ଅଣୁଗଳ୍ପ

ବୁଲା କୁକୁର

Hemanta Kumar Rout's Odia Small Story BULAA KUKURA

ମାଂସ ପଲାଉ ଖାଇ ବାବୁଙ୍କ ପାଦ ଲେହନ କରି ପରାଧୀନ ଭାବରେ ଚେନ୍‌ରେ ବନ୍ଦୀ ଅପେକ୍ଷା ସ୍ୱାଧୀନ ଭାବରେ ଏଇ ପଚାମାଂସ ମୋ ପାଇଁ ଭାରି ଭଲ ।

ବୁଲା କୁକୁର

ଆଉ ଦିନେ ସେଇ ବୁଲାକୁକୁରକୁ ଦେଖିଲା, ଯାହା ଦେହରୁ ମଳଗନ୍ଧ ବାହାରୁଥିଲା । ମାଛି ଗୋଡ଼େଇ ଥିଲେ ଭଣଭଣ ହୋଇ । ସାରା ଦେହ ଅପରିଷ୍କାର । ତା’ ଦେହର ପବନ ବାଜିଲେ ନା ବାନ୍ତି ହୋଇଯିବ । ତା’ପରେ କହିଲା, “ଏତେ ବଡ଼ ସହରରେ କିଛି ପାଇଲୁନି ଏଇ ମଳଗୁଡ଼ା ଖାଇଲୁ ।” ବୁଲା କୁକୁର କହିଲା, “ତୋ ଭାଗ୍ୟ ଭଲ ତୁ ସିନା ମାଂସ ପଲାଉ ଖାଉଛୁ, ମୁଁ ତ ଖାଇବାକୁ ପାଉନି । ଯାହାହେଲେ ବଞ୍ଚିବାକୁ ପଡ଼ିବ । ତୁ ପ୍ରତିଦିନ ଭଲ ସାବୁନ୍‌ରେ ଗାଧୋଇଲୁ, ମୋତେ ଥରେ କେହି ଗାଧୋଇ ଦେଇନି । ତୁ ସିନା ଭଲ ଜାଗାରେ ଶୋଉଛୁ । ମୁଁ ରାସ୍ତାଘାଟ ଯଉଠି ନାହିଁ ସେଇଠି ଶୋଇଲି । ମୋ ଦେହ ଗନ୍ଧାଇବନି କ’ଣ ମହକିବ । ସେଦିନ ଦୋକାନରୁ ଗୋଟା ବରା ପାଟିରେ ପୂରେଇ ନେଇ ଆସିଲି । ଦୋକାନି ଜଗି ରହି ନିଆଁ ଖୁଣ୍ଟାରେ ଏମିତି ପାହାର ଦେଲା ଯେ ପ୍ରାଣ ବିକଳରେ ପଳେଇ ଆସିଲି । ନିଆଁ ଲାଗି ମୋ ପିଠିରୁ ପୁଳେ ପୋଡ଼ିଗଲା ।” ଲୋମଶ କୁକୁରଟି କହିଲା, “କାହିଁକି ଏ ଦୁଷ୍ଟ ବୁଦ୍ଧି କଲୁ ? ତୋତେ ବାଡ଼େଇ ତୋ ପିଠିକୁ ପୋଡ଼ିଦେଲେ ।”

ବୁଲା କୁକୁର କହିଲା, “ତୁ ତ ଓପାସ ରହିନୁ । ସେ ଦୁଃଖ କେମିତି ଜାଣିବୁ । ପିଠି ପୋଡ଼ା ଠାରୁ ପେଟ ପୋଡ଼ା କଷ୍ଟ ଭାରି ।”

ଅନ୍ୟ ଏକ ଦିନରେ ରାସ୍ତା ତଳେ ପଡ଼ିଥିବା ମଡ଼ାକୁ ଝୁଣିଝୁଣି ଛିଣ୍ଡାଇ ଖାଉଥିଲା । ପଚାମାଂସ ନେସି ହୋଇ ଯାଇଥିଲା ତା’ ଦେହରେ । ସେଇ ବାଟ ଦେଇ ଗଲାବେଳେ ତା’ ଭାଇକୁ ପୂର୍ବପରି ଦେଖି କହିଲା, “ଶେଷକୁ ଏଇ ଦୁର୍ଗନ୍ଧ ମଡ଼ାକୁ ଛିଣ୍ଡେଇଲୁ ।” ବୁଲା କହିଲା, “ମାଂସ ପଲାଉ ଖାଇ ବାବୁଙ୍କ ପାଦ ଲେହନ କରି ପରାଧୀନ ଭାବରେ ଚେନ୍‌ରେ ବନ୍ଦୀ ଅପେକ୍ଷା ସ୍ୱାଧୀନ ଭାବରେ ଏଇ ପଚାମାଂସ ମୋ ପାଇଁ ଭାରି ଭଲ ।”

ଲୋକପ୍ରିୟ ଲେଖା

To Top