ଶ୍ରୀ ରବିନ୍ଦ୍ର ପାତ୍ର

ଶ୍ରୀ ରବିନ୍ଦ୍ର ପାତ୍ର

ପ୍ରକୃତିର ଦାରୁଣ କଷାଘାତରେ ପ୍ରପୀଡ଼ିତ ହୋଇ ୧୯୬୫ ମସିହା ଏପ୍ରିଲ ୧୯ରେ ନବରଙ୍ଗପୁରରେ ଜନ୍ମଲାଭ କଲି । ମୋ ମାଆଙ୍କ ଅନେକ ଦିନର ଆଶା ଥିଲା ଯେ ମୁଁ ଜଣେ ଭଲ ଶିକ୍ଷକ ହେବି । ଯାହା ହେଉ ଆଜି ତାଙ୍କ ଆଶା ସାକାର ହୋଇଛି । ଭଲ କି ମନ୍ଦ ମୋତେ ଜଣା ନାହିଁ କିନ୍ତୁ ଆଦିବାସୀ ହରିଜନ ଛାତ୍ରଛାତ୍ରୀ ମାନଙ୍କୁ ପଢ଼ାଇବା ପାଇଁ ସରକାରଙ୍କ କଲ୍ୟାଣ ବିଭାଗ, ନବରଙ୍ଗପୁର ଜିଲ୍ଲାସ୍ଥିତ ବଡ଼ମସିଗାଁ ଉଚ୍ଚବିଦ୍ୟାଳୟରେ ସରକାରୀ ଶିକ୍ଷକ ରୂପେ କାର୍ଯ୍ୟ କରୁଅଛି । ସମୟ ମିଳିଲେ ପୁଣି ଭଗବାନଙ୍କ ଆଶୀର୍ବାଦ ହେଲେ କିଛି ଲେଖାଲେଖି କରେ । ମୋର ଶିକ୍ଷାଗତ ଯୋଗ୍ୟତା ହେଲା ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଏବଂ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଅଛି । କବି କିମ୍ୱା ଲେଖକର ସେମିତି କିଛି ବହୁବିଧ ମାନ୍ୟତା ହାସଲ କରିନାହିଁ । କବି ସମ୍ମିଳନୀ, ସାହିତ୍ୟ ଆସରର ପରିସର ମଧ୍ୟରେ ହିଁ ଆବଦ୍ଧ ହୋଇ ରହିଅଛି । ଆଶା ଓ ଆକାଂକ୍ଷା ଘୁରି ବୁଲୁଛି କବି ହେବାର ସ୍ୱପ୍ନରେ । ଅନେକ ଗୁଡ଼ିଏ କବିତା, ପୁଞ୍ଜପୁଞ୍ଜ ହୋଇ ନିରାଶା ଦିଗ୍‌ବଳୟରେ ମିଞ୍ଜି ମିଞ୍ଜି ଆଲୋକ ଦେଇ କୁଆଡେ଼ ଉଭେଇ ଯାଆନ୍ତି । ସେ ଭସା ବାଦଲକୁ ଦେଖି ଦେଖି ସାରା ରାତି ସରିଯାଏ, ସକାଳ ଆସେ । . . . . . . . ଏମିତିକା କବି ଜଣେ ମୁଁ ।

Posts By ଶ୍ରୀ ରବିନ୍ଦ୍ର ପାତ୍ର

More Posts
To Top