ଅଧ୍ୟାପକ ଟି.ହୃଷୀକେଶ

ଅଧ୍ୟାପକ ଟି.ହୃଷୀକେଶ

ମୋ ନାମ ହୃଷୀକେଶ ତ୍ରିପାଠୀ । କିନ୍ତୁ ସାହିତ୍ୟ ଜଗତରେ ମୋତେ ସମସ୍ତେ ଏହି ‘ଅଧ୍ୟାପକ ଟି.ହୃଷୀକେଶ’ ନାମରେ ହିଁ ଜାଣନ୍ତି । ଜାନୁୟାରୀ ଆଠ ତାରିଖ ୧୯୭୬ ମସିହାରେ ଅଧୁନା ଖୋର୍ଦ୍ଧା ଜିଲ୍ଲାର ବାଳକାଟିରେ ପିତା-ବୈକୁଣ୍ଠନାଥ ତ୍ରିପାଠୀଙ୍କ ଔରସ ଏବଂ ମାତା-ବାସନ୍ତୀ ଦେବୀଙ୍କ ପ୍ରସବ ବେଦନାରୁ ଭୂମିଷ୍ଠ ହୋଇଥିବା ମୋର ନିଜ ଗ୍ରାମ କିନ୍ତୁ ନୟାଗଡ଼ ଜିଲ୍ଲା ‘ଦେଉଳି’ ଅଟେ । ଅଧୁନା ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ଅବସ୍ଥାପିତ । ପିଲାଦିନରୁ କବି ଅଥବା ଲେଖକଟିଏ ହେବାର କୌଣସି ପରିକଳ୍ପନା ଏବଂ ଆଶା ନଥିବା ମୁଁ କିନ୍ତୁ ଦୈବାତ୍ ବଶତଃ ଏହି ସୃଜନଶୀଳ ଜଗତ ଭିତରକୁ ପଶିଆସିଲି । ଅଷ୍ଟମ ଶ୍ରେଣୀରୁ ମୋ ସାହିତ୍ୟ ଶିକ୍ଷକଙ୍କ ନିର୍ଦ୍ଧେଶ ତଥା ବଡ଼ ଭଉଣୀର ସହାୟତାରେ ଏକ ବର୍ଷାକାଳୀନ ଦୃଶ୍ୟ ଉପରେ କବିତାଟିଏ ଲେଖିବାପରେ ସେହି ଉତ୍‌ଫୁଲିତ ଉତ୍କଣ୍ଠାରେ ଭରପୁର ଥିବା ମୋର କଲମ ନବମ ଶ୍ରେଣୀରେ ପାଠପଢ଼ିବାବେଳେ ପ୍ରିୟ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ରପ୍ରସାଦ ଚାନ୍ଦଙ୍କ ପ୍ରେରଣା ତଥା ସହାୟତା ହିଁ ମୋତେ ଏ ଦିଗରେ ପଛକୁ ଫେରିବାର ନୈରାଶ୍ୟତା କେବେବି ଦେଇନାହିଁ । ଅନେକ କବିତା ଲେଖିବା ପରେ ବୈପ୍ଲବିକ କବିତା ରଚନାରେ ମନୋନିବେଶ କଲି । ଏହାପରେ ଗଳ୍ପ ଜଗତର ନୂତନ ସ୍ୱାଦ ଚାଖିବାର ପ୍ରୟାସ କରି ସେଥିରେ ସଫଳତା ଅର୍ଜ୍ଜନ କଲାପରେ ଆଉ ପଛକୁ ଫେରିନାହିଁ । ହଁ ଅବଶ୍ୟ ମୋ ଅଭାବୀ ଜୀବନର ସାମ୍ନା କରୁକରୁ ଅର୍ଥ ଯୋଗାଡ଼ରେ ଅନେକ ପଛରେ ପଡ଼ିଯିବା କାରଣ ହିଁ ଅଦ୍ୟାବଧି ମୋର କୌଣସି ସଂକଳନଟିଏ ପ୍ରକାଶିତ ନହୋଇପାରିଥିବାର ଅନୁଶୋଚନା ମାତ୍ର । ଆଜିକୁ ପାଖାପାଖି ସାତବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଆ ବିଷୟରେ ଅଧ୍ୟାପନା ପେଷାରେ ବ୍ରତୀ ଅଛି । ଏବେ ସମ୍ବଲପୁରର ଏକ ଘରୋଇ ଆବାସିକ କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟାପକ ଅଛି । ତେବେ ଶେଷରେ କେବଳ ଆଉଗୋଟେ କଥା ଯେ-ମୋର ପ୍ରକୃତ ନାମ-ହୃଷୀକେଶ ତ୍ରିପାଠୀ ହେଲେହେଁ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ନାମରେ ପରିଚିତ ହେବାର ଆଶାରଖି ନିଜର ନାମକୁ ଆଇନ୍ ସମ୍ମତ ଭାବରେ ‘ଟି.ହୃଷୀକେଶ’ ରଖିଅଛି ।

Posts By ଅଧ୍ୟାପକ ଟି.ହୃଷୀକେଶ

More Posts
To Top