ଅଣୁଗଳ୍ପ

ଦାଗ

Hemanta Kumar Rout's odia story Daaga

ଠିକ୍ କହିଛୁ, ମନେ ପଡ଼ିଗଲା ବୋଲି କାନ୍ଦି ପକେଇଲି । ଗୋଟିଏ ବୋଲି ପୁଅ, ନିଇତି ତାକୁ ଦେଖୁଥିଲି । ଆଉ କିଏ ମୋତେ ବୋଉ ବୋଲି ଡାକିବ ନା କାହାକୁ ଦେଖିବି ।

ଦାଗ

ସନା ମା’ ସନାକୁ ଦିଲ୍ଲୀ ପଠେଇ ପିଣ୍ଡା ଉପରେ ବସି କାନ୍ଦୁଥିଲା । ମୋତେ ଦେଖି ଟିକେ ବେଶି କାନ୍ଦିଲା । ମୁଁ ତାକୁ କହିଲି- “ପୁଅକୁ ତ ଦିଲ୍ଲୀ ପଠେଇଲୁ, ପୁଣି ପଛରେ କାନ୍ଦୁଛୁ ?” ଆଖିରୁ ଲୁହ ପୋଛି ସେ ମୋତେ କହିଲା- “ଠିକ୍ କହିଛୁ, ମନେ ପଡ଼ିଗଲା ବୋଲି କାନ୍ଦି ପକେଇଲି । ଗୋଟିଏ ବୋଲି ପୁଅ, ନିଇତି ତାକୁ ଦେଖୁଥିଲି । ଆଉ କିଏ ମୋତେ ବୋଉ ବୋଲି ଡାକିବ ନା କାହାକୁ ଦେଖିବି ।”

ମୁଁ କହିଲି, “ତୁ ପଠାଉଥିଲୁ କାହିଁକି ? ଏଇଠି ରଖିଲୁନି ।” ସେ ମୋତେ କହିଲା- “ତୁ ଜାଣିନୁକି, କେଡ଼ିକିଟିଏ ଛୁଆ ପାଞ୍ଚ ପାଞ୍ଚଟା ଦୋକାନରେ ରଖିଲି । ସବୁ କାମ କରିବ ସକାଳୁ ରାତିଦଶ । ସବୁବେଳେ ମାଡ଼ ଖାଇଲା । ଖାଲି ପିଠି ଆଉଁସି ଦେବାଛଡ଼ା ମୋର କ’ଣ ଅଛି ।

ଏବେ ଚଇତାପୁଅ ଫଗୁ ଆସିଥିଲା ଦିଲ୍ଲୀରୁ ତା ସାଙ୍ଗରେ ପଠେଇଛି । ଦୋକାନରେ ରଖିବ । ବର୍ଷକ ପରେ ପାଣିପାଇପ୍‌ରେ ରଖେଇଦବ ।”

ମୁଁ କହିଲି, “ସେଠି ଯଦି କିଏ ମାଇଲା ?” ମୋତେ କହିଲା, “ସେ କ’ଣ ଆଉ ମୋ ପାଖରେ ଥିବ ଯେ ତାକୁ ଦେଖିବି । ତା’ କଥା ଭାବିଲେ ଆଖିରେ ଲୁହ ବୋଝେଇ ହୋଇ ଯାଉଛି । ତା’ ଦେହର ମାଡ଼ ଆଜିଯାଏ ମୋ କଲିଜାରେ ଦାଗ ହୋଇ ରହିଛି ।”

ଲୋକପ୍ରିୟ ଲେଖା

To Top