ଶ୍ରୀ ନୃସିଂହ ତରାଇ

ଶ୍ରୀ ନୃସିଂହ ତରାଇ

୧୯୭୧ ମସିହା ଜୁନ୍ ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଖର୍ଦ୍ଦାପାଟଣା ଗ୍ରାମରେ ଶ୍ରୀମାନ୍ ନୃସିଂହ ତରାଇଙ୍କ ଜନ୍ମ । ସମ୍ପ୍ରତି ସେ ପୂର୍ବତଟ ରେଳପଥ, ଭୁବନେଶ୍ୱରରେ କର୍ମରତ । ୧୯୮୪ ମସିହାରୁ ସେ ସାରସ୍ୱତ ସାଧନା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ କାବ୍ୟ ମାନସର ପ୍ରକୃତ ଉତ୍ତରଣ ଘଟିଥିଲା, ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ । ଶବ୍ଦ ତରଙ୍ଗ ତାଙ୍କର ପ୍ରଥମ କଳାକୃତି (କବିତା ସଂକଳନ) । ସଂକଳନଟିରେ ବିଭିନ୍ନ ଭାବଧର୍ମୀ କବିତାର ସମାବେଶ ଘଟିଥିଲେ ମଧ୍ୟ ନାରୀ ଓ ପ୍ରକୃତି ବିଶେଷ ସ୍ଥାନ ଅଧିକାର କରିଛି । ପରେ ପରେ ଗୁମ୍‌ଖାଏ (୨୦୧୫) , ଅଂଧାରର ଆରପାଖ (୨୦୧୭), ଆକାଶରେ ମେଘ ନାହିଁ (୨୦୨୦), Palm full of Pain (Translated ) (୨୦୨୧), ଉତ୍ତରଣ (ବଙ୍ଗଳା ଅନୁବାଦ) (୨୦୨୧), ନଈ ପାଣିରେ ଆକାଶର ମୁହଁ (୨୦୨୨) ପ୍ରକାଶିତ । ଏହା ବ୍ୟତୀତ ସେ ଅସଜା ସମାଜ ଜୀବନକୁ ସଜାଡ଼ିବାର ଚେଷ୍ଟା ନେଇ ଶୁଣାଇଛନ୍ତି ମାଟି ଓ ମଣିଷର ଜୀବନ ଗାଥା । ଈଶ୍ୱର ଓ ଧର୍ମ ଧାରଣା ପ୍ରତି ରହିଛି ତାଙ୍କର ତୀର୍ଯ୍ୟକ ଦୃଷ୍ଟିଭଙ୍ଗୀ । ସମ୍ମାନ ପ୍ରଗତିଶାଳ ସାହିତ୍ୟ ସଂଗଠନ, ରାଜନଗର କେନ୍ଦ୍ରାପଡ଼ା ତରଫରୁ "ଦଧୀଚି ସମ୍ମାନ - ୨୦୧୫" । ନିଖିଳ ଓଡିଶା କବି ଦୀପକ ମିଶ୍ର ସ୍ମୃତି କମିଟି, ଭୁବନେଶ୍ୱର ତରଫରୁ "ଦୀପକ ମିଶ୍ର ଯୁବ ପ୍ରତିଭା ସମ୍ମାନ - ୨୦୧୬" । ନିଖିଳ ଓଡ଼ିଶା ପ୍ରଗତିଶାଳ ଲେଖକ ସଂଗଠନ ତରଫରୁ "ନରସିଂହ ନନ୍ଦ ସ୍ମ୍ରୁତ୍ତି ସମ୍ମାନ - ୨୦୧୫" । ଗଂଜାମର "କବିତା ଘର" ତରଫରୁ ରାଜ୍ୟ ସ୍ତରୀୟ "ଶ୍ରେଷ୍ଠ କବି ସମ୍ମାନ - ୨୦୧୬" ।

Posts By ଶ୍ରୀ ନୃସିଂହ ତରାଇ

To Top