ଶ୍ରୀ ଦୀପକ କୁମାର ଗୋଛାୟତ

ଶ୍ରୀ ଦୀପକ କୁମାର ଗୋଛାୟତ

ଗାଳ୍ପିକ ଦୀପକ କୁମାର ଗୋଛାୟତ (ପ୍ରଧାନ) ସମକାଳୀନ ଭାରତୀୟ ଭାଷା ଓ ସାହିତ୍ୟର ଜଣେ ମୁଗ୍ଧ ପାଠକ । ନବପିଢ଼ୀର ଜଣେ ସମ୍ଭାବନାମୟ କଥାକାର । ସମ୍ଭାବିତ ଶାଶ୍ୱତ ଓ ଜୀବନ୍ତ ସାହିତ୍ୟର ଜଣେ ଆତ୍ମିକ ଓ ଅନ୍ତରଙ୍ଗ ଉପାସକ । ଶ୍ରୀ ଗୋଛାୟତ ୧୯୮୨ ମସିହା ମେଁ ମାସ ୧୭ ତାରିଖ (ସାବିତ୍ରୀ ଅମାବାସ୍ୟା)ରେ ଶ୍ରୀଯୁକ୍ତ ନୀରଞ୍ଜନ ଗୋଛାୟତ ଓ ୰ନିଳେନ୍ଦ୍ରି ଦେବୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ । ଲୁଣା-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ନୈସର୍ଗୀକ ସୌନ୍ଦର୍ଯ୍ୟ ବଛରାଇ ଗ୍ରାମର ସମୀପରେ କୁଳୁକୁଳୁ ନ୍ନାଦରେ ବହିଯାଉଥିବା ଲୁଣାନଦୀର ସଂଗୀତ ଓ ଗ୍ରାମ୍ୟ ପରିବେଶର ଶାନ୍ତ-ସୁଶୀତଳ ସୌନ୍ଦର୍ଯ୍ୟ ତାଙ୍କ ଅନ୍ତରରେ ସାହିତ୍ୟ ପ୍ରେମକୁ ବିକଶିତ କରିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ସଦରମହକୁମା ଠାରୁ ଆଠ କି.ମି ଦୂର ମାର୍ଶାଘାଇ ବ୍ଲକ୍ ଓ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ବଛରାଇ ଗ୍ରାମ ଲେଖକଙ୍କର ଅତିପ୍ରିୟ ଜନ୍ମସ୍ଥାନ । ଅନେକ ସଫଳ କଥା ଓ କବିତାର ସ୍ରଷ୍ଟା ଏହି ଶିଳ୍ପୀ ଜଣକ ପ୍ରଚାର ଓ ପ୍ରସାର ବିମୁଖ । କଥାକର ଆନ୍ନା ୟୁନିଭର୍ସିଟି (ଚେନ୍ନାଇ, ତାମିଲ୍‌ନାଡୁ )ରୁ କମ୍ପ୍ୟୁଟର୍ ଓ ଟେଲିକମ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ସଂପ୍ରତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଣ୍ଡଷ୍ଟ୍ରିଆଲ୍ ଡେଭଲପ୍‌ମେଣ୍ଟ୍‌ ବିଭାଗରେ ଅଧ୍ୟୟନରତ । ଭାରତୀୟ ପ୍ରଶାସନିକ ସେବାକୁ ଜୀବନର ଲକ୍ଷ୍ୟ ବୋଲି ଧରି ନେଇଥିବା ଗାଳ୍ପିକ ନିଶାରେ ଜଣେ ସଚ୍ଚା ସାହିତ୍ୟପ୍ରେମୀ । ନିଚ୍ଛକ ସାହିତ୍ୟର ନିବିଡ଼ ବନ୍ଧନରେ ନିଜକୁ ବି ଭୁଲିଯାଉଥିବା ଏହି ମନସ୍ୱୀ ମଣିଷଙ୍କୁ ଆସନ୍ତୁ ଭେଟିବା ତାଙ୍କ ସୃଷ୍ଟିରେ ।

Posts By ଶ୍ରୀ ଦୀପକ କୁମାର ଗୋଛାୟତ

More Posts
To Top