ଶ୍ରୀ ଗଗନ ବିହାରୀ ଦାଶ

ମଧ୍ୟଖଣ୍ଡୀ, ଶ୍ରୀବଳଦେବ ଜୀଉ, କେନ୍ଦ୍ରାପଡ଼ା । ମୁଁ ଜଣେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଟେ । ମୋର ପରମପୂଜ୍ୟ ପିତା ୰ ପଣ୍ଡିତ ବିନୋଦ ବିହାରୀ ଦାଶ ମଧ୍ୟଜଣେ ଆଦର୍ଶ ଶିକ୍ଷକ ତଥା ସମାଜ ସଂସ୍କାରକ ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଥିଲେ । ସେ ସମୟରେ ତାଙ୍କ ଦ୍ୱାରା ବିରଚ଼ିତ କିଛି ପୁସ୍ତକ ପ୍ରକାଶିତ ହୋଇଥିଲା । ମାତା ୰ ନନ୍ଦିନୀ ଦେବୀ ମଧ୍ୟ ଜଣେ କବୟତ୍ରୀ ଥିଲେ । ଉଭୟ ମାତା ପିତାଙ୍କର ପ୍ରେରଣାରୁ, ମୋର ସ୍ୱଳ୍ପ ଜ୍ଞାନରେ କିଛି କବିତା ଏବଂ କ୍ଷୁଦ୍ରଗଳ୍ପ ଲେଖି ଓଡ଼ିଆ ଭାଷା ସାହିତ୍ୟର ପ୍ରଚ଼ାର ତଥା ପ୍ରସାର ନିମନ୍ତେ ଚେଷ୍ଟା କରୁଛି । ଆଜିର ସମାଜର ବିଭିନ୍ନ ଘଟଣା, ଦୁର୍ଘଟଣା, ବିଭିନ୍ନ ସମସ୍ୟା ଏବଂ ଦୁଃଖ ଯନ୍ତ୍ରଣା ଗୁଡ଼ିକୁ ଅନୁଭବ କରି କବି ତା'ର ଲେଖନୀ ମୁନରେ ତାକୁ କବିତା ତଥା କ୍ଷୁଦ୍ରଗଳ୍ପ ଆକାରରେ ରୂପ ଦିଏ । ବହୁପୂର୍ବରୁ ଲେଖା ଆରମ୍ଭ କଲେ ମଧ୍ୟ ଏଯାବତ୍ କେତେକ ସାପ୍ତାହିକ ଖବର କାଗଜରେ କିଛି କବିତା ମୋର ପ୍ରକାଶିତ ହୋଇଛି । ଭୁବନେଶ୍ୱରରୁ ପ୍ରକାଶିତ ଦୈନିକ "ଶ୍ରୁତି'' ନାମକ ଖବର କାଗଜର ସ୍ୱ ନକ୍ଷତ୍ର ବିଶେଷାଙ୍କରେ ମୋର କବିତା ପ୍ରକାଶିତ ହୋଇଥିଲା । କେତେକ କବି ସମ୍ମିଳନୀରେ ଯୋଗ ଦେଇ ସ୍ୱରଚ଼ିତ କବିତା ଆବୃତ୍ତି କରିବାର ସୁଯୋଗ ମତେ ମିଳିଛି । କେନ୍ଦ୍ରାପଡ଼ାରୁ ପ୍ରକାଶିତ ସାପ୍ତାହିକ ସମ୍ୱାଦପତ୍ର "ତୁଳସୀକ୍ଷେତ୍ର'' ରେ ମଧ୍ୟ ମୋ କବିତା ପ୍ରକାଶିତ ହୋଇଛି । ଉକ୍ତ ତୁଳସୀକ୍ଷେତ୍ର ସମ୍ୱାଦପତ୍ର ସଂସ୍ଥା ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀ- (୨୦୧୨-୨୦୧୩)ରେ ତଥା ତାଙ୍କର ବାର୍ଷିକ ବିଶେଷାଙ୍କ "ମହକ'' ରେ ମଧ୍ୟ ମୋର କବିତା ସ୍ଥାନ ପାଇଛି ।

Posts By ଶ୍ରୀ ଗଗନ ବିହାରୀ ଦାଶ

More Posts
To Top