ଅଣୁଗଳ୍ପ

କୁକୁର

ବାବୁ ଯେଉଁଠି କୁକୁରକୁ ଆଉଁସି ଦଉଥିଲେ ପାଖରେ ବସେଇ ବାବୁଆଣୀଙ୍କୁ ଅନେଇ ଦୁଇ ବୁନ୍ଦା ଲୁହ ଝାରିଦେଲା ।

କୁକୁର

ବାବୁ ଯେଉଁଠି ତାଙ୍କ ବିଦେଶୀ କୁକୁର ସଙ୍ଗରେ ସମୟ କାଟୁଥିଲେ, କିଛି ଦୂରରେ ବାରଣ୍ଡାରେ ଛୋଟାଟିଏ ବସୁଥିଲା । ତା’ର ଗଣ୍ଠିଲି ଯାକି ସେଇଠି ଶୋଉଥିଲା । ବେଳେବେଳେ ଯିଏ ଯାହା ଚାରିଣି ଆଠିଣି ପକାଉଥିଲା, ସେଥିରେ ସେ ଚଳୁଥିଲା କଷ୍ଟେମଷ୍ଟେ ।

କୁକୁରଟିକୁ ବେଳେବେଳେ ବାବୁଙ୍କ ପିଲାମାନେ ଗେଲ କରନ୍ତି । କେତେ ଦାମିକିଆ ବିସ୍କୁଟ୍ ତାକୁ ଦିଅନ୍ତି । ସବୁଦିନ କାର୍‌ରେ ବସିଯାଏ ବାବୁଙ୍କ ସଙ୍ଗରେ । କୁକୁର ହୋଇ ଖାଇବା ପିଇବାରେ ବଡ଼ ଲୋକଙ୍କ ପରି ।

ଛୋଟା ଲୋକଟା ସେଦିନ ଉଠି ଆସିଲା । ବାବୁ ଯେଉଁଠି କୁକୁରକୁ ଆଉଁସି ଦଉଥିଲେ ପାଖରେ ବସେଇ ବାବୁଆଣୀଙ୍କୁ ଅନେଇ ଦୁଇ ବୁନ୍ଦା ଲୁହ ଝାରିଦେଲା ।

ବାବୁ ପଚାରିଲେ, “କିବେ କାନ୍ଦିଲୁ କାହିଁକି ?” ସେ କହିଲା, “ବାବୁ ସବୁ ଜନ୍ମଠାରୁ ମଣିଷ ଜନ୍ମ କୁଆଡ଼େ ଭଲ । ମୋ ଭଳି ମଣିଷ ଜନ୍ମରେ କ’ଣ ଅଛି ? ଏଭଳି କୁକୁରଟି ହୋଇଥିଲେ ଆନନ୍ଦରେ ଥା’ନ୍ତି ।”

ବାବୁ କହିଲେ, “ଭଲ କୁକୁର ହେବା ବି ବହୁ ଜନ୍ମ ସଞ୍ଚିତ କର୍ମର ଫଳ ।”

ଲୋକପ୍ରିୟ ଲେଖା

To Top