ଅଣୁଗଳ୍ପ

କବି ଓ ପ୍ରେମ

Odia Author Minaketan Barlebdia

ଏଣୁ କାମପ୍ରିୟା କବିଙ୍କୁ ସେ ବିବାହ ପୂର୍ବରୁ ଦୈହିକ ମିଳନକୁ ରୋକ ଠୋକ ମନା କରିଦେଇଥିଲେ ।

କବି ଓ ପ୍ରେମ

ପ୍ରେମକୁ ନେଇ ସୁନ୍ଦର କବିତାମାନ ରଚନା କରିଥିଲେ କବି ଜଣକ । ପ୍ରେମ ହିଁ ସତ୍ୟ । ପ୍ରେମ ହିଁ ଶିବ । ପ୍ରେମ ସୁନ୍ଦର । ପ୍ରେମ ଶାଶ୍ୱତ । ଏହା ଦୁଇଟି ଆତ୍ମାର ମିଳନ । ପ୍ରେମ ସରେ ବିବାହରେ, ଆମ ଭାରତୀୟ ସଂସ୍କୃତିରେ । ପ୍ରେମିକା ହୁଏ ପତ୍ନୀ । ପ୍ରେମର ସଂଜ୍ଞା ବିଦେଶରେ ଆଉ କିଛି ଥାଇପାରେ ।

କବିଙ୍କ ସାମଗ୍ରିକ କୃତି ପାଇଁ ତାଙ୍କୁ ମିଳିଥିଲା ପ୍ରେମିକ କବି ଉପାଧି ।

କବି ଜଣକ ଖୁବ୍ ଭଲପାଉଥିଲେ ଜଣେ ଯୁବକକୁ । ଯୁବକ ଜଣକ ବି ପ୍ରେମ କରୁଥିଲେ ତାଙ୍କୁ । ଯୁବକ ଥିଲେ ଖୁବ୍ ସରଳ ଓ ନିରୀହ । ପ୍ରେମକୁ ସଫଳ ରୂପାୟନ ଦେବାପାଇଁ ଯୁବକ ଜଣକ ସ୍ଥିର କରିଥିଲେ ବିବାହ ତାରିଖ । ଦୈହିକ ପ୍ରେମକୁ ଆଜନ୍ମ ଘୃଣା କରୁଥିଲେ ଯୁବକ ଜଣକ । ଏଣୁ କାମପ୍ରିୟା କବିଙ୍କୁ ସେ ବିବାହ ପୂର୍ବରୁ ଦୈହିକ ମିଳନକୁ ରୋକ ଠୋକ ମନା କରିଦେଇଥିଲେ ।

ବିବାହର କିଛିଦିନ ପରେ ସାମାନ୍ୟ ଅସୁସ୍ଥତା ଯୋଗୁଁ କବିପତ୍ନୀକୁ ଯୁବକ ଜଣକ ନେଇ ଯାଇଥିଲେ ଡାକ୍ତରଖାନାକୁ । ସେଠାରେ ଜଣାପଡ଼ିଲା ଯେ’ ସେ ଦୁ ମାସର ଅନ୍ତସତ୍ତ୍ୱା । ଆଉ ସେ ଦିନ ସକାଳ ଗବରକାଗଜରେ କବିୟିତ୍ରୀଙ୍କ “ପ୍ରେମ-୨୦” କବିତା ପ୍ରକାଶ ପାଇଥିଲା । ଯାର ଅବିକଳ ଗୋଟାଏ ପଦ ବି ଥିଲା- ଶାଶ୍ୱତ ପ୍ରେମର ନ ଥାଏ ଦୈହିକ କ୍ଷୁଧା ।

ଲୋକପ୍ରିୟ ଲେଖା

To Top