ଜାତୀୟ କଂଗ୍ରେସର ପ୍ରତ୍ୟେକ୍ଷ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ୧୯୨୨ ମସିହାଠାରୁ ସ୍ଥଗିତ ରଖାଯିବା ପରେ ଗାନ୍ଧିଜୀ ଖଦି ପ୍ରସାର ଭଳି ରଚନାତ୍ମକ କାର୍ଯ୍ୟକ୍ରମରେ ମନୋନିବେଶ କଲେ । ସେ ୧୯୨୫ ମସିହାରେ ଅଖିଳଭାରତ ଚରଖା ସଂଘ ସ୍ଥାପନ କଲେ ଏବଂ ଭାରତର ସବୁ ପ୍ରଦେଶରେ ଏହାର ଶଖାମାନ ଗଢ଼ାଗଲା । ପୂର୍ବରୁ ଗୋଟିଏ ଖଦିବୋର୍ଡ ସ୍ଥାପନ କରାଯାଇ ଖଦିକାମ ପ୍ରସାର କରାଯାଉଥିଲା । ଏହା ଅଧୀନରେ ପ୍ରାଦେଶିକ ଖଦି ବୋର୍ଡମାନ ଗଠନ କରାଯାଇଥିଲା । ଓଡ଼ିଶା ଖଦିବୋର୍ଡ ଦାୟିତ୍ୱରେ ଥିଲେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ । ଶଙ୍କର ଲାଲ ବ୍ୟାଙ୍କରଙ୍କ ଅଧ୍ୟକ୍ଷତାରେ ଯେଉଁ ଅଖିଳ ଭାରତ ଚରଖା ସଂଘ ସ୍ୱୟଂଚାଳିତ ଅନୁଷ୍ଠାନ ଭାବରେ ଗଠିତ ହେଲା, ଓଡ଼ିଶାର ନିରଞ୍ଜନ ପଟ୍ଟନକଙ୍କ ଅଧ୍ୟକ୍ଷତାରେ ଏହାର ଶାଖା କାର୍ଯ୍ୟ ହେଲା । ସେତେବେଳେ ଗଞ୍ଜାମ ଜିଲ୍ଲାର କୋଦଳା, ବୋଇରାଣୀ (ବର୍ତ୍ତମାନର କବିସୂର୍ଯ୍ୟନଗର), ପୁରୀ ଜିଲ୍ଲାର ବୋଲଗଡ଼ ଖଦି କାମର ପ୍ରଧାନ କେନ୍ଦ୍ର ହେଇଥିଲା । ବହୁ କଂଗ୍ରେସ କର୍ମ ଯେକି ଅସହଯୋଗ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ସେମାନେ ଖଦି କାମରେ ଲାଗିଥିଲେ । ମହାତ୍ମା ଗାନ୍ଧୀ ତାଙ୍କ ଖଦି ଗସ୍ତ ଭିତରେ ୧୯୨୭ରେ ଓଡ଼ିଶାକୁ ଆସି ଖଦି କାମରେ ପ୍ରଧାନ କେନ୍ଦ୍ରମାନ ବୁଲି ଦେଖିଥିଲେ ।
ଓଡ଼ିଶାରେ ଖଦି ପ୍ରସାର

୧୯୨୫ ମସିହାରେ ଅଖିଳଭାରତ ଚରଖା ସଂଘ ସ୍ଥାପନ କଲେ ଏବଂ ଭାରତର ସବୁ ପ୍ରଦେଶରେ ଏହାର ଶଖାମାନ ଗଢ଼ାଗଲା
ଓଡ଼ିଶାରେ ଖଦି ପ୍ରସାର