ଅଣୁଗଳ୍ପ

ବଡ଼ ହେଲେ କ’ଣ ହେବ ? ଆଣ୍ଡ୍ରଏଡ୍ ମୋବାଇଲ୍ ହେବି !

Gupteshwar Nanda's odia short story Bada Hele Kana Heba ? Android Mobile Hebi !

ପିଲାମାନେ ଉତ୍ତର ଦେଲେ । ଡାକ୍ତର, ଇଂଜିନିୟର୍, କଲେକ୍ଟର । ଏମିତି କେତେ କ’ଣ !

ବଡ଼ ହେଲେ କ'ଣ ହେବ ? ଆଣ୍ଡ୍ରଏଡ୍ ମୋବାଇଲ୍ ହେବି !

ଶର୍ମିଷ୍ଠା ଦିଦି ଇଂରାଜୀ ସ୍କୁଲରେ ପାଠ ପଢ଼ାନ୍ତି । ଦିନେ ପାଠ ପଢ଼ାଉଥାନ୍ତି । ଦ୍ୱିତୀୟ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କୁ ପଚାରିଲେ । ବଡ଼ ହେଲେ କିଏ କ’ଣ ହେବ କୁହ ? ପିଲାମାନେ ଉତ୍ତର ଦେଲେ । ଡାକ୍ତର, ଇଂଜିନିୟର୍, କଲେକ୍ଟର । ଏମିତି କେତେ କ’ଣ !

ସନ୍ଦେଶର ପାଳି ଆସିଲା । ସେ କହିଲା ଦିଦି ମୁଁ ବଡ଼ ହେଲେ ଆଣ୍ଡ୍ରଏଡ୍ ମୋବାଇଲ୍‌ଟିଏ ହେବି । ସନ୍ଦେଶର ଉତ୍ତରଟି ଦିଦିଙ୍କ ମନରେ କୌତୁହଳ ସୃଷ୍ଟି କଲା । ତେଣୁ ଦିଦି ପୁଣି ପ୍ରଶ୍ନ କଲେ, କାହିଁକି ? ଏଥର ବିସ୍ତାର ଭାବରେ କହିଲା ସନ୍ଦେଶ । ଦିଦି ମୋ ବାପା ମାଆ ତାଙ୍କ ମୋବାଇଲ୍‌କୁ ବହୁତ ଭଲ ପାଆନ୍ତି । ମୋ ଠାରୁ ମଧ୍ୟ ଅଧିକ । ବାପା ଅଫିସ୍‌ରୁ କ୍ଳାନ୍ତ ହୋଇ ଘରକୁ ପ୍ରତ୍ୟେକ ଦିନ ଫେରନ୍ତି । ମୋ ସହ ଖେଳନ୍ତିନି କି କଥା ବି ହୁଅନ୍ତିନି । କିନ୍ତୁ ମୋବାଇଲ୍ ଖେଳିବାକୁ ସମୟ ପାଆନ୍ତି । ମୋ ପାଇଁ ଟିକେ ବି ସମୟ ପାଆନ୍ତିନି । ମୁଁ ଯେତେ ଡାକିଲେ ବି ଶୁଣନ୍ତିନି । କାନ୍ଦିଲେ ବି ଫରକ୍ ପଡ଼େ ନାହିଁ ତାଙ୍କୁ । ମୋ ମାଆ ମଧ୍ୟ ବାପାଙ୍କ ଭଳି । ସେ ଦୁହେଁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କଲାବେଳେ ଯଦି ଫୋନ୍ ବାଜେ । ସଙ୍ଗେ ସଙ୍ଗେ ଯାଇ ଫୋନ୍‌ରେ କଥା ହୁଅନ୍ତି । କିନ୍ତୁ ସେହି ସମୟରେ ମୁଁ ଡାକିଲେ । ସେମାନେ କୁହନ୍ତି ତୋତେ ଦିଶୁନି କି କାମ କରୁଛି ପରା ।

ଦିଦି, ସେଥିପାଇଁ ମୁଁ ଆଣ୍ଡ୍ରଏଡ୍ ମୋବାଇଲ୍‌ଟିଏ ହେବି । ଆଉ ମୋ ବାପା ମାଆଙ୍କର ବହୁତ ସ୍ନେହ ପାଇବି । ବହୁତ ଗେହ୍ଲା ହୋଇ ରହିବି ।

ଲୋକପ୍ରିୟ ଲେଖା

To Top