ଅନୁଭୂତି

ତରୁଦିଦି

Dr Anita Panda

ମୋ ମନରେ ଗୋଟିଏ କଥା ବାରଂବାର ଆସୁଥିଲା ବୃତ୍ତି ମିଳିବ । ତେଣୁ କଲେଜରେ ଭର୍ତ୍ତୀ ନିଶ୍ଚତ ।

ତରୁଦିଦି

-: ପୂର୍ବରୁ :-

ପିଟି ସାର୍‌ଙ୍କୁ ଡକାଇ ସେ ଦିନ ତାରୁ ଦିଦି, ମୋ ଉପଯୋଗୀ କିଛି sports annual sports day ରେ ରଖିବାକୁ କହିଲେ । sports ନାଁ ଶୁଣି ମୋର ପିଳେହୀ ପାଣି, ଗାଁରେ ଥିବାବେଳେ ଖପରା କାତି ଖେଳିବା ଛଡା ଅନ୍ୟ କିଛି sout door ଗେମ୍ ମୁଁ ଖେଳି ନ ଥିଲି । ସାର୍‌ଙ୍କୁ ନେହୁରା ହେଲି । ଉତ୍ତରରେ ସାର୍ କହିଲେ,”ମୋ ରୋଜଗାରକୁ ଘରେ ୬ପ୍ରାଣୀ ଚାହିଁ ବସିଛନ୍ତି । ହେଡ୍ ମିଷ୍ଟ୍ରେସ୍‌ଙ୍କ ଆଜ୍ଞା ଅବଜ୍ଞା କରି ଚାକିରୀ ହରାଇଲେ….

ନାଁ…ନାଁ…ସାର୍…ମୁଁ ତା କହୁନି,ହେଲେ।

ତୁ ଜମା ଡରନା,ମୁଁ ତୋ ଉପଯୋଗୀ କିଛି ରଖିବି । ଆମ ସ୍କୁଲର ନିୟମ ଅନୁସାରେ ଅଲ୍ ରାଉଣ୍ଡ ଗୋଲ୍ଡ ମେଡାଲ ପାଇବା ଛାତ୍ରୀଟିର ସବୁ ପ୍ରକାର ଇଭେଣ୍ଟ୍‌ରେ କୃତ୍ତିତ୍ୱ ଅର୍ଜନ କରିଥିବା ଦରକାର ।

ଇଲେଭେନ୍ କ୍ଲାସ୍ ସେଣ୍ଟ୍‌ ଅପ୍ ପରୀକ୍ଷା ଖୁବ୍ ଭଲ କରିଥିଲି । ମୋ ରେଜଲ୍ଟରେ ଘରେ ସମସ୍ତେ ଖୁସି । ଆଉ ସ୍କୁଲ ଯିବାର ନାହିଁ । ଦୁଇ ମାସ ଘରେ ବସି ପଢିବା କଥା । ମାର୍ଚ୍ଚରେ ପରୀକ୍ଷା, ନନା ମୋ ହାତରେ ଗୋଟିଏ ଆପ୍ଲିକେସନ୍ ଧରାଇ ଆମ ହେଡମିଷ୍ଟ୍ରେସ୍‌ଙ୍କୁ ଦେବାକୁ କହିଲେ ।

ଉତ୍କଣ୍ଠାର ସହିତ ଦରଖାସ୍ତଟିକୁ ପାଞ୍ଚଥର ପଢିଲି । ତାର କାରଣ ହେଲା ବିଶ୍ୱାସ କରି ପାରୁ ନଥିଲି ଯେ ଏଇ ପର୍ଯ୍ୟାୟରେ ମଧ୍ୟ ସ୍କୁଲ୍ ଛାଡିବାକୁ ହେବ । ନନାଙ୍କର କଟକ ଟ୍ରାନ୍‌ସଫର ।
ଆଦେଶ ଅନୁଯାୟୀ ମୁଁ ଦରଖାସ୍ତଟି ଅଫିସରେ ନ ଦେଇ ସିଧା ତରୁ ଦିଦିଙ୍କ ହାତରେ ଦେଲ । ଦରଖାସ୍ତଟି ଉପରେ ଥରେ ଆଖି ବୁଲାଇ ଦେଇ ଚିତ୍କାର କରି ଉଠିଲେ ହ୍ୱାଟ୍ ? କିଛି ସମୟ ପରେ ସ୍ଥିର ହୋଇ କହିଲ । ତୁମ ଭାଇଙ୍କ ସଂଗେ ମୁଁ ୟା ବିଷୟରେ କିଛି ଆଲୋଚନା କରିବାକୁ ଚାହ ।

ତହିଁ ଆରଦିନ ନନାଙ୍କ ସଂଗେ ମୁଁ ତରୁ ଦିଦିଙ୍କ ଅଫିସ ପହଞ୍ଚିଲ ।

“ଆପଣ ଆମ ସ୍କୁଲର ରତ୍ନଟିକୁ କେମିତି ଅନ୍ୟ ହାତରେ ଦେବାକୁ ସ୍ଥିର କଲେ?”

ଅନ୍ୟ ହାତରେ? ବୁଝି ପାରିଲିନି ଆଜ୍ଞ ।

ଅର୍ଥାତ ଆମ ସମସ୍ତଙ୍କର ମିଳିତ ପରିଶ୍ରମ ସବୁ ମାଟିରେ ମିଶିଯିବ ? ରେଭେନ୍ସା କଲିଜିଏଟ୍ ସ୍କୁଲକୁ ସବୁ କ୍ରେଡିଟ୍ ମିଳିବ ।

ସେ ଆପଣଙ୍କ ସ୍କୁଲରୁ ସେଣ୍ଟ୍‌ ଅପ୍ ହୋଇଛ । ତେଣୁ ଭଲ ଖରାପ ଯାହା ହେଲେ ଆପଣଙ୍କ ସ୍କୁଲର । ରେଭେନ୍ସା କଲିଜିଏଟ୍ ସ୍କୁଲ କେବଳ ତା ପାଇଁ ପରୀକ୍ଷା ସେଣ୍ଟର ।

ଆର ଇଉ ସିଓର?

ଅଫ କୋର୍ସ ଆଇ ଆମ, କହି ନମସ୍କାର ଜଣାଇ ନନା ଅଫିସ୍ ଛାଡିଲ ।

ମେ ୧୯୬୨ ବୋର୍ଡ ପରୀକ୍ଷା ରେଜଲ୍ଟ ବାହାରିଛ । ବାଲେଶ୍ୱର ଜିଲ୍ଲାର ସମସ୍ତ ଝିଅ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ମୋ ସ୍ଥାନ ପ୍ରଥମ ତା ଛଡା ସ୍କୁଲ ତରଫରୁ ମଧ୍ୟ ଅଲ୍ ରାଉଣ୍ଡ ଗୋଲ୍ଡ ମେଡାଲ୍ ମିଳିବ । ପରୀକ୍ଷା ପରେ ମୁଁ ବାପାଙ୍କ ପାଖେ ଗାଁ ରେ ଥିଲି । ପ୍ରଥମ ଶୁଭେଚ୍ଛା ଟେଲିଗ୍ରାମ ତରୁ ଦିଦିଙ୍କ ଠାରୁ । ପରେ ପରେ ପଚାଶରୁ ଉର୍ଦ୍ଧ୍ଵ । ଆନନ୍ଦରେ ଫାଟି ପଡି ବାପା ଗାଁ ସାରା ପିଟାଇ ଥିଲେ ।

ମୋ ମନରେ ଗୋଟିଏ କଥା ବାରଂବାର ଆସୁଥିଲା ବୃତ୍ତି ମିଳିବ । ତେଣୁ କଲେଜରେ ଭର୍ତ୍ତୀ ନିଶ୍ଚତ ।

– ତା’ପରେ –

To Top