ଇତିହାସ

ଓଡ଼ିଶାବାସୀଙ୍କ ଚରମ ଦୁର୍ଦ୍ଦଶା-ନଅଙ୍କ ଦୁର୍ଭିକ୍ଷ

Balaram Mohanty'd Odisha History

ସେଠାରେ କୌଣସି ଉନ୍ନୟନ କାର୍ଯ୍ୟ ତ ହେଲା ନାହିଁ, ପରନ୍ତୁ ସେଠାରେ ଓଡ଼ିଆ ଭାଷାକୁ ଲୋପ କରାଯାଇ ସେହି ପ୍ରଦେଶର ଭାଷାକୁ ସେଠାରେ କୋର୍ଟ, କଚେରୀ ବିଦ୍ୟାଳୟମାନଙ୍କରେ ପ୍ରଚଳନ ପାଇଁ ଜବରଦସ୍ତ ଉଦ୍ୟମ କରାଗଲା ।

ଓଡ଼ିଶାବାସୀଙ୍କ ଚରମ ଦୁର୍ଦ୍ଦଶା-ନଅଙ୍କ ଦୁର୍ଭିକ୍ଷ

୧୯୨୦-୧୯୨୧ ମସିହା ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଲାବେଳେ ବିଶାଳ ଓଡ଼ିଆ ଭାଷୀ ଅଞ୍ଚଳ ୧୮୦୪ ଠାରୁ ବ୍ରିଟିଶ୍ ଶାସନ ଦ୍ୱାରା ନିଷ୍ଠୁର ଭାବରେ ଅବହେଳିତ ହୋଇଯାଇ ଦାରିଦ୍ର୍ୟ ଭିତରେ କାଳାତିପାତ କରୁଥିଲେ । ଯେଉଁ ପ୍ରଦେଶମାନଙ୍କ ସହିତ ଏହି ଓଡ଼ିଆଭାଷୀ ଅଞ୍ଚଳମାନ ରହିଥିଲା ସେହି ପ୍ରଦେଶମାନ ବ୍ରିଟିଶ୍ ଶାସନକାଳ ଭିତରେ ଆଧୁନିକ ଉନ୍ନୟନ ପରିକଳ୍ପନା ଗୁଡ଼ିକର ସୁଯୋଗ ପାଇଥିଲେ । ତା’ଫଳରେ ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଯୋଗାଯୋଗ କ୍ଷେତ୍ରରେ ବିକାଶ ଘଟିଥିଲେ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳ ସେଠାରେ ନିଷ୍ଠୁର ଭାବରେ ଅବହେଳିତ ହୋଇ ରହିଥିଲା । ଓଡ଼ିଆ ଭାଷୀମାନେ ସେହିସବୁ ପ୍ରଦେଶରେ ଗୋଟିଏ ଗୋଟିଏ କ୍ଷୁଦ୍ର ଶିଳ୍ପ ଅଂଶ ହୋଇ ରହିଥିବାରୁ ସେହି ପ୍ରଦେଶର ଶାସନରେ ସେମାନଙ୍କର କୌଣସି ପ୍ରଭାବ ନଥିଲା କି ଇଂରେଜ ସରକାର ସେମାନଙ୍କ ପ୍ରତି କୌଣସି ସ୍ୱତନ୍ତ୍ର ଦୃଷ୍ଟି ଦେଇନଥିଲେ । ସେଠାରେ କୌଣସି ଉନ୍ନୟନ କାର୍ଯ୍ୟ ତ ହେଲା ନାହିଁ, ପରନ୍ତୁ ସେଠାରେ ଓଡ଼ିଆ ଭାଷାକୁ ଲୋପ କରାଯାଇ ସେହି ପ୍ରଦେଶର ଭାଷାକୁ ସେଠାରେ କୋର୍ଟ, କଚେରୀ ବିଦ୍ୟାଳୟମାନଙ୍କରେ ପ୍ରଚଳନ ପାଇଁ ଜବରଦସ୍ତ ଉଦ୍ୟମ କରାଗଲା ।

ଓଡ଼ିଶାର ପ୍ରଧାନ ଭୂଖଣ୍ଡ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାକୁ ଘେନି ଗଠିତ ଓଡ଼ିଶା ଡିଭିଜନ୍ ନାମରେ ବଙ୍ଗପ୍ରଦେଶ ସହିତ ୬୩ ବର୍ଷ କାଳ ଏକାଠି ରହିବା ପରେ ରେଲ୍‌ଲାଇନ୍ ଭଳି ଯୋଗାଯୋଗ, ସ୍ଥାୟୀ ଜଳଚେନ ପାଇଁ କେନାଲ୍ ଖନନ ବା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ୧୮୬୬ ମସିହାରେ ଏକ ଭୟାବହ ଦୁର୍ଭିକ୍ଷ ପଡ଼ିଲା । ଏହି ଭୟାବହ ନଅଙ୍କ ଦୁର୍ଭିକ୍ଷ ଯୋଗୁଁ ଉପରୋକ୍ତ ଓଡ଼ିଶା ଡିଭିଜନ୍‌ର ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ସେତେବେଳେ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାର ମୋଟ୍ ଲୋକସଂଖ୍ୟାର ଏହା ଏକ ତୃତୀୟାଂଶ । ସେତେବେଳେ ଓଡ଼ିଆଭାଷୀମାନେ ଖଣ୍ଡବିଖଣ୍ଡିତ ହୋଇ ରହିଥିଲେ ତେଣୁ ସେମାନେ ଏକାଠି ହୋଇ ଏହାର କୌଣସି ପ୍ରତିକାର କରିପାରିଲେ ନାହିଁ ।

ଲୋକପ୍ରିୟ ଲେଖା

To Top