ଇତିହାସ

ଓଡ଼ିଶା ସହିତ ଗଞ୍ଜାମ ଜିଲ୍ଲା ମିଶ୍ରଣ ପାଇଁ କଂଗ୍ରେସର ଉଦ୍ୟମ

Balaram Mohanty'd Odisha History

ତେଲୁଗୁ ଭାଷୀ ଓ ଓଡ଼ିଆଭାଷୀଙ୍କ ଭିତରେ ସୀମା ନିର୍ଦ୍ଧାରଣ କରିଦେବା ପାଇଁ ଏହି କମିଟି ଉପରେ ଦାୟିତ୍ୱ ଦିଆଯାଇଥିଲା

ଓଡ଼ିଶା ସହିତ ଗଞ୍ଜାମ ଜିଲ୍ଲା ମିଶ୍ରଣ ପାଇଁ କଂଗ୍ରେସର ଉଦ୍ୟମ

୧୯୨୨ ମସିହାରେ ଓଡ଼ିଶା ଓ ମାନ୍ଦ୍ରାଜ ସୀମା ସମସ୍ୟା ସମାଧାନ ପାଇଁ ଜାତୀୟ କଂଗ୍ରେସ ଉତ୍କଳମଣି ଗୋପବନ୍ଧୁଙ୍କ ଉଦ୍ୟମରେ ଡଃ. ମୁେଞ୍ଜଙ୍କ ନେତୃତ୍ୱରେ ଗୋଟିଏ ସୀମା କମିଶନ ନିଯୁକ୍ତ କରିଥିଲେ । ତେଲୁଗୁ ଭାଷୀ ଓ ଓଡ଼ିଆଭାଷୀଙ୍କ ଭିତରେ ସୀମା ନିର୍ଦ୍ଧାରଣ କରିଦେବା ପାଇଁ ଏହି କମିଟି ଉପରେ ଦାୟିତ୍ୱ ଦିଆଯାଇଥିଲା । ତେଲୁଗୁମାନେ ଏଥିରେ ରାଜି ନହେବାରୁ ଏହି କମିଟି ତାଙ୍କ କାର୍ଯ୍ୟରେ ଆଗେଇ ପାରି ନଥିଲେ । ତା’ପରବର୍ଷ ପୁଣି ଜାତୀୟ କଂଗ୍ରେସର କାକିନଡ଼ା ଅଧିବେଶନରେ ପୁଣି ଏହି ସମସ୍ୟା ଆଲୋଚିତ ହୋଇ ତେଲୁଗୁ ଓ ଓଡ଼ିଆଭାଷୀଙ୍କ ପକ୍ଷରୁ ଦୁଇଜଣ ଲେଖାଏଁ ସଭ୍ୟ ଏହି କମିଶନରେ ନେବା ପାଇଁ ସ୍ଥିର ହେଲା ଏବଂ ଏହି କମିଶନଙ୍କ ନିଷ୍ପତ୍ତି ସର୍ବଶେଷ ନିଷ୍ପତ୍ତି ହେବ ବୋଲି ସ୍ଥିର ହେଲା । ଓଡ଼ିଆଭାଷୀଙ୍କ ପକ୍ଷରୁ ନିରଞ୍ଜନ ପଟ୍ଟନାୟକ ଓ ପଣ୍ଡିତ ନୀଳକଣ୍ଠ ଦାସ କମିଟିର ସଭ୍ୟ ନିଯୁକ୍ତ ହେଲେ । ଓଡ଼ିଆଭାଷୀ ଅଞ୍ଚଳରେ ପ୍ରଚାର ପାଇଁ ପ୍ରଚାରକ ଅନନ୍ତ ମିଶ୍ରଙ୍କ ଉପରେ ଦାୟିତ୍ୱ ଦିଆଯାଇଥିଲା । ମାତ୍ର କମିଶନଙ୍କ ବିଶିଷ୍ଟ ସଭ୍ୟ ଶ୍ରୀ ରାଜଗୋପାଳ ଚାରୀ ଇସ୍ତଫା ଦେଲେ ଓ ତାଙ୍କ ସ୍ଥାନରେ ଡଃ. ରାଜେନ୍ଦ୍ର ପ୍ରସାଦ ନିଯୁକ୍ତ ହେଲେ । ଏହାପରେ କମିଶନ କାମ ଆଗେଇ ପାରିଲା ନାହିଁ । ୧୯୨୭ ମସିହାରେ ମହାତ୍ମାଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ସମସ୍ୟା ସମ୍ପର୍କରେ ଅଧ୍ୟୟନ କରି ଓଡ଼ିଆଭାଷୀଙ୍କ ଦାବୀକୁ ମାନିଯିବା ପାଇଁ ତେଲୁଗୁମାନଙ୍କୁ ପରାମର୍ଶ ଦେଇଥିଲେ ।

ଲୋକପ୍ରିୟ ଲେଖା

To Top