ଅଣୁଗଳ୍ପ

ଅନ୍ଧ ଭିକାରୀ

Akshaya Sahoo

ଧେତ୍, କେଉଁଠି ଥିଲା କେଜାଣି, ମୋରି ପାଖରେ ଝୁଣ୍ଟିଲା ତ ଝୁଣ୍ଟିଲା ପୁଣି ମୋତେ ଧରିପକାଇଲା । ଏକ ଶୁଭ କାମରେ ବାହାରିଥିଲି ଅଥଚ ଆଇରନ୍ ଦିଆା ସାର୍ଟ୍, ପ୍ୟାଣ୍ଟ୍‌ରେ ମଇଳା ଲଗେଇ ଦେଲା ।

ଅନ୍ଧ ଭିକାରୀ

ସକାଳ ହେଲେ ସମସ୍ତେ ବୁଡ଼ିଯାଆନ୍ତି ନିଜ ନିଜର କାମରେ ଆପଣା ଭିତରେ ଭଲମନ୍ଦ ହସ କାନ୍ଦର ସମୟକୁ ଧରି ଚୂପ୍‌ଚାପ୍ ଯେମିତି ଠିକ୍ ସେମିତି ସେହି ଅନ୍ଧ ଭିକାରୀଟି ବାହାରି ପଡ଼ିଥିଲା ଡାହାଣ ହାତରେ ଏକ ରସର ଭଙ୍ଗାଥାଳି ଓ ବାମହାତରେ ବାଡ଼ିଟିଏ ଧରି ପାଟିରୁ ଅସ୍ପଷ୍ଟ ସ୍ୱରରେ ଗୀତର ଲହଡ଼ି ଭାଙ୍ଗୁଥିଲା । ସେ ଚାହୁଁଥିଲା ପ୍ରଥମତଃ ଯାଇ ଗାଁ ରେ ପହଞ୍ଚି ଯାଇଥିବ ଅନ୍ୟ କୌଣସି ଭିକାରୀ ବା ଭିକାରୁଣୀ ପହଞ୍ଚିବାର ପୂର୍ବରୁ ସେଇଥିପାଇଁ ଗୋଟିଏ ହସର ମହକରେ ଦୁଃଖର ଜୀବନକୁ ଧରି ବାଡ଼ିର ଠକ୍ ଠକ୍ ଶବ୍ଦରେ ସେ ଆଗକୁ ଆଗକୁ ମାଡ଼ି ଚାଲୁଥିଲା ଅଜଗର ପରି ରାସ୍ତାରେ । କାଁ ଭାଁ ସାଇକେଲ ସ୍କୁଟର ତାକୁ ଅତିକ୍ରମ କରି ଚାଲି ଯାଉଥିଲେ । କେତେବେଳେ କେମିତି କହିବାକୁ ଗଲେ ରାସ୍ତାଟି ସମ୍ପୂର୍ଣ୍ଣ ନିଃସଙ୍ଗତା ଭୋଗୁଥିଲା ।

ହଠାତ ଝୁଣ୍ଟି ପଡ଼ିଲା, ପଡ଼ି ଯାଉ ଯାଉ କେଉଁ ଏକ ଅଜଣା ବାବୁଙ୍କୁ କୁଣ୍ଢାଇ ପକାଇ ଥିଲା । ସେ ବାବୁ ନ ଥିଲେ କ’ଣ ଯେ ହୋଇଥାନ୍ତା….. ଛାଡ଼ ସେ କଥା । ଅଜଣା ବାବୁଜଣଙ୍କ ଖୁସିହୋଇ ଆଶ୍ୱାସନା ଦେବା ପରିବର୍ତ୍ତେ, ଲାଲ୍ ଲାଲ୍ ଆଖି କରି ଅଚାନକ ଗର୍ଜି ଉଠିଲେ ଭୋକିଲା ବାଘପରି । ଧେତ୍, କେଉଁଠି ଥିଲା କେଜାଣି, ମୋରି ପାଖରେ ଝୁଣ୍ଟିଲା ତ ଝୁଣ୍ଟିଲା ପୁଣି ମୋତେ ଧରିପକାଇଲା । ଏକ ଶୁଭ କାମରେ ବାହାରିଥିଲି ଅଥଚ ଆଇରନ୍ ଦିଆା ସାର୍ଟ୍, ପ୍ୟାଣ୍ଟ୍‌ରେ ମଇଳା ଲଗେଇ ଦେଲା । ସକାଳଟାରୁ କାହା ମୁହଁ ଚାହିଁଥିଲି କେଜାଣି । ଏତେବାଟ ଆସିବାପରେ ପୁଣିଥରେ ଫେରିଯାଇ ଡ୍ରେସ୍ ବଦଳି କରି ଆସିବାକୁ ପଡ଼ିବ । କଥାବାର୍ତ୍ତା କରୁଥିବା ବାବୁଙ୍କର ସାଙ୍ଗ ଠିଆ ହୋଇ ରହିଥିଲେ ଅଦ୍ଭୁତ ଚାହାଣିରେ । ହେଲେ ସେହି ବୁଢା ଭିକାରୀଟିର ଗୋଡ ଆଙ୍ଗୁଠିରୁ ଝର ଝର ହୋଇ ରକ୍ତ ବାହାରି ଯାଉଥିଲା, ସେଥିପ୍ରତି ଭୂକ୍ଷେପ ନ କରି ସେ ବସିପଡ଼ି ଉଣ୍ଡାଳୁଥିଲା ତା’ର ଭଙ୍ଗାଥାଳିି ଓ ବାଡ଼ିକୁ । ସ୍ୱପ୍ନ ସବୁ ଦୀର୍ଘ ଶ୍ୱାସରେ ପରିଣତ କରି ଦୀର୍ଘତମ ଯନ୍ତ୍ରଣାକୁ ସର୍ବାଙ୍ଗରେ ମଣ୍ଡିଦେଇ ଆଖିରୁ ତତଲା ଲୁହ ଗଡ଼ାଇ ଭାବୁଥିଲା ସତରେ ମଣିଷମାନେ ଏତେ ତଳକୁ ଖସି ଗଲେଣି ।

ଲୋକପ୍ରିୟ ଲେଖା

To Top