ଅଣୁଗଳ୍ପ

ଭୁଲ୍ ବିଚାର

Pradip Kumar Sahoo's odia short story Bhul Bichaara

ମୁଁ ଥରେ ରାଗିଯାଇ ତାଙ୍କ ରୁମ୍ ସାମ୍ନାରୁ ତାଙ୍କ ଜୋତା ନେଇ ବାହାରେ ଫିଙ୍ଗି ଦେଇଥିଲି ଆଉ ସବୁବେଳେ ଖୋଜୁଥିଲି କି କେବେ ସାମ୍ନାରେ ଧରିବି ବୋଲି

ଭୁଲ୍ ବିଚାର

ପୁଣିଥରେ ମୋ ରୁମ୍‌ର ଲାଇନ୍ (Electricity) କଟିଯାଇଥିଲା । ଧାଇଁ ଯାଇ ଦେଖିଲି ପାଖ ଘର ଲାଇନ୍ ଥିଲା । ଶୀଘ୍ର ଶୀଘ୍ର ଦୁଇତାଲା ଉପରୁ ତଳ ମେନ୍ ସୁଇଚ୍ ପାଖେ ପହଞ୍ଚିଲା ବେଳକୁ ପାଖେ କାହାରିକୁ ପାଇନଥିଲି କିନ୍ତୁ ମୋ ରୁମ୍‌ର ଏମ୍ ସି ବିଟାକୁ କିଏ କାଢ଼ି ଦେଇଥିଲା । ପୁଣି ଥରେ ମନେ ପଡ଼ିଲା ସୁଶାନ୍ତ ଭାଇ ଆଉ ତା ରୁମ୍‌ର ଅନ୍ୟସବୁ ପିଲାଙ୍କ କଥା । ମୁଁ ମୋ Wifi ପାସ୍‌ୱାର୍ଡ ବଦଳେଇ ଦେଇଥିଲି ଆଉ ତାଙ୍କୁ ଦେଇନଥିଲି । କେତେ ଯେ ଦେଇଥାନ୍ତି ମାଗଣାରେ Wifi ମୋ Wifi ପାସ୍‌ୱାର୍ଡ ମୋ ଆପାଟ୍‌ମେଣ୍ଟରେ ସମସ୍ତେ ଜାଣିଥିଲେ । ଆଉ ସେଥିପାଇଁ ମୋତେ ସବୁ ସେଠି ବେଶୀ ଆଦର କରୁଥିଲେ । କିନ୍ତୁ ମୋ Wifi ବହୁତ ଧୀର ହୋଇଯାଉଥିଲା । ତେଣୁ ମୁଁ ସୁଶାନ୍ତ ଭାଇକୁ କହିଲି କି “ତୁମ ରୁମ୍‌ରେ ତ ଚାରିଜଣ ପିଲା ଅଛ । ମୋତେ ପ୍ରତିମାସ କିଛି ପଇସା ଦିଅ, କି ମୁଁ ବେଶୀ ଦାମୀ ବାଲା ପ୍ୟାକେଜ୍ ପକେଇବି ।” ଆଉ ସିଏ କ ‘ଣ ଭାବିଲା କେଜାଣେ ହସି ଦେଇ ଚାଲିଗଲା ଆଉ ମୁଁ ରାଗି ଯାଇ ପାସ୍‌ୱାର୍ଡ ବଦଳେଇ ଦେଇଥିଲି । ସେଇଦିନଠୁଁ ସେମାନେ ମୋ ସହ ଆଉ ଆଗ ଭଳି ମିଶୁ ନଥିଲେ । ଆଉ ତା’ପର ଦିନଠୁ ପ୍ରତିଦିନ ସକାଳ ପ୍ରାୟତଃ ୧୦.୦୦ AM ଠୁଁ ୧୧.୦୦ AM ଭିତରେ ମୋ ରୁମ୍‌ର କରେଣ୍ଟ କିଏ ତଳୁ କାଟି ଦେଉଥିଲା । ଆଉ ମୁଁ ପ୍ରାୟତ ନିଶ୍ଚିତ ଥିଲି କି ସିଏ କିମ୍ୱା ତାଙ୍କ ରୁମ୍‌ର ଆଉ ତିନିଜଣ ବାତେରାଙ୍କ କାମ ବୋଲି ଏଇଟା । ଥରେ ସାମ୍ନାସାମ୍ନୀ ଯାଇ ପଚାରି ବି ଥିଲି କିନ୍ତୁ ସେମାନେ ମାନି ନଥିଲେ । ଆଉ ମୁଁ ଥରେ ରାଗିଯାଇ ତାଙ୍କ ରୁମ୍ ସାମ୍ନାରୁ ତାଙ୍କ ଜୋତା ନେଇ ବାହାରେ ଫିଙ୍ଗି ଦେଇଥିଲି ଆଉ ସବୁବେଳେ ଖୋଜୁଥିଲି କି କେବେ ସାମ୍ନାରେ ଧରିବି ବୋଲି ।

ସେଦିନ ଥିଲା ସୋମବାର ଆଉ ମୁଁ ଅଫିସ୍‌ରୁ ଛୁଟି ନେଇଥିଲି କେବଳ ସକାଳେ ତାଙ୍କୁ ଧରିବି ବୋଲି ସକାଳ ୯.୩୦ ରୁ କବାଟ ପାଖରେ ବସିକି ରହିଥିଲି । କିଛି ସମୟ ପରେ ରୁମ୍‌ରୁ କରେଣ୍ଟ ଯାଇଥିଲା ଆଉ ମୁଁ ଧାଇଁ ଯାଇଥିଲି ତଳକୁ । କିନ୍ତୁ ପାଖରେ କେହି ନଥିଲେ । ତେଣୁ ମୁଁ ମୋ ଏମ୍. ସି. ବି. ଲଗେଇଲି । ଠିକ୍ ସେତେବେଳେ ପଛରୁ କିଏ ଡାକିଲା ଦେଖିଲି ସିଏ ଥିଲା ସରକାରୀ ଅଫିସର୍ ଲାଇନ୍ ମ୍ୟାନ୍ । ସେ ମୋତେ ବହୁତ ଗାଳି କରିଥିଲା କି ୨ ମାସ ହେଲା ମୁଁ ମାସିକ ବିଲ୍ ଦେଇନି ବୋଲି । ଯାହାକି ମୁଁ ରୁମ୍ ମାଲିକକୁ ଦେଇଥିଲି, ଆଉ ସିଏ ମଦ୍ୟପାନରେ ବ୍ୟୟ କରି ଦେଇଥିଲା । ସେଦିନ ରାତିରେ ମୁଁ କିଛି ଖାଇ ନ ଥିଲି, କେବଳ ଭାବୁଥିଲି ମୋ ସୁଶାନ୍ତ ଭାଇକଥା ଆଉ ମୋ ନିଜକୁ ଧିକ୍କାର କରୁଥିଲି ।

ଲୋକପ୍ରିୟ ଲେଖା

To Top