ଇତିହାସ

ହରିଜନଙ୍କୁ ହିନ୍ଦୁଠାରୁ ଅଲଗା କରିବା ଚକ୍ରାନ୍ତ

Balaram Mohanty'd Odisha History

ଦ୍ୱିତୀୟ ଗୋଲ୍‌ଟେବୁଲ୍ ବୈଠକରେ ଡଃ. ଆମ୍ୱେଦକରଙ୍କର ଏହିଭଳି ମତକୁ ଗାନ୍ଧିଜୀ ଖଣ୍ଡନ କରି ସତର୍କ କରି ଦେଇଥିଲେ ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ତଫସିଲ ଜାତିଙ୍କୁ ହିନ୍ଦୁଙ୍କଠାରୁ ଅଲଗା କରିବାର କୌଣସି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରେଇ ଦେବେ ନାହିଁ ।

ହରିଜନଙ୍କୁ ହିନ୍ଦୁଠାରୁ ଅଲଗା କରିବା ଚକ୍ରାନ୍ତ

ଦ୍ୱିତୀୟ ଗୋଲଟେବୁଲ୍ ବୈଠକରେ ଆଲୋଚନାକୁ ଭିତ୍ତିକରି ସରକାର ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ରିପୋର୍ଟରେ ଭାରତର ଭବିଷ୍ୟତ ଶାସନ ଖସଡ଼ାର ରୂପରେଖ ପ୍ରକାଶ କଲେ । ଏଥିରେ ତଫସିଲ୍‌ଭୁକ୍ତ ଜାତିର ନେତା ଡଃ. ବି.ଆର. ଆମ୍ୱେଦକରଙ୍କ ମତ ଅନୁସରଣରେ ବ୍ୟବସ୍ଥା ଥିଲା ଯେ ମୁସଲିମମାନଙ୍କ ପରି ତଫସିଲ ଭୁକ୍ତ ଜାତି ଯାହାକୁ ଗାନ୍ଧିଜୀ ହରିଜନ ବୋଲି ନାମ ଦେଲେ ତାଙ୍କ ପାଇଁ ନିର୍ବାଚନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ରହିବ ଏବଂ କେବଳ ତଫସିଲ୍‌ଭୁକ୍ତ ଜାତିର ଲୋକେ ସେମାନଙ୍କୁ ଭୋଟ ଦେବେ । ଏହା ଫଳରେ ହିନ୍ଦୁଙ୍କଠାରୁ ସେମାନଙ୍କୁ ଅଲଗା କରି ଦେବାର ଷଡ଼ଯନ୍ତ୍ର ହେଲା । ଦ୍ୱିତୀୟ ଗୋଲ୍‌ଟେବୁଲ୍ ବୈଠକରେ ଡଃ. ଆମ୍ୱେଦକରଙ୍କର ଏହିଭଳି ମତକୁ ଗାନ୍ଧିଜୀ ଖଣ୍ଡନ କରି ସତର୍କ କରି ଦେଇଥିଲେ ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ତଫସିଲ ଜାତିଙ୍କୁ ହିନ୍ଦୁଙ୍କଠାରୁ ଅଲଗା କରିବାର କୌଣସି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରେଇ ଦେବେ ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top