ଅଣୁଗଳ୍ପ

ବାବା ଓ ମହୁରାଳି ମାଛ

Hemanta Kumar Rout's odia short story Baabaa O Mahuraali Maacha

ହେ ପରମାତ୍ମନ ! ଆପଣ ଆମର ମୁକ୍ତିଦାତା । ଆମର ବଞ୍ଚିବାର ଆବଶ୍ୟକତା ନାହିଁ । ଯେଉଁଠି ରହିଲେ ବି ଆମେ ଚିଲ, ବଗ, ମଣିଷର ଆହାର ହେବୁ ।

ବାବା ଓ ମହୁରାଳି ମାଛ

ରକ୍ତ ବର୍ଣ୍ଣର ବସ୍ତ୍ର ପିନ୍ଧି କାନ୍ଧରେ ଝୁଲା ପକେଇ ହାତରେ ଚିମୁଟା ଧରି ବାବା ସେଦିନ ଚାଲିଥିଲେ ନିର୍ବିଘ୍ନରେ । ବାଟରେ ଭେଟିଲେ ଗୋଟେ ପଙ୍କପୂର୍ଣ୍ଣ ସରୋବର । ଯେଉଁଠି କିଛି ମହୁରାଳି ମାଛ ପଙ୍କରେ ଛଟପଟ ହେଉଥିଲେ ।

ବାବା ସଂଯମୀ ସିନା, ହେଲେ ପ୍ରାଣୀମାନଙ୍କର ଦୁଃଖ କେମିତି ସହନ୍ତେ । ତେଣୁ ସେଗୁଡ଼ିକୁ ଉଦ୍ଧାର କରିବା ସଯତ୍ନେ ଝୁଲାମଣିରେ ସାଇତିଲେ । ଯଦିଓ ସେ ଜାଣିଥିଲେ ମହୁରାଳିମାନେ ଭାରି ସ୍ୱାଦିଷ୍ଟ ଓ ବ୍ୟାଧି ନିବାରକ ।

ବାବା ସେଗୁଡ଼ିକର ସ୍ୱାଦ ଆସ୍ୱାଦନର ସୁଯୋଗ ପାଇଲେନି । ଇନ୍ଦ୍ରିୟ ଲାଳସାକୁ ଚାପି ରଖିବାର. . . । କିଛିଦିନ ପରେ ମାଛ ଶୁଖୁଆରେ ରୂପାନ୍ତର ହେଲା । ତାହା ବି ଆହୁରି ସ୍ୱାଦିଷ୍ଟ । ହଠାତ୍ କେମିତି ଜଣେ ଭକ୍ତଙ୍କର ଦୃଷ୍ଟି ଆକର୍ଷଣ କଲା ।

ବାବା କହିଲେ, “କେବଳ ମଣିଷ ନୁହନ୍ତି, ସେ କୀଟ ପଶୁ ପକ୍ଷୀ ସବୁରି ଉଦ୍ଧାରକର୍ତ୍ତା । ସେଦିନ ସେମାନଙ୍କର ବିକଳ ପ୍ରାର୍ଥନା ଥିଲା ଶୁଷ୍କ ଜଳାଶୟରୁ ଅନ୍ୟ ଏକ ଜଳାଶୟକୁ ସ୍ଥାନାନ୍ତର । ଅବଶ୍ୟ ଅଳ୍ପାୟୁଷ ମୃତ ମାଛମାନଙ୍କୁ ସେ ଜୀବନ୍ୟାସ ଦେବେ ଓ ଅନ୍ୟ ଏକ ପୁଷ୍କରିଣୀରେ ଛାଡ଼ି ଦେବେ ।”

ହଠାତ୍ ରାତିର ନିରବ ପ୍ରହରରେ ସେମାନଙ୍କୁ ଜୀବନ୍ୟାସ ଦେଇ ଅନ୍ୟ ଏକ ପୁଷ୍କରିଣୀରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି । ସେଦିନ ଜୀବନ୍ତ ମାଛମାନେ ମୋତେ ଅନୁନୟ କଲେ, “ହେ ପରମାତ୍ମନ ! ଆପଣ ଆମର ମୁକ୍ତିଦାତା । ଆମର ବଞ୍ଚିବାର ଆବଶ୍ୟକତା ନାହିଁ । ଯେଉଁଠି ରହିଲେ ବି ଆମେ ଚିଲ, ବଗ, ମଣିଷର ଆହାର ହେବୁ । ଆପଣ ଆମ୍ଭମାନଙ୍କୁ ଭକ୍ଷଣ କରନ୍ତୁ । ଆମେ ସ୍ୱଦେହରେ ଆପଣଙ୍କ ଦେହରେ ଲୀନ ହେବୁ, ସାଯୁଜ୍ୟ ମୁକ୍ତି ପାଇବୁ ।” ମୁଁ ସେଇଥିପାଇଁ ନିରାମିଷାଶୀ ହେଲେ ମଧ୍ୟ ଆମିଷ ଭକ୍ଷଣ କରୁଛି ।

ଏକଥା ଶୁଣି ଭକ୍ତମାନେ ଆନନ୍ଦରେ ବାବାଙ୍କ ପାଦକୁ ଜାବୁଡ଼ି ଧରି ଭକ୍ତି ଗଦ୍‌ଗଦ୍ ଚିତ୍ତରେ ବାରମ୍ୱାର ଲୋଟୁଥିଲେ ।

ଲୋକପ୍ରିୟ ଲେଖା

To Top