ଅଣୁଗଳ୍ପ

ବଂଧୁ

Deepak Baral's odia short story Bandhu

ବନ୍ଦ କରନ୍ତୁ ଆପଣଙ୍କର ସ୍ୱଚ୍ଛାଚାରିତାର ଅତ୍ୟାଚାର, ଏହା ଶୁଣିବାପରେ ରାଜା ରାଗରେ ଲାଲ ହୋଇ ତୁରନ୍ତ ଦୀପୁକୁ ବନ୍ଦୀ କରିବାପାଇଁ ଆଦେଶ ଦେଲେ

ବଂଧୁ

ଗୋଟିଏ ରାଜ୍ୟରେ ଭଲାଲ ନାମକ ଏକ ରାଜା ରାଜତ୍ୱ କରୁଥିଲେ । ସେ ବହୁତ କୃପଣ ଓ କଠୋର ହୃଦୟ ପ୍ରକୁତିର ମଣିଷଟାଏ କେବେ କାହାରି ଶୁଣୁନଥାଏ ଯଦି ଭୁଲ ବଶତଃ କେବେବି କିଏ ତାର କଥାକୁ ଅମାନ୍ୟ କିମ୍ବା ପ୍ରତିବାଦ କରେ ସେ ତାକୁ କଠୋର ରୁ କଠୋର ଦଣ୍ଡରେ ଦଣ୍ଡିତ କରିଥାଏ । ସେ ରାଜ୍ୟରେ ଦୀପୁ ଓ ମିଟୁ ନାମକ ଦୁଇ ଘନିଷ୍ଠ ବଂଧୁ ରହୁଥିଲେ । ଦୁହେଁ ଦୁହିଁଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରୁଥିଲେ, ରାଜାର ଅତ୍ୟାଚାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥାଏ । ରାଜାର ବେଳୁ ବେଳ ବଢୁଥିବା ଅତ୍ୟାଚାର ଦେଖି ଦୁଇ ବଂଧୁ ନୀରବରେ ବସିପାରିଲେ ନାହିଁ, ଦିନକର ଘଟଣା ଦୀପୁ ରାଜାଙ୍କ ବିରୁଦ୍ଧରେ ପ୍ରତିବାଦ କରୁଥାଏ, ଏହି ସମୟରେ ରାଜାଙ୍କର ଜଗୁଆଳି ମାନେ ଦୀପୁର ପ୍ରତିବାଦ ଶୁଣି ତାକୁ ବନ୍ଦୀ କରି ରାଜାଙ୍କ ପାଖରେ ପହଞ୍ଚି ଗଲେ । ପ୍ରତିବାଦ ସ୍ୱର କମୁନଥାଏ ଦୀପୁର ରାଜାଙ୍କ ସାମ୍ନାରେ ତାଙ୍କ ବିରୁଦ୍ଧରେ ରିତିମତ କହିଚାଲିଥାଏ ବନ୍ଦ କରନ୍ତୁ ଆପଣଙ୍କର ସ୍ୱଚ୍ଛାଚାରିତାର ଅତ୍ୟାଚାର, ଏହା ଶୁଣିବାପରେ ରାଜା ରାଗରେ ଲାଲ ହୋଇ ତୁରନ୍ତ ଦୀପୁକୁ ବନ୍ଦୀ କରିବାପାଇଁ ଆଦେଶ ଦେଲେ ଓ ମାସକ ପରେ ତାକୁ ଫାସୀ ଦଣ୍ଡ ଦିଆଯିବ ବୋଲି ଶୁଣାଇଲେ । କୌଣସି ପ୍ରକାରେ ଏହି ସମାଚାର ମିଟୁକୁ ମିଳିବା କ୍ଷଣି ସେ ଦୀପୁକୁ ଭେଟିବା ପାଇଁ ବନ୍ଦୀ ଶଳାକୁ ବାହାରିଗଲା, ବଂଧୁକୁ ବନ୍ଦୀଗୃହରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିବାକୁ ଲାଗିଲା ଏସବୁ କଣ ହୋଇଗଲା, ତୋପାଇଁ ମୁ କିଛି ବି କରିପାରେ କହ ତୋତେ ମୋଠାରୁ କଣ ସାହାଯ୍ୟ ଦରକାର । ବଂଧୁ ଏହି ପଦେ କଥାରେ ଦୀପୁ ଖୁସି ହୋଇ କହିବାକୁଲାଗିଲା ବଂଧୁ ମୃତ୍ୟୁ ପୂର୍ବରୁ ମୁଁ ମାଆ ଓ ବାବାଙ୍କୁ ଦେଖିବାକୁ ଚାହେଁ, ସେମାଙ୍କର ଖୁସୀ ଜୀବନଜାପନ ପାଇଁ ସମସ୍ତ ପ୍ରକାରର ପ୍ରବନ୍ଧ କରିବାକୁ ଚାହେଁ ବସ ମୁଁ ଆଉ କିଛି ଚାହେଁ ନାହିଁ । ଏହା ଶୁଣିବା ମାତ୍ରେ ମିଟୁ ରାଜାଙ୍କ ପାଖକୁ ଯାଇ ନିଜ ବଂଧୁ ର ଅନ୍ତିମ ଇଚ୍ଛା ପ୍ରକାଶ କଲା । ହେ ରାଜନ ମୋ ବଂଧୁ ଦୀପୁକୁ କିଛିଦିନ ପାଇଁ ଯିବାକୁ ଦିଅନ୍ତୁ ଯେ ପର୍ଯ୍ୟନ୍ତ ସେ ଫେରି ନଆସିଛି ତା ପ୍ରତିବଦଳରେ ମୁଁ ବନ୍ଦୀ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ଅଛି, ଏହାଶୁଣି ରାଜା ମିଟୁକୁ ଉତ୍ତର ଦେଲେ ଯଦି ତୁମ ବଂଧୁ ଫାସୀ ଦଣ୍ଡ ପୂର୍ବରୁ ନଫେରେ ତେବେ ତୁମକୁ ଫାସୀ ଦଣ୍ଡ ନେବାକୁ ହବ । ମିଟୁ ରାଜାଙ୍କର କଥା ମାନିନେଲା, ବଂଧୁ ଉପରେ ତାର ଏପରି ଅନ୍ଧ ବିଶ୍ୱାସ ଦେଖି ରାଜା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁରହିଲେ । ଦୀପୁକୁ ଛାଡିବା ପୂର୍ବରୁ ରାଜା ସେମାନଙ୍କ ବିଷୟ ପଚାରି ବୁଝି ତାପରେ ରାଜି ହୋଇଥିଲେ ଓ ଦୀପୁକୁ କହିଲେ ଯଦି ମାସକ ଭିତରେ ଫେରି ନ ଆସୁ ତେବେ ତୋ ବଂଧୁ କୁ ଫାସୀ ଦିଆଯିବ । ଦିନ ପରେ ଦିନ ଗଡିଚାଲିଥାଏ ଏହା ଭିତରେ ଏକ ମାସ ସମ୍ପୂର୍ଣ୍ଣ ହେବାକୁ ଲାଗିଲା କିନ୍ତୁ ଦୀପୁ ର ଦେଖା ନାହିଁ, ସେହିଦିନ ସନ୍ଧ୍ୟାରେ ରାଜା ବନ୍ଦୀ ଗୃହକୁ ଯାଇ ମିଟୁକୁ କହିଲେ ଜୀବନରେ କେବେ ବି କାହାଉପରେ ଅନ୍ଧ ଭାବରେ ବିଶ୍ୱାସ କରିବା ଆଦୌ ଉଚିତ ନୁହେଁ, ଏବେ ଦେଖ ଏତେ କମ ବୟସରେ ତୋର ମୃତ୍ୟୁ ହେବାକୁ ଯାଉଛି ମୋତେ ବହୁତ ଦୁଃଖ ଲାଗୁଚି !!! ଠିକ ଏହି ସମୟରେ ଦୀପୁ ବନ୍ଦୀ ଗୃହରେ ପ୍ରବେଶ କଲା ଓ ନିଜ ବଂଧୁ କୁ ବୁକ ଦେଇ କହିଲା ମୁଁ ଏଠାରେ ଶୀଘ୍ର ପହଞ୍ଚିବା ପାଇଁ ଅନେକ ପ୍ରୟାସ କରିଥିଲି କିନ୍ତୁ ତାହା ସଫଳ ହେଲା ନାହିଁ, ତୋ ପାଇଁ ମୁଁ ମୋର ମା ଓ ବାବା ଙ୍କ ସହିତ ମିସିପାରିଲି ଏବଂ ସେମାନଙ୍କ ଖୁସୀ ଜୀବନ ପାଇଁ ବନ୍ଦୋବସ୍ଥ କରିପାରିଲି ସେଥିପାଇଁ ମୁଁ ତୋ ପାଖରେ ଚିରିଉପକୃତ ବଂଧୁ । ଏହା ଦେଖି ରାଜା ଆତ୍ମୋବିଭୋର ହୋଇ ଦୁଇ ବଂଧୁଙ୍କୁ କହିଲେ ଆଜି ପର୍ଯ୍ୟନ୍ତ ମୁଁ ଏମିତି ବନ୍ଧୁତ୍ୱ କେବେବି ଦେଖିନାହିଁ ଯିଏ ନିଜର ଜୀବନକୁ ବଂଧୁ ପାଇଁ ବାଜି ଲାଗିପାରେ, ମୋତେ ଗର୍ବ ଅନୁଭବ ହେଉଛି ଯେ ମୋ ରାଜ୍ୟରେ ଏହି ଭଳି ପ୍ରଜା ବାସ କରୁଛନ୍ତି ଏହିଭଳି ଭାବରେ କହି ରାଜା ଦୁଇଙ୍କର ବନ୍ଧୁତ୍ୱ କୁ ବହୁତ ପ୍ରଶଂସା କଲା ଏବଂ ନିଜର ଭୁଲ ବୁଝିପାରି ସେହି ଦିନଠାରୁ ପ୍ରଜାବତ୍ସଳ ଶାସନ ଚଳାଇ ସମସ୍ତ ପ୍ରଜାଙ୍କୁ ସୁଖ ଓ ଶାନ୍ତି ପ୍ରଦାନ କଲେ ।

ଲୋକପ୍ରିୟ ଲେଖା

To Top