ଇତିହାସ

ଉତ୍କଳଗୌରବ ମଧୁସୂଦନଙ୍କ ନେତୃତ୍ୱ

Balaram Mohanty'd Odisha History

୧୯୦୩ ମସିହାରେ ରିଜଲେ ସର୍କୁଲାରରେ ଭାରତ ସରକାର ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକାଠି ମିଶାଇ ଦେବା ପାଇଁ ଚାହାଁନ୍ତି ବୋଲି ଜଣାଇ ଦେଇଥିଲେ ।

ଉତ୍କଳଗୌରବ ମଧୁସୂଦନଙ୍କ ନେତୃତ୍ୱ

ନଅଙ୍କ ଦୁର୍ଭିକ୍ଷ ୧୬ ବର୍ଷ ପରେ ଉତ୍କଳ ଗୌରବ ମଧୁସୂଦନ ଓ କର୍ମବୀର ଗୋରୀ ଶଙ୍କର ରାୟଙ୍କ ଉଦ୍ୟମ ଫଳରେ “ଉତ୍କଳସଭା” ନାମରେ ସେତେବେଳେ କଟକର ବୁଦ୍ଧିଜୀବୀଙ୍କୁ ନେଇ ଓଡ଼ିଆଭାଷୀଙ୍କର ଏକ ଅନୁଷ୍ଠାନ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଓ ଓଡ଼ିଆ ଭାଷା ରକ୍ଷା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୮୮୨ ମସିହାରେ ଉତ୍କଳ ସଭା ଗଠିତ ହୋଇଥିଲା ଓ ଏହାର ଚାରିବର୍ଷ ପରେ ଯାଇ ଜାତୀୟ କଂଗ୍ରେସ ଗଠିତ ହେଲା । ଉତ୍କଳ ସଭା ପକ୍ଷରୁ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନକୁ ପ୍ରତିନିଧିମାନେ ନିୟମିତ ଭାବରେ ଯାଉଥିଲେ । ଉତ୍କଳ ସଭା ପକ୍ଷରୁ ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ଗୋକୁଳାନନ୍ଦ ଚୌଧୁରୀ ଓ ଜାନକୀନାଥ ବୋଷ ପ୍ରମୁଖ ଯାଇ ଯୋଗ ଦେଉଥିଲେ ଓ ସେହି କଂଗ୍ରେସ ଅଧିବେଶନରେ ଗୃହୀତ ହେଉଥିବା ପ୍ରସ୍ତାବମାନ ଓଡ଼ିଶାରେ ସଭାକରି ବୁଝାଉଥିଲେ । ସେତେବେଳେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଓଡ଼ିଶାବାସୀଙ୍କର ଜୀବନ ମରଣ ସମସ୍ୟା ହୋଇଥିବାରୁ ଓଡ଼ିଶାର ବୁଦ୍ଧିଜୀବୀମାନେ ଏହି ଅନୁଷ୍ଠାନରେ ଯୋଗ ଦେଇଥଲେ ।

୧୯୦୩ ମସିହାରେ ରିଜଲେ ସର୍କୁଲାରରେ ଭାରତ ସରକାର ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକାଠି ମିଶାଇ ଦେବା ପାଇଁ ଚାହାଁନ୍ତି ବୋଲି ଜଣାଇ ଦେଇଥିଲେ । ସେହି ବର୍ଷ ମାନ୍ଦ୍ରାଜଠାରେ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେହି ଅଧିବେଶନରେ ରିଜଲେ ସର୍କୁଲାର ଅନୁଯାୟୀ ମାନ୍ଦ୍ରାଜର ଓଡ଼ିଆଭାଷୀ ଅଞ୍ଚଳ ଗଞ୍ଜାମ ଓ କୋରାପୁଟ ଜିଲ୍ଲା (ଭାଇଜାଗ ଏଜେନ୍ସି)କୁ ଓଡ଼ିଶା ସହିତ ମିଶ୍ରଣ ପାଇଁ ଓଡ଼ିଶାର ସଭ୍ୟମାନେ ଯେଉଁ ପ୍ରସ୍ତାବ ଆଣିଥିଲେ, ତେଲୁଗୁ କଂଗ୍ରେସ ପ୍ରତିନିଧିଙ୍କ ପ୍ରରୋଚନାରେ ମାନ୍ଦ୍ରାଜ ପ୍ରଦେଶର ପ୍ରତିନିଧିମାନେ ତା’ର ବିରୋଧ କରିବାରୁ ସେହି ପ୍ରସ୍ତାବ ଗୃହୀତ ହୋଇପାରି ନଥିଲା । ଅଥଚ ସେହି କାରଣ ଦର୍ଶାଇ ବ୍ରିଟିଶ୍ ସରକାର ବଙ୍ଗପ୍ରଦେଶକୁ ଭାଗ ଭାଗ କରିଦେବା ପାଇଁ ନିଷ୍ପତ୍ତି କରିଥିବାରୁ ସେହି କଂଗ୍ରେସ ଅଧିବେଶନରେ ତା’ର ବିରୋଧ କରାଯାଇଥିଲା । ମାନ୍ଦ୍ରାଜ କଂଗ୍ରେସ ଅଧିବେଶନରେ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ଏହିଭଳି ପ୍ରତିକୂଳ ମନୋଭାବ ଯୋଗୁଁ ଉତ୍କଳ ଗୌରବ ମଧୁସୂଦନ ଅନୁଭବ କରିଥିଲେ ଯେ ଜାତୀୟ କଂଗ୍ରେସ ଭଳି ସର୍ବଭାରତୀୟ ଅନୁଷ୍ଠାନ ଜରିଆରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ସମ୍ଭବ ହୋଇପାରିବ ନାହିଁ । ତା’ପରଠାରୁ ମଧୁସୂଦନ ଆଉ କଂଗ୍ରେସ ଅଧିବେଶନରେ ଯୋଗ ଦେଲେ ନାହିଁ ।

ଲୋକପ୍ରିୟ ଲେଖା

To Top