଟେଲିଗ୍ରାମ୍‌ରେ ରାଷ୍ଟ୍ରଦୂତ ଜଣକ ଲେଖିଥିଲେ ଯେ ସେ ପାଲେଷ୍ଟାଇନ୍ ଲିବେରେସନ୍ ଅର୍ଗାନାଇଜେସନ (ପି.ଏଲ.ଓ.) ଅଧ୍ୟକ୍ଷ ଆସାର ଏରାଫତ୍‌ଙ୍କଠାରୁ ଏକ ଗୁପ୍ତ ସୂଚନା ପାଇଥିଲେ ଯେ ଭାରତର କିଛି ଆଭ୍ୟନ୍ତରୀଣ ଓ ଅର୍ନ୍ତଜାତୀୟ ତତ୍ତ୍ୱ ଆଡ଼ୁ ରାଜୀବ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ଅଛି । ଛପା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନ୍ୟାୟାଧୀଶ ଜୈନ ଲେଖିଥିଲେ “ସରକାରଙ୍କୁ ହଟାଇବାର ଗୁପ୍ତ ଯୋଜନା ଓ କାର୍ଯ୍ୟକାରିତା ତଥା ରାଜନୈତିକ ହତ୍ୟାକାଣ୍ଡ ରଚିବାରେ ସି.ଆଇ.ଏ.ର ପୂର୍ବ ରେକର୍ଡ ଅଛି । ଏଣୁ ସି.ଆଇ.ଏ.ର ରେକର୍ଡ ପୁଷ୍ଠଭୂମିରେ ଆରାଫତ୍‌ଙ୍କ ଉକ୍ତିର ଅବଲୋକନ କରାଯାଇପାରିବ ।” (Charu Lata Joshi, Finally All Fingers Point To Foreign A Hand, Outlook, 20 July, 1998)

ଜଣେ ସହଜରେ ଏକ ଧାରା ବା ପ୍ରକ୍ରିୟାକୁ ଲକ୍ଷ୍ୟ କରିପାରିବ ଯେ ବିିଭିନ୍ନ ସମୟରେ ଘଟୁଥିବା ପ୍ରାୟ ଘଟଣାରେ ଆମେରିକୀୟଙ୍କୁ ଦାୟୀ କରାଯାଉଛି । ସେ ୨୬/୧୧ ହେଉ, ଜେପିଙ୍କ ଆନ୍ଦୋଳନ ବା ଆନ୍ନା ହଜାରେଙ୍କ ଅନଶନ । ୨୦୧୧ରେ ଯେବେ କଂଗ୍ରେସ ଦଳ ଆନ୍ନା ହଜାରେଙ୍କ ଅନଶନରେ ସି.ଆଇ.ଏ.ର ହାତ ଅଛି ବୋଲି ପରୋକ୍ଷରେ କହିଲା ତ ପ୍ରାୟ ସମୀକ୍ଷକ ବା ପର୍ଯ୍ୟବେକ୍ଷକ ଏହି କଥାକୁ ହସରେ ଉଡ଼ାଇ ତ ଦେଲେ କିନ୍ତୁ କେହି ମଧ୍ୟ କହିଲେ ନାହିଁ ଯେ ଏପରି ଭାବେ ପ୍ରତ୍ୟେକ ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକା ବା ସି.ଆଇ.ଏ.ର ସଂପୃକ୍ତିକୁ ଆଳ କରିବା ଏକ ଅସୁସ୍ଥ ମାନସିକତାର ପରିଚାୟକ ମାତ୍ର । (Congress hints at US hand in Anna Hazare protest, The Times of India, 18 August 2011)

ସୁବାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ଅର୍ନ୍ତଧ୍ୟାନ ବା ମୃତ୍ୟୁର ବିଭିନ୍ନ ପର୍ଯ୍ୟାୟର ଅନୁସନ୍ଧାନ ଇତିହାସରେ ବିଦେଶ ମନ୍ତ୍ରଣାଳୟର ଜଣେ କର୍ମକର୍ତ୍ତା ଡଃ ସତ୍ୟନାରାନ ସିହ୍ନାଙ୍କ କଥା ନିଆଯାଉ । ସୁବାଷ ବୋଷଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ କରୁଥିବା ଏକ ପ୍ୟାନେଲକୁ ଶ୍ରୀ ସିହ୍ନା କହିଥିଲେ ମୃତ୍ୟୁ ଖବର ଜ୍ଞାତ ହେବା ପରେ ସେ ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ସୋଭିଏତ ସଙ୍ଘରେ ବୋଷଙ୍କ ଉପସ୍ଥିତିକୁ ନେଇ କହିଲେ ପ୍ରଧାନମନ୍ତ୍ରୀ କହିଲେ, ଏହା ଆମେରିକୀୟଙ୍କ ପ୍ରଚାର । ସିହ୍ନା ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କୁ ‘ଆମେରିକାନ୍‌ ଏଜେଣ୍ଟ୍‌’ ବୋଲି କହିଥିଲେ । ସୁବାଷ ଚନ୍ଦ୍ର ବୋଷଙ୍କ ଅର୍ନ୍ତଧ୍ୟାନକୁ ନେଇ ମୋର (ଅନୁଜ ଧର) ୧୮ ବର୍ଷର ଗବେଷଣା ଆଧାରରେ ମୁୁଁ ଦୃଢ଼ତାର ସହ କହିପାରେ ଯେ ଏହାର ପ୍ରଚ୍ଛଦରେ ଅନ୍ୟ କିଛି ତତ୍ତ୍ୱ ଥାଇ ପାରନ୍ତି କିନ୍ତୁ ଏହା ଆମେରିକାନ୍ ପ୍ରଚାର କଦାପି ନୁହେଁ । ୨୦୦୯ରେ ପି.ଏମ.ଓ.ଙ୍କ ତତ୍ତ୍ୱାବଧାନରେ ଏକ ଗୁପ୍ତ ଦଲିଲ ଥିବା ସମସ୍ତେ ଜାଣିଲେ । ଏହି ଦଲିଲ୍‌ଟି କିନ୍ତୁ ଆର୍‌ଟିଆଇ ଆଧାରରେ ମୋତେ ପ୍ରାପ୍ତ ହୋଇନଥିଲା । ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ବିଭାଗ ମିଥ୍ୟା ଗୁଜବ ପ୍ରଚାର କରୁଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଥିବାର ଜଣାଯାଏ । ଏହି ପ୍ରକଟନ ସି.ଆଇ.ଏ.ର ସଂପୃକ୍ତିକୁ ନେଇ ଲାଗିରହିଥିବା ‘ମତବାଦ’କୁ ଇନ୍ଧନ ଯୋଗାଇଥିଲା । କିଛି ସମୟ ଉପରାନ୍ତ ଏହି ରିପୋର୍ଟର ବିଷୟକୁ ୨୦୦୦ରେ ଯୁକ୍ତରାଷ୍ଟ୍ରରୁ ପ୍ରକାଶିତ ଏକ ଅନାମଦ୍ୟେୟ ପୁସ୍ତକରେ ଉଲ୍ଳେଖିତ ଏକ ଚାଚ୍ଛଲ୍ୟକାରୀ ବୟାନକୁ ଭିତ୍ତି କରି ଅନୁଶୀଳନ କରାଗଲା । କନ୍‌ଭର୍‌ସେସନ୍ ୱିଥ୍ ଦି କ୍ରୋ (ବାଶିଲିକ୍ ପ୍ରେସ୍) (Conversation with the Crow) ନାମକ ଏହି ପୁସ୍ତକଟି ଗ୍ରିଗରୀ ଡଗ୍ଲାସ୍‌ଙ୍କ ଦ୍ୱାରା ଲିଖିତ ଓ ଏଥିରେ ରବର୍ଟ ଟ୍ରମ୍ପବେଲ୍ କ୍ରୌଲି ନାମକ ଜଣେ ଅବସରପ୍ରାପ୍ତ ସିଆଇଏ କର୍ମକର୍ତ୍ତାଙ୍କ ସହ ବାର୍ତ୍ତାଳାପର ଲିଖିତ ବ୍ୟାଖ୍ୟାନ । କ୍ରୌଲି ସି.ଆଇ.ଏ.ର ଯୋଜନା ବିଭାଗରେ ବହୁ ବର୍ଷ କାର୍ଯ୍ୟ କରିଥିଲେ । ଡାଗ୍ଲାସ୍‌ଙ୍କ ଅନୁସାରେ ୧୯୯୩ରେ ନିଜର ପ୍ରଥମ ପୁସ୍ତକ ରଚନା ଅନ୍ତର୍ଗତ ସେ ‘ଗେସ୍ଟାପୋ’ର ପୂର୍ବତନ ମୁଖ୍ୟ ହେନ୍ରିଚ୍ ମ୍ୟୁଲରଙ୍କ ଉପରେ ଗବେଷଣା କରୁଥିବା ଜାଣି କ୍ରୌଲି ତାଙ୍କୁ ପ୍ରଥମେ ଯୋଗାଯୋଗ କରିଥିଲେ । କ୍ରୌଲି ୨୦୦୯ରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ୧୯୯୩ରୁ ୨୦୦୮ର ସ୍ପଳ୍ପ ଅବଧିକାଳରେ ନିଜ ଦେଶର ଅନେକ ଗୁପ୍ତ କଥା ପ୍ରକଟ କରିଥିବା ଡଗ୍ଲାସ୍ ଦାବି କରନ୍ତି । କ୍ରୌଲି ନିଜ ଅପଶବ୍ଦଡ଼ମ୍ବର ଭରା ଆବେଶପୂର୍ଣ୍ଣ ବାର୍ତ୍ତାରେ କହିଛନ୍ତି ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ଓ ଏହାର ମାତ୍ର ତେର ଦିନ ଉପରାନ୍ତ ପରମାଣୁ ବିଜ୍ଞାନୀ ହୋମି ଭାବାଙ୍କୁ ନେଇ ଯାଉଥିବା ବୋଇଙ୍ଗ ୭୦୭ର ଦୁର୍ଘଟଣା ସକାଶେ ମଧ୍ୟ ସି.ଆଇ.ଏ. ଦାୟୀ ।

‘ଷାଠିଏ ଦଶକରେ ଯେବେ ଭାରତ ପରମାଣୁ ବୋମା ର୍ନିମାଣ ଚେଷ୍ଟାରେ ଲାଗିପଡ଼ିଲା ଆମେ କ୍ଷୁବ୍ଧ ହେଲୁ । ନିଜକୁ ଭାରି ଚାଲାକ ଓ ବିଶ୍ୱର ଜଣେ ବୃହତ୍ ଶକ୍ତି ଦୌଡ଼ରେ ଅଛୁ ବୋଲି ଡିଣ୍ଡିମ ପିଟୁଥିବା ଏହି ବଡ଼ ପାଟିଆ, ଗାଈ ପ୍ରେମୀ ଅସଲରେ ରୁଷ ସହ କୋଳାକୋଳି ହେଉଥିଲେ । ଅବଶ୍ୟ ପାକିସ୍ତାନ ଆମେରିକାର ଅନ୍ତରଙ୍ଗ ଥିଲା ତ ତେଣୁ ଭାରତକୁ ଏକ ସାଥୀ ଦରକାର ଥିଲା । ଆମେ ତ ଜମା ଚାହୁଁନଥିଲୁ ଯେ ସେମାନେ ସେଭଳି ପରମାଣୁ ଶକ୍ତି ପ୍ରାପ୍ତ ହୁଅନ୍ତୁ ବୋଲି । ଈଶ୍ୱର ଜାଣନ୍ତି ସେମାନେ ସେଭଳି ଅସ୍ତ୍ରରେ କ’ଣ କ୍ଷତି କରିଥାଆନ୍ତେ । ହଁ ତାଙ୍କର ସେହି ମୁଖ୍ୟ ବିଶେଷଜ୍ଞ ତ ଏହି ଅସ୍ତ୍ର ଗଠନରେ ପୂରା କୁଶଳୀ ଥିଲା । ଆମେ ଜାଣିସାରିଥିଲୁ ସେ କ’ଣ କରିବାକୁ ଯାଉଛି । ଆମେ ତାକୁ କେତେଥର ସତର୍କବାଣୀ ମଧ୍ୟ ଦେଇଥିଲୁ କିନ୍ତୁ ସେ ଅହଂକାରୀ କ’ଣ କିଛି ଶୁଣିଥିଲା…ସେହି ହୋମି ଭାବା । ସେ ସତରେ ବଡ଼ ବିପଦଜ୍ଜନକ, ମୋତେ ବିଶ୍ୱାସ କର । ଦୁର୍ଭାଗ୍ୟବଶତଃ ତା’ର ଦୁର୍ଘଟଣା ହେଇଗଲା । ସେ ଭିଏନାକୁ ଯାଉଥିଲା ଆମ ପାଇଁ ଅଧିକା ଅସୁବିଧା ସୃଷ୍ଟି କରିବା ଉଦ୍ଧେଶ୍ୟରେ । କିନ୍ତୁ ସେ ଯାତ୍ରା କରୁଥିବା ୭୦୭ର ମାଲ ବୋଝେଇ ଭାଗରେ ଖଞ୍ଜିତ ଏକ ବୋମାର ଅଳପ୍ସ ପର୍ବତମାଳାର ଶୀର୍ଷଦେଶରେ ବିସ୍ଫୋରଣ ହେତୁ ସମସ୍ତେ ନିହତ ହେଲେ । କିଛି ଖାଣ୍ଟି ସୁରାଗ୍ ମିଳିପାରିଲାନି ଓ ବିଶ୍ୱ ବହୁତ ନିରାପଦ ହେଲା’ । (TBR News,14 August, http://tbrnews.org/tbr-news-august-14-2010)

ଶାସ୍ତ୍ରୀଙ୍କ ବିଷୟରେ କ୍ରୌଲି କହିଥିଲେ-

‘ଆମେ ତ ଶାସ୍ତ୍ରୀଙ୍କୁ ଦବେଇ ଦେଲୁ । ଆଉ ଏକ ଟୋପି ପିନ୍ଧା ଗାଈ ପ୍ରେମୀ । ଗ୍ରିଗୋରୀ, ତୁମେ କହୁଛ ଏହି ସବୁ ବ୍ୟକ୍ତିମାନଙ୍କୁ ଜାଣ ନାହିଁ ବୋଲି । ବିଶ୍ୱାସ କର, ସେମାନେ ପରମାଣୁ ପ୍ରାପ୍ତିର ଦ୍ୱାରଦେଶରେ ଥିଲେ । ତ କ’ଣ ହେଲା ଯଦି ସେମାନେ କେବଳ ନିଜର ଶତ୍ରୁ ଦେଶ ପାକିସ୍ତାନ ଉପରେ ପ୍ରୟୋଗ ଉଦ୍ଧେଶ୍ୟରେ ଏହା କରୁଥିଲେ ? ତ କ’ଣ ହେଲା?…. ଶାସ୍ତ୍ରୀ ତ ଜଣେ ରାଜନୀତିଜ୍ଞ ଓ ସେ ହିଁ ଏହି ଯୋଜନା ଆରମ୍ଭ କରିଥିଲେ । ଭାବା ବିଚକ୍ଷଣ ଥିଲେ ଓ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାର ସମସ୍ତ ଦକ୍ଷତା ତାଙ୍କଠି ଥିଲା । ତେଣୁ ଆମେ ଦି’ଜଣଙ୍କୁ ହିଁ ହରେଇଦେଲୁ’ ।

ଯଦି ପ୍ରତ୍ୟକ୍ଷ ମୂଲ୍ୟାଙ୍କନ ଆଧାରରେ ଦେଖାଯାଏ ଏହି ପ୍ରଗଳ୍ଭତା କେତେ ବିଶ୍ୱସନୀୟ ? କ୍ରୌଲି ସେତେବେଳେ ଆଲ୍‌ଜାଇମର ରୋଗରେ ପୀଡ଼ିତ ହୋଇସାରିଥିଲେ । ଏହି ରୋଗ ଗୁରୁତ୍ୱପୂର୍ଣ୍ଣ ମାନସିକ କ୍ରିୟା ଓ ସ୍ମରଣ ଶକ୍ତିକୁ ହ୍ରାସ କରେ । ତେଣୁ ଏଭଳି ନିରାଧାର ଆରୋପ କରିବା ସମୟରେ ସେ କେଉଁ ମନଦଶା ମଧ୍ୟ ଦେଇ ଗତି କରୁଥିଲେ ଆମ ସନ୍ଦିହାନ । ଅତିକ୍ରାନ୍ତ ବୟସରେ ଜଣେ ଅତ୍ୟନ୍ତ କ୍ରୋଧୀ ବ୍ୟକ୍ତିର ଆଚରଣରେ ବି ନମନୀୟତା ଆସିଯାଏ । ପୁଣି ତାଙ୍କ ଭଳି ଜଣେ ଉଚ୍ଚସ୍ତରୀୟ ଅବସରପ୍ରାପ୍ତ ପେସାଦାର ସି.ଆଇ.ଏ. କର୍ମକର୍ତ୍ତା ଏଭଳି ଭାଷା କଦାପି ବ୍ୟବହାର କରିବ ନାହିଁ । ଗ୍ରିଗୋରୀ ଡ଼ଗ୍ଲାସ୍‌ଙ୍କ ଅନୁସାରେ ହେନରିଚ୍ ମ୍ୟୁଲର ଯିଏକି ହିଟଲର୍‌ଙ୍କ ‘ଗେସ୍ଟାପୋ’ର ମୁଖ୍ୟ ଥିଲେ ଓ ଜଣେ ବିଶିଷ୍ଟ ନାଜି ଅପରାଧି, ସେଭଳି ବ୍ୟକ୍ତିଙ୍କୁ ସି.ଆଇ.ଏ. ନିଯୁକ୍ତି ଦେଇଥିଲା । ମ୍ୟୁଲରଙ୍କ ସମ୍ବନ୍ଧରେ ସି.ଆଇ.ଏ. ଦ୍ୱାରା ବିବର୍ଗୀକୃତ ଫାଇଲରେ ସେମିତି କିଛି ସଙ୍ଗୀନ ତତ୍ତ୍ୱ ନଥିଲା । ୧୯୪୫ ପରଠାରୁ ତାଙ୍କ ଅନ୍ତର୍ଧ୍ୟାନ ଓ ତାଙ୍କୁ ଠାବ କରିବାର ସମସ୍ତ ବିବରଣୀ କେବଳ ଲିପିବଦ୍ଧ ଥିଲା ସେ ଫାଇଲ୍‌ରେ । ଯୁଦ୍ଧ ପରେ ମ୍ୟୁଲର୍‌ଙ୍କ କୌଣସି ଖୋଜ୍‌ଖବର ନଥିଲା ବୋଲି ଦଲିଲରେ ସ୍ପଷ୍ଟ ଉଲ୍ଲେଖ ଥିଲା । କିନ୍ତୁ ‘ସ୍ପଷ୍ଟ ଲାଇଟ’ (The Spotlight) ନାମକ ଏକ ଟାବଲଏଡ଼ (ଚହଳ ସୃଷ୍ଟିକାରୀ ଖବର ପରିବେଷଣରେ ରଚି ରଖୁଥିବା ପତ୍ରିକା)କୁ ସାକ୍ଷାତକାର ଦେଇ ଡ଼ଗ୍ଲାସ୍ ଦାବି କରିଥିଲେ ଯେ ସେ ୧୯୬୫ରେ ମ୍ୟୁଲରଙ୍କୁ ଭେଟିଥିଲେ । ସେତେବେଳେ ମ୍ୟୁଲର ଜଣେ ନାଗରିକ ଭାବେ ଯୁକ୍ତରାଷ୍ଟ୍ରରେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ବସବାସ କରୁଥିଲେ । ସେ ସମୟରେ ଆମେରିକାରେ ବହୁଳ ସଂଖ୍ୟାରେ ପ୍ରଭାବଶାଳୀ ଇହୁଦୀ ରହୁଥିଲେ । ଏଭଳି ସ୍ଥିତିରେ ଏହା କଳ୍ପନା ବର୍ହିଭୂତ ଯେ ଯୁକ୍ତରାଷ୍ଟ୍ର ଜଣେ ଏଭଳି ବ୍ୟକ୍ତିଙ୍କୁ ଆଶ୍ରୟ ଦେବ ଯେ ନର ସଂହାର ଭଳି ଘୃଣ ଯୋଜନା ଓ କାର୍ଯ୍ୟକାରିତାକୁ ରୂପାୟନ କରିଥିଲେ । ଏ କଥା ସତ୍ୟ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା କିଛି ଜର୍ମାନୀ ବୈଜ୍ଞାନିକଙ୍କୁ ନିଯୁକ୍ତି ଦେଇଥିଲା କିନ୍ତୁ ସେମାନେ କେହି ବି ଦୁର୍ଦ୍ଧାନ୍ତ ମ୍ୟୁଲର ଶ୍ରେଣୀୟ ନଥିଲେ । ଏକ ପକ୍ଷେ ବିବର୍ଗୀକରଣକୁ ଶକ୍ତ ଅଗ୍ରାଧିକାର ଦେଉଥିବା ଭଳି ଶାସନ ବ୍ୟବସ୍ଥା ଥିଲା ଯୁକ୍ତରାଷ୍ଟ୍ର ଆମେରିକାରେ, ଅପର ପକ୍ଷେ ଗଣମାଧ୍ୟମ ଓ କିଛି ପୂର୍ବତନ କର୍ମଚାରୀଙ୍କ ନିଜ ରାଷ୍ଟ୍ର ସମ୍ବନ୍ଧୀୟ ଗୋପନ ତଥ୍ୟକୁ ସର୍ବସମ୍ମୁଖରେ ଖୋଲିବାର ପ୍ରବଣତା । ଏଭଳି ସ୍ଥିତିରେ ଯଦି ପ୍ରକୃତରେ ସେମିତି କିଛି ଗୂଢ଼ କାର୍ଯ୍ୟରେ ଆମେରିକା ଲିପ୍ତ ଥିଲା ତାହେଲେ ସେଭଳି ଜଘନ୍ୟ ଗୋପନୀୟ ତଥ୍ୟ ଉପରେ କେତେ ଦିନ ଢାଙ୍କୁଣୀ ଘୋଡ଼ାଯାଇପାରିବ?

ଏଠାରେ ପ୍ରଣିଧାନଯୋଗ୍ୟ ଯେ ବିଶ୍ୱ ଦଲିଲ୍‌ର ବିବର୍ଗୀକରଣରେ ଆମେରିକା ସବୁଠାରୁ ଆଗୁଆ । ବିଶ୍ୱରେ ସି.ଆଇ.ଏ. ଏକମାତ୍ର ବିଦେଶୀ ଗୁଇନ୍ଦା ସଂସ୍ଥା ଯିଏ କି ନିୟମିତ ଭାବେ ନିଜ ରେକର୍ଡ଼ଗୁଡ଼ିକୁ ବିବର୍ଗୀକରଣ କରିଥାଏ । ଅର୍ଥାତ୍ ସେଗୁଡ଼ିକୁ ସାଧାରଣ ଜନତା ଆବେଦନ କ୍ରମେ ଯାଞ୍ଚ୍‌ କରିପାରିବେ । ଏହି ଆମେରିକୀୟ ବିବର୍ଗୀକରଣ ପ୍ରକ୍ରିୟା ଏଫ.ଓ.ଆଇ.ଏ. (ପ୍ରିଡ଼ମ ଅଫ ଇର୍ନ୍ଫମେସନ୍ ଆକ୍ଟ) ଦ୍ୱାରା ନିୟନ୍ତ୍ରିତ । ଏମିତିକି କୌଣସି ବିଦେଶୀ ବ୍ୟକ୍ତି ଚାହିଁଲେ ସି.ଆଇ.ଏ.ଠୁ ତଥ୍ୟ ପାଇଁ ଆବେଦନ କରି ପାରିବ । ମୁଁ ବ୍ୟକ୍ତିଗତ ଭାବେ ସି.ଆଇ.ଏ.କୁ ଆବେଦନ କରିଥିଲି ଓ ସୁବାଷ ଚନ୍ଦ୍ର ବୋଷଙ୍କ ସମ୍ବନ୍ଧରେ କିଛି ତଥ୍ୟ ଓ ଦସ୍ତାବିଜ ପ୍ରାପ୍ତ ହୋଇଥିଲି । ଆମ ଦେଶର ଗୁଇନ୍ଦା ସଂସ୍ଥାମାନେ କିନ୍ତୁ ଆର.ଟି.ଆଇ. ନିୟମ ଅନୁଯାୟୀ ହୋଇ କୌଣସି ତଥ୍ୟ ଦେବାକୁ ବାଧ୍ୟ ନୁହଁନ୍ତି । କେବଳ ଅତି ବିରଳ ଘଟଣା ଯେମିତିକି ମାନବ ଅଧିକାର ଉଲଙ୍ଘନ ଭଳି ଘଟଣାରେ ସମ୍ବନ୍ଧିତ ସଂସ୍ଥା ତଥ୍ୟ ଦେଇପାରେ । ତେଣୁ ଶାସ୍ତ୍ରୀଙ୍କ ଘଟଣାରେ ର’ ବା ଆଇବିରେ ଆର.ଟି.ଆଇ. ଆବେଦନ ଆଧାରରେ କିଛି ତଥ୍ୟ ମାଗିହେବ ନାହିଁ । କିନ୍ତୁ ୧୮୬୧ରୁ ପ୍ରଣୀତ ଆଇନ ଅନୁସାରେ ଯୁକ୍ତରାଷ୍ଟ୍ରର ଗୃହ ବିଭାଗ ବିଦେଶ ନୀତି ସଂକ୍ରାନ୍ତୀୟ ଐତିହାସିକ ତଥ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କୁଟନୈତିକ ସ୍ତରୀୟ କାର୍ଯ୍ୟକଳାପର ସଂଘଟିତ ହେବାର ତିରିଶ ବର୍ଷ ଉପରାନ୍ତ ପ୍ରକାଶିତ କରିବାକୁ ବାଧ୍ୟ । ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ନୀତି ଶୃଙ୍ଗଳା(ଏଫ.ଆର.ୟୁ.ଏସ୍)ଯୁକ୍ତରାଷ୍ଟ୍ର ଆମେରିକାର ବୃହତ୍ ବୈଦେଶିକ ନିର୍ଣ୍ଣୟମାନ ଓ କୁଟନୈତିକ କାର୍ଯ୍ୟାଳୟର ନିର୍ଭରଯୋଗ୍ୟ ଦସ୍ତାବିଜ ଦେବାରେ ରେକର୍ଡ ଅଛି । ଏହା ଛଡ଼ା ରାଷ୍ଟ୍ରପତିଙ୍କ ପାଠାଗାର ମଧ୍ୟରେ ପ୍ରତ୍ୟେକ ୟୁ.ଏସ୍ .ରାଷ୍ଟ୍ରପତିଙ୍କ ସମ୍ବନ୍ଧୀୟ ଅନେକ ଦସ୍ତାବିଜ ଓ ଐତିହାସିକ ତଥ୍ୟ ମହଜୁଦ ଅଛି । ଏସବୁ ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଓ ସୁବିଧାରେ ଉପଲବ୍ଧ ।

ବିଭିନ୍ନ ସଂସ୍ଥା ଯଥା ସିଆଇଏ, ରାଜ୍ୟ ବିଭାଗ ଓ ରାଷ୍ଟ୍ରପତିଙ୍କ ଅନେକ ବିବର୍ଗୀକୃତ ଦସ୍ତାବିଜ (https://www.cia.gov/library/readingroom/home, https://history.state.gov/, https://www.lbj library.org/) ସମାହାରରେ ଶାସ୍ତ୍ରୀଙ୍କ ବିଷୟରେ ବିସ୍ତୃତ ଅଥବା କିଛିଟା ଉଲ୍ଲେଖ ଅଛି । ଯୁକ୍ତରାଷ୍ଟ୍ର ଆମେରିକାର ମ୍ୟାରିଲାଣ୍ଡ୍‌ରେ ସ୍ଥାପିତ ଜାତୀୟ ଗ୍ରନ୍ଥାଗାରର ସି.ଆଇ.ଏ. ଦ୍ୱାରା ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଉନ୍ମୁକ୍ତ ଶତାଧିକ ରେକର୍ଡ ମଧ୍ୟରୁ ମୁଁ ବ୍ୟକ୍ତିଗତ ଭାବେ କିଛି ରେକର୍ଡଙ୍କୁ ଅନୁଧ୍ୟାନ କରିବାକୁ ସକ୍ଷମ ହୋଇଥିଲି । ମୋର ସୀମିତ ପରିସର ଭିତରେ ମୁଁ ଏହିସବୁ ରେକର୍ଡର ପ୍ରର୍ଯ୍ୟାଲୋଚନା କଲି । ମୁଁ ଜାଣିବାକୁ ଚାହୁଁଥିଲି ଷଡ଼ଯନ୍ତ୍ରର ପ୍ରଚ୍ଛଦରେ ଆମେରିକାର ଶାସ୍ତ୍ରୀଙ୍କ ମୃତ୍ୟୁରେ କିଛି ଭୂମିକା ଅଛି ନା ନାହିଁ । କାରଣ ଶାସ୍ତ୍ରୀ ଭାରତକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର କରିବାକୁ ଚାହୁଁଥିଲେ ଓ ଏହା ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାର୍ଥ ପରିପନ୍ଥୀ ଥିଲା । ଯେବେ ଜବାହାରଲାଲଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଗଲା ଶାସ୍ତ୍ରୀଙ୍କ ନାମ ପ୍ରଥମ କରି ସି.ଆଇ.ଏ.ର ରିପୋର୍ଟରେ ଉଲ୍ଲେଖିତ ହେଲା । ୨୪ ଜାନୁଆରୀ ୧୯୬୪ରେ ‘ ଅସୁସ୍ଥ ନେହେରୁ ଓ ଭାରତୀୟ ନେତୃତ୍ୱ’ ଶୀର୍ଷକ ଏକ ବିଶେଷ ରିପୋର୍ଟରେ ଲେଖାଅଛିି ଯେ, ସ୍ୱାସ୍ଥ୍ୟଗତ କାରଣରୁ ଜବାହାରଲାଲ ନେହେରୁଙ୍କର ଦେଶର ଶାସନ ଭାର ଉପରେ ଆଉ ପୂର୍ବ ପରି ଲଗାମ୍‌ ନାହିଁ । ଆଉ ମଧ୍ୟ ଲେଖାଯାଇଥିଲା ସମ୍ଭବତଃ ନେହେରୁଙ୍କ ଉତ୍ତରାଧିକାରୀ ରୂପେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଚୟନ କରାଯାଇପାରେ । ଶାସ୍ତ୍ରୀ ଜଣେ ବିଶ୍ୱସନୀୟ ପୁରୁଖା ତଥା ପୋଖତ ରାଜନୈତିଜ୍ଞ ଓ ଅଚିରେ ନେହେରୁଙ୍କ ନୀତିକୁ ଆଗେଇ ନେବେ । ସି.ଆଇ.ଏ. ଅନୁସାରେ କଂଗ୍ରେସ ଦଳରେ ଶାସ୍ତ୍ରୀଙ୍କୁ ସମସ୍ତେ ପସନ୍ଦ କରନ୍ତି, ଏକ ଉତ୍ତମ ମଧ୍ୟସ୍ଥି ଭାବେ ତାଙ୍କ ଖ୍ୟାତି ଅଛି ଓ ଆବଶ୍ୟକ ସାଂସଦୀୟ ଅଭିଜ୍ଞତା ମଧ୍ୟ । ତଥାପି ସି.ଆଇ.ଏ. ଶାସ୍ତ୍ରୀଙ୍କ କିଛି ଖୁଣ ମଧ୍ୟ ବଖାଣିଥିଲା । ଯେମିତିକି ତାଙ୍କ ଦୁର୍ବଳ ଶରୀର ଓ ଔଜଲ୍ୟହୀନ ଚେହେରା ଓ ଅପ୍ରତିପାଦିତ ନିର୍ଣ୍ଣୟ ପାରଙ୍ଗମତା । ଏହି ସମୟରେ ସି.ଆଇ.ଏ. ଭାବିଥିଲା ପ୍ରଧାନମନ୍ତ୍ରୀ ହିସାବରେ ଶାସ୍ତ୍ରୀଙ୍କ ରାଜନୀତି ପରିଣାମଦର୍ଶୀ ବାସ୍ତବତା ଓ ସଂଯତ ରହିବ ଏବଂ ବିଦେଶୀ ନୀତିରେ ସେ ସମ୍ଭବତଃ ନିରପେକ୍ଷ ରହିବେ ।

ନେହେରୁଙ୍କ ନିଧନର କିଛି ଦିନ ଉପରାନ୍ତ, ୧ ଜୁନ ୧୯୬୪ରେ ପ୍ରକାଶିତ କେନ୍ଦ୍ରୀୟ ଗୁଇନ୍ଦା ଇସ୍ତାହାର ଅନୁଯାୟୀ “୫୯ ବର୍ଷ ବୟସ୍କ ନରମପନ୍ଥୀ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ପଦରେ ଅଳଙ୍କୃତ ହେବା ପାଇଁ ପଥ ପରିଷ୍କାର ହେଇଛି” । ୨ ଜୁନର ଇସ୍ତାହାରରେ ଉଲ୍ଲେଖ ଥିଲା ଯେ ଶ୍ରୀ ଶାସ୍ତ୍ରୀ ଜଣେ ଅମୂଲ୍ୟ ଗୁଣଧାରୀ ବ୍ୟକ୍ତତ୍ୱ । “ସେ ବୁଝାମଣା ନୀତିରେ ବେଶ୍ କୁଶଳୀ ହେବା ସହିତ ଜଣେ ଦକ୍ଷ ରାଜନୈତିକ ସନୈପୁଣ୍ୟ ପରିଚାଳକ” । ୧୦ ଜୁନର ଇସ୍ତାହାରରେ ଭାରତ ନୂତନ ମନ୍ତ୍ରୀ ପରିଷଦ ବିଷୟରେ ଲେଖାଥିଲା ଯେ “ଏହା ନେହେରୁଙ୍କ ମନ୍ତ୍ରୀମଣ୍ଡଳ ସାଦୃଶ୍ୟ” । ଆଉ ମଧ୍ୟ ଲେଖାଥିଲା ଅନେକ ପ୍ରସଙ୍ଗ ଯେମିତିକି କାଶ୍ମୀର ବ୍ୟାପାରରେ ନେହେରୁଙ୍କ ଅପେକ୍ଷା ଶାସ୍ତ୍ରୀ ଅଧିକ ନମନଶୀଳ ହେବେ ବୋଲି ଆଶା କରାଯାଏ ।

ଜୁଲାଇ ୧୯୬୪ରେ ଯେବେ ଶାସ୍ତ୍ରୀଜୀ ହାଲ୍କା ହୃତଘାତ୍ଜନିତ ଅସୁସ୍ଥତା ଯୋଗୁଁ ନିଜ ବାସଭବନରୁ ଅଫିସ୍ କାର୍ଯ୍ୟ ସମ୍ପାଦିତ କରୁଥିଲେ ସି.ଆଇ.ଏ. ମନ୍ତବ୍ୟସ୍ୱରୂପ ଦର୍ଶାଇଥିଲା ଯେ ବର୍ତ୍ତମାନର ସରକାର ପୂର୍ବ ପରୀକ୍ଷିତ ରାଜନୈତିକ, ଅର୍ଥନୈତିକ ଓ ସାମରିକ ନୀତି ଅନୁସରଣ କରିବା ସହିତ ପୂର୍ବ ଓ ପଶ୍ଚିମ ଭିତରେ ସାମରିକ ଭାରାସମ୍ୟ ରକ୍ଷା କରିବା ଦିଗରେ ପ୍ରଯତ୍ନଶୀଳ ଅଛି । ୨୫ ଫେବୃୟାରୀ ୧୯୬୫, ସି.ଆଇ.ଏ.ର ନିର୍ଦ୍ଧେଶକ ଏକ ସ୍ମାରକପତ୍ରରେ ଲେଖିଥିଲେ “ସମ୍ଭବତଃ ଭାରତ ପରୁମାଣୁ ଅସ୍ତ୍ର ନିର୍ମାଣ ଦିଗରେ ଚେଷ୍ଟା ଚଳାଇଛି” । ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଅକ୍ଟୋବର ୧୯୬୪ରେ ଚାଇନାର ବିଷ୍ପୋରଣ ପରେ ସୁଦ୍ଧା ଭାରତ “ପରମାଣୁ ଅସ୍ତ୍ର ତିଆରି କରିବ ନାହିଁ ବୋଲି ନିଜ ପ୍ରତିଶୃତିିକୁ ସର୍ବସାଧାରଣରେ ପୁନଃ ଦୋହରାଇଥିଲା” । ଅଧିକନ୍ତୁ କହିଥିଲା “କଂଗ୍ରେସ ଦଳ, ଶାସ୍ତ୍ରୀଙ୍କ ନେତୃତ୍ୱରେ ପରମାଣୁ ଅସ୍ତ୍ର ଉତ୍ପାଦନ ବିରୁଦ୍ଧରେ ଏକ ନୀତି ପ୍ରସ୍ତୁତ ମଧ୍ୟ କରିଥିଲା” ବୋଲି ମଧ୍ୟ ସ୍ମାରକପତ୍ରରେ ଲେଖାଥିଲା ।

୧୩ ଏପ୍ରିଲ ୧୯୬୪ରେ ହୋମି ଭାବା ଶାସ୍ତ୍ରୀଙ୍କୁ ଲେଖିଥିବା ଏକ ବ୍ୟକ୍ତିଗତ ପତ୍ର ବାବଦରେ ଉଲ୍ଳେଖ କରିବା ସମୀଚୀନ ହେବ । ସେତେବେଳେ ଶାସ୍ତ୍ରୀଜୀ ସରକାର ଚଳାଇବାରେ ନେହେରୁଙ୍କ ପ୍ରତିନିଧିତ୍ୱ କରୁଥିଲେ । ପତ୍ରଟିରେ ବିଟ୍ରିଶ ଖବରକାଗଜରେ ପ୍ରକାଶିତ “ଭାରତ ପରମାଣୁ ବୋମା ପ୍ରସ୍ତୁତ କରିପାରେ” ଶୀର୍ଷକ ଏକ ଖବରକୁ ଶାସ୍ତ୍ରୀଙ୍କ ନଜରକୁ ଆଣିବାର ପ୍ରୟାସ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାବା ଭାରତର ସ୍ଥିତି ବିଷୟ ଭାବାଙ୍କ ସ୍ୱୀୟ ବ୍ୟାଖ୍ୟାନ ଏହିପରି :

‘ବହୁତ ଦିନ ହେଲା କୁହାଯାଉଛି ଯେ ଆମେ ଯଦି ଚାହିଁବା ପରମାଣୁ ବୋମା ପ୍ରସ୍ତୁତ କରିପାରିବା । ଏ ବିଷୟରେ ଆମ ରାଷ୍ଟ୍ରପତି ମଧ୍ୟ ସଂସଦରେ କିଛି ବର୍ଷ ପୂର୍ବରୁ କହିଥିଲେ । କିନ୍ତୁ ଆମେ ଯେ ଏଥି ନିମନ୍ତେ ସରକାରଙ୍କଠୁ ଅନୁମତି ପ୍ରାପ୍ତ ପାଇଁ ଚେଷ୍ଟା ଚଳାଉଛୁ, ଏହା ମିଥ୍ୟା । ଆପଣ ତ ପରମାଣୁ ଅସ୍ତ୍ର ପ୍ରାପ୍ତ ସମ୍ବନ୍ଧୀୟ ଦାୟିତ୍ୱରେ ଅଛନ୍ତି, ତେଣୁ ଜାଣିଥିବେ ନା ଆପଣଙ୍କୁ ନା ପ୍ରଧାନମନ୍ତ୍ରୀଙ୍କୁ ପରମାଣୁ ଅସ୍ତ୍ର ଉତ୍ପାଦନ ଅନୁମତି ପ୍ରଦାନ ନିମନ୍ତେ ଆମେ କୌଣସି ଅନୁରୋଧ ପତ୍ର ପଠାଇଛୁ । ଏମିତିକି ପରମାଣୁ ଶକ୍ତି କମିଶନଙ୍କ ନିକଟରେ ବି ଏ ସଂକ୍ରାନ୍ତୀୟ କୌଣସି କାଗଜପତ୍ର ନାହିଁ । ‘ସଣ୍ଡେ ଟେଲିଗ୍ରାଫ’ର ଉକ୍ତ ଖବରଟି ଅପତଥ୍ୟରେ ଭରା ବୋଲି ଜଳ ଜଳ ଦିଶୁଛି । ତେଣୁ ମୁଁ ଜାଣିପାରୁନି ଆମେ ଉଚିତ ଜବାବ ଦେବା ନା ଚୁପ ରହିବା’ ।(National Archives of India, Ministry of External Affairs, File No. XPP/3073/36/64)

୨୧ ଅକ୍ଟୋବର ୧୯୬୫ରେ ଏହି ପ୍ରସଙ୍ଗଟି ଏକ ବିଶେଷ ଜାତୀୟ ଗୁପ୍ତ ସୂଚନା ଆକଳନ ଆଧାରରେ ସି.ଆଇ.ଏ.ର ଉଚ୍ଚ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ପୁନଃ ଆଲୋଚିତ ହୋଇଥିଲା । ଏହିଭଳି ଆକଳିତ ଦସ୍ତାବିଜରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ ପ୍ରାଧିକାରିକ ମୂଲ୍ୟାଙ୍କନ ରହିଥାଏ । ଏଥିରେ ଅନୁମାନ କରାଯାଇଥିଲା ଯେ ଯଦି ଭାରତ ପରମାଣୁ ଅସ୍ତ୍ର ନିର୍ମାଣ କରିବାରେ ନିର୍ଣ୍ଣୟ ନିଏ ତ “ କିଛି ମାସ ମଧ୍ୟରେ ଏହାର ପରୀକ୍ଷାର ନିଶ୍ଚୟ କରିବ । କିନ୍ତୁ ପୂର୍ବ ପ୍ରସ୍ତୁତି ଅନ୍ତର୍ଗତ ଅସ୍ତ୍ର ଡିଜାଇନ, ବୈଷୟିକ ଓ ପରୀକ୍ଷଣ କ୍ଷେତ୍ର ନିମନ୍ତେ ପଦକ୍ଷେପ ତ ନିଶ୍ଚୟ ନିଆଯିବ । କିନ୍ତୁ ଏହି କାର୍ଯ୍ୟକଳାପ କେତେ ଦୂର ଆଗେଇଛି ବା ଅନେକ ଆଗେଇଯାଇଛି, ଏ ବିଷୟରେ ଆମେ ନିକଟରେ କୌଣସି ପ୍ରମାଣ ନାହିଁ” ।

ସିଆଇଏ ପରିଶେଷରେ କହିଥିଲା, ପରମାଣୁ ଅସ୍ତ୍ର ନିର୍ମାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାର ଭାରତର ନିଷ୍ପତ୍ତି ପାକିସ୍ତାନ ସହିତ ଯୁଦ୍ଧ ଯୋଗୁଁ ଅଧିକ ଦୃଢ଼ ହୋଇଛି । କିନ୍ତୁ ଶାସ୍ତ୍ରୀ ଏହା ଚାହୁଁନାହିଁନ୍ତି । ତତ୍କାଳୀନ ପଦକ୍ଷେପ ସ୍ୱରୂପ ସେ ଭାରତର କୁଟନୈତିକ ଓ ବୈଷୟିକ ବିଳଳ୍ପ ଖୋଲା ରଖିବାକୁ ଚାହିଁବେ । ଏହି ସମୟ ମଧ୍ୟରେ ସେ ମହାଶକ୍ତିମାନଙ୍କଠୁ କେଉଁ ପ୍ରକାରର ପ୍ରତିଶ୍ରୁତି, ପ୍ରୋତ୍ସାହନ, ଓ ଚାପର ସମ୍ମୁଖୀନ ତାହା ପରଖିବାକୁ ଚାହିଁବେ । ସେ ନିଶ୍ଚୟ କୌଣସି ଅନ୍ତର୍ଜାତୀୟ ଚୁକ୍ତି କରିବାର ଅଙ୍ଗୀକାରକୁ ଆଡ଼େଇବାକୁ ଚେଷ୍ଟା କରିବେ କାରଣ ଏହା ଦ୍ୱାରା ଭାରତର ନିକଟରେ ଥିବା ଅନେକ ବିକଳ୍ପ ପଥ ସଂକ୍ଷେପ ହୋଇଯିବ । ସେ ବୈଷୟିିକ ପ୍ରଚେଷ୍ଟାକୁ ସମର୍ଥନ ପୂର୍ବକ ଗୁରୁତ୍ୱ ଦେବେ ଯାହା ଦ୍ୱାରା କି ଆସ୍ତିବାଚକ ନିର୍ଣ୍ଣୟ ଓ ପ୍ରଥମ ଅସ୍ତ୍ରର ପରୀକ୍ଷଣ ନିମନ୍ତେ ଲୋଡ଼ା ଅବଧିର ହ୍ରାସ ଘଟିବ । ପରିଶେଷରେ ସିଆଇଏ କହିଥିଲା ଶାସ୍ତ୍ରୀଙ୍କ ସରକାର “ଯୁକ୍ତରାଷ୍ଟ୍ର ଅମେରିକାଠାରୁ ଅବିରତ ଅର୍ଥନୈତିକ ସାହାଯ୍ୟ, ସାମରିକ ସହଯୋଗିତାର ନବୀକରଣ ଓ କାଶ୍ମୀର ପ୍ରସଙ୍ଗରେ ସମର୍ଥନ” ଆଶାର “ପ୍ରତିବଦଳରେ ସମ୍ଭବତଃ କୌଣସି ନିର୍ଣ୍ଣୟକୁ” କିଛି ସମୟ “ସକାଶେ ସ୍ଥଗିତ ରଖିବାରେ ପୂର୍ବପ୍ରବଣ” ।

୧୯୬୫ର ଶେଷାର୍ଦ୍ଧରେ ସି.ଆଇ.ଏ. ଏକ ଆକଳନ କରିନେଇଥିଲା ଯେ ଶାସ୍ତ୍ରୀ ସରକାରଙ୍କ ବର୍ତ୍ତମାନ କାର୍ଯ୍ୟସୂଚୀରେ ପରମାଣୁ ବୋମା ନିର୍ମାଣ ପାଇଁ କୌଣସି ତ୍ୱରିତ୍ ଯୋଜନା ନାହିଁ । ଏହି ଆକଳନ କ୍ରୌଲିଙ୍କ କଳ୍ପିତ ତଥା ବିଚିତ୍ର ଦାବି ଯେ “ଭାରତ ପରମାଣୁ ଶକ୍ତି ସମର୍ଥ ହେବା ପଥରେ ଅଗ୍ରସର ହେବା ଦେଖି ଆମେରିକାର ଛାନିଁଆ ହେବା ଓ ପ୍ରତିକାର ସ୍ୱରୂପ ଭାରତୀୟ ବିଶିଷ୍ଠ ପରମାଣୁ ବିଜ୍ଞାନୀ ହୋମି ଭାବାଙ୍କୁ ହତ୍ୟା କରିବା ଉଦ୍ଧେଶ୍ୟରେ ତାଙ୍କୁ ନେଇ ଉଡ଼ାଣ ଭରିଥିବା ୭୦୭ ବୋଇଂକୁ ଅଳ୍ପସ୍ ପର୍ବତମାଳାରେ ସଂପୂର୍ଣ୍ଣ ଧ୍ୱଂସ କରିବା” ସହିତ କୌଣସିି ତାଳମେଳ ନାହିଁ । ୨୪ ଜାନୁଆରୀ ୧୯୬୬ରେ ଏୟାର ଇଣ୍ଡିଆ ପ୍ଳାଇଟ୍ ୧୦୧ କାଞ୍ଜନଜୁଙ୍ଗାର ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ଥିଲା ବୋଲି କିଛି ଦାବିର ପ୍ରମାଣ ନାହିଁ । ଫରାସୀ ସରକାରୀ ସଂସ୍ଥା ବି.ଇ.ଏ. ବା ବ୍ୟୁରୋ ଅଫ ଏନ୍କ୍ୱାରୀ ଆଣ୍ଡ ଆନାଲିସିସ୍ ଫର ସିଭିଲ ଏଭିଏସନ୍ ସେପ୍ଟଟିର ଆନୁକୂଲ୍ୟରେ ବିମାନ ଦୁର୍ଘଟଣା ତଦନ୍ତ କରାଯାଇଥିଲା । ଏହି ସଂସ୍ଥା ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ତଦନ୍ତ ଭାର ବହନ କରିଥାଏ । ପ୍ରାୟ ଏକ ବର୍ଷ ଅନ୍ତରାଳ ପରେ ଏକ ୧୬ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରଦାନ କରାଗଲା । ବିମାନ ଚାଳକ ଓ ରାଡ଼ାର ନିୟନ୍ତ୍ରକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଲିଖିତ ନକଲରୁ ଜଣାଯାଏ ଯେ ୟୁରୋପର ଉଚ୍ଚତମ ପର୍ବତମାଳା(୧୫୭୭୭ ଫୁଟ) ମାଉନ୍ଟ ବ୍ଳାନ୍ରେ ସେଦିନ ଘନ କଳା ବାଦଲ ଛାଇ ରହିଥିଲା । ଜେନିଭା ଅନ୍ତର୍ଜାତୀୟ ବିମାନ ବନ୍ଦର ଦିଗକୁ ନିମ୍ନଗାମୀ ହେବା ସମୟରେ ବିମାନଟି ମାଉଣ୍ଟ ବ୍ଳାନର ପ୍ରାୟ ୧୫୫୮୫ ଫୁଟ ଉଚ୍ଚତାରେ ଧକ୍କା ଖାଇଲା । ଦୁର୍ଘଟଣା ସ୍ଥାନ ବାରମ୍ବାର ତନଖି କରିଥିବା ଓ ବିମାନର ଧ୍ୱଂସାବଶେଷର ପରୀକ୍ଷାନିରୀକ୍ଷା କରିଥିବା ବିଶେଷଜ୍ଞ ଦଳ ଏହି ନିଷ୍କର୍ଯରେ ପହଞ୍ଚିଲେ ଯେ କୌଣସି ଶକ୍ତ ଚଟାଣରେ ଧକ୍କା ଖାଇବା ଯୋଗୁଁ ଦୁର୍ଘଟଣାଟି ଘଟିଲା । ବି.ଇ.ଏ. ଦ୍ୱାରା ପ୍ରଦତ୍ତ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆଧାରରେ, ଏକ ସମ୍ଭାବ୍ୟ ମତବାଦ ଅନୁସାରେ ବୋଧହୁଏ ବିମାନ ଚାଳକ ବିମାନ ସହିତ ମାଉଣ୍ଟ ବ୍ଳାନର ଅବସ୍ଥିତିର ସଠିକ୍ ଗଣନା କରିପାରିନଥିଲେ ଅଥବା ନିୟନ୍ତ୍ରକଙ୍କ ବାର୍ତ୍ତାକୁ ଠିକ୍ ରୁପେ ବୁଝିପାରିନଥିବାରୁ ଭାବିଥିଲେ ଯେ ସେ ପର୍ବତତୀଖ ପାର୍ କରିଯାଇଛନ୍ତି । ଏହି ତଥ୍ୟ ଅନଲାଇନ ପୋର୍ଟାଲ ‘ଏଭିଏସନ୍ ସେପ୍ଟଟି ନେଟୱର୍କ’ରେ ଉପଲବ୍ଧ ବି.ଇ.ଓ. ରିପୋର୍ଟ ଓ ଏଭିଏସନ୍ ସାମ୍ବାଦିକ ଡ଼େଭିଡ଼ ସେନ୍ସିଓଟ୍ଟିଙ୍କ ବିଶ୍ୱର ଲୋକପ୍ରିୟ ବିମାନ ଚାଳନା ଓ ବ୍ୟବସାୟ ସମ୍ବନ୍ଧୀୟ ୱେବସାଇଟ୍ ‘ଦ ଏଭିଏସନନିଷ୍ଟ’ରେ ପ୍ରକାଶିତ ଆଲେଖ୍ୟରୁ ଆନୀତ । (https://aviation-safety.net/database/record.php?id=19660124-0) (https://theaviationist.com/2009/04/2/air-india-101-conspiracy-theory/)

୨୦୦୯ରେ ରୋମ୍ ନିବାସୀ ଡ଼େଭିଡ଼ ସେନ୍ସିଓଟ୍ଟି, ଭାବା ମୃତ୍ୟୁ ସମ୍ବନ୍ଧୀୟ ଷଡ଼ଯନ୍ତ୍ର ମତବାଦରେ ନିଜର ମତାମତ ରଖିଥିଲେ । ଏହି ସମୟରେ ଦାବି କରାଯାଉଥିଲା ଯେ ଭାରତୀୟ ବିମାନଟି ସମ୍ଭବତଃ ଇଟାଲୀୟ ବିମାନ ବା ମିସାଇଲ ମାଡ଼ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇରୁ ପ୍ରକାଶିତ ଡେଲି ନ୍ୟୁଜ ଆଣ୍ଡ ଆନାଲିସିସ୍‌ର ୧୬ ଏପ୍ରିଲ, ୨୦୦୯ ସଂସ୍କରଣରେ ନବନୀତା ସିଂହଙ୍କ ଆଲେଖ୍ୟ ‘How Homi Bhaba’s Plane hit by Italian aircraft’ ଅନୁଯାୟୀ ଏଭଳି ଷଡ଼ଯନ୍ତ୍ର ପର୍ଯ୍ୟବେସିତ ମତବାଦର ସର୍ବପ୍ରଥମ ପ୍ରଣେତା ହେଉଛନ୍ତି ଡାନିଏଲ ରୋଚ୍; ରୋଚ୍ ସେନ୍ସିଓଟ୍ଟିଙ୍କ ଭଳି ବିମାନ ଓ ଏହାର ଚାଳନା, ପରିଚାଳନାରେ ରୁଚି ରଖୁଥିବା ଫରାସୀ ସଂଗ୍ରାହକ । ଅନେକ ବର୍ଷ ଧରି ଦୁର୍ଘଟଣାଗ୍ରସ୍ତ ବିମାନଟିର ଅନୁଧ୍ୟାନ ଓ ମାଉଣ୍ଟ ବ୍ଳାନରରୁ ଏହାର ଧ୍ୱଂସାବଶେଷର ସଂଗ୍ରହରତ ଥିବା ରୋଚ୍‌ଙ୍କ ଉକ୍ତିକୁ ଉଦ୍ଧାର କରି ଡିଏନଏ ଖବର କାଗଜ ଲେଖେ, “ଯଦି କାଞ୍ଜନଜୁଙ୍ଗା ପର୍ବତରେ ଧକ୍କା ଖାଇଥାଆନ୍ତା ତ ବଡ଼ ଅଗ୍ନିକାଣ୍ଡଜନିତ ପ୍ରଚଣ୍ଡ ବିସ୍ଫୋରଣ ହୋଇଥାଆନ୍ତା କାରଣ ବିମାନଟିରେ ପ୍ରାୟ ୪୧,୦୦୦ ଟନ୍ ଜାଲେଣି ମହଜୁଦ୍ ଥିଲା । କିନ୍ତୁ ଏମିତି କିଛି ହେଇନାହିଁ । ଦୁର୍ଘଟଣାର ମାତ୍ର ଦୁଇ ମିନିଟ ପୂର୍ବରୁ ବିମାନଟି ସ୍ଥଳ ଭାଗରୁ ୬୦୦୦ ଫୁଟ ଉଚ୍ଚତାରେ ଥିଲା । ମୋ ଅନୁସାରେ ସେହି ଉଚ୍ଚତାରେ କୌଣସି ଇଟାଲୀୟ ବିମାନ ସହ ଧକ୍କା ଖାଇଲା ଓ ସେହି ଉଚ୍ଚତାରେ ଆବଶ୍ୟକୀୟ ଅମ୍ଳଜାନର ଅଭାବ ହେତୁ କୌଣସି ଦହନ ହେଇ ବିସ୍ଫୋରଣ ହେଲା ନାହିଁ ।” ଆଲେଖ୍ୟଟିରେ ଆହୁରି ମଧ୍ୟ ଉଲ୍ଲେଖ ଥିଲା , “ ଇଟାଲୀୟ ବିମାନର ନିଖୋଜ ହେବା ଘେନି ସେ ସମୟରେ ଖବର ଆସିଥିଲା । ବୋଧହୁଏ ତାହା ଭାରତୀୟ ବିମାନଟି ସହ ଧକ୍କା ଖାଇ ନଷ୍ଟ ହେଇଯାଇଥିଲା । ମୁଁ ଇଟାଲୀୟ ବିମାନଟିର ଜାଲେଣି ଟାଙ୍କ ସେଠାରୁ ଉଦ୍ଧାର କରିବାରେ ସଫଳ ହୋଇଛି । ସେଥିରେ କିଛି ଲେଖା ମଧ୍ୟ ଥିଲା । ଡେଭିଡ଼ ସେନ୍ସିଓଟ୍ଟି ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଯେ ଆବଶ୍ୟକୀୟ ରେକର୍ଡର ଯାଞ୍ଚ ପରେ ଏକ ଇଟାଲୀୟ ବିମାନର ନିଖୋଜ ହେବା ‘ସମ୍ଭବତଃ ସତ୍ୟ’ ଥିଲା କିନ୍ତୁ ଏହି ଘଟଣା ସହିତ ‘ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କୌଣସି ସଂପର୍କ ନାହିଁ’ । କାଞ୍ଜନଜୁଙ୍ଗା ଦୁଃଖନ୍ତାକ ଘଟଣାରେ ମତ ଦେଇ ସେ କହିଥିଲେ ତାହା ଇଟାଲୀୟ ବାୟୁସେନାର ଦ୍ୱାରା ମାଡ଼ ହେଇଥିବ ବୋଲି ସେ ଭାବୁନାହାଁନ୍ତି ।

‘ପ୍ରଥମତଃ ଏହି ମତ ପାଇଁ ପ୍ରମାଣ ମିଳିପାରିବ । ଦ୍ୱିତୀୟରେ ତଦନ୍ତ ରିପୋର୍ଟଟି ପର୍ବତ ସହ ମାଡ଼ ଖାଇବା ବ୍ୟତୀତ ଅନ୍ୟ କୌଣସି ଘଟଣାରେ ଦୁର୍ଘଟଣାର ସମ୍ଭାବନାକୁ ଉଲ୍ଲେଖ କରିନାହିଁ । ତୃତୀୟରେ ଇଟାଲିୟାନ ବାୟୁସେନା ଯଦି ଭାରତୀୟ ବିମାନକୁ ଖସାଇବା ଯୋଜନାରେ ଥିଲା ତାହେଲେ ଅନ୍ୟ ଦୁଇ ଦେଶର ସୀମାନ୍ତଠାରୁ ଦୂରରେ କାହିଁକି ଘଟଣାଟି ସଙ୍ଘଠିତ କରାଗଲାନି ? ଆଡ଼ରିଆଟିକ୍ ସମୁଦ୍ର ଉପରେ ବା ଦକ୍ଷିଣ ଇଟାଲୀ ସମୀପରେ ତ ସହଜରେ ଖସାଇ ଦିଆଯାଇପାରିଥାନ୍ତା ।’

ରୋଚ୍ ବରଫାବୃତ ମାଉଣ୍ଟ ବ୍ଳାନରର ବରଫଖଣ୍ଡରେ ବିମାନର ଧ୍ୱଂସାବଶେଷର କିଛି ଫଟୋଚିତ୍ର ଉତ୍ତୋଳିତ କରିଥିଲେ । କାଞ୍ଜନଜୁଙ୍ଗା ବିମାନଟି ଯେ ଇଟାଲୀୟ ବିମାନ ସହ ଧ୍କକା ଖାଇ ନଷ୍ଟ ହେଇଛି ବୋଲି ନିଜ ଦୃଢ଼ୋକ୍ତିକୁ ପ୍ରମାଣିତ କରିବା ଉଦ୍ଧେଶ୍ୟରେ ରୋଚ୍ ସେନ୍ସିଓଟ୍ଟିଙ୍କୁ ସେହି ଫଟୋଚିତ୍ର ପଠାଇଥିଲେ । ନିଜ ପ୍ରତିକ୍ରିୟାରେ ଉପରୋକ୍ତ ବକ୍ତବ୍ୟଟି ୨୦୧୧ରେ ‘ଦ ଏଭିଆଏସନନିଷ୍ଟ’ରେ ସେନ୍ସିଓଟ୍ଟି ଦେଇଥିଲେ । ସେ ପୁଣି କହିଥିଲେ ‘ ମୁଁ ଦୁର୍ଘଟଣା ବିଷୟରେ ଯାହା ଭାବୁଛି ନିଜ ପୂର୍ବ ଆଲେଖ୍ୟରେ ଲେଖିସାରିଛି । ବିମାନ ଦୁର୍ଘଟଣାର ତଦନ୍ତ ବିିଭିନ୍ନ ବିଭାଗରେ ଦକ୍ଷତା ଥିବା ବିଶେଷଜ୍ଞକୁ ଦରକାର କରେ । ତଦନ୍ତଗୁଡ଼ିକ ଅତ୍ୟନ୍ତ ସତର୍କତାର ସହ ବିଶେଷ ବିଧି ଓ ପ୍ରୋଟୋକଲ (ରାଷ୍ଟ୍ରୀୟ କାର୍ଯ୍ୟରେ ନିୟମାନୁସାର ଆଚାର ବିଧି)ସହ କରାଯିବା ଉଚିତ୍ । ପ୍ରମାଣ କିଭଳି ସଂଗ୍ରହ କରାଯିବ ଓ ସଂରକ୍ଷିତ ରଖାଯିବ ଏହାର ପରିସରଭୁକ୍ତ । ତେଣୁ ଡ଼ାନିଏଲ ଯାହା ବି କୁହନ୍ତୁ ମୁଁ ଫରାସୀ ବି.ଇ.ଏ. ଅନୁସାରେ ନିଜ ମତରେ କାୟମ ରହିବି । ଫରାସୀ ବି.ଇ.ଓ. ଏୟାର ଇଣ୍ଡିଆ ୧୦୧ ବିମାନର ଦୁର୍ଘଟଣା ବିଷୟରେ ସବୁ କାରଣ ଦର୍ଶାଯାଇଛି ।

ଏବେ ଆମେରିକୀୟ ରିପୋର୍ଟ ଅନୁସାରେ ଶାସ୍ତ୍ରୀଙ୍କ ସମ୍ବନ୍ଧୀୟ କଥାକୁ ଫେରିବା । ୨୮ ମେ’ ୧୯୬୫ରେ ସିଆଇଏର ଏକ ୧୪ ପୃଷ୍ଠା ସମ୍ବଳିତ ପ୍ରସଂଶନୀୟ ବିଶେଷ ରିପୋର୍ଟ ପ୍ରକାଶ କଲା ଯାହାର ଶୀର୍ଷକ ଥିଲା ‘ଭାରତର ପ୍ରଧାନମନ୍ତ୍ରୀ ହିସାବରେ ଶାସ୍ତ୍ରୀଙ୍କ ପ୍ରଥମ ବର୍ଷ’ । ସେଥିରେ ଲେଖାଥିଲା-

‘ନେହେରୁଙ୍କ ମୃତ୍ୟୁର ଏକ ବର୍ଷ ଭିତରେ ସରକାର ଓ ଶାସନାଧୀନ କଂଗ୍ରେସ ଦଳର କାର୍ଯ୍ୟପ୍ରଣାଳୀରେ ଅନେକ ପରିବର୍ତ୍ତନ ଆସିଯାଇଥିଲା । ସବୁଠାରୁ ଦୃଷ୍ଟି ଆକର୍ଷଣକାରୀ ପରିବର୍ତ୍ତନ ଘଟିଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ । ପୂର୍ବରୁ ଏହାର ଗୌରବ ମଣ୍ଡନ କରୁଥିଲେ ନେହେରୁଙ୍କ ଭଳି ଜଣେ ଆକର୍ଷଣୀୟ, ପ୍ରଭୂତ୍ୱଶାଳୀ, ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ । କିନ୍ତୁ ଏବେ ୪୭୦ ଲକ୍ଷ ଜନତାଙ୍କ ନେତୃତ୍ୱ ନେଉଛନ୍ତି ତାଙ୍କ ଉତ୍ତରାଧିକାରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ , ଜଣେଦେଶୀ, ସହଯୋଗୀତା ଭିତ୍ତିରେ କାର୍ଯ୍ୟ କରିବାରେ ଆଗ୍ରହ ରଖୁଥିବା ଓ ନେହେରୁଙ୍କ ବିପରୀତ ବିନୀତ ସ୍ୱଭାବର ଶାସ୍ତ୍ରୀଙ୍କ ଔଜଲ୍ୟରେ ଉଦ୍ଭାସିତ ହେଉଅଛି । ସମୟ ସମୟରେ ପ୍ରତୀତ ହେଉଥିଲା ପ୍ରଧାନମନ୍ତ୍ରୀ ପଦର ଚାହିଦା ଓ ଏହାର ଜଟିଳତା ଶାସ୍ତ୍ରୀଙ୍କ ଭଳି ଜଣେ ସାଧାରଣ ନେତାଙ୍କୁ ସୁହାଇବନି । ଗତ ଜୁନରେ ସଭାପତି କାମରାଜଙ୍କ ଅଧ୍ୟକ୍ଷତାରେ ଶାସ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରାଯାଇଥିଲା । ସେତେବେଳର ସ୍ଥିତି ଅପେକ୍ଷା ବର୍ତ୍ତମାନ ସେ ବେଶ ସୁଦୃଢ଼ । ଶାସ୍ତ୍ରୀ ବ୍ରିଟିଶ ଶାସନ, ବ୍ରିଟିଶ ଜେଲ, ଭାରତର ଦାରିଦ୍ର୍ୟ ଓ ସ୍ୱାଧୀନତା ସଂଗ୍ରାମର ଉପଜ ବୋଲି କୁହାଯାଇପାରେ । ସେ ଜଣେ ଏଭଳି ନେତା ଯିଏକି ନେହେରୁ ପର-ଅଧ୍ୟାୟ / ସମୟଖଣ୍ଡରେ ଭାରତର ମିଜାଜ୍ ଓ ଶାସନାଧୀନ ଦଳର ମନୋବସ୍ଥାକୁ ଯଥାର୍ଥରେ ସନ୍ନିବେଶିତ କରାଉଥିଲେ । ସେ ବିଚାରଶୀଳ ଓ ଭଲ କାମ କରୁଛନ୍ତି- ଦେଶକୁ ଏହିଭଳି ନେତାଙ୍କ ଆବଶ୍ୟକ ଥିଲା । ନେହେରୁଙ୍କ ତିରୋଧାନର ଏକ ବର୍ଷ ଉପରାନ୍ତ ଶାସନାଧୀନ ଦଳ ମଧ୍ୟ ସେହି ମୁହୂର୍ତ୍ତରେ କେବଳ ଏହି ଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେବା ପାଇଁ ଉଚିତ୍ ମଣିଥିଲା । ଯେଉଁ କାରଣରୁ ପୁରା ଦଳକୁ ଗ୍ରହଣୀୟ ହେଲା ଭଳି ବିକଳ୍ପ ପ୍ରାର୍ଥୀଙ୍କ ଅଭାବ- ଶାସ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପଦ ସକାଶେ ଚୟନ କଲା ବର୍ଷେ ପରେ ସେହି କାରଣ ବଳବତ୍ତର ଥିଲା । ଶାସ୍ତ୍ରୀଜୀଠାରେ କେବଳ ଜଣେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ଜଣେ ଯୋଗ୍ୟ ଦୀର୍ଘସ୍ଥାୟୀ ପ୍ରଧାନମନ୍ତ୍ରୀ ହେବାର ସବୁ ଲକ୍ଷଣ ମହଜୁଦ୍ ଅଛି ।’

ରିପୋର୍ଟରେ ଲେଖାଥିଲା ଶାସ୍ତ୍ରୀଙ୍କ ବୈଦେଶିକ ନୀତି ନେହେରୁଙ୍କଠାରୁ ଭିନ୍ନ ନଥିଲା । ଅନ୍ତତଃ ୧୯୬୨ ପର ଓ ଚୀନ୍‌ର ଭାରତ ଆକ୍ରମଣ ପରବର୍ତ୍ତୀ ସମୟରେ ଏହା ଅପରବର୍ତ୍ତିତ ଥିଲା । ଏଠାରେ ନେହେରୁଙ୍କ ଗୋପନୀୟ ଭାବେ ଜନ୍ ଏଫ କେନେଡିଙ୍କଠାରୁ ଚୀନାମାନଙ୍କ ବିପକ୍ଷରେରେ ପ୍ରତିରକ୍ଷା ପୂର୍ବକ ସାମରିକ ସାହାଯ୍ୟ ନିବେଦନକୁ ଇଙ୍ଗିତ କରାଯାଉଛି । ୧୯୬୨ ପର ବର୍ଷଗୁଡ଼ିକରେ ସି.ଆଇ.ଏ. ଓ ଆଇ.ବି.ଙ୍କ ମଧ୍ୟରେ ଅନ୍ତରଙ୍ଗ ସହଭାଗିତା ଥିଲା । ଆଇ.ବି.ରେ ସେ ପର୍ଯ୍ୟନ୍ତ ର’ ଗଠନ ସକାଶେ ବିଭକ୍ତି ହୋଇନଥିଲା । ୧୯୭୬ରେ ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଷାଠିଏ ଦଶକରେ ସି.ଆଇ.ଏ. କିଛି ବରିଷ୍ଠ ଗୁଇନ୍ଦା ଅଫିସରଙ୍କୁ ତାଲିମ ଦେଇଥିଲା ଓ ଏହିପରି ଭାବେ ଭାରତରେ ରାଷ୍ଟ୍ର ବିରୋଧି ତତ୍ତ୍ୱଙ୍କୁ ପ୍ରତିରୋଧ କରିବା ଉଦ୍ଧେଶ୍ୟରେ ଗୁଇନ୍ଦା ବ୍ୟୁହର ନାଭିକେନ୍ଦ୍ର ସ୍ଥାପିତ କରିବାରେ ସାହାଯ୍ୟ କରିଥିଲା । (Chand Joshi, CIA coached Indians on intelligence, Hindustan Times, 14 March,1975)

ଭାରତୀୟ ସର୍ବସାଧାରଣଙ୍କ ଅଗୋଚରରେ ସି.ଆଇ.ଏ.ର ସର୍ବଶ୍ରେଷ୍ଠ ଗୁପ୍ତ ୟୁ-୨ ଗୁଇନ୍ଦା ବିମାନ କାର୍ଯ୍ୟକ୍ରମ ଭାରତଠାରୁ ସମର୍ଥନ ହାସଲ କରିଥିଲା ଓ ୧୯୬୪ଠାରୁ ସି.ଆଇ.ଏ.-ଆଇ.ବି. ଚୀନ ବିପକ୍ଷରେ ଏକ ମିଳିତ ଗୋପନ ଅଭିଯାନ ଚାଲୁ କରିଥିଲେ । ଏହି ମିଶନ ଅନ୍ତର୍ଗତ ସି.ଆଇ.ଏ. ଓ ଆଇ.ବି. କର୍ମକର୍ତ୍ତାମାନେ ସିନ୍କିଆଙ୍ଗ ପ୍ରଦେଶରେ ଚୀନାମାନଙ୍କର କ୍ଷେପଣାସ୍ତ୍ର ଗତିବିଧି ଉପରେ ନଜର ରଖିବା ଉଦ୍ଧେଶ୍ୟରେ ନନ୍ଦାଦେବୀ ପର୍ବତରେ ନିଜ କାର୍ଯ୍ୟକ୍ରମ ଚାଲୁ ରଖିଲେ । ଏଥି ନିମନ୍ତେ ସେମାନେ ୧୯୬୫ରେ ଏକ ଆଣିବିକ ଶକ୍ତି ସମ୍ମନ୍ନ ‘ରିମୋଟ ସେନ୍ସିଂ ଡିଭାଇସ୍‌’ ପର୍ବତଶିଖରରେ ସ୍ଥାପନ କରିଥିଲେ । କିନ୍ତୁ ଏକ ତୁଷାରଝଡ଼ ଯୋଗୁଁ ୨୩୦୦୦ ଫୁଟରେ ସ୍ଥାପିତ ଏଇ ଯନ୍ତ୍ରଟି କେଉଁଆଡ଼େ ହଜିଗଲା । ୧୯୬୭ରେ ଏକ ନୂତନ ଯନ୍ତ୍ର ସେହି ଇଲାକା କିନ୍ତୁ ଅନ୍ୟ ଏକ ନିକଟବର୍ତ୍ତୀ ଶିଖରରେ ପୁନଃରୋପଣ କରାଗଲା । ଏହି ଅପରେସନ୍‌ ଲାଲ ବାହାଦୂର ଶାସ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ ଅନୁମୋଦନ କ୍ରମେ କରାଯାଇଥିଲା । ତେଣୁ ୨୮ ମେ’ ୧୯୬୫ରେ ପ୍ରକାଶିତ ସି.ଆଇ.ଏ.ର ରିପୋର୍ଟରେ “ଶାସ୍ତ୍ରୀଙ୍କ ଶାସନକାଳରେ ଆମେରିକାର ଦକ୍ଷିଣ-ପୂର୍ବ ବୈଦେଶିକ ନୀତି ଘେନି ଶାସ୍ତ୍ରୀଙ୍କ ଅସନ୍ତୁଷ୍ଟତା ତଥା ମଝି ମଝିରେ ଭାରତୀୟ ବିଦେଶ ମନ୍ତ୍ରୀଙ୍କ ଆମେରିକା ବିରୋଧି ମନ୍ତବ୍ୟ ସତ୍ୱେ ଭାରତର ଆମେରିକା ସହିତ ଉତ୍ତମ ବୁଝାମଣା ଓ ବନ୍ଧୁତା” ଥିବାର ଉଲ୍ଲେଖ କରିବାରେ କିଛି ଆଶ୍ଚର୍ଯ୍ୟଜନକ ନଥିଲା । ୧୯୬୫ର ଶେଷାର୍ଦ୍ଧ୍ୟ ଆଡ଼କୁ ସିଆଇଏର ଧ୍ୟାନ ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ଓ ସୋଭିଏତ ରୁଷର ଏହାକୁ ପ୍ରଶମିତ କରିବାର ଚେଷ୍ଟା ଦିଗରେ କେନ୍ଦ୍ରୀଭୂତ ହେଲା । ୨୦ ସେପ୍ଟେମ୍ବର ୧୯୬୫ରେ କେନ୍ଦ୍ରୀୟ ଗୁଇନ୍ଦା ସଂକ୍ଷିପ୍ତ ବିବରଣ ଅନୁଯାୟୀ ରୁଷର ପ୍ରଧାନମନ୍ତ୍ରୀ କୋଶିଗିନ୍ ଉଭୟ ଆୟୁବ ଓ ଶାସ୍ତ୍ରୀଙ୍କୁ ସୋଭିଏତ ଭୂମିରେ ଶାନ୍ତି ପୁନଃସ୍ଥାପନ ନିମନ୍ତେ ରାଜିନାମା ଉଦ୍ଧେଶ୍ୟରେ ଆମନ୍ତ୍ରଣ କଲେ । ସୋଭିଏତ୍‌ ପ୍ରସ୍ତାବନା ଅନୁଯାୟୀ ଯଦି ଦୁଇ ପ୍ରମୁଖ ପକ୍ଷ ଇଚ୍ଛା କରନ୍ତି ତ କୋଶିଗିନ୍ ନିଜେ ଆଲୋଚନାରେ ଅଂଶଗହଣ କରିବେ । ସି.ଆଇ.ଏ.ର ଆକଲନ ଅନୁସାରେ “ଦୁଇ ଦେଶ ମଧ୍ୟରେ ଶତ୍ରୁତାର ଅବସାନ ସକାଶେ ମସ୍କୋର ପୂର୍ବ ‘ ଶୁଭେଚ୍ଛୁ ଭାବେ ମଧ୍ୟସ୍ଥି ଭୂମିକା’ ପ୍ରସ୍ତାବକୁ ନାଟକୀୟ ଭାବେ ପୁନଃ ବାଢ଼ିବା ସୂଚାଉଥିଲା ଯେ ସୋଭିଏତ, ଚାଇନାର ଏହି ଘଟଣାରେ ସମ୍ଭାବିତ ସଂପୃକ୍ତି ହେବାର ପରିଣାମକୁ ଘେନି ବିଶେଷ ଚିନ୍ତିତ ଥିଲା ।”

ପରଦିନ ନୂଆ ଦିଲ୍ଲୀସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା ଦୂତବାସ ପକ୍ଷରୁ ୱାଶିଂଟନସ୍ଥିତ ଗୃହ ମନ୍ତ୍ରଣାଳୟକୁ ଏକ ଟେଲିଗ୍ରାମ୍ ପ୍ରେରଣ କରାଯାଇଥିଲା । ଏଥିରେ ସୂଚନା ଦିଆଯାଇଥିଲା ଯେ ବିଦେଶ ସଚିବ ଏଲ.କେ ଝା ରାଷ୍ଟ୍ରଦୂତ ବାଉଲସ୍‌ଙ୍କୁ ସୋଭିଏତ ସଙ୍ଘର ପ୍ରତ୍ୟକ୍ଷ ଆଲୋଚନା ପାଇଁ ତାସ୍କନ୍ଦକୁ ଆମନ୍ତ୍ରଣ କରିଛନ୍ତି । ଶାସ୍ତ୍ରୀଙ୍କଠାରୁ ନିର୍ଦେଶମତେ ଝା ବେତାର ବାର୍ତ୍ତା ମାଧ୍ୟମରେ ଯୁଦ୍ଧ ବିରତି ଚୁକ୍ତିକୁ ନେଇ ଭାରତର ସ୍ଥିତି ବାଉଲସ୍‌ଙ୍କୁ ଜଣାଇବା ମୁଖ୍ୟ ଉଦ୍ଧେଶ୍ୟ ଥିଲା । ମଧ୍ୟସ୍ଥି ହେବା ପାଇଁ ସୋଭିଏତ୍‌ ପ୍ରସ୍ତାବନାକୁ ଭାରତ ଗ୍ରହଣ କରିବାକୁ ନେଇ ଆମେରିକା କିଭଳି ପ୍ରତିକ୍ରିୟା ଦେଖାଇବ ତାହା ମଧ୍ୟ ଜାଣିବାର ଥିଲା ।

“ଝା ଯେତେ ଦୂର ଶୀଘ୍ର ସମ୍ଭବ ଆମେରିକାକୁ ନିଜର ପ୍ରତିକ୍ରିୟା ରଖିବାକୁ ଅନୁରୋଧ କରିଥିଲେ । କାରଣ ବୁଧବାର ସୁଦ୍ଧା ସୋଭିଏତ ରୁଷକୁ ସେମାନଙ୍କର ପ୍ରସ୍ତାବ ବାବଦରେ ଜବାବ ଦାଖଲ କରିବାର ଥିଲା । ଆଉ ମଧ୍ୟ ଚୀନ୍‌ ତରଫରୁ ଦିଆଯାଇଥିବା ସମୟ ଅବଧିର ସମାପ୍ତ ହେବା ପୂର୍ବରୁ ହିଁ ଭାରତକୁ ସୋଭିଏତ ରୁଷ ପରିପ୍ରେକ୍ଷୀରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଜରୁରୀ ଥିଲା । ଝା ପଚାରିଥିଲେ, ଆମେ ଏହି ଆଲୋଚନାର ପ୍ରସ୍ତାବକୁ କିଭଳି ମନୋଭାବରେ ଗ୍ରହଣ କରିବା ? ଆମେ କ’ଣ ଏହା ଦ୍ୱାରା ଉପକୃତ ହେବୁ ନା କେବଳ ସୋଭିଏତ ସଙ୍ଘ ଗୁରୁତ୍ୱପୂର୍ଣ୍ଣ / ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବାର ସୁଯୋଗ ପାଇବ ଯାହା ଆମେରିକାର ସ୍ୱାର୍ଥ ପରିପନ୍ଥୀ ହେବ? ଶାସ୍ତ୍ରୀଜୀ ଏ ବାବଦରେ ଯଥାଶୀଘ୍ର ଗୋପନୀୟ ଭାବେ ଆମର ମତାମତ ଜାଣିବକୁ ପସନ୍ଦ କରିବେ । ଝା ପୁଣି ଯୋଡ଼ିଥିଲେ ଯେ କୋଶିଗିନ୍ ଭାରତକୁ ନିଜ ପ୍ରସ୍ତାବ ସପକ୍ଷରେ ରାଜି କରାଇନେବାକୁ ବହୁତ ଚେଷ୍ଟା ଚଳାଇଛନ୍ତି ।”

ଯୁକ୍ତରାଷ୍ଟ୍ର ଆମେରିକାର ବିଭାଗୀୟ କର୍ତ୍ତୃପକ୍ଷ ଝା’ଙ୍କ ଅନୁରୋଧର ଜବାବ୍ ଦେବା ପାଇଁ ବାଉଲସ୍‌ଙ୍କୁ କ୍ଷମତା ଦେଲେ ଓ ଏ ବିଷୟରେ ସେମାନଙ୍କ ସହ ଯୋଗାଯୋଗ କରିଥିବାକୁ ପସନ୍ଦ ମଧ୍ୟ କଲେ । ଏହା ସହ ସେମାନେ ଏହା ମଧ୍ୟ କହିଥିଲେ ଯେ ଏହି ଅସ୍ଥିରତାର ନିବାରଣର ସବୁଠାରୁ ଉତ୍ତମ ପନ୍ଥା ହେଉଛି ସଂଯୁକ୍ତ ରାଷ୍ଟ୍ର ଜରିଆରେ ହିଁ ପ୍ରତିକାରର ବାଟ ନିର୍ଦ୍ଧାରଣ କରିବା ।

୨୮ ଡିସେମ୍ବର ୧୯୬୫ରେ କେନ୍ଦ୍ରୀୟ ଗୁଇନ୍ଦା ବିବରଣୀ ନିଜ ପୂର୍ବ ମତକୁ ଦୋହରାଇଥିଲା । ସେଥିରେ ଲେଖିଥିଲା ଯେ ଭାରତୀୟ ଉପମହାଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ସୋଭିଏତ୍‌ ସଙ୍ଘର ଉଦ୍ୟମ ନିଜ ପ୍ରତିଦ୍ୱନ୍ଦୀ ଚାଇନାକୁ ଏଭଳି ଅସ୍ଥିରତାରୁ ଫାଇଦା ନେବାକୁ ପ୍ରତିହତ କରିବାରୁ ଇଛାରୁ ହିଁ ଉତ୍ପନ୍ନ ।

ଶାସ୍ତ୍ରୀଙ୍କ ଆମେରିକା ପ୍ରତି ସକାରତ୍ମକ ମନୋଭାବ ଥିଲା ବୋଲି ପ୍ରମାଣିତ କରେ୧୯୬୬ ଜାନୁଆରୀରେ ତାସକନ୍ଦରୁ ରାଷ୍ଟ୍ରପତି ଲିନ୍ଡ଼ନ ଜନ୍ସନ୍‌ଙ୍କ ଉଦ୍ଧେଶ୍ୟରେ ଲିଖିତ ତାଙ୍କର ଏକ ପତ୍ର । ଭାରତରେ ଖାଦ୍ୟଶସ୍ୟର ଅଭାବ ପୂରଣ ଦିଗରେ ଜନ୍ସନ୍‌ଙ୍କ ସାହାଯ୍ୟକୁ ସେ ଧନ୍ୟବାଦ ଦେଇଥିଲେ ଓ ଭିଏତ୍‌ନାମରେ ଶାନ୍ତି ପ୍ରତିଷ୍ଠା ପ୍ରୟାସକୁ ପ୍ରଶଂସା ମଧ୍ୟ କରିଥିଲେ । ପାକିସ୍ତାନ ରାଷ୍ଟ୍ରପତି ଆୟୁବଙ୍କ ସହ ତାଙ୍କ ଆଲୋଚନା ବିଷୟରେ କହିବାକୁ ଯାଇ ସେ ଲେଖିଥିଲେ ଅନେକ ଜଟିଳ ପ୍ରସଙ୍ଗ ଅଛି ତ ନିଶ୍ଚୟ । କିନ୍ତୁ ସେ ଆଶାବାଦୀ ଯେ ପରିବର୍ତ୍ତନ ହେବ ଓ ଏକ ଭିନ୍ନ ବାତାବରଣ ସୃଷ୍ଟି ହେଇପାରେ ଯେଉଁଥିରେ ଆମର ମତଭେଦର ମୀମାଂସା ହେବ ଓ ସଙ୍ଗତି ପୁନଃସ୍ଥାପନ ହୋଇପାରିବ । ଶେଷରେ ଶାସ୍ତ୍ରୀ ଲେଖିଥିଲେ ସେ ଓ ତାଙ୍କର ପତ୍ନୀ ଆସନ୍ତା ଯୁକ୍ତରାଷ୍ଟ୍ର ଗସ୍ତକୁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ।

ଏହା ପରେ ଏଲ୍‌.ବି.ଜେ. ପ୍ରେସିଡେଣ୍ଟ୍‌ସିଆଲ ଲାଇବ୍ରେରୀ ତରଫରୁ କିଛି ଦସ୍ତାବିଜ ଓ ଶ୍ରାବ୍ୟଧ୍ୱନି ରେକର୍ଡିଂ ଆମକୁ ପ୍ରାପ୍ତ ହେଲା । ଏସବୁରେ ଆମକୁ ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ହ୍ୱାଇଟ ହାଉସ୍‌ର ପ୍ରତିକ୍ରିୟାର କିଛି ଦୁଷ୍ପ୍ରାପ୍ୟ ଝଳକ ଲିପିବଦ୍ଧ । ୫:୪୫ ସୋମବାର, ୧୦ ଜାନୁଆରୀ, ୧୯୬୬ରେ ହ୍ୱାଇଟ୍ ହାଉସ୍ର ପ୍ରେସ କାର୍ଯ୍ୟକର୍ତ୍ତା ଆମେରିକାର ରାଷ୍ଟ୍ରପତିଙ୍କ ବୟାନ ପଢ଼ିଥିଲେ । “ ଆମର ଦେଶ ଭାରତର ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁରେ ମର୍ମାହତ ଓ ଶୋକସନ୍ତପ୍ତ । ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହିସାବରେ ସେ ଆମେରିକା ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ । ତାସକନ୍ଦରେ ଫଳପ୍ରଦ ଆଲୋଚନାର ତୁରନ୍ତ ପରେ ତାଙ୍କର ନିଧନ ନିଶ୍ଚୟ ମାନବ ଜାତିର ଶାନ୍ତି ଓ ପ୍ରଗତି ପାଇଁ ଆଶାରେ ପ୍ରହାର ସଦୃଶ୍ୟ । ବାର୍ତ୍ତାରେ ଉଲ୍ଳେଖ ଥିଲା ଯେ ଶାସ୍ତ୍ରୀ “ଭାରତୀୟ ଗଣତନ୍ତ୍ର ପରମ୍ପରା ଓ ଆଦର୍ଶକୁ” ଉଚ୍ଚତର ସୋପାନରେ ସ୍ଥାପିତ କରିଥିବା ନେହେରୁଙ୍କ “ଯୋଗ୍ୟ ଉତ୍ତରାଧିକାରୀ” । ଶେଷରେ ଶାସ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ଲେଖିଥିଲେ “ପ୍ରଧାନମନ୍ତ୍ରୀ ପଦ ଭଳି ଉଚ୍ଚ ପଦବୀରେ ଅଭିଷିକ୍ତ ଥିଲେ ବି ତାଙ୍କ ବିନମ୍ରତା ତାଙ୍କର ଶକ୍ତି, ସାମର୍ଥ ଓ ଜ୍ଞାନ ଉପରେ କୌଣସି ପ୍ରଭାବ ପକାଇନଥିଲା” । ସେ ଲୋକଙ୍କ ଯଥାଯୋଗ୍ୟ ନେତା ଥିଲେ । ବିଶ୍ୱ ତାଙ୍କ ଆବର୍ତ୍ତମାନରେ ସଂକୁଚିତ ହୋଇପଡ଼ିଛି । ଆମେ ଭାରତୀୟ ଜନସାଧାରଣ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛୁ ।”

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ନିୟମିତ ଡାଏରୀରେ ୧୦ ଜାନୁଆରୀ, ୧୯୬୬ ରେ ସନ୍ଧ୍ୟା ୬:୪୫ରୁ ରାତ୍ର ୧୧ଘଟିକା ପର ସମୟରେ ଲେଖାଯାଇଥିବା କିଛି ଉକ୍ତି ଅନୁଯାୟୀ ଜନ୍ସନ୍ ଏକାଧିକବାର ଗୃହ ସଚିବ ଡିନ ରସ୍କ ଓ ଅନ୍ୟମାନଙ୍କ ସହ ଶାସ୍ତ୍ରୀଙ୍କ ଅନ୍ତେଷ୍ଟିରେ ଆମେରିକା ତରଫରୁ କିଏ ପ୍ରତିନିଧିତ୍ୱ କରିବ ଘେନି ବିଚାର ବିମର୍ଶ କରିଥିଲେ । ଜନ୍ସନ୍ ଖୋଦ୍ ଯିବେ, ନା ପ୍ରୋଟୋକଲ ଅନୁଯାୟୀ ଉପ-ରାଷ୍ଟ୍ରପତି ଯିବେ, ଭାରତର ପ୍ରତିକ୍ରିୟା କ’ଣ ହେବ ଆଦି ଆଲୋଚନାର ବିଷୟବସ୍ତୁ ଥିଲା । ଜନ୍ସନ୍ ଏହି ଆଲୋଚନାକୁ ଗୁପ୍ତ ଭାବେ ରେକର୍ଡିଙ୍ଗ କରିଥିଲେ ତେଣୁ ଶାସ୍ତ୍ରୀ ମୃତ୍ୟୁ ସମ୍ବନ୍ଧୀୟ ଅନେକ ରେକର୍ଡ ଏଲ୍‌.ବି.ଜେ. ଲାଇବ୍ରେରୀ ତରଫରୁ ସାର୍ବଜନୀନ କରାଯାଇଥିଲା । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅଣ-ଅଧିଶୋଧିତ ରେକର୍ଡରେ -ଯାହା ଅତ୍ୟନ୍ତ ଗୋପନୀୟ ଓ କେବେ ହେଁ ସାର୍ବଜନୀନ କରାଯିବାର ନୁହେଁ – ନିଜ ମନ କଥା ବଖାଣୁଥିବାର ଶୁଣାଯାଏ । ଜନ୍ସନ୍ ଓ ତାଙ୍କର ସହଯୋଗୀଗଣ ବେଶ୍ ଗମ୍ଭୀର ଓ ସମ୍ମାନର୍ପୂବକ ଶାସ୍ତ୍ରୀଙ୍କ ଅନ୍ତେଷ୍ଟି ବିଷୟରେ ଆଲୋଚନାରତ ଥିବାର ଜଣାଯାଏ । ଗୋଟିଏ ରେକର୍ଡରେ (ସାଇଟେସନ ନଂ ୯୪୭୫) ଜନସନ ପଚାରୁଉଛନ୍ତି କ’ଣ ବହୁତ ବର୍ଷ ହେଲା (ତୁମେ କହିପାରିବ) କ’ଣ ଏହା ଆମେରିକାର ଏକ ପରମ୍ପରା ଯେ କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ ଉଚ୍ଚପଦସ୍ତ ଅଧିକାରୀ ବା ଉପ-ରାଷ୍ଟ୍ରପତିଙ୍କୁ ହିଁ କୁହାଯାଏ ? ଡ଼ିନ ରସ୍କ ଉତ୍ତର ଦେଇଛନ୍ତି- ଏମିତି ବହୁତ କମ୍ ହୁଏ ଯେବେ ପଦରେ ଆସୀନ ଥାଇ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ହୁଏ” । ଖାଲି ସେତିକି ନୁହେଁ ପାଠାଗାର ମଧ୍ୟ ଲେଡ଼ି ଜନ୍ସନ୍ ଦେଇଥିବା ଅଡ଼ିଓ ବା ଶ୍ରବଣ ବାର୍ତ୍ତାର ଲିଖିତ ସଙ୍କଳନକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତିଙ୍କ ପତ୍ନୀ ଶାସ୍ତ୍ରୀଙ୍କ ଅଚାନକ ନିଧନରେ ପ୍ରକୃତରେ ବହୁତ ମର୍ମାହତ ଜଣାପଡ଼ୁଛନ୍ତି କାରଣ ସେ ବହୁତ ଆଗ୍ରହର ସହ ଶାସ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ହ୍ୱାଇଟ ହାଉସ୍‌ରେ ଅଭର୍ଥନା କରିବାକୁ ପ୍ରସ୍ତୁତି କରୁଥିଲେ ।

‘ଅପରାହ୍ନ ସାରା ମୁଁ କାମରେ ବ୍ୟସ୍ତ ଥିଲି-କେତେ ସମୟ ହୋଇଥିବ, ସଠିକ୍ ସମୟ ମୁଁ ମନେ ରଖିନି ଯେବେ ଫୋନ୍‌ ବାଜି ଉଠିଲା । ଖବରଥିଲା ଶାସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଯୋଜନ ଦୂରରେ ଥାଇ ମଧ୍ୟ ମୋ ଅନୁଶୀଳନ ଅନୁସାରେ ସେ ନିଜ ଜୀବନର ଚରମ ଉପଲବ୍ଧିର ଶିଖରରେ ଥାଇ ପରଲୋକ ଗମନ କଲେ । ଆୟୁବଙ୍କ ସହ ତାଙ୍କ ଶେଷ ଫଟୋରେ ଲାଗୁଥିଲା ଯେମିତି କି କାଶ୍ମୀର ବିବାଦ ସମାଧାନର ପଥରେ ପ୍ରକୃତରେ ପାଦେ ଆଗେଇଲା । ଆଗାମୀ କେତେ ସପ୍ତାହ ସକାଶେ ମୋର କାର୍ଯ୍ୟନିର୍ଘଣ୍ଟ୍‌ର କ୍ୟାଲେଣ୍ଡରରେ ଥିଲା ତାଙ୍କର ଆମେରିକା ଗସ୍ତର ପ୍ରସ୍ତୁତି ଅବସରରେ ମୋ ଅନୁମୋଦିତ ରାତ୍ରଭୋଜନର ସାରଣୀ । ଏହି ସାରଣୀର ପ୍ରସ୍ତୁତି ସକାଳର ଖବରକାଗଜର ମଧ୍ୟ ଛପାଯାଇଥିଲା । ଯତ୍ନର ସହିତ ଏହି ସାରଣୀ ପ୍ରସ୍ତୁତି ପାଇଁ ଅନେକ ଘଣ୍ଟା ଲାଗିଥିଲା ଓ ଆମେ ଏହା ସାଇତି ରଖିବୁ । ସମ୍ଭବତଃ ଆଗାମୀ କିଛି ମାସରେ ମଧ୍ୟରେ ଅନ୍ୟ କେହି ଭାରତୀୟ ମୁଖ୍ୟଙ୍କ ଆଗମନରେ ଉଦ୍ଧେଶ୍ୟରେ ।’

୧୧ ଜାନୁଆରୀ ୧୯୬୬ର କେନ୍ଦ୍ରୀୟ ଗୁଇନ୍ଦା ବିବରଣୀରେ ତାସକନ୍ଦ ରାଜିନାମା ବିଷୟରେ ଆଲୋଚନା କରାଯାଇଥିଲା । “ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଅସମୟ ନିଧନ ପରିପ୍ରେକ୍ଷୀରେ ଭାରତର ନେତୃବୃନ୍ଦଙ୍କ ପାଇଁ ଏକ ଯୋଗ୍ୟ ଉତ୍ତରାଧିକାରୀର ସନ୍ଧାନ କରିବା ଏକ ଜଟିଳ କାର୍ଯ୍ୟ । ଖାସ୍ କରି ଯେବେ ଦେଶ ଅର୍ଥନୈତିକ ଓ ବିଦେଶୀ ନୀତି ସମ୍ବନ୍ଧୀୟ ସମସ୍ୟାର ଘେରରେ ଛନ୍ଦି ହେଇଛି” । ସେହି ଦିନ ଏକ ଛୋଟକାଟିଆ କଂଗ୍ରେସ ଆଲୋଚନା କରାଯାଇଥିଲା । ଏହି ଅବସରରେ ସି.ଆଇ.ଏ.ର ପ୍ରତିନିଧି ଶାସ୍ତ୍ରୀଙ୍କ ଉତ୍ତରାଧିକାରୀ ଓ ପରମାଣୁ ଅସ୍ତ୍ର ସମ୍ବନ୍ଧରେ ଭାରତର ନୀତିର ଆଲୋଚନା କରିଥିଲେ । ଉତ୍ତରାଧିକାରୀଙ୍କ ବିଷୟରେ ପ୍ରତିନିଧି ମନ୍ତବ୍ୟ ଥିଲା, “ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଯିଏ ହୁଅନ୍ତୁ ନା କାହିଁକି ଭାରତର ନୀତି, ଆଭ୍ୟନ୍ତରୀଣ ହେଉ ବା ବିଦେଶୀ, କୌଣସି ଆଖିଦୃଶିଆ ପରିବର୍ତ୍ତନ କରାଯିବ ବୋଲି ଆମେ ଭାବୁନାହୁଁ” । ପରମାଣୁ ଅସ୍ତ୍ର ସମ୍ବନ୍ଧରେ କୁହାଯାଇଥିଲା, “ଭାରତର ପ୍ରାୟ ସବୁ ପ୍ରମୁଖ ନେତା ପରମାଣୁ ଅସ୍ତ୍ରକୁ ବିରୋଧ କରୁଛନ୍ତି ଓ ଆମେ ଭାବୁନାହୁଁ ଯେ ଏତେ ଶୀଘ୍ର ସେମାନେ ନିଜ ମତ ବଦଳାଇବେ” ।

୧୩ ଜାନୁଆରୀ ୧୯୬୬ରେ ଶାସ୍ତ୍ରୀଙ୍କ ଅନ୍ତେଷ୍ଟି ପରେ, ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ହ୍ୟୁବର୍ଟ ହମ୍ଫ୍ରେ ଓ ଗୃହ ସଚିବ ରସ୍କ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଶ୍ରୀ ଗୁଲଜାରିଲାଲ ନନ୍ଦା ଓ ଅନ୍ୟମାନଙ୍କୁ ନୂଆ ଦିଲ୍ଲୀରେ ଭେଟିଥିଲେ । ସେମାନେ ତାସକନ୍ଦ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । “ନନ୍ଦା ଦର୍ଶାଇଥିଲେ ଯେ ଅନେକ ସମସ୍ୟା ଓ ଉତ୍ତେଜନା ସତ୍ୱେ ଭାରତ ଅଗ୍ରଗତି କରିଛି । ଉପ ରାଷ୍ଟ୍ରପତି ନିଜ ସହମତି ଜଣାଇ କହିଥିଲେ ଆମେରିକା ତାସକନ୍ଦ ଶାନ୍ତି ପ୍ରୟାସକୁ ସମର୍ଥନ କରୁଛି । ସେ ମଧ୍ୟ ଏହି କ୍ରମରେ ରାଷ୍ଟ୍ରପତି ଜନ୍ସନ୍ ତୃପ୍ତ ଅଛନ୍ତି ବୋଲି କୋଶିଗିନଙ୍କୁ ଜଣାଛନ୍ତି” ।

ଆମେରିକୀୟ ନେତୃବୃନ୍ଦ ପାକିସ୍ତାନକୁ ମଧ୍ୟ ସମାନ ଭାଷାରେ ନିଜ ଆଭିମୁଖ୍ୟ ଜଣାଇଥିଲେ । ୧୯ ଜାନୁଆରୀରେ ଯୁକ୍ତରାଷ୍ଟ୍ର ଆମେରିକାର ଦୂତବାସ ପାକ୍ ରାଷ୍ଟ୍ରପତି ଆୟୁବଙ୍କ ସହ ବାର୍ତ୍ତାଳାପର ଏକ ବିବରଣୀ ପଠାଇଥିଲେ । ଏଥିରେ “ତାସକନ୍ଦ ରାଜିନାମାରେ ଉପନୀତ ହେବାରେ ଆୟୁବଙ୍କ ବିଚକ୍ଷଣ ରାଜନୀତିମତ୍ତା କୁ ପ୍ରସଂଶା କରାଯାଇଥିଲା । ଆହୁରି କୁହାଯାଇଥିଲା ଯେ ଆମେରିକା ଏହି ପ୍ରସଙ୍ଗରେ ଅଗ୍ରଗତିକୁ ଅତ୍ୟନ୍ତ ଆଗ୍ରହ ଓ ଅନୁକମ୍ପାରର ସହିତ ଲକ୍ଷ୍ୟ ରଖିଛି ଓ ଆୟୁବଙ୍କ ଏହି ମହତ୍ ଓ ମିତ୍ରଭାବପନ୍ନ ପ୍ରୟାସ ଫଳବତୀ ଉଦ୍ଧେଶ୍ୟରେ ନିଜ ସାଧ୍ୟମତେ ସବୁପ୍ରକାର ସହଯୋଗ ଯୋଗାଇବାକୁ ଆଗଭର ଅଛି । ଉତ୍ତରରେ ଆୟୁବ କହିଥିଲେ, “ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଶାନ୍ତିର ଆବଶ୍ୟକତାକୁ ବୁଝିସାରିଥିଲେ” । ସେ ଆହୁରି କହିଥିଲେ ଶାସ୍ତ୍ରୀଙ୍କ ଅନ୍ତେଷ୍ଟିରେ ଯୋଗ ଦେଇଥିବା ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁସାରେ “ତାଙ୍କୁ ଦେଖି ଭାରତୀୟ ଲୋକେ ଆଶ୍ୱସ୍ତ” କିନ୍ତୁ ଭାରତ ସରକାର ମନୋଭାବକୁ ଠଉରେଇ ପାରିନଥିଲେ । ଆୟୁବ ଯୁକ୍ତରାଷ୍ଟ୍ର ଆମେରିକାର ଦୂତଙ୍କୁ କହିଥିଲେ “ଭାରତରେ ତାସକନ୍ଦ ରାଜିନାମାକୁ ଭଲ ସମର୍ଥନ ମିଳିଛି ଅବଶ୍ୟ କିନ୍ତୁ ଏହା ନିଃସନ୍ଦେହ ଯେ ଉଭୟ ପକ୍ଷରେ କିଛି ତ ଅସନ୍ତୋଷ ଲାଗିରହିବ” ।

ଅନ୍ୟ ରେକର୍ଡର ଅନୁଶୀଳନକୁ ସ୍ପଷ୍ଟ ହୋଇଛି ଯେ ତାସକନ୍ଦ ଶିଖର ବୈଠକର ଫଳାଫଳ ଉପରେ ଆମେରିକା ନିଜ ସନ୍ତୋଷ ବ୍ୟକ୍ତ କରିବା ସହ ଉଭୟ ଶାସ୍ତ୍ରୀ ଓ ଆୟୁବଙ୍କ ପ୍ରସଂଶା କରିଛି । ୨ ଫ୍ରେବୃଆରୀ ୧୯୬୬ରେ ରାଷ୍ଟ୍ରପତି ଜନ୍ସନ୍ ଭାରତର ରାଷ୍ଟ୍ରଦୂତ ବି.କେ. ନେହେରୁଙ୍କୁ ସାକ୍ଷାତ କରିଥିଲେ । ପାକିସ୍ତାନ ସହିତ ମିଳାମିଶା ପ୍ରକ୍ରିୟା କ୍ରମରେ ତାସକନ୍ଦ ଶିଖର ବୈଠକରେ ଭାରତର କାର୍ଯ୍ୟରେ ସେ “ଅତ୍ୟନ୍ତ ଗର୍ବିତ” ବୋଲି ଜଣାଇଥିଲେ । ଶାସ୍ତ୍ରୀଜୀ ଶାନ୍ତି ସ୍ଥାପନ ପଥରେ ମୃତ୍ୟୁ ବରଣ କଲେ, ଯୁଦ୍ଧ ପଥରେ ନୁହେଁ । ରାଷ୍ଟ୍ରଦୂତ ନେହେରୁ କହିଲେ ସେ ଇନ୍ଦିରା ଗାନ୍ଧୀ ପ୍ରେରଣ କରିଥିବା ଏକ ବାର୍ତ୍ତାନୁସାରେ ତାସକନ୍ଦ ରାଜିନାମାକୁ କାର୍ଯ୍ୟକାରୀ କରିବା ଦିଗରେ ଭାରତ ସବୁ ପ୍ରକାର ପ୍ରୟାସ କରିବ । ୧୦ ଫ୍ରେବୃଆରୀରେ ଜନ୍ସନ୍ ଆୟୁବ ଖାନଙ୍କୁ ପତ୍ର ଲେଖିଥିଲେ, “ଶାନ୍ତି ସ୍ଥାପନା ଉଦ୍ଧେଶ୍ୟରେ ତାସକନ୍ଦରେ ଆପଣଙ୍କର ଓ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ସମସ୍ତ ଉଦ୍ୟମକୁ ମୁଁ ପ୍ରସଂଶା କରିଆସିଛି ।” ପୁଣି ଯୋଡ଼ିଲେ, “ତୁମେ ଓ ଭାରତ ତାସକନ୍ଦ ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ଯାହା ସବୁ ପଦକ୍ଷେପ ନେବ, ତାକୁ ଆଗେଇ ନେବାକୁ ଆମେ ଦୁଇ ଦେଶର ମିତ୍ର ହିସାବରେ ଯାହା କରିବାର କଥା କରିବୁ” ।

୨୨ ମାର୍ଚ୍ଚ ୧୯୬୬ରେ ଇନ୍ଦିରା ଗାନ୍ଧୀଙ୍କ ଆମେରିକା ଗସ୍ତ କରିବାର କିଛି ସମୟ ପୂର୍ବରୁ ଜନ୍ସନ୍ ଗଣମାଧ୍ୟମକୁ କହିଥିଲେ ଯେ ସେ ଇନ୍ଦିରା ଗାନ୍ଧୀଙ୍କୁ ସାକ୍ଷାତ / ଆଲୋଚନା ବେଳେ ସେହି ସବୁ ବିଷୟରେ ଆଲୋଚନା କରିବାକୁ ଚାହିଁବେ ଯାହା ମୁଁ ଶାସ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ସ୍ଥିର କରିଥିଲି । କିନ୍ତୁ ତାଙ୍କର ଅସମୟ ନିଧନ ମୋତେ ଏପରି ସୁଯୋଗରୁ ବଞ୍ଚିତ କଲା । ଆମେ ଯେଉଁଠି ଛାଡ଼ିଥିଲୁ ସେଇଠାରୁ ହିଁ ଆରମ୍ଭ କରିବୁ” । ୨୮ ମେ’ରେ ହ୍ୱାଇଟ ହାଉସ୍‌ ଲନ୍‌ରେ ଗାନ୍ଧୀଙ୍କ ଉପସ୍ଥିତିରେ ଜନସନ “ଆମ ଗଣତାନ୍ତ୍ରିକ ରାଷ୍ଟ୍ର ଅନୁରୂପ ଭାରତର(ସିଷ୍ଟର ଡେମୋକ୍ରାସି) ନେତା” ବୋଲି ତାଙ୍କ ତାଙ୍କୁ ସ୍ୱାଗତ କରିଥିଲେ । ସେ ପୁଣି କହିଥିଲେ, “କେହି ଜଣେ କହିଥିଲେ ସବୁ ସୁଖର ଧାରରେ କିଛି ଦୁଃଖ ମଧ୍ୟ ଲେସି ହେଇଛି । ଦୁଇ ମାସ ପୂର୍ବରୁ ଆମେ , ଆପଣଙ୍କ ଦୁଃସାହାସୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୱାଶିଂଟନରେ ଭେଟିବାକୁ ଅପେକ୍ଷା କରିଥିଲୁ । ତାଙ୍କର ହଠାତ୍ ଓ ଅସମୟ ମୃତ୍ୟୁରେ ଆମେ ବି ଆପଣଙ୍କ ସମଦୁଃଖି” । ୪ ମେ’ ୧୯୬୬ରେ ଭାରତୀୟ ଯୋଜନା ମନ୍ତ୍ରୀ ଶ୍ରୀ ଅଶୋକ ମେହେତାଙ୍କ ସହିତ ସାକ୍ଷାତ ସମୟରେ ପୁଣି ଦୋହରାଇଥିଲେ “ ଆମେରିକା ତାସକନ୍ଦ ଚୁକ୍ତିରେ ବେଶ୍ ଖୁସି” ଓ “ଆମେ ଭାରତ ଓ ପାକିସ୍ତାନକୁ ନିଜ ନିଜ ପାଇଁ ଟିକେ ନରମ ମନଭାବ ପୋଷଣ କରିବାର ଆଶା ରଖୁଛୁ” ଓ ଏହା ଦ୍ୱାରା ସେମାନଙ୍କ ସାଧନ ଯୁଦ୍ଧରେ ଅପବ୍ୟବହୃତ ହେବନି । ତାସକନ୍ଦ ରାଜିନାମାକୁ ସେ ଏକ “ବଡ଼ ଉପଲବଧି” ବୋଲି ଅଭିହିତ କରିଥିଲେ ଓ ଆଗକୁ କାର୍ଯ୍ୟକାରୀ ହେବା ଦରକାର ବୋଲି ମତପୋଷଣ କରିଥିଲେ । “କୋଶିଗିନଙ୍କୁ ହାନୋଇ ଶାନ୍ତି ପ୍ରୟାସରେ ରାଜି କରାଇବା ଘେନି ଶାସ୍ତ୍ରୀଙ୍କ ପ୍ରୟାସକୁ” ସ୍ମରଣ କରି ସେ ତାଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଜନ୍ସନ୍‌ଙ୍କ ପରେ ରିଚାଡର଼୍ ନିକ୍ସନ ୧୯୬୯ରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେଲେ । ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ତାଙ୍କ ବାର୍ତ୍ତାଳାପର ରେକର୍ଡ ଅସଭ୍ୟ ଭାଷାରେ ପରିପୂର୍ଣ୍ଣ ଥିଲା । ସେ ସଦାବେଳେ ବିନା ବାଛବିଚାରରେ ଯିଏ ବି ତାଙ୍କ ସଂସ୍ପର୍ଶରେ ଆସିଲା ସିଏ ଆମେରିକୀୟ ହୁଅନ୍ତୁ ଅବା ବିଦେଶୀ ସମସ୍ତଙ୍କ ଉଦ୍ଧେଶ୍ୟରେ ଅସଭ୍ୟ ଭାଷା ପ୍ରୟୋଗ କରୁଥିଲେ । ବ୍ୟକ୍ତିଗତ ସ୍ତରରେ ନିକ୍ସନ ଭାରତୀୟ ଓ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ଓ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରୁଥିଲେ । ତାଙ୍କ ଶାସନକାଳ ପାକିସ୍ତାନ ପ୍ରତି ନରମ ମନୋଭାବ ସକାଶେ ଜଣାଣୁଣା । ସେ ସମୟରେ ଭାରତ-ଆମେରିକା ସମ୍ପର୍କର ବହୁତ ଅବନତି ହୋଇଥିଲା । ନିକ୍ସନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ହେନ୍ରୀ କିଶିଙ୍ଗର ବିଶ୍ୱସ୍ଥିତି ସମ୍ବନ୍ଧରେ ନିଜ ମତ ଦିଅନ୍ତ- ଭାରତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ତାସକନ୍ଦରେ ଅସମୟ ମୃତ୍ୟୁର କାରଣ କେବେ ବି କାହା ଦ୍ୱାରା ଅନୁସନ୍ଧାନ କରା ଯାଇନଥିଲା ।

ଉପଯୁକ୍ତ ସମସ୍ତ ତଥ୍ୟ ସମୁହରୁ ଏହା ସ୍ପଷ୍ଟ ଭାବେ କୁହାଯାଇପାରିବ ଯେ, ଆମେରିକୀୟମାନଙ୍କ ମନୋଭାବ ଶାସ୍ତ୍ରୀଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ଥିଲା । ସେମାନେ ଭାବୁନଥିଲେ ଯେ ଶାସ୍ତ୍ରୀ ଆଣିବିକ ଅସ୍ତ୍ର ନିର୍ମାଣ କରିବେ ବା ଆମେରିକାର ସ୍ୱାର୍ଥ ପରିପନ୍ଥୀ କିଛି କାର୍ଯ୍ୟ କରିବେ । ସେମାନେ ତାସକନ୍ଦ ରାଜିନାମାକୁ ସ୍ୱାଗତ କରିଥିଲେ ଓ କୋଶିଗିନ୍‌ଙ୍କ ପ୍ରତି ସମସ୍ତଙ୍କ ସକରାତ୍ମକ ମନୋଭାବକୁ ମଧ୍ୟ ଗ୍ରହଣ କରିଥିଲେ । ଉପଲବ୍ଧ ରେକର୍ଡରେ ମଧ୍ୟ ଏମିତି କିଛି ନାହିଁ ଯାହା ଆମେରିକୀୟଙ୍କ ମଧ୍ୟରେ ଅନ୍ତତଃ ପ୍ରାରମ୍ଭିକ ପର୍ଯ୍ୟାୟରେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ଘେନି କୌଣସି ସନ୍ଦେହ ଥିଲା ବୋଲି ସ୍ପଷ୍ଟ କରିବ । ତେଣୁ ଶାସ୍ତ୍ରୀଙ୍କ ମୃତ୍ୟୁରେ ଆମେରିକୀୟଙ୍କ ହାତ ଅଛି ବୋଲି ଯେତେ ସବୁ ‘ଷଡ଼ଯନ୍ତ୍ର ମତବାଦ’ର କୌଣସି ଭିତ୍ତି ନାହିଁ । ବିଶ୍ୱର ଅନ୍ୟ ପ୍ରାନ୍ତରେ ସିଆଇଏ କାର୍ଯ୍ୟକଳାପ ଯୋଗୁଁ ହିଁ ସନ୍ଦେହ ଓ ତହିଁରୁ ‘ଷଡ଼ଯନ୍ତ୍ର ମତବାଦ’ର ଉତ୍ପନ୍ନ ହେଲା ।

ସେ ସମୟରେ ତୀବ୍ର ଶୀତଳ ଯୁଦ୍ଧ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଆମେରିକାର ସ୍ୱାର୍ଥକୁ ଆଗେଇନେବା ଉଦ୍ଧେଶ୍ୟରେ ସିଆଇଏ ଅତ୍ୟନ୍ତ ନିର୍ଦ୍ଧୟ ଭାବେ କାର୍ଯ୍ୟ କରୁଥିଲା । ବେଳେ ବେଳେ ସୋଭିଏତ ଗୁଇନ୍ଦା ସଂସ୍ଥା କେଜିବି ସହିତ ପ୍ରତ୍ୟକ୍ଷ ମୁକାବିଲା ବି ହୋଇଯାଉଥିଲା । ସି.ଆଇ.ଏ.ର ଗୁପ୍ତ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା ଇରାନ, ଗୁଏଟାମେଲାରେ ନିଜ ଉଚ୍ଚଆକାଂକ୍ଷା ବା କ୍ଷମତା ଦଖଲ ଆଗେଇବା ଉଦ୍ଧେଶ୍ୟରେ ଆକସ୍ମିକ କୌଶଳର ଉତ୍ସେକ କରାଇବା ଓ ସିଆଇଏ ତାଲିମ ପ୍ରାପ୍ତ କ୍ୟୁବାର ନିର୍ବାଚିତ ବ୍ୟକ୍ତିଙ୍କ ସାହାଯ୍ୟରେ ଫିଡ଼ଲ କାଷ୍ଟ୍ରୋଙ୍କୁ ପଦଚ୍ୟୁତ କରିବାକୁ ବେ ଅଫ୍‌ ପିଗ୍‌ରେ ଅସଫଳ ଆକ୍ରମଣ । ସି.ଆଇ.ଏ.ର ଜନ୍ମ ଯେ ମାନବ କଲ୍ୟାଣ ନିମିତ୍ତ, ଏକ କଥା କାହାର ସ୍ୱୀକାର୍ଯ୍ୟ ନଥିଲା । ର’ ବି ନୁହେଁ । ସି.ଆଇ.ଏ. କେବେ ମଧ୍ୟ ନିଜକୁ ପ୍ରକାଶ୍ୟ କରୁନଥିଲା ବା ନଜର ଆଢ଼ୁଆଳରେ ରହୁଥିଲା କିନ୍ତୁ ପରିଶେଷରେ ସତୁରୀ ଦଶକରେ ନିଜର କାର୍ଯ୍ୟକଳାପ ଯୋଗୁଁ ସମସ୍ତଙ୍କ ଦୃଷ୍ଟିର ପରିଧିକୁ ଟାଣି ହେଇଆସିଲା । ଭିଏତ୍‌ନାମ ଯୁଦ୍ଧର ଯୋଗୁଁ ନିନ୍ଦିତ, ଜନ୍‌ ଏଫ୍‌ କେନେଡ଼ିଙ୍କ ହତ୍ୟା ବାବଦରେ ଅନେକ ଷଡ଼ଯନ୍ତ୍ର ମତବାଦର ନିରନ୍ତର ପ୍ରବାହ, ବିଦେଶୀ ନେତାଙ୍କ ହତ୍ୟା ଚେଷ୍ଟା ସନ୍ଦେହରେ ଦୋଷାରୋପ ଓ ନିଜ ଦେଶର ନାଗରିକଙ୍କ ଉପରେ ଗୁଇନ୍ଦା ନଜର ହିଁ ଏକ ନୂଆ ଯୁଗର ପ୍ରବର୍ତ୍ତନର ପୂର୍ବଭାସ ଥିଲା । ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଦ୍ୱାରା ହିଁ ପାରଦର୍ଶିତା ଓ ଗୁଇନ୍ଦା କାର୍ଯ୍ୟକଳାପ ବିଷୟରେ ଜନସାଧାରଙ୍କୁ ଅବଗତି କରାଇବାର ନିୟମ ଆରମ୍ଭ କଲା । ସି.ଆଇ.ଏ.ର ପୂର୍ବ କର୍ମକର୍ତ୍ତାଙ୍କ ଦ୍ୱାରା ୱାଟର ଗେଟ୍ କମ୍‌ପ୍ଳେକ୍ସରେ ସନ୍ଧି ଚୋରି ଓ ରାଷ୍ଟ୍ରପତି ନିକ୍ସନ୍‌ଙ୍କ ତଦନ୍ତରେ ବାଧା ଦେବା ପାଇଁ ନିଜ କ୍ଷମତାର ଅପବବ୍ୟହାର ହିଁ ସିଆଇଏକୁ ଅନେକ ବଦନାମୀ ଆଣିଦେଲା ।

ନିକ୍ସନ୍‌ଙ୍କ ଆଇନ ବର୍ହିଗତ କାର୍ଯ୍ୟ ଯୋଗୁଁ ବ୍ୟଥିତ କଂଗ୍ରେସ ଏବେ ରାଷ୍ଟ୍ରପତିଙ୍କ କ୍ଷମତା ଓ ସରକାରୀ କାର୍ଯ୍ୟପାଳିକା ଉପରେ ଅଙ୍କୁଶ ଆଣିବା ଦିଗରେ ସାଂସଦଙ୍କ ଅଧିକାରକୁ ଜାହିର କଲା । ହଗ୍ସ ରଏନ ନିୟମ ୧୯୭୪ କାର୍ଯ୍ୟପାଳିକାର ଅଧିକାର ଜାଗ୍ରତ କରିବା ଯୁଗାନ୍ତକାରୀ ସାବ୍ୟସ୍ତ ହେଲା । ଏହା ଦ୍ୱାରା ରାଷ୍ଟ୍ରପତି ସି.ଆଇ.ଏ.ର ସମସ୍ତ ଗୁପ୍ତ କାର୍ଯ୍ୟର ବିବରଣ କଂଗ୍ରେସ କମିଟିକୁ ପ୍ରଦାନ କରିବା ଅନିବାର୍ଯ୍ୟ ଥିଲା । ପରେ ଏକ ସଂଶୋଧିତ ଇନ୍ଟେଲିଜେନ୍ସ ଓଭରସାଇଟ୍ ଅଧିନିୟମ ୧୯୮୦ରେ ଗୁଇନ୍ଦା ସଂସ୍ଥା ନିଜର ଅତ୍ୟନ୍ତ ଗୁପ୍ତ କାର୍ଯ୍ୟକୁ କଂଗ୍ରେସକୁ ଜଣାଇବା ବାଧ୍ୟତାମୂଳକ ଥିଲା । ୧୯୭୫ରେ ରାଷ୍ଟ୍ରପତିଙ୍କ କମିଶନ୍‌ ବା ରକ୍‌ଫେଲାର କମିଶନ୍‌ ସି.ଆଇ.ଏ.ର ନିଜ ଦେଶରେ କିଛି ଆଇନ ବର୍ହିଗତ କାର୍ଯ୍ୟକଳାପ ଉପରେ ତଦନ୍ତ ଚଳାଇଲା । ୬ ଜୁନ୍ ୧୯୭୫ରେ କମିଶନ୍‌ଙ୍କ ଦ୍ୱାରା ପ୍ରଦତ୍ତ ଚୂଡ଼ାନ୍ତ ରିପୋର୍ଟରେ ଉଲ୍ଲେଖ ଥିଲା ସିଆଇଏ ଦେଶ ମଧ୍ୟରେ ଅନେକ ଆଇନ ବର୍ହିର୍ଭୁତ କାର୍ଯ୍ୟରେ ସଂପୃକ୍ତ ଯଥା- ଅସନ୍ତୁଷ୍ଟ ବର୍ଗଙ୍କ ଅନ୍ତପ୍ରବେଶ, ବ୍ୟକ୍ତିଗତ ଚିଠି ଖୋଲିବା, ନାଗରିକଙ୍କ ଅଗୋଚରରେ ସ୍ୱାର୍ଥ୍ୟ ମୁତାବକ ବ୍ୟବହାର ଉଦ୍ରେଗ କରାଇବ ଭଳି ନିଶା ଔଷଧର ସେମାନଙ୍କଠି ପରୀକ୍ଷଣ କରାଇବା, ବିଦେଶୀ ଦଳବଦଳକାରୀଙ୍କୁ ଶାରୀରିକ ଉତ୍ପୀଡ଼ନ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଅଟକ ରଖିବା । ଜାନୁଆରୀ ୧୯୭୫ରେ ସିନେଟ୍ ଚର୍ଚ୍ଚ କମିଟି ଗଠନ ହେଲା । ଚର୍ଚ୍ଚ କମିଟିର ତଦନ୍ତ ସିଆଏଇ ପ୍ରାୟୋଜିତ ଫିଡ଼େଲ କାଷ୍ଟ୍ରୋଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ସି.ଆଇ.ଏ.ର ସଂପୃକ୍ତିକୁ ପଦାକୁ ଆଣିଲା । କମିଟିର ପରାମର୍ଶକ୍ରମେ ରାଷ୍ଟ୍ରପତି ଗେରାଲଡ଼ ଫୋର୍ଡ଼ଙ୍କ ଏକ କାର୍ଯ୍ୟାଦେଶ ବଳରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଅନୁମୋଦିତ ବିଦେଶୀ ନେତାଙ୍କ ହତ୍ୟା ଉପରେ ନିଷେଧାଦେଶ ଜାରି ହେଲା । ୧୯୭୫ରେ ପ୍ରତିନଧି ସଭା ବା ହାଉସ୍ ଅଫ ରିପ୍ରେଜିକ୍ଟାଟିଭ୍ସରେ ପାଇକ୍ କମିଟି ଗଠନ କଲେ ଯାହାର କାର୍ଯ୍ୟ ହେଲା ସରକାରୀ ଗୁଇନ୍ଦା ସଂସ୍ଥାର ଆଇନ ବର୍ହିଭୁତ କାର୍ଯକଳାପର ତଦନ୍ତ କରିବା ।

ଏହି ସମୟରେ ସି.ଆଇ.ଏ.ର କାର୍ଯ୍ୟକଳାପ ଗଣମାଧ୍ୟମ ନଜରରେ ରହିଥିଲା । କିନ୍ତୁ ଏହି ଦୀର୍ଘ ସମୟରେ କୌଣସିଠାରେ ମଧ୍ୟ ଶାସ୍ତ୍ରୀଙ୍କ ନାମ ନିଆଯାଇନଥିଲା । ସିଆଇଏର ଅର୍ନ୍ତଘାତୀ କାର୍ଯ୍ୟ ଓ ହତ୍ୟା ଷଡ଼ଯନ୍ତ୍ର କେବଳ ସେହି ଦେଶ ଓ ବ୍ୟକ୍ତିଙ୍କ ଉଦ୍ଧେଶ୍ୟରେ ଥିଲା ଯେଉଁମାନେ ଆମେରିକା ପ୍ରତି ଶତ୍ରୁ ମନୋଭାବ ପୋଷଣ କରୁଥିଲେ ବା ତା’ ସ୍ୱାର୍ଥରେ ଆଘାତ ଆଣିବାକୁ ଚେଷ୍ଟିତ ଥିଲେ । କ୍ୟୁବା ଭାରତ ନୁହେଁ ଓ କାଷ୍ଟ୍ରୋ ଶାସ୍ତ୍ରୀ ନଥିଲେ । କୌଣସି ଆମେରିକୀୟ ରାଷ୍ଟ୍ରପତି କ୍ୟୁବାର ସରକାରୀ ମୁଖ୍ୟଙ୍କୁ ହ୍ୱାଇଟ୍ ହାଉସ୍‌କୁ ସ୍ୱାଗତ କରିବାରେ ଆଗ୍ରହ ରଖିବେନି, ବର୍ଷାରୁ ରକ୍ଷା ପାଇଁ ଛତା ଖୋଲି ରଖିବା ତ ଦୂରର କଥା ।

୨୮ ଫେବୃଆରୀ ୧୯୬୬ରେ ପ୍ରତିନିଧି ସଭାରେ ଇଲିଓନଏସ୍‌ର ପ୍ରତିନିଧି ୱିଲିୟମ୍ ମର୍ଫି ତାସକନ୍ଦରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଆକସ୍ମିକ ନିଧନ ଖବରରେ ବହୁତ ହତଚକିତ ବୋଲି କହିଥିଲେ । ଶାସ୍ତ୍ରୀଙ୍କ ସ୍ତୃତିରେ ୧୪ ଜାନୁଆରୀ ୧୯୬୬ରେ ୱିଲିୟମ୍ ମର୍ଫି ଗାଜେଟ ଅଫ ଇଣ୍ଡିଆ ଏକ୍ସଟ୍ରା ଅର୍ଡିନାରୀରେ ପ୍ରକାଶିତ ଏକ ସମ୍ପାଦକୀୟ ଲେଖାର ସଂପୂର୍ଣ୍ଣ ପାଠକୁ କଂଗ୍ରେସ ରେକର୍ଡରେ ସ୍ଥାନିତ କରିଥିଲେ । ‘ପୂରା ବିଶ୍ୱ ଭାରତୀୟଙ୍କ ସହିତ ଏହି ଦୁର୍ଦିନରେ ଏଭଳି ମହାନାୟକଙ୍କ ତିରୋଧାନରେ ଶୋକସନ୍ତପ୍ତ’ ବୋଲି ମର୍ଫିଙ୍କ ଏହି ବ୍ୟାଖ୍ୟାନ ଭାରତର ଦୁଃସମୟରେ ଆମେରିକାର ମନୋଭାବକୁ ସଂକ୍ଷିପ୍ତ ଭାବେ ଦର୍ଶାଏ ।

ଲୋକପ୍ରିୟ ଲେଖା

To Top