ଅଣୁଗଳ୍ପ

ବିନା ପଇସାରେ ଚାକରାଣି

ମୋର ସାଙ୍ଗରେ ବକର ବକର ହୁଅନ୍ତି । ରମେଶର କଥା ଶୁଣି ସୀମା ବହୁତ କାନ୍ଦିଛି, ଆଉ ସେତିକି ବେଳେ ବୁଝିପାରିଛି ଯେ କେବେ କାହାର ଦୁଃଖ ଦେଖି ହସିବା କଥା ନୁହେଁ ।

ବିନା ପଇସାରେ ଚାକରାଣି

ସୀମା ଦେଖିବାକୁ ବହୁତ ସୁନ୍ଦରୀ ଝିଅଟିଏ ଓ ସେ ଛୋଟ ବେଳୁ ବହୁତ ଗର୍ବୀ । କେବେ ହେଲେ କାହାର ଭଲ ସହିପାରେନା । ଖାଲି ତା’ର ଭଲ ହେବ । ଆଉ ସେ ଦୁନିଆଁରେ ସମସ୍ତଙ୍କଠାରୁ ଖୁସିରେ ରହନ୍ତା । ପରକୁ ନୀଚ ଦୃଷ୍ଟିରେ ଦେଖିବା ତା’ର ଅଭ୍ୟାସ ଅଟେ । ସେ କାହାର ଦୁଃଖର କଥା ଶୁଣିଲାବେଳେ ତାକୁ ବହୁତ ହସ ଲାଗେ । ଯଦି କୌଣସି ସାଙ୍ଗ ସେମାନଙ୍କ ଘରର ଦୁଃଖ କଥା କହିଲେ ମଧ୍ୟ ସେ ତାହାକୁ ହସି ଉଡ଼ାଇ ଦିଏ । କହିବାକୁ ଗଲେ, ସେ ଛୋଟ ବେଳୁ ଦୁଃଖ କ’ଣ ଜାଣିନି । ମାଆ, ବାପାଙ୍କ ଗୋଟିଏ ବୋଲି ଝିଅ ସେ । ତା’ର ବାପା ହେଡମାଷ୍ଟର୍ ଓ ମାଆ ୟୁ.ପି. ସ୍କୁଲରେ ମାଷ୍ଟରାଣୀ ଅଛନ୍ତି । ବାପା, ମାଆ ଦୁହିଁଙ୍କର କମାଣି ଘରକୁ ଆସୁଛି, ତେଣୁ ସୀମା ଅଭାବ କ’ଣ ଜାଣିନି । ସେ ଯେତେବେଳେ ଯାହା ଚାହୁଁଥିଲା ସେ ସବୁ ତାକୁ ମିଳିଯାଉଥିଲା । ୟା’ର କଥା ତାକୁ ତା’ର କଥା ଆ’କୁ କହିବାରେ କେହି ପାରିବେ ନାହିଁ ସୀମାକୁ । କୌଣସି ସାଙ୍ଗସାଥିମାନେ ବାହା ହେଲେ ତାଙ୍କ ବରମାନଙ୍କୁ ବାହୁନିବାରେ କମ୍ କରେନା । ଗୋଟିଏ ହିସାବରେ ଦେଖିବାକୁ ଗଲେ ସୀମା ମଣିଷକୁ ମଣିଷ ପରି ଦେଖେ ନାହିଁ । ଏମିତି ଦିନେ ତା’ର ବାହାଘର ଠିକ୍ ହେଲା । ବହୁତ ପିଲାକୁ ବାହୁଡି ବାହୁଡି ବଡ଼ କଷ୍ଟରେ ରମେଶକୁ ପସନ୍ଦ କରିଥାଏ । ରମେଶ ଗୋଟେ ବହୁତ ଧନୀଘରର ପିଲା ଓ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର । ରମେଶକୁ ବିବାହ କରି ସୀମା ବହୁତ ଖୁସିରେ ତା’ ସହିତ ତା’ ଶାଶୁଘରକୁ ଯାଇଛି । ରମେଶର ରାଜମହଲ ପରି ଘରର ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛି । ରମେଶର ପରିବାର ଯେତିକି ଧନୀ, ସେତିକି ବଡ଼ ପରିବାର ଓ ବଡ଼ ଲୋଭୀ ମଧ୍ୟ । ଘରର ବାକି ବୋହୂମାନଙ୍କୁ କୌଣସି କାମ କରାନ୍ତି ନାହିଁ । କାମ ତ କାମ ଦିନସାରା ସେମାନେ ଏ.ସି. ଭିତରୁ ବାହାରନ୍ତି ନାହିଁ । ଘର ପୋଛିବାରୁ ଧରି ସମସ୍ତଙ୍କର ଲୁଗା ସଫା ପର୍ଯ୍ୟନ୍ତ ସବୁକାମ କରିବା ପାଇଁ ପଡୁଛି ସୀମାକୁ । ସୀମା ବିରକ୍ତ ହୋଇ ରମେଶକୁ ଘରେ ଗୋଟିଏ ଚାକରାଣୀ ରଖିବା ପାଇଁ କହୁଥାଏ । ସୀମାର ଏପରି ବିରକ୍ତ ମନୋଭାବ କଥା ଶୁଣି ରାଗି ଯାଏ ରମେଶ । ଗୋଟେ ଚାପୁଡ଼ା ମାରି କହେ, “ଚାକରାଣୀଟେ ଘରେ ରଖିଲେ କେତେ ଟଙ୍କା ଖର୍ଚ୍ଚ ହେବ ଜାଣିଛୁ । ସେ ଖର୍ଚ୍ଚ ଗୋଟିଏ ବେକାର୍ । ଏ ବେକାର ଖର୍ଚ୍ଚ କରିବୁ ନାହିଁ ବୋଲି ମୁଁ ତତେ ବିବାହ ହୋଇଛି । ନ ହେଲେ ତୋର ଔକାତ୍ କେତେ ଯେ ମୋ ପରି ଗୋଟେ ଧନୀ ଘରର ପିଲାକୁ ବାହା ହେବୁ । ତୁ ତ’ ତୁ ଆଉ ତୋର ଘର ଲୋକ ଆମର ଘର ଲୋକ ସାଙ୍ଗେ କଥା ହେଇ ବାହା କରିପାରନ୍ତେ କି ? ସିଧା କଥା ହେଲା ଆମର ଘରେ ଗୋଟେ ବିନା ପଇସାରେ ଚାକରାଣୀ ଦରକାର ଥିଲା । ସେଥିପାଇଁ ମୋର ଘର ଲୋକ ତୋ ସାଙ୍ଗରେ ମୋର ବିବାହ କରିଦେଲେ ବୁଝିଲୁ । ଆଉ ତୁ ହେଉଛୁ ଗୋଟେ ବିନା ପଇସାର ଚାକରାଣୀ ଘର ପାଇଁ । ଆଉ ଗୋଟେ କଥା ମନେ ରଖିଥା’ ତୁ ଆଉ ଦିନେ ହେଲେ ମୋର ବେଡରୁମ୍‌କୁ ଆସିବୁ ନାହିଁ । ଆମର ଘରେ ଚାକରାଣୀମାନଙ୍କ ପାଇଁ ଅଲଗା ରୁମ୍ ତିଆରି ହୋଇଛି । ସେଠାରେ ରହିବୁ ଆଉ ଆରାମରେ ରହିବୁ । କାହିଁକି ନା ସେଠାରେ ଆଉ କେହି ଚାକର ରହିବା ପାଇଁ ଆସିବେ ନାହିଁ । ଆମକୁ ବିନା ପଇସାରେ ଚାକରାଣୀଟେ ଦରକାର ଥିଲା, ଆଉ ତୁ ମିଳିଯାଇଛୁ ।” ରମେଶର କଥା ଶୁଣି ସୀମା କହୁଛି ମୁଁ ତୁମର ବିବାହିତ ସ୍ତ୍ରୀମାନେ ଏ ବେଡରୁମ୍‌ରେ ମୋର ବି ଅଧିକାର ଅଛି । ମୋତେ ଏ ରୁମ୍‌ରୁ ଆଉ ତୁମ ପାଖରୁ କେହି ଅଲଗା କରିପାରିବେ ନାହିଁ । ରମେଶ ରୁମ୍‌ରୁ ଧକ୍କା ମାରି ମାରି ବାହାରକୁ ବାହାର କରି କହୁଛି “ଶୁଣ ତୁ ମୋର ଜୋତାର ମୋଜା ସାଙ୍ଗେ ବି ସମାନ ନୁହଁ । ସ୍ତ୍ରୀ ତ ଦୂରର କଥା । ମୋର ସ୍ତ୍ରୀ କିଏ ଜାଣିଛୁ ? ଭୁବନେଶ୍ୱରରେ ଥିବା ଗୋଟେ ମେଡ଼ିସିନ୍ କମ୍ପାନୀର ମାଲିକାଣୀ ସେ । ଘର କାମ ଗୁଡ଼ାକ କରିବା ପାଇଁ କେହି ନଥିଲେ ବୋଲି ମୁଁ ଘରକୁ ଆସିଥିଲି । ତୋତେ ବାହା ହୋଇ ଘରକୁ ଗୋଟେ ବିନା ପଇସାର ଚାକରାଣୀ ଆଣିବି ବୋଲି ।” ଯା’. . . ତୋ କାମରେ ଲାଗିଯା’. . ., ମୋର ସାଙ୍ଗରେ ବକର ବକର ହୁଅନ୍ତି । ରମେଶର କଥା ଶୁଣି ସୀମା ବହୁତ କାନ୍ଦିଛି, ଆଉ ସେତିକି ବେଳେ ବୁଝିପାରିଛି ଯେ କେବେ କାହାର ଦୁଃଖ ଦେଖି ହସିବା କଥା ନୁହେଁ । କେବେ କାହାର ଅମଙ୍ଗଳ ଚିନ୍ତା କରିବା କଥା ନୁହେଁ । କେବେ ପରକୁ ହୀନିମାନିଆଁ ଦେଖିବା କଥା ନୁହଁ । କେବେ ଗର୍ବ ମଧ୍ୟ କରିବା କଥା ନୁହଁ । ନ ହେଲେ ଦିନେ ମୋ ପରି ବିନା ପିଇସାରେ ଚାକରାଣୀ ହେବାକୁ ପଡ଼ିବ ।

ଲୋକପ୍ରିୟ ଲେଖା

To Top