ପୁଷ୍ପା ମହାନ୍ତି

ପୁଷ୍ପା ମହାନ୍ତି

ଆଧୁନିକ କଥା ଜଗତର ଏକ ଭିନ୍ନ ସ୍ୱର । ତାଙ୍କ ଗଳ୍ପରେ ଥିବା ଚରିତ୍ର ନିର୍ମାଣର କଳାତ୍ମକତା ଅନ୍ୟମାନଙ୍କଠାରୁ ବେଶ୍ ସ୍ୱତନ୍ତ୍ର । ନାରୀମନସ୍ତତ୍ୱ ଓ ନାରୀମୁକ୍ତି ଉପରେ ଆଧାରିତ ତାଙ୍କର ଅଧିକାଂଶ ଗଳ୍ପରେ ସେ ନିଜର ଏକ ଭିନ୍ନ ଦୃଷ୍ଟିଭଙ୍ଗି ଦେବା ସହ ନାରୀ ଜୀବନର ସମ୍ଭାବନା ଓ ସୀମା ସମ୍ପର୍କରେ ସ୍ପଷ୍ଟ ଅଭିମତ ଦେଇଥାନ୍ତି । ଶବ୍ଦ ପ୍ରୟୋଗର ନିପୁଣତା ସହ ଭାବର ସମ୍ୱେଦନଶୀଳତା ତାଙ୍କ ଗଳ୍ପରେ ଭାରି ସ୍ପଷ୍ଟ । ନାରୀ ଜୀବନର ନାନାବିଧ ସ୍ୱପ୍ନ, ଅଙ୍ଗୀକାରବଦ୍ଧତା ଓ ସମାଜସଚେତନତାକୁ ଭିତ୍ତି କରି ସେ ତାଙ୍କର ଗଳ୍ପନା ନକ୍ସା ରଚିଥାନ୍ତି । ଦୀର୍ଘ ତିନି ଦଶନ୍ଧି ଧରି କଥା ଜଗତରେ ଲେଖନୀ ଚଳାଇ ଆସିଥିବା ଶ୍ରୀମତୀ ମହାନ୍ତିଙ୍କର ଅଦ୍ୟାବଧି ଚାରିଗୋଟି ଗଳ୍ପ ସଂକଳନ ସାରସ୍ୱତ ଇଲାକାରେ ବେଶ୍ ଚର୍ଚ୍ଚିତ ତଥା ଆଲୋଚିତ ।

Posts By ପୁଷ୍ପା ମହାନ୍ତି

To Top