ଇତିହାସ

ରେମୁଣା କଟକ : ଦେବୀ ଅଷ୍ଟାଦଶ ଭୂଜାଦୁର୍ଗା

Rabindra Nath Samal's Odisha History Remunaa Katak : Debi Ashtaadasha Bhuujaa Doorgaa

ବିଜୟର ସ୍ମାରକୀ ରୂପେ ରାଜା ନରସିଂହଦେବ କୋଣାର୍କଠାରେ ସୂର୍ଯ୍ୟମନ୍ଦିର ନିର୍ମାଣ କରି ତା’ ସହିତ ଜଣେ ଯୋଦ୍ଧା ପାଇକ ଅଶ୍ୱଟିକୁ ଧାରଣ କରି ସଦର୍ପରେ ଦଣ୍ଡାୟମାନ ହୋଇଥିବାର ମୂର୍ତ୍ତି ସଂଯୋଗ କରାଇଥିଲେ ।

ରେମୁଣା କଟକ : ଦେବୀ ଅଷ୍ଟାଦଶ ଭୂଜାଦୁର୍ଗା

ଶିଳ୍ପକଳା ଓ ସ୍ଥାପତ୍ୟର ସୁନ୍ଦର ଭୂମି ଓଡ଼ିଶା । ମାଟିରେ ମାଟିରେ ତା’ର କଳା ଓ ସ୍ଥାପତ୍ୟର ଆକର୍ଷଣ । କୋଣ ଅନୁକୋଣରେ ତା’ର ସ୍ଥାପତ୍ୟ ହୋଇଛି ସଂସ୍କୃତି । ଯେଉଁଠି ପ୍ରାଣ ପ୍ରାଚୁର୍ଯ୍ୟର ଅସରନ୍ତି ପରମ୍ପରା, ଅନୁପମ ପରିବେଶ ବହୁ ଚର୍ଚ୍ଚିତ ଅନନ୍ୟ ମାଟିର ସ୍ମୃତି ଓ ସାମ୍ପ୍ରତିକତା, ପ୍ରାକୃତିକ ବିଭାରେ ଆଜି ବି ସେ ବିଭୋର, ଆଧ୍ୟାତ୍ମିକତାର ମହମହ ବାସ୍ନାରେ ଏବେ ବି ସେ ଜିତେନ୍ଦ୍ରିୟ ଏବଂ ରାଜନୈତିକ ପଟ୍ଟଭୂମିରେ ସେ ରମଣୀୟର ରେମୁଣା, ଯେଉଁଠି ଭାବକୁ ନିକଟ ଅଭାବକୁ ଦୂର, ସେଇଠି ସଞ୍ଚିତ ସଂସ୍କୃତି ବର୍ଣ୍ଣାଢ୍ୟ ପରିବେଶ, ରହସ୍ୟମୟ ଐତିହାସିକ ପ୍ରବାହର ଇମାରତ ସେହି ଉପାସନାର ପୀଠସ୍ଥଳୀ ରେମୁଣା କଟକ ।

ମହାଭାରତର ମହାନାୟକ କୃଷ୍ଣଙ୍କର ଲୀଳାଭୂଇଁ ପିତା ନନ୍ଦରାଜାଙ୍କ ରାଜଧାନୀ ମଧୁରା କଟକ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜଧାନୀ କମ୍ୱ କଟକ (ଶ୍ରୀକ୍ଷେତ୍ର, ପୁରୀ) ଆଉ ଗଙ୍ଗ ନରପତି ଚୋଡ଼ଗଙ୍ଗ ଦେବଙ୍କ ରାଜଧାନୀ କଳିଙ୍ଗ କଟକ (ନଗର)ରୁ ଅଭିନବ କଟକ (ଚୌଦ୍ୱାର) ଏବଂ ସେହି ବଂଶର ଉତ୍ତରାଧିକାରୀ ରାଜା ନରସିଂହଦେବଙ୍କ ରାଜଧାନୀ ରେମୁଣା କଟକ । ନରସିଂହଦେବ ପ୍ରଥମଙ୍କ ସମୟରେ ରେମୁଣା ଥିଲା ପାରମ୍ପରିକ ଆଧ୍ୟାତ୍ମିକ ପରିବେଶର ମୁଖଶାଳା, ଯେଉଁଠି ସମଗ୍ର ଓଡ଼ିଶା ମାଟିରେ ଗୋପୀନାଥ ଧର୍ମର ମୌସୁମୀ ପ୍ରବାହିତ ହେଉଥିବା ବେଳେ ଶ୍ରୀଗୋପୀନାଥରୁ କ୍ଷୀରଚୋର ଗୋପିନାଥଙ୍କ ରୂପ ରହସ୍ୟମୟ ହୋଇଉଠେ ସେହି ସ୍ଥାନ ରାଜାନରସିଂହଦେବ-୨ୟଙ୍କ ଶାସନ କାଳରେ ରେମୁଣା କଟକର ଭାବେ ପରିପ୍ରକାଶ ଘଟି ।

ନରସିଂହଦେବ-୨ୟଙ୍କ କେନ୍ଦୁପାଟଣା ତାମ୍ରଶାସନରେ ବର୍ଣ୍ଣିତ ହୋଇଛି । ଶୁକ୍ଳ ଷଷ୍ଠୀ ସୋମବାରେ ରେମୁଣା କଟକେ ନବରାଭ୍ୟନ୍ତର ବିଜୟ ସମୟେ. . . ଏହା ହିଁ ପ୍ରମାଣ କରେ ଯେ, ତାଙ୍କ ରାଜତ୍ୱ କାଳରେ ରେମୁଣା ଏକ ରାଜଧାନୀ ରୂପେ ପରିଗଣିତ ହେଉଥିଲା । ସେଠାରେ ରାଜା କେତେକ ବେଦବିଷ୍ଟ ବ୍ରାହ୍ମଣମାନଙ୍କୁ ରାଜ୍ୟର ମଙ୍ଗଳ ପାଇଁ କିଛି ଜମି ଦାନ କରି ପୁଣ୍ୟ ଅର୍ଜନ କରିଥିଲେ । ଏଣୁ ଏ ସମ୍ପର୍କରେ ଯଥା ସମ୍ଭବ ଆଲୋଚନା କରାଯିବା ଦରକାର ।

ଖ୍ରୀ ୧୧୯୦ ରୁ ଖ୍ରୀ ୧୧୯୮ ମସିହା ପର୍ଯ୍ୟନ୍ତ ଗଙ୍ଗରାଜା ଅନଙ୍ଗଭୀମଦେବ ତୃତୀୟ ଚୋଡ଼ଗଙ୍ଗ ଦେବଙ୍କ ଜୟ ପୁତ୍ର ରୂପେ ପରିଣତ ବୟସରେ ରାଜ୍ୟଭାର ଗ୍ରହଣ କରିଥିଲେ । ସେ ଯେପରି ଧର୍ମପ୍ରାଣ ତଥା ନୈଷ୍ଠିକ ବିଷ୍ଣୁଭକ୍ତ ଥିଲେ, ସେହିପରି ବୀର ତଥା ରଣକୌଶଳୀ ଥିବାର ଜଣାପଡ଼େ । ତାଙ୍କର ରାଜନୈତିକ ଦୂରଦୃଷ୍ଟି ଥିବା ହେତୁ ଉତ୍ତର ଭାରତରେ ରାଜନୈତିକ ବିଶୃଙ୍ଖଳା ଦେଖା ଦେବାର ସାଧାରଣ ପ୍ରଜାଙ୍କର ଧନଜୀବନ ବିପର୍ଯ୍ୟସ୍ତ ହେଉଥିବାର ଜାଣି ନିଜ ରାଜ୍ୟର ପ୍ରଜାଙ୍କ ମଙ୍ଗଳ ନିମନ୍ତେ ସୀମାନ୍ତ ଅଞ୍ଚଳମାନଙ୍କରେ ସୈନ୍ୟମାନଙ୍କୁ ରଖାଇ ସେଥିରୁ ଦୃଢ଼ତା ସମ୍ପାଦନ ଲାଗି ରାଜ୍ୟର ପୂର୍ବାଞ୍ଚଳରେ ୩୮ଟି ଗଡ଼ଜାତ ସୃଷ୍ଟି କରି ସେଠାରେ କେତେକ ରାଜାଙ୍କୁ ରଖାଇ ନିରାପତା ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ । ସେହି ଗଡ଼ଜାତମାନଙ୍କ ଭିତରୁ ରାଇବଣିଆ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସାମରିକ କ୍ଷେତ୍ର ଥିଲା । ତା’ର ସାମରିକ ବିଭାଗ ରେମୁଣା କଟକରୁ ପରିଚାଳିତ ହେଉଥିଲା ।

ତାଙ୍କ ପରେ ତାଙ୍କର ପୁତ୍ର ପ୍ରଥମ ନରସିଂହଦେବଙ୍କର ରାଜତ୍ୱକାଳରେ ତାଙ୍କର ରାଣୀ ସୀତାଦେବୀଙ୍କ ପ୍ରୟାସ ଫଳରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଲା । ତାଙ୍କ ଦ୍ୱାରା ରେମୁଣାରେ ଶ୍ରୀଗୋପୀନାଥ ମନ୍ଦିର ନିର୍ମିତ ହୋଇ ସେଥିରେ ମୂର୍ତ୍ତି ସ୍ଥାପନ ପୂର୍ବକ ଉତ୍ସବମାନ ପରିଚାଳିତ ହେଲା । ରାଜାଙ୍କ ସାମରିକ କାର୍ଯ୍ୟଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧଯାତ୍ରା ଥିଲା ଗୌଡ଼ ଅଭିଯାନ । ଏହି ବିଜୟର ସ୍ମାରକୀ ରୂପେ ରାଜା ନରସିଂହଦେବ କୋଣାର୍କଠାରେ ସୂର୍ଯ୍ୟମନ୍ଦିର ନିର୍ମାଣ କରି ତା’ ସହିତ ଜଣେ ଯୋଦ୍ଧା ପାଇକ ଅଶ୍ୱଟିକୁ ଧାରଣ କରି ସଦର୍ପରେ ଦଣ୍ଡାୟମାନ ହୋଇଥିବାର ମୂର୍ତ୍ତି ସଂଯୋଗ କରାଇଥିଲେ । ସେହି ଯୁଦ୍ଧାଶ୍ୱର ପାଦ ତଳେ ପରାଜିତ ଶତ୍ରୁ ନିଜକୁ ରକ୍ଷା କରିବା ପାଇଁ ଶେଷ ଉଦ୍ୟମ କରୁଥିବାର ମୂର୍ତ୍ତିଟିଏ ମଧ୍ୟ ତା’ ସହିତ ରହିଅଛି । ଆଲୋଚକମାନଙ୍କ ମତରେ ଅଶ୍ୱଧାରୀ ପାଇକ ରାଜା ନରସିଂହ ଦେବଙ୍କ ବ୍ୟତୀତ ଅନ୍ୟ କେହି ହୋଇ ନ ପାରନ୍ତି । ଆଉ ଏହି ଯୁଦ୍ଧ ସମୟରେ ରାଇବଣିଆ ଦୂତୀର ସାମରିକ କାର୍ଯ୍ୟକାଳ ଇତିହାସ ପୃଷ୍ଠାରେ ଅତିସୁନ୍ଦର ଭାବରେ ବର୍ଣ୍ଣିତ ହୋଇଥିବାର ଦେଖାଯାଏ ।

-ତା’ପରେ-

ଲୋକପ୍ରିୟ ଲେଖା

To Top