ଅଣୁଗଳ୍ପ

ବୁଢ଼ୀମା’

Prashanta Senapati's odia short story Budheemaa

ଅକସ୍ମାତ୍ ଗୋଟେ ଛୋଟ ବାଳକ ଆସିଲା ଓ ଦୁଇ ତିନୋଟି ମାଟି ଦୀପ ଧରି ଦୌଡ଼ିବାକୁ ଲାଗିଲା । ବୁଢ଼ୀମା’ ଚୋର ଚୋର କହି ଚିତ୍କାର କଲା ହେଲେ କେହି ସେ ଛୋଟ ବାଳକଟିକୁ ଧରି ପାରିଲେ ନାହିଁ ।

ବୁଢ଼ୀମା'

ରାସ୍ତାକଡ଼ ଫୁଟ୍‌ଫାଥ୍‌ରେ ଗୋଟିଏ ବୁଢ଼ୀମା’ ମାଟିର ଦୀପ ବିକ୍ରି କରୁଥିଲା । ଦୁଇ ତିନିଜଣ ଲୋକ ଦୀପର ଦରଦାମ୍ ବୁଝୁଥିଲେ । ଅକସ୍ମାତ୍ ଗୋଟେ ଛୋଟ ବାଳକ ଆସିଲା ଓ ଦୁଇ ତିନୋଟି ମାଟି ଦୀପ ଧରି ଦୌଡ଼ିବାକୁ ଲାଗିଲା । ବୁଢ଼ୀମା’ ଚୋର ଚୋର କହି ଚିତ୍କାର କଲା ହେଲେ କେହି ସେ ଛୋଟ ବାଳକଟିକୁ ଧରି ପାରିଲେ ନାହିଁ । ଇତିମଧ୍ୟରେ ଆଉଜଣେ ବାଳକ ଆସି ଉକ୍ତ ମାଟି ଦୀପ ସବୁ ରଖିଦେଇ ଚାଲିଗଲା । ବୁଢ଼ୀମା’ ହଇରାଣ ହେଲା ଯେ ଗୋଟେ ବାଳକ ଦୀପ ନେଇଯାଉଛି ଓ ଅନ୍ୟଜଣେ ଆସି ରଖିଯାଉଛି । ପୁନର୍ବାର ପ୍ରଥମ ବାଳକଟି ଆସି ମାଟି ଦୀପ ଧରି ଦୌଡ଼ିବାକୁ ଲାଗିଲା ଓ ଅନ୍ୟ ବାଳକଟି କିଛି ସମୟ ପରେ ଆସି ଦୀପ ରଖି ଚାଲିଗଲା । ପାଖାପାଖି ଏହିପରି ଛଅ ସାତ ଥର ଜଣେ ଦୀପ ନେଇ ଯାଉଥିଲା ଓ ଅନ୍ୟଜଣେ ଆସି ଦୀପ ରଖି ଯାଉଥିଲା । ଏବେ ବୁଢ଼ାମା’ଟି ବିରକ୍ତ ହେବା ବଦଳରେ ଖୁସି ଅନୁଭବ କଲା । ଲୋକମାନେ ଏସବୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ଏଥର ଦୀପ ଚୋରି ହେବା ସମୟରେ ବୁଢ଼ୀମା’ ଫିକ୍ କରି ହସିଦେଲା । ବୁଢ଼ୀମା’ର ହସ ଦେଖି ଦୁଇ ବାଳକ ବୁଢ଼ୀମା’ ପାଖକୁ ଆସିଲେ (ଆଖିରେ ଆଖିଏ ଲୁହ) ଓ କହିଲେ “ମା” ତୁମେ ହସିଲ ତ ଆମ ମନକୁ ଶାନ୍ତି ମିଳିଲା । ଆମ ବୁଢ଼ୀମା’ ଦୁଇ ବର୍ଷ ହେଲା ଆମକୁ ଛାଡ଼ି ଚାଲିଯାଇଛନ୍ତି । ସେଦିନ ଠାରୁ ତାଙ୍କ ସାଙ୍ଗରେ ହେଉଥିବା ମଜ୍ଜା, ହସ, ଖୁସି ଓ ହସଭରା ମୁହଁ ବହୁତ ମନେ ପଡୁଥିଲା । ତୁମକୁ ଦେଖିବା ପରେ ଲାଗିଲା ତୁମେ ଆମ ମା’ ପରି ଦେଖାଯାଉଛ ଓ ତୁମ ମୁହଁରେ ଆମ ବୁଢ଼ୀମା’ର ପ୍ରତିଛବି ଦେଖିବାକୁ ପାଇଲୁ ।”

ଏହା ଶୁଣି ବୁଢ଼ୀମା’ ନିଜ ଆଖିର ଲୁହକୁ ରୋକି ପାରିଲା ନାହିଁ । ସେ ଭାବ ବିଭୋର ହୋଇ ଦୁହିଁଙ୍କୁ କୋଳେଇ ନେଲା । କିଛି ସମୟ ପାଇଁ ସେ ଭୁଲିଗଲା ତା’ର ପୁଅ ଦେଇଥିବା ଦୁଃଖ କଷ୍ଟ । ତା’ର ଆଖିରେ ଖୁସିର ଚମକ ଥିଲା । ଦୁହିଁଙ୍କୁ ଆଶୀର୍ବାଦ ଦେଇ କହିଲା “ତୁମେ ବି ମୋତେ ଆଜିଠାରୁ ନିଜ ବୁଢ଼ୀମା’ ଡାକିବ ଓ ମୋ ସହିତ ଥଟ୍ଟା ମଜ୍ଜା କରିବ ।”

ଲୋକପ୍ରିୟ ଲେଖା

To Top