ତୁମ ହୃଦୟକୁ ମାଗିଥିଲି ଜାଣିଚାଏ, କହିଥିଲି ଓଜାଡ଼ି ଦେବାକୁ ତୁମ ପୁରା ହୃଦୟଟାକୁ ବିନା ସର୍ତ୍ତରେ ।
ପେଟ ତ ନୁହେଁ କୋରଡ଼ିଆ ବୁଢ଼ା ବରଗଛ ସତେ, ମା'ର ପଣତକାନି ତଳେ ଦୁନିଆଁ ଯାହାର, ଯେତେ ସବୁ ସ୍ୱପ୍ନ କୁନି କୁନି ଆଶା ଓ ଆନନ୍ଦ ସବୁକିଛି ଧୋଇଯାଏ...
ଜମା ହୁଏ ପାକଲା ପତର, ବର୍ଷା ଛିଟା ଖୋଲିଦିଏ ତା' ଛାତି ତଳେ ଲୁଚିଥିବା ବାରବାଟୀ ଦୁର୍ଗର ହଜିଲା ପଥର,
ପୋଛି ନେଲା ମଥାରୁ ସିନ୍ଦୂରର ବିନ୍ଦୁ କୁନି କୁନି ଓଠରୁ ହସ ଲିଭିଗଲା ଘରେ ଘରେ ଜଳିଲାନି ଚୁଲି ମଶାଣିରେ ମଣିଷର ଜୁଇ ଜଳୁଥିଲା ।
ଖାଲି ମାଟି ନୁହେଁ ଭିଜେ ରାତି ଭିଜେ ମୋର ପ୍ରତିଟି ସପନ ବରଷାରେ ଶ୍ରାବଣର ମେଘ ସିନା ପୋଛିଦିଏ ଯନ୍ତ୍ରଣା ମାଟିର ହେଲେ ବିନ୍ଦୁଟିଏ ବରଷେନା ମୋ ମନର ନିଆଁରେ...
ସେଇ ଟିକକ ପାଇନାହିଁ ବୋଲି ବୋଧହୁଏ ଚାହିଁ ପାରିନି କିମ୍ୱା ମନ ଖୋଲି କହିପାରିନି ମୋ ମନ କଥା ।
ଗାଁ ଦାଣ୍ଡରେ ଛୁଟିଛି ବର୍ଷାପାଣିର ସୁଅ ମଝିରେ ଗୋହିର ନଈପଠାର ଅତଡ଼ା ପରି ମାଟି ପଡୁଛି ଲଥ ଲଥ ।
ସେ ରାତିର ବର୍ଷାରେ ଯଦିଓ ଭିଜିଥିଲା ଦେହ ତୁମର ତଥାପି ତୁମ ସ୍ପର୍ଶର ଉଷ୍ମତାରେ ମୁଁ ଜଳି ଯାଉଥିଲି ପ୍ରତିକ୍ଷଣ ।
ଶ୍ରାବଣ ଆଖିରେ ଲୁହ ଛାତିରେ ଛାତିଏ କୋହ କଇଁ କଇଁ କାନ୍ଦି କହେ ରାତି ତା'ର କେହି ନୁହଁ !
ସ୍କୁଲ୍, ଖେଳପଡ଼ିଆ, ଘର ମୋ ଦୁନିଆଁ ଅତି ନିଜର ।
ଆପଣଙ୍କ ମତାମତ