ମିନତୀ ପ୍ରଧାନ

ମିନତୀ ପ୍ରଧାନ

ଠିକଣା : ଏ-୩୦୧, ସୁରଭି ଏପାର୍ଟମେଣ୍ଟସ, ରାଙ୍କ।କଲୋନୀ ରୋଡ, ବାଙ୍ଗାଲୋର-୫୬୦୦୭୬ । ମୋର ଭାରତୀୟ ପରିବାର, ସମ୍ୱନ୍ଧ, କବିତା, ଗଳ୍ପ ଓ ସାମ୍ପ୍ରତିକ ପୃଥିବୀର ଆଶିଷ ଓ ଆହ୍ୱାନରେ ଗଭୀର ଅନୁସନ୍ଧିତ୍ସା ଓ ଅନୁରକ୍ତି ରହିଛି । ନାରୀ ଜାଗରଣ ଓ ନାରୀ ସଶକ୍ତିକରଣ ମୋର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ହୋଇରହିଛି । ଶିକ୍ଷା, ମନସ୍ତତ୍ୱ ଓ ସାମ୍ପ୍ରତିକ ସମାଜରେ ନାରୀ ସ୍ଥାନରେ ମୋର ବିଶେଷ ଆଗ୍ରହ । ବାଲେଶ୍ୱରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଓ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରୁ ସାତକତ୍ତୋର ଡିଗ୍ରୀ ହାସିଲ କରିଛି। ମୋର ଲିଖିତ କବିତା ଓ ଗଳ୍ପ ବର୍ତ୍ତିକା, ଅର୍ପଣ, ଅନୁପମ ଭାରତ, ଅୟମାରମ୍ଭ, ଅରୁଣିମା ଆହ୍ୱାନ ଏବଂ ଅନୁଧ୍ୟାନ ଭଳି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ପ୍ରକାଶ ପାଇଛି । ଆମେ ଓଡ଼ିଆ, ଓଡ଼ିଶା କଥା ଓ ଷ୍ଟୋରୀ ମିରର ଭଳି ବିଭିନ୍ନ ଇ-ମାଗାଜିନ୍ମାନଙ୍କରେ ମୋର ଓଡ଼ିଆ ଓ ଇଂରାଜୀ ଭାଷାର କବିତା ଓ ଗଳ୍ପ ପ୍ରକାଶ ପାଉଛି । ମୋ ରଚିତ ଓଡ଼ିଆ କବିତା ସଂକଳନ ସମୟ ପାଠକ ପାଠିକାଙ୍କ ଦ୍ୱାରା ବେଶ ଆଦୃତ ହୋଇଛି । ନିକଟ ଅତୀତରେ ମୋର ଇଂରାଜୀ କବିତା ସଂକଳନ "ଏ ନିଉ ଡନ" ପ୍ରକାଶିତ ହୋଇଛି ।

Posts By ମିନତୀ ପ୍ରଧାନ

More Posts
To Top