ଅଣୁଗଳ୍ପ

ଖୁସି

Hemanta Kumar Rout's odia short story Khusi

ସକାଳୁ ସକାଳୁ ସହର କମ୍ପୁଛି, କେସେଟ୍ ବାଜୁଛି । ରଙ୍ଗୀନ୍ ପୋଷାକ ପିନ୍ଧି ପିଲାଛୁଆ ବାହାରିଲେଣି, ତୁ ଜାଣିନୁ କ’ଣ ହେଉଛି ? ଆଜି ପରା ନୂଆ ବର୍ଷ ।

ଖୁସି

ପଉଷର ଏକ ସକାଳେ ଝୀନ କୁହୁଡ଼ି ସବୁ ଯେତେବେଳେ ଉଡୁଥିଲା ସାରା ସହରକୁ ଆଚ୍ଛନ୍ନ କରି, ରାତି ନ ପାହୁଣୁ ବାବୁଆଣୀ ଦୁଆରେ ଶୁଭିଲା ମା’ ଗଣ୍ଡେ ଭିକ ମିଳୁ, ତୋ ପୁଅର ମଙ୍ଗଳ ହେବ, ସେଦିନ ବାବୁଆଣୀଙ୍କର ଥିଲା ଦୀର୍ଘ ରଡ଼ି । ଯା’, ଭିକ କ’ଣ କେଉଁଠି କାଣ୍ଡି ହେଇଛି, ନା ପୋତି ରଖିଛି କିଏ ବୋଝେଇ କରି ନେବୁ । ଏତେ ବଉଁଶ ନିପାତ ହେଉଛନ୍ତି । ସହରରେ ଏ ଭିକାରୀ ଗୁଡ଼ାକ କାହିଁକି ରହିଛନ୍ତି କେଜାଣି ? ଖାଲି ପୋକ ଭଳି ସାଲୁବାଲୁ । ଯଉଠିକି ଗଲେ ହାତକୁ ବଢ଼େଇ ଦେବେ ।

ଗୋଟିଏ ଷ୍ଟିଲ୍ ଥାଳିରେ ହସି ହସି ବାବୁଆଣୀ କ୍ଷୀରି ପୁରି, ପିଠା, ମିଠା ବୋଝେଇ କରି ଆଣି କହିଲେ ଜାଗା ଆଣିଛୁ ଦେଖା ।

ନିଜର ଭଙ୍ଗା ଥାଳିକୁ ବାହାର କରୁ କରୁ ଭିକାରୀ କହିଲା, “ଆଜି କ’ଣ ମା’ ଏତେ ପିଠା ପଣା ହେଇଚି ?”

ବାବୁଆଣୀ କହିଲେ “ସକାଳୁ ସକାଳୁ ସହର କମ୍ପୁଛି, କେସେଟ୍ ବାଜୁଛି । ରଙ୍ଗୀନ୍ ପୋଷାକ ପିନ୍ଧି ପିଲାଛୁଆ ବାହାରିଲେଣି, ତୁ ଜାଣିନୁ କ’ଣ ହେଉଛି ? ଆଜି ପରା ନୂଆ ବର୍ଷ । ଶୁଣ ମୋର ଗୋଟିଏ ବୋଲି ପୁଅ । ବିଦେଶରେ ଅଛି । ତୁ ଭଗବାନଙ୍କୁ ଡାକେ ମୋ ପୁଅ ଭଲରେ ରହୁ ।”

ଭିକାରୀ କହିଲା “ମା’ ମୁଁ ପ୍ରଭୁଙ୍କୁ ଡାକୁଛି ତୁମ ପୁଅର କୋଟି ପରମାୟୁ ହେଉ । ଧନଧାନ୍ୟରେ ଘର ପୁରି ଉଠୁ । ତୁମେ ଭଲରେ ଥାଅ ।”

ବାବୁଆଣୀ କହିଲେ, “ମୋ ମାଆ ପରା ଏମିତି ଦୁଃଖୀରଙ୍କିଙ୍କ ପେଟ ବୁଝେ । ମୋ ଭାଗ୍ୟ ଭଲ ଆଜି ସକାଳୁ ତୁ ଆସି ଯାଇଛୁ ମୋ ପୁଅକୁ ଆଶୀର୍ବାଦ କରିବୁ । ମୁଁ ବହୁତ ଖୁସି ।”

ଭିକାରୀ କହିଲା, “ମୋ ପୁଅ ତା’ ଜୀବନରେ ଏତେ କ୍ଷୀରି ପୁରି ଖାଇବାକୁ ପାଏନା । ସେ ଭାରି ଖୁସି ହେବ । ମୁଁ ବି ବହୁତ ଖୁସି ।”

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top