ଅଣୁଗଳ୍ପ

ଆଲାର୍ମ

Paramita Mishra's odia short story Aalaarm

ମୋର ଚାରୋଟି ଛୁଆ ହେଲେ ମୋ ସ୍ୱାମି କୋଳାହଳ ଜମା ସହିପାରନ୍ତିନି ତେଣୁ ସବୁ ଛୁଆ ମୋର ବୋର୍ଡିଙ୍ଗରେ ପାଠ ପଢିଲେ ଆଉ ବାପାଙ୍କ ଏତାଦୃଶ ପ୍ରକୃତି ଦେଖି ଆଉ ଘରକୁ ଆସିଲେନି ।

ଆଲାର୍ମ

ସବିତା ଦେବୀ ଭାରି ଗୁଣି ମଣିଷ ଟିଏ । ବୟସ ଏଇ ଷାଠିଏ କି ସତୁରି ହେବ । ଏଇ ଦୁଇ ବାଇ ଚାରି ଘର ଟିରେ ଏକା ରୁହନ୍ତି । ଉପର ଘରଟିକୁ ଆମ ଭଳି ପାଠ ପଢୁଆ ଝିଅ କେତେ ଜଣଙ୍କୁ ଭଡାରେ ଦେଇଛନ୍ତି । ପ୍ରାୟ ଦଶ ବର୍ଷ ହେବ ଏମିତି ଏକା ରହି ଆସୁଛନ୍ତି ସେ । ସ୍ୱାମି ଆଉ ନାହନ୍ତି, ପିଲାମାନେ ବାହରେ ରୁହନ୍ତି । ଭାରି ସମୟାନୁବର୍ତିତା ସେ, ଘର ସାରା ଆଲାର୍ମ ଘଣ୍ଟା ଲାଗିଛି । କିନ୍ତୁ କେବେ ବାଜିବା ଆମେ ଶୁଣିନୁ । ସବିତା ଦେବି ତ ଘରର କଲିଙ୍ଗ ବେଲ୍‍ରେ ବି ଟେପ ଲଗେଇ ରଖିଛନ୍ତି । କିଏ କଲିଙ୍ଗ ବେଲ ମାରିବା ଜାକେ ଜାଏନି କେହିଦୁଆର ମୂହଁ କୁ ଆସିବା ଆଗରୁ ହିଁ ଦୁଆର ଖୋଲି ଦିଅନ୍ତି ସେ, କେଜାଣି କେମିତି ଜାଣନ୍ତି ।

ସକାଳ ଠିକ୍‍ ପାଞ୍ଚଟାରେ ଉଠନ୍ତି ନା ଗୋଟେ କଣ୍ଟା ଏପଟ ନା ସେପଟ ଆଲାର୍ମ ବାଜିବା ପୁର୍ବରୁ ହିଁ ତାକୁ ବନ୍ଦ କରିଦିଅନ୍ତି । ସିଧା ଜାଇ ରୋଷେଇରେ ଧିମା ଆଞ୍ଚରେ ଚାହା ଚଢାନ୍ତି ଆଉ ସିଧା ଗାଧୁଆ ଘରେ ପସନ୍ତି ଠିକ ଦଶ ମିନଟରେ ବାହରି ଆସନ୍ତି । ରନ୍ଧାଘରର ଆଲାର୍ମ ବନ୍ଦ କରି ସେଠୁ ଚା କୁ କପ୍‍ ରେ ଧରି ବାରଣ୍ଡାରେ ଦୁର ଦିବାକର କୁ ଚାହିଁ ବସନ୍ତି କିଛି ସମୟ । କ୍ଷୀର ବାଲା ବେଲ ମାରିବ ପୁର୍ବରୁ ସେଠି ବାସନ ଧରି ଠିଆ ହୋଇଜାଆନ୍ତି ସେ । କବାଟ କଣରୁ ଖବର କାଗଜଟି ବାହାର କରି ଠିକ ଟେବୁଲର ମଝିରେ ରଖନ୍ତି । ଘଡି କଣ୍ଟାରେ ଦଶ ବାଜିବା ଆଗରୁ ଡ଼ାଇନିଙ୍ଗର ଆଲାର୍ମକୁ ବନ୍ଦ କରି ଜଳଖିଆ ଧରି ବସି ଜାଆନ୍ତି । ଏଇମିତି ସବୁ ଜାଗାରେ ଗୋଟିଏ ଗୋଟିଏ ଆଲାର୍ମ ଘଡି ସବୁ କାମ ପାଇଁ । ପ୍ରତିଦିନ ଏଇ କାର୍ଯ୍ୟକ୍ରମ ତାଙ୍କର ସ୍ଥିର ଥାଏ । ଦିନର ସମସ୍ତ କାମ ସରିଲା ପରେ ସୋଇବା ପୁର୍ବରୁ ପୁଣି ଦ୍ୱିତୀୟ ଦିନ ସମାନ ଆଲାର୍ମ ଲଗେଇ ଦେଇ ସୁଅନ୍ତି ସେ ।

ମୁଁ ଏଠିକି ଆସିବା ବାସ କିଛି ଦିନ ହିଁ ହୋଇଥିଲା ମୋ ସହପାଠି ମାନଙ୍କଠୁ ବାସ‍ ଏସବୁ କଥା ସୁଣିଥିଲି ମତେ ବହୁତ କୌତୁହଳ ଲାଗୁଥିଲା ଜାଣିବା ପାଇଁ, କାହିକି ଜଣେ ମଣିଷ ଏମିତି ବାନ୍ଧି ରଖିଛି ନିଜକୁ ଘଡି ଭିତରେ । ଅନୁଶାସନ ମନୁଷ୍ୟ ପାଇଁ ଆବଶ୍ୟକ କିନ୍ତୁ ଏମିତି ଲାଗୁଥିଲା ଯେମିତି ସେ ଘର ଭିତରେ କେହି ଜଣେ ସବିତା ଦେବିଙ୍କୁ ବନ୍ଦି କରି ରଖିଛି ଆଉ ଏଇ ଘଡି ମାନେ ତାକୁ ଅନବରତ ଚାହିଁ ରହିଛନ୍ତି କିନ୍ତୁ କିଏ ? ବହୁତଥର ଚେଷ୍ଟା କରିଛି ପଚରିବା ପାଇଁ କିନ୍ତୁ ସାହାସ ହୋଇନି । ଦିନେ ସଞ ବେଳେ ସବିତାଦେବି ଛାତକୁ ଜାଉଥିଲେ ଗଛରେ ପାଣି ଦେବା ପାଇଁ, ମୁ ବି ତାଙ୍କ ପଛରେ ସେଠିକି ଆସିଲି ଏଇମିତି ଧିରେ ଧିରେ ଆମ ଦୁହିଁଙ୍କର ବନ୍ଧୁତା ହୋଇଗଲା । ସବିତା ଦେବୀ ନିଜେ କୁହନ୍ତି ମୁ ତାଙ୍କର ପ୍ରଥମ ଆଉ ବୋଧ ହୁଏ ଶେଷ ବନ୍ଧୁ । ଏଇମିତି କିଛିଦିନ ବିତିଗଲା ପରେ ଦିନେ ମୁଁ ସାହସ କରି ପଚାରିଲି ଭାବିଥିଲି କାଳେ ବିରକ୍ତ ହେବେ କିନ୍ତୁ ସେମିତି କିଛି ହେଲାନି, ପ୍ରଥମ ଥର ତାଙ୍କ ଆଖିରେ ଭୟ ଦେଖିଲି, କିଛି କହିବା ପୁର୍ବରୁ ପାଖରେ ଥିବା ପାଣୀ ଗିଲାସଟିକୁ ପିଇଗଲେ ଆଉ କିଛି ସମୟ ପରେ କହିଲେ କିଛି ନାହିଁ ବାସ ଅଭ୍ୟାସ ରେ ପଡିଗଲାଣି ଯେ ଆଉ ଜାଉନି । ମୁ ଉଣେଇଶ ବର୍ଷର ଥିଲି ବାହା ହୋଇ ଆସିଥିଲି, ମାଁ କାନେକାନେ କହିଥିଲା ସ୍ୱାମି ହେଲେ ତୋର ଦେବତା ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳିବୁ । ଅବାଧ୍ୟ ହେଲେ ବାପା ମାଁ ର ନାଁ ପଡିଯିବ । ବଧୁ ବେଶରେ ଆସିଛୁ ପୁଣି ଅସ୍ଥି ରେ ବାହରିବୁ । ମୁ ଠିକ ସେୟା ହି କରି ଚାଲିଲି । ସ୍ୱାମିଙ୍କୁ ସବୁ କାମ ଏକଦମ ସମୟରେ ଦରକାର୍, ନା ଟିକେ ଏପଟ ନା ସେପଟ, ଶବ୍ଦ୍ ବିଲ‍କୁଲ ପସନ୍ଦନଥିଲା ଆଲାର୍ମ ଘଡି ଗୁଡିକ ଲାଗିଛି ତ କିନ୍ତୁ ଆବାଜ କଲା ମାତ୍ରେ ଜୋର ଜୋର କାନ୍ଥରେ ପିଟନ୍ତି,

ମୁ ପଚାରିଲି କଣ ଘଡି ଗୁଡିକୁ?

ମୋ ଆଡେ ଚାହିଁ ସବିତା ଦେବି କହିଲେ” ନା ମତେ”

ମୁ ଅବାକ ହୋଇ ଚାହିଁ ରହିଲି କେବଳ।

ଘଡିର କଣ୍ଟା ସହ ମତେ ବୁଲେଇବା ସେ ସିଖେଇଦେଇ ଜାଇଛନ୍ତି । ମୋର ଚାରୋଟି ଛୁଆ ହେଲେ ମୋ ସ୍ୱାମି କୋଳାହଳ ଜମା ସହିପାରନ୍ତିନି ତେଣୁ ସବୁ ଛୁଆ ମୋର ବୋର୍ଡିଙ୍ଗରେ ପାଠ ପଢିଲେ ଆଉ ବାପାଙ୍କ ଏତାଦୃଶ ପ୍ରକୃତି ଦେଖି ଆଉ ଘରକୁ ଆସିଲେନି ।

ମୁ କିଛି ପଚାରିବା ପୁର୍ବରୁ ହିଁ ସେ କହିଲେ ହଁ ମୁ ଜାଣିଛି କଣ ପଚାରିବ ମୁ କାହିକି ଏଇଠି ରହୁଛି ଏୟା ତ !

ମୁ ତାଙ୍କୁ ବହୁତ ଭଲପାଏ, ମତେ ଲାଗେ ସେ ବି ମତେ ଭଲ ପାଉଥିଲେ କାରଣ ଦିନ ସାରା କୌଣସି ନା କୌଣସି କାରଣରୁ ସେ ମତେ ମାରିଥାନ୍ତି କିନ୍ତୁ ସେ ହିଁ ସେ ଜଖମରେ ମଲମ ବି ଲଗାନ୍ତି ସେ ମାନୁଥିଲେ ଜେ କାଳେ ସ୍ତ୍ରୀ ସ୍ୱାମିଠୁ ଆଗୁଆ ମରିବା କଥା ତାହା ହେଲେ ଜାଇଁ ତାଙ୍କୁ ସ୍ୱର୍ଗ ସୁଖ ମିଳିବ । ସେଷ ଶଯ୍ୟାରେ ପଡିଥିବା ସମୟରେ ସେ ମତେ କାନେ କାନେ କହିଥିଲେ ସାବି ତୁ ଭାବୁଚୁ ମୋ ପରେ ତୁ ଆଜାଦ ହୋଇଜିବୁ ଏ ଘର ଛାଡି କୁଆଡେ ବି ଜିବୁନି ସାବି, ମୁ ଏଇ ଆଲାର୍ମ ଘଡି ଭିତରେ ରହି ତତେ ଚାହିଁ ରହିଚି ଆଉ ଏପାରିରେ ତତେ ଅପେକ୍ଷା କରିଚି । ମୁ ସିନା ସେଠିକୁ ଆସିପାରିବିନି କିନ୍ତୁ ଦିନେ ନା ଦିନେ ତୁ ତ ଏଠିକି ଆସିବୁ ଆଉ ସେତେବେଳେ ……..। ତମେ କଣ ଭାବୁଚ ମୁ ନିଜେ ଉଠୁଚି ଘଡି ବନ୍ଦ କରିବା ପାଇ ସେ ମତେ ଉଠେଇ ଦିଅନ୍ତି, ଜୋରକରି ।

ଏମିତି ଏକ ତର୍କର ମୁ କଣ ବା ଜବାବ ଦେବି ଆଉ କଣ କହି ତାଙ୍କୁ ସେ ଭ୍ରମର ଦୁନିଆରୁ ବାହାରକୁ ଆଣିବି ମୁ ବୁଝିପାରୁନଥିଲି । କିଛି ପଚାରିବାକୁ ଉଦିଷ୍ଟହେଲା ବେଳେ ହି ସେ କହିଲେ, ମୁ ଜାଣିଚି ଏସବୁ ଗୋଟେ ଭ୍ରମ, ମୋ ପିଲା ମାନେ ଏ ଘରକୁ ଆସିବାକୁ ଜମା ଚାହୁଁ ନାହାନ୍ତି, ମତେ ବହୁତ ଥର ଡାକୁଛନ୍ତି ଏଠୁ ଚାଲିଯିବାକୁ କିନ୍ତୁ ମୁଁ ବି ସ୍ଥିର କରିସାରିଛି ବାହା ହୋଇ ସ୍ୱାମି ହାତ ଧରି ଏଇ ଘରକୁ ଆସିଥିଲି, ଆଉ ଏଇଠୁ କେବଳ ମୋ ଅସ୍ଥି ହିଁ ବାହାରକୁ ଜିବ।

ହସି କି କହିଲେ ମୋର ଅଭ୍ୟାଶ ହୋଇଗଲାଣି ଏବେ, ବର୍ତ୍ତମାନ ପୁଜା ସମୟ ହୋଇଗଲାଣି ଘଡି ବନ୍ଦ କରିବାର ଅଛି ଜାଉଛି, କାଲି ଆସିବୁ ଘରକୁ ,ନାତିର ଜନ୍ମଦିନ ତ ପିଠା କରିବି।

ମୁଁ ଆଉ କିଛି କହିଲିନି, ହସି କି ହଁ ଭରିଲି ।

ଏଇଥିରେ ତାଙ୍କର ଖୁସି ଜଦି ସେଥିରେ ବାଧା ଦେବା ଠିକ ହେବନି।

ଏମିତି ବହୁତ ଦିନ ଚାଲିଗଲା ମୋର ପରିକ୍ଷା ଆଗକୁ ଥିଲା । ମୁ ପଢାପଢିରେ ଟିକେ ବ୍ୟସ୍ତ ଥିଲି ତେଣୁ ସବିତା ମାଉସି ଘର ଆଡେ ଆଉ ଧ୍ୟାନ ଦେଇନଥିଲି, ସେଦିନ ଡେରି ଯାଏଁ ପଢି ପାହନ୍ତରୁ ଟିକେ ଆଖି ଲାଗିଥିଲା ହଠାତ ତଳ ଘରୁ ଆଲାର୍ମ ଘଡିଟି ଜୋରରେ ବାଜି ଉଠିଲା । ମୋର ନିଦ ଭାଙ୍ଗିଗଲା ସହପାଠି ମାନେ ତଳକୁ ଧାଇଁଗଲେ

ଆଉ ମୁଁ ?

ମୁଁ ଘଟଣାଟିର ମର୍ମ ଅନୁମାନ କରି ସାରିଥିଲି……………………….

ଲୋକପ୍ରିୟ ଲେଖା

To Top