ଅଣୁଗଳ୍ପ

ବଳି ଓ ନିର୍ବାଚନ

Subal Mohapatra's odia short story Bali O Nirbaachana

ମା କେବେ ବି ତା ସନ୍ତାନର ରକ୍ତ ଚାହେଁ ନାହିଁ । ବଳି ଜାଗାରେ ଆମେ ଭଲରେ ପୂଜା କରି ପାରିବା । ସେଇ ପଇସାରେ ଆମେ ଫଳ ମୂଳରେ ପୂଜା କଲେ, ମା ଖୁସି ହବ ।

ବଳି ଓ ନିର୍ବାଚନ

ଗାଁ । ଗାଁ ମୁଣ୍ଡରେ ସଭା । ସଭାରେ ଲୋକ ଭର୍ତ୍ତି । ପାଞ୍ଚ ଜଣ ବକ୍ତା ଆସିଥାନ୍ତି । ସରପଞ୍ଚ (ଜିଗୁ ଭାଇ) ବି ଥାନ୍ତି । ବଳି ପ୍ରଥା ବିରୁଦ୍ଧରେ ଚାଲିଥିଲା ପ୍ରତିବାଦ ସଭା । କିଏ କେତେ ସାର ଗର୍ଭକ ଭାଷଣ ଦେଲେ । “ଆମେ ମଣିଷ । ଆମର ବିବେକ ଅଛି । ବୁଦ୍ଧି ଅଛି । ଆମେ ବିଶ୍ୱ ର ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ଜୀବେ ଦୟା ଆମର ଧର୍ମ । ଦେବୀ ଆମର ମା । ମା କେବେ ବି ତା ସନ୍ତାନର ରକ୍ତ ଚାହେଁ ନାହିଁ । ବଳି ଜାଗାରେ ଆମେ ଭଲରେ ପୂଜା କରି ପାରିବା । ସେଇ ପଇସାରେ ଆମେ ଫଳ ମୂଳରେ ପୂଜା କଲେ, ମା ଖୁସି ହବ । ଆଜିଠୁ ସମସ୍ତେ ପ୍ରତିଜ୍ଞା କର । ଗାଁ ରେ କୁକୁଡ଼ା, ବୋଦା, ପୋଢ଼ ବଳି ବନ୍ଦ । କେହି ଚାହିଁଲେ ପାଣି କଖାରୁ ବଳି ଦେଇ ପାରିବ” । ବଳି ବନ୍ଦ କରିବା ପାଇଁ ସମସ୍ତେ ପ୍ରତିଜ୍ଞା ବଦ୍ଧ ହେଲେ । ସେଇ ଦିନଠୁ ଗାଁ ରେ ବଳି ବନ୍ଦ ।

୨ ବର୍ଷ ପରେ..

ନିର୍ବାଚନ ଆଉ ୭ ଦିନ ରହିଲା । ସରପଞ୍ଚ ପ୍ରାର୍ଥୀ ସମସ୍ତଙ୍କ ଘରକୁ ଯାଇ ଭୋଟ ଭିକ୍ଷ୍ୟା କରୁଥାନ୍ତି । ମଦ ମାଂସ ରେ ଗାଁ ବୁଡି କି ଥାଏ । ଗାଁ ମୁଣ୍ଡ ବଳି ପଡିଆ ରେ ଚାଲି ଥାଏ ଭୋଜି । କୁକୁଡ଼ା, ଖାସି ମାଂସ ଯାହାକୁ ଯେତେ । ଖାଅ, ଘରକୁ ନିଅ, ବନ୍ଧୁ ବାନ୍ଧବଙ୍କୁ ଡାକି ଖାଇବାକୁ ଦିଅ, କିନ୍ତୁ ଭୋଟ ଦିଅ । “ଆମର ଭାଇ, ତୁମର ଭାଇ ଜିଗୁ ଭାଇ ଜିନ୍ଦାବାଦ” ସ୍ଲୋଗାନ ରେ ଗାଁ ଉଠୁଥାଏ ପଡୁଥାଏ । ପାଞ୍ଚ ଖଣ୍ଡ ଗାଁ ର ଲୋକ ସେଠି ଭର୍ତ୍ତି । ଲଙ୍ଗଳା ପିଲାଠୁ ବୁଢା ଯାଏ, ସମସ୍ତେ ଭୋଜିରେ ବ୍ୟସ୍ତ । କିଏ କେତେ ଖାଉ ଥାନ୍ତି, କିଏ କେତେ ନଉ ଥାନ୍ତି, ତା’ର ହିସାବ ନଥାଏ ।

ସୁକୁଟା, (ଗାଁର ଦେବୀ ମନ୍ଦିରର ମାଳି) ଭୋଜି ରେ କହି କହି ବୁଲୁ ଥାଏ । ଆରେ, ମା’କୁ ଟିକେ ରକ୍ତ ଦିଅରେ । ମୋ ମା କଉ ଦିନୁ ରକ୍ତ ଟିକେ ପିଇନି ।

ଲୋକପ୍ରିୟ ଲେଖା

To Top