ଚା’ ଦୋକାନୀ

କେତେଥର ତାକୁ ଦେଖିଛି, ଚିହ୍ନା ଏକ ପ୍ରକାର । ଚା’ ମାଗିଲି । କଥା ଛଳରେ କହିଲି, ଦିନରେ ବସୁଛ ରାତିରେ ତ ଚେଉଁଛ ଶୋଉଛ କେତେ ବେଳେ ।

ଚା' ଦୋକାନୀ

ସାରା ଦିନ ସାରାରାତି ବସ୍‌ଷ୍ଟାଣ୍ଡରେ ସେଇ ଦୋକାନୀ ଚା’ ବିକେ । କେହି ନ ଥିଲେ ସେଠି ସେମିତି ବସି ବସି ଢୁଳାଏ । ଦଶ ବାରଟା ଚା’ ଦୋକାନ ବସ୍‌ଷ୍ଟାଣ୍ଡରେ, ସେଥିପାଇଁ ଭଲ ବିକି ପାରେନା, ରାତିରେ ଏକୁଟିଆ ବସେ । କେତେବେଳେ କେମିତି ବସ୍ ପହଞ୍ଚିଗଲେ ଭଲ ବିକ୍ରି ହୁଏ । ପଉଷର ରାତିରେ ବଇଶାଖୀର ତାତିରେ ଆଷାଢ଼ର ଛାତିରେ ସବୁବେଳେ ବସିଥାଏ ।

ସେଦିନ ବସ୍‌ରୁ ଓହ୍ଲେଇଲି । ଶୀତରାତି । ବାରଟା ବାଜିଲାଣି । ଦେହ ଥରୁଥାଏ । ଚା’ କପେ ପିଇବାକୁ ମନ । କେତେଥର ତାକୁ ଦେଖିଛି, ଚିହ୍ନା ଏକ ପ୍ରକାର । ଚା’ ମାଗିଲି । କଥା ଛଳରେ କହିଲି, ଦିନରେ ବସୁଛ ରାତିରେ ତ ଚେଉଁଛ ଶୋଉଛ କେତେ ବେଳେ ।

ମୋତେ କହିଲା, ସାର୍ ! କେମିତି ଶୋଇବି । ଜମି ଅଛି ନା ବାଡ଼ି ଅଛି ନା ତମ ଭଳି ଚାକିରୀଆ ନା ବେପାରରେ ଲକ୍ଷଲକ୍ଷ ଖଟେଇଛି । ପଚାଶ ଶହେରେ ସଂସାର । ମୁଁ ଆଜି ରାତିରେ ଶୋଇଗଲେ କାଲି ପିଲାମାନେ ଖାଇବେ କ’ଣ ?

ଜୀବନରେ ଗଣ୍ଡେ ଖାଇବା ପାଇଁ ଭଲ କରି ଟିକେ ଶୋଇ ପାରିନି ।

ମୁଁ ଯଦି ଖାଲି ଶୋଇବି ମୋ ପରିବାର ସବୁଦିନ ପାଇଁ ଶୋଇଯିବେ ।

ଲୋକପ୍ରିୟ ଲେଖା

To Top