ଡଃ. ଲିଙ୍ଗରାଜ ରଥ

ଡଃ. ଲିଙ୍ଗରାଜ ରଥ

୧୯୫୬ ମସିହା ଅକ୍ଟୋବର ୨୦ ତାରିଖରେ ଅବିଭକ୍ତ କଟକ ଜିଲ୍ଲା (ସମ୍ପ୍ରତି କେନ୍ଦ୍ରାପଡ଼ ଜିଲ୍ଲା) ଜଗନ୍ନାଥପୁର ଶାସନ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ବୃତ୍ତିରେ ପ୍ରଶାସକ ହେଲେ ମଧ୍ୟ ପ୍ରବୃତ୍ତିରେ ଜଣେ କବି । ଗୀତିକବିତା ସହ ସେ ସାଧାରଣ କବିତା ତଥା ଶିଶୁକିଶୋରଙ୍କ ପାଇଁ ଉଦ୍ଦିଷ୍ଟ କବିତା ସେ ରଚନା କରିଛନ୍ତି । ସ୍ନାତକୋତ୍ତର ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତାର୍ଣ୍ଣ, ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ଗୀତିକବିତା ପୁସ୍ତକ ଗୀତିମହକ ସମେତ ଏ ଯାବତ୍ ତାଙ୍କର ନଅଗୋଟି ପୁସ୍ତକ ପ୍ରକାଶିତ ହୋଇଛି । ତାଙ୍କର ପ୍ରବନ୍ଧ ସଂକଳନ ଅନୁଶୀଳନ ରାଜଧାନୀ ପୁସ୍ତକ ମେଳା ୨୦୧୧ ପୁରସ୍କାର ଲାଭ କରିଛି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ରାଜଧାନୀ ପୁସ୍ତକମେଳା, ୨୦୦୦ରେ ଓଡ଼ିଶା ଶିଶୁ ଲେଖକ ଏକାଡ଼େମୀ ପକ୍ଷରୁ ତାଙ୍କୁ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ତାଙ୍କର ସାମଗ୍ରିକ ସାହିତ୍ୟ ସୃଷ୍ଟି ପାଇଁ ସେ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ସମିତି ଦ୍ୱାରା ୨୦୧୩ ମସିହାରେ ସମ୍ୱର୍ଦ୍ଧିତ ହୋଇଥିଲେ । ସମ୍ପ୍ରତି ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ଶାସନ ସଚିବ ଭାବେ ଓଡ଼ିଶା ସଚିବାଳୟର ପୂର୍ତ୍ତ ବିଭାଗରେ ଅବସ୍ଥାପିତ ।

Posts By ଡଃ. ଲିଙ୍ଗରାଜ ରଥ

More Posts
To Top