ଇତିହାସ

ଗୋଲଟେବୁଲ୍ ବୈଠକରେ ପାରଳା ମହାରାଜା

Balaram Mohanty'd Odisha History

ଉତ୍କଳ ଗୌରବ ମଧୁସୂଦନ ଓ ପାରଳାଖେମୁଣ୍ଡି ମହାରାଜାଙ୍କ ପରାମର୍ଶ କ୍ରମେ ଲକ୍ଷ୍ମୀଧର ମହାନ୍ତି, ଭୁବନାନନ୍ଦ ଦାସ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଭିକାରୀ ଚରଣ ପଟ୍ଟନାୟକ, ସତ୍ୟନାରାୟଣ ସେନଗୁପ୍ତ ଓ ବିଶ୍ୱନାଥା କର ପ୍ରମୁଖ ଏହାର ସଭ୍ୟ ଥିଲେ ।

ଗୋଲଟେବୁଲ୍ ବୈଠକରେ ପାରଳା ମହାରାଜା

୧୯୩୦ ମସିହା ନଭେମ୍ୱର ମାସରେ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଆୟୋଜିତ ପ୍ରଥମ ଗୋଲ୍‌ଟେବୁଲ୍ ବୈଠକରେ ପାରଳାଖେମୁଣ୍ଡି ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ ଜମିଦାରଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶା ଗଠନ ପ୍ରସଙ୍ଗ ଆଲୋଚନା ବିଷୟ ସୂଚୀରେ ନଥିଲା । ମାତ୍ର ସେ ଏହି ବିଷୟଟିକୁ ବିଷୟ ସୂଚୀରେ ରଖାଇଲେ । ସେ ତାଙ୍କ ଭାଷଣରେ ସମସ୍ତେ ଓଡ଼ିଆଭାଷୀ ଅଞ୍ଚଳ ଗୁଡ଼ିକର ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଯଥାର୍ଥତା ବିସ୍ତୃତ ତଥ୍ୟସହ ଉପସ୍ଥାପିତ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଅର୍ଥନୈତିକ ଦୃଷ୍ଟିରୁ ନିଅଣ୍ଟିଆ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାକୁ ଖଣ୍ଡନ କରି ଓଡ଼ିଶାର ବିସ୍ତୃତ ମୂଲ୍ୟବାନ୍ ଖଣିଜ ସମ୍ପଦର ଉପଯୋଗ ହେଲେ ଏହା ନିଅଣ୍ଟିଆ ହେବ ନାହିଁ ବୋଲି ସେ ଦୃଢ଼ତାର ସହିତ ପ୍ରତିପାଦନ କରିଥିଲେ ।

ଅଟଲି କମିଟିର ସୁପାରିଶ ଅନୁଯାୟୀ ଯେଉଁ ସବୁ ଓଡ଼ିଆଭାଷୀ ଅଞ୍ଚଳ ନେଇ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠିତ ହେବ ତାହା ନିର୍ଦ୍ଧାରିତ କରିବା ପାଇଁ ଗୋଟିଏ ସୀମା ନିର୍ଦ୍ଧାରଣ କମିଟି ଗଠନ ହେଲା । ଏହା ଓଡ଼ନେଲ କମିଟି ଭାବରେ ସୁପରିଚିତ । ଏହି କମିଟି ୧୯୩୧ ମସିହା ଜନଗଣନା ଅନୁସରଣରେ ସୀମା ନିର୍ଦ୍ଧାରଣ କରିଥିଲେ । ଯେଉଁସବୁ ଓଡ଼ିଆଭାଷୀ ଅଞ୍ଚଳ ଓଡ଼ନେଲ କମିଟି ଗସ୍ତ କରିଥିଲେ ସେ ଅଞ୍ଚଳରେ ଓଡ଼ିଆଭାଷୀଙ୍କ ଭିତରେ ପ୍ରଚାର ପାଇଁ ଉତ୍କଳ ସମ୍ମିଳନୀ ପୂର୍ବରୁ ଏକ କମିଟି ଗଠିତ ହୋଇଥିଲା ଓ ଏହି କମିଟି ବିଶିଷ୍ଟ ଉତ୍କଳ ସମ୍ମିଳନୀ ନେତା ବ୍ରଜସୁନ୍ଦର ଦାସଙ୍କ କଟକସ୍ଥ ବାସଭବନଠାରେ ସତର୍କତା କାର୍ଯ୍ୟର କେନ୍ଦ୍ର ଅଫିସ ଚାଲିଥିଲା । ଉତ୍କଳ ଗୌରବ ମଧୁସୂଦନ ଓ ପାରଳାଖେମୁଣ୍ଡି ମହାରାଜାଙ୍କ ପରାମର୍ଶ କ୍ରମେ ଲକ୍ଷ୍ମୀଧର ମହାନ୍ତି, ଭୁବନାନନ୍ଦ ଦାସ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଭିକାରୀ ଚରଣ ପଟ୍ଟନାୟକ, ସତ୍ୟନାରାୟଣ ସେନଗୁପ୍ତ ଓ ବିଶ୍ୱନାଥା କର ପ୍ରମୁଖ ଏହାର ସଭ୍ୟ ଥିଲେ । ଗଞ୍ଜାମ, କୋରାପୁଟ ଓ ଅନ୍ୟାନ୍ୟ ବିଚ୍ଛିନ୍ନାଞ୍ଚଳ ବହୁ ସେଚ୍ଛାସେବକ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ତଥ୍ୟ ସଂଗ୍ରହ କରିବାର ଦାୟିତ୍ୱ ମୁଖ୍ୟତଃ ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଉପରେ ନ୍ୟସ୍ତ କରାଯାଇଥିଲା ।

ଲୋକପ୍ରିୟ ଲେଖା

To Top