ଇତିହାସ

ସାଇମନ କମିଶନର ଭାରତଗ୍ରସ୍ତ ଓ ଉତ୍କଳ ସମ୍ମିଳନୀ

Balaram Mohanty'd Odisha History

୧୯୨୮ ଜୁନ୍ ୧୭ ତାରିଖରେ ଉତ୍କଳର କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଛାଡ଼ି ସ୍ୱର୍ଗାରୋହଣ କରିଥିଲେ ।

ସାଇମନ କମିଶନର ଭାରତଗ୍ରସ୍ତ ଓ ଉତ୍କଳ ସମ୍ମିଳନୀ

୧୯୨୮ ମସିହାରେ ସାଇମନ କମିଶନ ଭାରତ ଗ୍ରସ୍ତରେ ଆସିଲେ । ଭାରତରେ ଶାସନ କ୍ଷେତ୍ରେ ପରିବର୍ତ୍ତନ ନିମନ୍ତେ ସେମାନେ ସୁପାରିଶ କରିବେ ବୋଲି ତାଙ୍କୁ ବ୍ରିଟିଶ୍ ସରକାର ପଠାଇଥିଲେ । ସେମାନଙ୍କ ଭିତରେ କେହି ହେଲେ ଭାରତୀୟ ନଥିବାରୁ ଜାତୀୟ କଂଗ୍ରେସ ଏହି କମିଶନଙ୍କ ଭାରତଗସ୍ତ ବର୍ଜ୍ଜନ କରିଥିଲେ । ଭାରତର ଅନ୍ୟାନ୍ୟ ପ୍ରଦେଶ ପରି ଉତ୍କଳ ପ୍ରଦେଶ କଂଗ୍ରେସ ମଧ୍ୟ ତାଙ୍କୁ ବର୍ଜ୍ଜନ କରୁଥିଲେ । ଏହି କମିଶନ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସୁପାରିଶ କରିପାରିବେ ବୋଲି କ୍ଷମତା ଥିଲା । ତଥାପି କୌଣସି କଂଗ୍ରେସ ନେତା ଏହି କମିଶନଙ୍କୁ ସାକ୍ଷାତ କରି ନଥିଲେ, କଂଗ୍ରେସର ନିଷେଧାଜ୍ଞାକୁ ମାନି ଚଳିଥିଲେ । ମାତ୍ର ଉତ୍କଳ ସମ୍ମିଳନୀରେ ଲକ୍ଷ୍ମୀଧର ମହାନ୍ତି, କନିକା ରାଜା ଓ ବ୍ରଜସୁନ୍ଦର ଦାସ ପ୍ରମୁଖ ଏଗାର ଜଣ ସଭ୍ୟ ସାଇମନ କମିଶନଙ୍କୁ ପାଟନାଠାରେ ସାକ୍ଷାତ୍ କରି ସମସ୍ତ ବିଚ୍ଛାନ୍ନାଞ୍ଚଳ ମିଶ୍ରଣ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବୀ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ ଓ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ । କଂଗ୍ରେସ ପକ୍ଷରୁ ସେମାନଙ୍କୁ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା । ଏହି ସମୟରେ ୧୯୨୮ ଜୁନ୍ ୧୭ ତାରିଖରେ ଉତ୍କଳର କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଛାଡ଼ି ସ୍ୱର୍ଗାରୋହଣ କରିଥିଲେ ।

ଲୋକପ୍ରିୟ ଲେଖା

To Top