ଶୋଭାମୟୀ ପତ୍ରୀ

ଶୋଭାମୟୀ ପତ୍ରୀ

ଗୃହିଣୀ, ସ୍ୱାମୀ-ଶ୍ରୀ ସରୋଜ କାନ୍ତ ପତ୍ରୀ, ଶ୍ରୀ ଶ୍ରୀ ବଳଦେବଜୀଉ (କେନ୍ଦ୍ରାପଡ଼ା) ମନ୍ଦିର ବଡ଼ପଣ୍ଡା ଅଟନ୍ତି, ଗ୍ରାମ ସୁନ୍ଦରାପାଳ, ଜିଲ୍ଲା -କେନ୍ଦ୍ରାପଡ଼ା ସାହିତ୍ୟ ସହ ଓତଃ ପ୍ରତଃ ଭାବେ ଜଡ଼ିତ ଥିବା ଜଣେ ସାହିତ୍ୟିକ ହିଁ ସୁନ୍ଦର ରଚନା ମାଧ୍ୟମରେ ଭଗବାନଙ୍କ ଅପୂର୍ବ ସୃଷ୍ଟି ମାନବ ହୃଦରେ ପରିଚିତ କରାଇବାରେ ସକ୍ଷମ ହୋଇଥାଏ ବୋଲି ମୋର ମତା ସାହିତ୍ୟ ବିଷୟରେ ସ୍ୱଳ୍ପ ଜ୍ଞାନ ଥିଲେ ମଧ୍ୟ ମୋର ସାଧନା ଦୃଢ଼ୀଭୂତ କରି ସାହିତ୍ୟ ଓ ସଂସ୍କୃତିକୁ ମଜ୍‌ବୁତ୍‌ କରିବା ତଥା ଆମ ଭାଷା ସାହିତ୍ୟର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛି । ସମାଜର ବିଭିନ୍ନ ଘଟଣା, ଦୁର୍ଘଟଣା, ଦୁଃଖ, ଯନ୍ତ୍ରଣା ଗୁଡ଼ିକୁ ନିଜ ଆଖିରେ ଦେଖିଲା ପରେ ସେ ଗୁଡ଼ିକ ମନ ମଧ୍ୟରେ ଆନ୍ଦୋଳିତ ହୋଇ କବିତା ଓ ଗଳ୍ପର ରୂପ ନିଏ, ମୋ ପରମ ପୂଜ୍ୟା ଜେଜେମା' ୰ ନନ୍ଦିନୀ ଦେବୀଙ୍କ ପଦେ ପଦେ କଥାରେ ନାନା ଢଗଢମାଳି ର ପ୍ରୟୋଗ କରିବା, କବିତା ରଚନା କରିବା, ଛୋଟ ଛୋଟ ମନ ଗଢ଼ା ଗଳ୍ପ ମାଧ୍ୟମରେ ଶିଷ୍ଟାଚାର ଶିଖାଇବା ଇତ୍ୟାଦି ମୋତେ ଖୁବ୍ ପ୍ରଭାବିତ କରିଥିଲା । ତାଙ୍କ ଲେଖା ଓ ନିଜ ଭାବନାକୁ ପରିପ୍ରକାଶ କରିବାର ଶୈଳି ଏବଂ ଆଶୀର୍ବାଦ ହିଁ ମୋ ପ୍ରେରଣାର ଉତ୍ସ ପାଲଟି ଗଲା । ବିଦ୍ୟାଳୟରେ ପଢ଼ିଲା ବେଳରୁ ହିଁ ଲେଖା ଆରମ୍ଭ ହୋଇଥିଲେ ବି ଏ ଯାବତ୍ ସ୍ୱଳ୍ପ କେତକ ସାପ୍ତାହିକ ଖବର କାଗଜରେ କିଛି କବିତା ଏବଂ କ୍ଷୁଦ୍ରଗଳ୍ପ ପ୍ରକାଶିତ ହେବାର ସୁଯୋଗ ପାଇଛି । ସ୍କୁଲ୍ କଲେଜ୍ ମାଗାଜିନ୍‌ରେ ମଧ୍ୟ ମୋର କିଛି ଲେଖା ସ୍ଥାନ ପାଇ ସାରିଛି । ଅନେକ କବି ସମ୍ମିଳନୀରେ ମଧ୍ୟ ଯୋଗ ଦେବାର ସୁଯୋଗ ମିଳିଛି । କେନ୍ଦ୍ରାପଡ଼ାର ସାପ୍ତାହିକ ସମ୍ୱାଦପତ୍ର (ତୁଳସୀକ୍ଷେତ୍ର) ୨୦୧୧ ମସିହା ରାଜ୍ୟସ୍ତରୀୟ କବି ସମ୍ମିଳନୀ ଏବଂ ଜୟଭାରତୀ ସାଥି ସମାଜ (ବିଷୁବ ମିଳନ ଉତ୍ସବ- ୨୦୧୧) ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ ମଧ୍ୟ ସମ୍ମାନୀତ ହେବାର ସୌଭାଗ୍ୟ ମିଳିଛି ।

Posts By ଶୋଭାମୟୀ ପତ୍ରୀ

More Posts
To Top