ଅଣୁଗଳ୍ପ

ଅର୍ଦ୍ଧାଙ୍ଗିନୀ

Seema Rekha's odia short story Arddhaanggini

ଯେତେବେଳେ ଝିଅ ଶାଶୁଘର ଚାଲିଯାଏ ଆଉ ପୁଅ ବୋହୂ ବୁଦ୍ଧିରେ ପରିଚାଳିତ ହୁଏ ।

ବାପା ମା ଜୀବନରେ ଦୁଇଥର କାନ୍ଦନ୍ତି । ଯେତେବେଳେ ଝିଅ ଶାଶୁଘର ଚାଲିଯାଏ ଆଉ ପୁଅ ବୋହୂ ବୁଦ୍ଧିରେ ପରିଚାଳିତ ହୁଏ । ଏ କଥାକୁ ବେଶ୍ ଭଲଭାବେ ହୃଦୟଙ୍ଗମ କରୁଥିଲେ ଆଶୁତୋଷବାବୁ । ତାଙ୍କର ଏ ପରିଣତ ବୟସରେ ଆହା ପଦେ କହିବାକୁ କେହିବି ପାଖରେ ନାହାନ୍ତି । ଏମିତିକି ତାଙ୍କ ଅର୍ଦ୍ଧାଙ୍ଗିନୀ ଆଭା ଦେବୀ ମଧ୍ୟ… । ସେ ବି କାଳର କରାଳ ସ୍ରୋତରେ ଭାସି ଭାସି କେବେଠାରୁ ଆର ଦୁନିଆକୁ ଚାଲିଗଲେଣି । ଏବେ ଆଶୁତୋଷବାବୁ ସମ୍ପୂର୍ଣ୍ଣ ଏକା । ଏଇ ଏକାକିତ୍ୱ ଜୀବନକୁ ନେଇ ସେ ବିଗତଦିନର ସ୍ମୃତିଚାରଣ କରିଚାଲିଛନ୍ତି । ସତରେ କେତେ ସୁନ୍ଦର ମଧୁର ଥିଲା ସେଇ ମୁହୂର୍ତ୍ତଗୁଡିକ । ଆଭା ଦେବୀ ଯେବେ ପାଖରେ ଥିଲେ ମାଗିବା ଆଗରୁ ଠିକ୍ ସମୟରେ ଭୋଜନ ଓ ଔଷଧ ମିଳି ଯାଉଥିଲା । କିନ୍ତୁ ଏବେ ତାଙ୍କ ବିନା ଆଶୁତୋଷବାବୁଙ୍କ ଜୀବନବୋଝ ଆଉ ଅଭିଶପ୍ତ ମନେହେଉଛି l ଅର୍ଦ୍ଧାଙ୍ଗିନୀର ଅସ୍ତିତ୍ୱ କେବଳ ଯୌବନରେ ନୁହଁ, ବାର୍ଦ୍ଧକ୍ୟର ରୋଗଶଯ୍ୟାରେ ବି ଆବଶ୍ୟକ ହୋଇଥାଏ । ପୁଅଝିଅ ଯେତେବେଳେ ନିଜନିଜ ସଂସାରକୁ ନେଇ ବ୍ୟସ୍ତ ରୁହନ୍ତି ସେତେବେଳେ ଅର୍ଦ୍ଧାଙ୍ଗିନୀ ରୂପଜୀବିଭଳି ରୂପର ଆକର୍ଷଣ କରୁ କି ନକରୁ ମନ୍ତ୍ରୀଭଳି ପ୍ରେରଣା ଦେଉ କି ନ ଦେଉ, ରୁଚି ଅନୁସାରେ ମାଆଭଳି ଭୋଜନ ପରଷିଥାଏ । ସେବିକାଠୁ ବଳି ସେବା କରିଥାଏ ।

ଲୋକପ୍ରିୟ ଲେଖା

To Top