ଅଣୁଗଳ୍ପ

ମଧୁ-ଶାଳା

Deepak Baral's odia Short Story Madhushaalaa

ସନ୍ଧ୍ୟାରେ ମୁ ଏଇଠି ରୁହେ ଆପଣଙ୍କର କେବେ ଆସିବା ହେଉ ଏହା ଶୁଣି ରାଜେଶ ର ଓଠରୁ ନାଲି ନାଲି ହସ ଧୀରେ ଧୀରେ ଉଭେଇଗଲା

ମଧୁ-ଶାଳା

ବର୍ଷାଋତୁ ଶେଷ ହୋଇ ଆସୁଥିଲା ତଥାପି ସୂର୍ଯ୍ୟଦେବଙ୍କ ଉତ୍ତାପର ପ୍ରକୋପରୁ ରକ୍ଷା କରିବା ପାଇଁ ମେଘ-ବର୍ଷାର ସ୍ୱର ଶବ୍ଦ ବି ଶୁଣା ଯାଉନଥିଲା । ଲୋକମାନେ ଏକତ୍ର ହୋଇ ଆକୁଳ ବିକଳରେ ବର୍ଷାର ଆହ୍ୱାନରେ ମନ୍ଦିରରେ ପୂଜା-ଅର୍ଚନା, ହୋମ, ଯଜ୍ଞ ଇତ୍ୟାଦି କରି ନିରାଶ ହୋଇଯାଇଥିଲେ କାରଣ ଏତେ ସବୁପରେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା, ଆକାଶରେ ବେଳେ ବେଳେ ଖଣ୍ଡ-ଖଣ୍ଡ ମେଘ ତ ଦେଖାଦିଏ କିନ୍ତୁ ସେ ଫେଣିରୁ କେବେ ବି ବୁନ୍ଦାଏ ପାଣି ବରସୁ ନଥିଲା, ଶେଷରେ ଅଚାନକ ଦିନେ ଆକାଶରେ କଳା ହାଣ୍ଡିଆ ବାଦଲ ଘୋଟି ଘଡଘଡି, ଚଡ଼ଚଡ଼ି ରାବ ଦେଇ ବାଦଲ ଖଣ୍ଡରୁ ମେଘ ବରଷିବାକୁ ଲାଗିଲା, ଅଦିନିଆ ମେଘପରି ପ୍ରଚୁର ଜୋର ରେ ବରଷୁ ଥାଏ । ରାଜେଶ ନିଜ ବେଡ଼ ଉପରେ ବସି ଝରକା ଫାଙ୍କରୁ ବାହାରକୁ ଚାହିଁରହିଛି ମେଘ-ବାଦଲ-ବର୍ଷା ରେ ସେମିତି କିଛି ବିଶେଷ ରୁଚି ତାର ନାହିଁ, କିହିଁନା ତା ଜୀବନ ତ ଶୁଖିଲା ମଇଦାନ ପରି ଥିଲା, ଯା ମୁହଁରେ ପାଣିର ବୁନ୍ଦାଟିଏ ବି କେବେ କେହି ଛିଞ୍ଚି ନାହାନ୍ତି !!! ଯଦିବା ଚାରି ବର୍ଷ ତଳେ ସେ ଗୋଟିଏ ଝିଅକୁ ଭଲ ପାଉଥିଲା, ଯାହାର ନା ଥିଲା ପଦ୍ମିନ, ଏକ ତରଫା ପ୍ରେମ ପରି ପଦ୍ମିନ ତାକୁ ଧ୍ୟାନ ଦେବା କେବେ ଜରୁରୀ ମନେ କରିନି ।

ମୁଷଳ ଧାରାରେ ଏବେ ବି ବର୍ଷା ଲାଗି ରହିଛି, ରାଜେଶ କୋଠରି ଭିତରୁ ବାହାରି ବ୍ଳକୁନି କୁ ଆସି ଅଳସ ଭାଙ୍ଗି ଏଣେତେଣେ ଚାହିଁଲା । ଘର ଆଗରେ ସୁନ୍ଦର ବଗିଚା, ବଗିଚାର ଆରମ୍ଭରେ ଉପରକୁ ଲମ୍ବି ଯାଇଥିବା ଦୁଇଟି ବଡ ଗଛ, ଗଛ ଦୁଇଟି ସବୁଜ ପତ୍ରରେ ଭରା, ବର୍ଷାରେ ଭିଜି ଭିଜି ପତ୍ର ଗୁଡାକ ଖୁସୀରେ ନାଚି-ଗାଇ ଝୁମି ଯାଉଛନ୍ତି, ତା କୋଠା ଠାରୁ ସାମାନ୍ୟ ପାଖରେ ଗୋଟେ ଟେଲିଫୋନର ଖମ୍ବଟିଏ ବି ପୋତା ଥିଲା ଯେଉଁଥିରେ କୌଣସି ପ୍ରକାର ତାର ସଂଯୋଗ ହୋଇନି, ସେ ବି ବର୍ଷା ରେ ଭିଜି ଖୁବ ଖୁସୀ ଦେଖାଯାଉଥିଲା !!! ଭଲା ସେ ନିର୍ଜୀଵ ଖୁଣ୍ଟିଟିକୁ ଅବା କ’ଣ ଖୁସୀ ମିଳୁଥିବ ? ରାଜେଶ ଯେକି ଟିକେ ରଙ୍ଗୀନ ମିଜାଶ ଓ ଗମ୍ଭୀର ପ୍ରକୁତିର ଥିଲା ତାକୁ ଲାଗୁଥିଲା ତା ଆଖ-ପାଖ ରେ ଥିବା ପ୍ରତେକେ ନିର୍ଜୀଵ ଓ ସର୍ଜୀଵ ସଭିଏଁ ବର୍ଷାରେ ଭିଜି ଖୁସୀରେ ଝୁମି ଯାଉଛନ୍ତି ।

ଯେମିତି ନିଆଁ ଲିଭିବା ଆଗରୁ ହୁତୁ ହୁତୁ ହୋଇ ଜଳୁଥାଏ ସେମିତି ଶ୍ରାବଣ ମାସ ଶେଷ ହେବା ଆଗରୁ ବର୍ଷାର ପ୍ରକୋପ ଟିକିଏ ବଢି ଯାଇଛି ଯାହାଦ୍ୱାରା ଝଡି ବର୍ଷା ଲାଗିରହିଛି । କିଛି ସମୟ ପରେ ରାଜେଶ ବାହାରକୁ ଆସି ଶେଷ ଶ୍ରାବଣର ବର୍ଷାରେ ଖୁବ ଭିଜି ଆନନ୍ଦିତ ହେଲା । ପାଖରେ କିଛି ପାଚିଲା ଆମ୍ବ ବାଲଟି ଭିତରେ ପଡିଥିଲା ସେଇଠି ବସି ବସି ସେ ପାଚିଲା ଆମ୍ବକୁ ଚୁଚୁମୁ ଥାଏ, ଅଚାନକ ତାକୁ କାହାର ହସର (ହି,ହି, ଖୀ, ଖୀ, ହା ହା-) ଚିତ୍କାର ଶୁଣାଗଲା ପ୍ରଥମେ ସେ ଏହାକୁ ଅଣଶୁଣା କଲା କିନ୍ତୁ ବାରମ୍ବାର ତାକୁ ଏପରି ଶବ୍ଦ ଶୁଣା ଯିବାରୁ ସେ ତାକୁ ଅନୁସରଣ କଲା, ଦେଖିଲା ଏ ଶବ୍ଦ ତା ପାଖ କୋଠା ରୁ ଆସୁଛି, କୋଠାର ବ୍ଳକୁନିରେ ଛିଡା ହୋଇ ଦୁଇଟି ସମ ବୟସ୍କ ଝିଅ ଯାହାଙ୍କ ବୟସ ଆନୁମାନିକ ୧୮ ରୁ ୨୦ ବର୍ଷ ହେବ, ଦୁହେଁ ବର୍ଷାରେ ଭିଜି ଖୁସୀ ରେ ଚିତ୍କାର କରୁଛନ୍ତି । ତା କୋଠା ଠାରୁ ପାଖ କୋଠାର ଦୂରତା ବହୁତ କମ କହିବାକୁ ଗଲେ କେବଳ ମାତ୍ର ଗୋଟିଏ ଲତାବୁଦାର ପାଚେରୀ ଟିଏ । ରାଜେଶ ଆମ୍ବକୁ ଚୁଚୁମି ଚୁଚୁମି ଲତାବୁଦା ର ପାଚେରୀ ପାଖକୁ ଗଲା, ବୁଦା ଆଢୁଆଳରେ ଲୁଚି ବର୍ଷାରେ ଭିଜୁ ଥିବା ସେ ଦୁଇ ଝିଅଙ୍କୁ ନିରିକ୍ଷୀ ଦେଖିଲା । ଦୁହେଁ ଦେଖିବାକୁ ଅତି ସୁନ୍ଦର ଏବଂ ରଙ୍ଗୀନ ସାଲୁୱାର-କୁର୍ତ୍ତୀ ପିନ୍ଧି ଥିଲେ ଯାହା ବର୍ଷାରେ ଭିଜି ସେମାନଙ୍କ ଦେହରେ ଚିପିକି ହୋଇ ଶରୀରର ଆକୃତିକୁ ବର୍ଣ୍ଣନା କରୁଥିଲା । ସାଲୁୱାର ତଳେ କମିଜ ରହି ଦେହର କିଛି ଅଂଶକୁ ଆଚ୍ଛାଦିତ କରି ରଖିଥିଲା ଯାହାଦ୍ୱାରା ରାଜେଶକୁ ସେମାନଙ୍କ ତଳିଆ ଅଂଶର ଆକାର,ପ୍ରକାର ଠିକ ଭାବରେ ଜଣା ପଡୁନଥିଲା । ରାଜେଶ କେବେ ବି କାହାକୁ ଏମିତି ନଜରରେ ଦେଖିନଥିଲା, ଯେମିତି ସେ ଦିନ !! ଯେତେ ବେଳେ ବର୍ଷା ହେଉଥିଲା !! ସେ ଦୁହିଁଙ୍କୁ ବହୁତ ସମୟ ଧରି ସେମିତି ଚାହିଁ ରହିଲା, ବର୍ଷାରେ ଭିଜି ଭିଜି ସେମାନଙ୍କ ଖୁସୀର ଚିତ୍କାର କୋଠରୀର ପରଧୀ କୁ ଅତିକ୍ରମ କରି ବାହାରକୁ ଯାଇ ରାଜେଶ ର ହୃଦୟକୁ ଛୁଇଁ ଯାଉଥିଲା ।

ରାଜେଶ ସେମାନଙ୍କୁ କେବେ ବି ଆଗରୁ ଦେଖିନଥିଲା କାରଣ ଆଚରଣ ଆଉ ବ୍ୟବହାରରେ ସେ ଶାନ୍ତ ଓ ସଭ୍ୟ ଥିଲା, କୌଣସି ଝିଅ ଓ ସ୍ତ୍ରୀ କୁ ଖରାପ ନଜରରେ ଦେଖିବା ପାପ ମନେ କରୁଥିଲା କିନ୍ତୁ ସେ ଦିନର ସୌନ୍ଦର୍ଯ୍ୟକୁ ଦେଖି ଲୋଭରେ ଆଖି ଫେରାଇ ପାରିଲା ନାହିଁ, ସେମାନଙ୍କ ଭିଜା ଭିଜା ଅଙ୍ଗକୁ ଦେଖି ଅଙ୍ଗାର ପରି ଆଖିରେ ମନେ ମନେ ସେମାନଙ୍କ ଦେହକୁ କୁହୁଳାଉ ଥିଲା । ରାଜେଶ ର ବୟସ ସେତେବେଳକୁ ପାଖାପାଖି ୨୩ ରୁ ୨୪ ହେବ । ଜୀବନରେ ପ୍ରଥମ ଥର ପାଇଁ ଜବାନ ଝିଅକୁ ଭିଜା ଭିଜା ସାଲୁୱାର-କୁର୍ତ୍ତୀ ରେ ଦେଖୁଥିଲା ତାକୁ ଅନୁଭବ ହେଉଥିଲା ଯେମିତି ତା ରକ୍ତରେ ପୁର୍ଣିମାର ଜୁଆର ଉଠୁଛି, ତା ମନ-ହୃଦୟ ସଂସ୍କାର ବନ୍ଧ ଭାଙ୍ଗି ଦେହ ରୂପୀ ନଦୀରେ ମିଶିବା ପାଇଁ କ୍ଷିପ୍ର ଗତିରେ ଧାଉଁଛନ୍ତି । ସେ ଦୁହିଁଙ୍କ ମଧ୍ୟରୁ ଜଣକୁ ବାଛିବାକୁ ସ୍ଥିର କଲା! ସେମାନଙ୍କ ମଧ୍ୟରୁ ଜଣେ ଖୁବ ଚଞ୍ଚଳ, ଅନ୍ୟ ଜଣକ ତା ଠାରୁ ଟିକେ କମ, ସେ ଭାବିଲା ଚଞ୍ଚଳ ଠିକ ରହିବ ଯିଏ ତାକୁ ବି ଚଞ୍ଚଳ କରିଦେବ ।

ଚଞ୍ଚଳ ଝିଅଟି ଦେଖିବାକୁ ଖୁବ ସୁନ୍ଦର ଥିଲା । ସିନେମାର ନାୟିକା ମାନଙ୍କ ଠାରୁ ରୂପ – ରଙ୍ଗରେ କେତେ ଗୁଣରେ ଅଧିକ, ତା କୋମଳ ଅଂଗ ବର୍ଷାରେ ଭିଜି ଜଳ-ପରୀ ପରି ଦିଶୁଥିଲା କିଛି ସମୟ ପାଇଁ ରାଜେଶ ଶା-ୟ-ର ହୋଇଗଲା ସେ ଆଗରୁ ଏମିତି କେବେ ଚିନ୍ତା କରିନଥିଲା କିନ୍ତୁ ଅନ୍ୟ ଝିଅଟି ଯାହାର ସାଲୁୱାର-କୁର୍ତ୍ତୀ ସାଥି ଅପେକ୍ଷା ଟିକେ ପତଳା ଥିଲା ତାକୁ ଏମିତି ଏମିତି ଶା-ୟା-ରୀ ମନେ ପକାଇ ଦେଲା ଯାହାକୁ ସେ ଅନେକ ଆଗରୁ ଭୁଲି ଯାଇଥିଲା, ତାର ସେ ଭିଜା ଭିଜା ସାଲୁୱାର-କୁର୍ତ୍ତୀରେ କିଛି ଅଲଗା ଖୁସୀର ଆକର୍ଷଣ ଲାଗିରହିଥିଲା ।

ରାଜେଶ ଆମ୍ବ ଚୁଚୁମିବା ଛାଡି କେମିତି ସେ ଝିଅ ସହିତ କଥା ହୋଇ ପ୍ରେମ ସମ୍ପର୍କ ଆରମ୍ଭ ହେବ ସେଥିପାଇଁ ଚେଷ୍ଟାରେ ଲାଗିଗଲା ହେଲେ ରାଜେଶ ପାଇଁ ଏହା ଯେ ସବୁଠାରୁ କଷ୍ଟସାଧ୍ୟ କାମ ଥିଲା । କାହିଁକି ନା, ସେ ତା ମା-ବାବା ଙ୍କୁ ବହୁତ ଡରୁଥିଲା ତା ସହିତ ତାକୁ ଆଉ ଗୋଟିଏ କଥା ଦ୍ଵନ୍ଦରେ ପକାଉଥିଲା ସେ ଝିଅ କୁ ବି କଣ ସେମିତି ଅନୁଭବ ହୋଇଥିବ ଯେମିତି ତାକୁ ହୋଇଛି । ଘଣ୍ଟା ଘଣ୍ଟା ଖିଆଲୀରେ ରେ ରହି ଲତାବୁଦା ପାଚେରୀ ରେ ଅପେକ୍ଷା କରୁଥିଲା କେବଳ ସେମାନଙ୍କୁ ଟିକେ ଦେଖିବା ପାଇଁ, ଆଖି ବନ୍ଦ କରି ସେ ମେଘ ବର୍ଷାର ଅନୁଭୂତି କୁ ମନେ ପକାଉଥିଲା, ଏମିତି କିଛି ଦିନ ଗଲା ପରେ ତାକୁ ସେ ଝିଅ ସହିତ ମିଶିବାର ମଉକା ମିଳିଗଲା ।

ସେ ଦିନ ବି ବର୍ଷା ହେଉଥାଏ ରାଜେଶ ତା ବାବାଙ୍କ କାର ଷ୍ଟାର୍ଟ କରି ଘର କାମରେ ବାହାରକୁ ବାହାରୁଥିଲା ଠିକ ସେହି ସମୟରେ ରାଜେଶର ପାଖ କୋଠାରୁ ତା ସ୍ୱପ୍ନର ରାଣୀ ବାହାରକୁ ବାହାରି ହାତରେ ଇଶାରା କଲା ଗାଡିକୁ ରଖିବାପାଇଁ ରାଜେଶ ହଠାତ ଚମକି ପଡିଲା, ଭଲା ସବୁ ପ୍ରେମିକ ଏମିତି ସମୟରେ ଚମକି ପଡନ୍ତି, ରାଜେଶ ବା ସେଥିରୁ ବାଦ ପଡନ୍ତା କେମିତି । ସେ ଗାଡିକୁ କିଛି ଏମିତି ଢଙ୍ଗରେ ରଖିଲା ଯେମିତି ରୋହିତ ସେଠି ସିନେମାର କୌଣସି ଆକ୍ସନ ଦୃଶ୍ୟର ନିର୍ମାଣ ଚାଲିଛି ।

ସ୍ୱପ୍ନର ରାଣୀ ଧୀରେ ଧୀରେ ରାଜେଶ ଆଡକୁ ପାଦ ବଢ଼ାଇ ଆସୁଛି, ଓଠରେ ରକ୍ତ ଗୋଲାପ ରଙ୍ଗର ଲିପିସ୍ଟିକ ତା ସୋନ୍ଦର୍ଯ୍ୟ ଦୁଇ ଗୁଣିତ କରିଦେଉଇଛି, ଖୋଲା କେଶ ପବନରେ ଏଣେ ତେଣେ ହୋଇ ଦୁଇଟି ଟମାଟ ପରି ଗାଲକୁ ବାରମ୍ବାର ଚୁମ୍ବନ କରୁଛି । ହସି ହସି ପାଖରେ ପହଞ୍ଚି ନିଜର ପରିଚୟ ଦେଲା, Hi, ମୁ ଚାନ୍ଦିନୀ ଆପଣଙ୍କର ନୂଆ ପଡୋଶୀ ଏଇ କିଛି ଦିନ ହେଲା ସିଫ୍ଟ ହୋଇଛି, ପ୍ରକୁତରେ ମତେ ଗୋଟେ ଜରୁରୀ କାମରେ ବାହାରକୁ ଯିବାର ଥିଲା ହେଲେ ଏ ବର୍ଷା ପବନ ତା ଏମିତି ଲାଗିରହିଛି, (ଦୁଇ ପଦ ଇଂଲିଶ ରେ ବି କହିଗଲା ) see i am really sorry but if you don’t mind can you drop me । ରାଜେଶ ଟିକେ ରହି ରହି କହିଲା ଆରେ why sorry its absolutely fine. ହେଲେ ମୁ ତ ଆପଣାକୁ ଜାଣେନି !! କିନ୍ତୁ ହଁ, ଆପଣ କୁ ଗୋଟେ ଥର ଦେଖିଥିଲି ଏତିକି କହି ଗାଡିର ଢୋର କୁ ଖୋଲିଦେଲା ଚାନ୍ଦିନୀ ହସି ହସି ଗାଡ଼ିରେ ବସି ଗଲା ଏବଂ ପଚାରିଲା ଆପଣ ମୋତେ କେବେ ଦେଖିଥିଲେ ? କେତେବେଳେ ଦେଖିଥିଲେ ? ରାଜେଶକୁ କିଛି ବୁଝି ଆସିଲାନି କଣ କେମିତି କହିବ ! ଟିକେ ବୁଲେଇ ବଙ୍କେଇ ଉତ୍ତର ଦେଲା, ଆପଣ—— ଚାନ୍ଦିନୀ କଥାକୁ ଅଟକାଇ କହିଲା ଆପଣ ନୁହିଁ ମୋ ନା ଚାନ୍ଦିନୀ । alright ତ ଚାନ୍ଦିନୀ ଯେତେବେଳେ ତୁମେ ତୁମ ସାଙ୍ଗ ସହିତ ବାଲକୁନିରେ ବର୍ଷା ଭିଜି ଖୁସୀରେ ନାଚି ଚିତ୍କାର କରୁଥିଲେ ସେ ସମୟରେ ଦେଖିଥିଲି । ଚାନ୍ଦିନୀ ଆଶର୍ଯ୍ୟା ହୋଇ କହିଲା ହଃ, ହାଏ, ଆପଣ ସେ ସବୁ ଦେଖୁଥିଲା ଆଉ କିଛି କହିବା ଆଗରୁ ଭୁଲ ପାଇଁ ରାଜେଶ କ୍ଷମା ମାଗିନେଲା am….am really sorry for that. ପୁଣି ଥରେ ଚାନ୍ଦିନୀ ପଚାରିଲା ଆପଣ କଣ ଦେଖିଲେ ? ଏ ପ୍ରଶ୍ନ ଏମିତି ଥିଲା ଯାହାର ଉତର ରାଜେଶ ପାଖରେ ନଥିଲା, ଆଗ ପଛ ତଳ,ଉପର ଚାରିପଟକୁ ଚାହିଁ ଚୁପଚାପ ରହିଗଲା । କିଛି କ୍ଷଣ ପରେ ଉତ୍ତର ଦେଲା ପାଚିଲା ଆମ୍ବକୁ ଚୁଚୁମି ଚୁଚୁମି ବର୍ଷାରେ ଭିଜି ଖୁସୀ ହେଉଥିବା ଦୁଇଟି ସୁନ୍ଦରୀ ଝିଅଙ୍କୁ ଦେଖୁଥିଲି, କଥାବାର୍ତ୍ତା ବି ଧୀରେ ଆଗକୁ ବାଡ଼ୁଥାଏ । ମାଦକ ଭରା କଣ୍ଠ ସ୍ୱରରେ ଚାନ୍ଦିନୀ ପୁଣି ଥରେ ପଚାରିଲା ଆମ୍ବକୁ ଚୁଚୁମି ଚୁଚୁମି କାହିଁକି ଖାଅ କାଟି କରି କାହିଁକି ନୁହେଁ । ରାଜେଶ ଗାଡିକୁ ଷ୍ଟାର୍ଟ କଲା ତାକୁ ଆଉ କିଛି ବୁଝିଆସିଲା ନାହିଁ ଏବେ ଏହାର ଉତ୍ତର କଣ ଦେବ ସେ ସ୍ମିତହାସ୍ୟ ଦେଇ ପଚାରିଲା ଆପଣ ଙ୍କୁ କୋଉଠି drop କରିବାକୁ ହେବ । ପ୍ରତିଉତର ଆସିଲା କୋଉଠି ବି drop କରିଦିଅନ୍ତୁ ସେଉଠୁ ମୋ ଲକ୍ଷ୍ୟ ଆରମ୍ଭ ହୋଇଯିବ… ଏମିତି ପ୍ରତିଉତ୍ତର ଶୁଣି ରାଜେଶକୁ ମନେହେଲା ବୋଧହୁଏ ସେ ଦିନର ଆକର୍ଷଣ ଦୁଇ ତରଫା ଥିଲା କିନ୍ତୁ ତାହାର ସାହସ ହେଉନଥିଲା, ଚାନ୍ଦିନୀର ଆଙ୍ଗୁଠି ରେ ଆଙ୍ଗୁଠି ଛନ୍ଦିବା କିମ୍ବା ତାର ସୁନ୍ଦର ଅଣ୍ଟାରେ କିଛି କ୍ଷଣ ହାତ ରଖିବା ପାଇଁ, ସେ ଦିନର ମୌସମୀ ରେ ସେତେ ଯେମିତି କିଏ ପ୍ରେମର ଭାଙ୍ଗ ମିଶେଇ ଦେଇଥିଲା ଆଉ ସେ ଭାଙ୍ଗର ନିଶା ପବନ ଦ୍ୱାରା ନିଶ୍ୱାସରେ ମିଶି ଧୀରେ ଧୀରେ ବେହୋଶି କରୁଥିଲା । ଦୁହିଁଙ୍କର କିଛି ସମୟ କଥାବାର୍ତ୍ତା ପରେ ରାଜେଶକୁ ଅନୁଭବ ହେଲା ଗାଡିର ବେଗ ଠାରୁ ତା ହୃଦୟ ସ୍ପନ୍ଦନର ବେଗ ବଢି ବଢି ଯାଉଛି, କିଛି କ୍ଷଣ ଚୁପ ଚାପ ରହି ଚାନ୍ଦିନୀ ର କଥା ଶୁଣିଲା ଏବଂ ଅଚାନକ ରାସ୍ତାର ଏକ ପାର୍ଶ୍ୱରେ ଖୁବ ଜୋର ରେ ଗାଡିକୁ break କରି ଚାନ୍ଦିନୀ ର ଓଠ ଉପରେ ନିଜ ଓଠ କୁ ରଖି ଜାବୁଡି ଧରିଲା ତାକୁ ଏମିତି ମନେ ହେଉଥିଲା ଯେମିତି ସେ କୋୖଣସି ରସିଲା ସ୍ୱାଦିଷ୍ଟ ଆମ୍ବକୁ ଚୁଚୁମୁଛି, ଚାନ୍ଦିନୀ ବି ତାକୁ ଅଟକାଇ ନଥିଲା, କିଛି କ୍ଷଣ ପରେ ରାଜେଶ କୁ ଅନୁତାପ ହୁଏ ସେ ବହୁତ ଅଶ୍ଳୀଳ ବ୍ୟବହାର କରିଛି ଏବଂ ମନେ ମନେ ଚିନ୍ତା କଲା ବୋଧହୁଏ ଚାନ୍ଦିନୀକୁ ତାର ଏପରି ବ୍ୟବହାର ଜମାରୁ ପସନ୍ଦ ଆସିନଥିବ, ରାଜେଶ ତୁରନ୍ତ ନିଜକୁ ସମ୍ଭାଳି ନେଇ ପଚାରିଲା ଆପଣଙ୍କୁ କୋଉଠି କି ଯିବାର ଅଛି, ଯଦିବା ଚାନ୍ଦିନୀ ର ମୁହଁରେ ରାଜେଶ ର ଏପରି ବ୍ୟବହାର ପାଇଁ କୌଣସି ଅଭିଯୋଗ ନଥିଲା । ଚାନ୍ଦିନୀ ତା ଲକ୍ଷ ସ୍ଥଳି କୁ ହାତରେ ଇଶାରା କରିଦେଲା ଯେତେବେଳେ ରାଜେଶ ସେ ଗଳିରେ ଗାଡିକୁ ଅଟକାଇ, ଢୋର ଖୋଲି ବାହାରକୁ ଦେଖିଲା ବଡ ବଡ ଅକ୍ଷରରେ ମଧୁ-ଶଳା ଲେଖା ହୋଇ ଏକ ବୋର୍ଡ ରେ କୋଠା ଆଗରେ ଝୁଲୁଛି, ଚାନ୍ଦିନୀ ସେତେବେଳକୁ ଗାଡ଼ିରୁ ଓହ୍ଲାଇ ଆଗକୁ ବଢି ଯାଇଥିଲା ମଧୁ-ଶାଳା ଆଡକୁ ଏବଂ କିଛି ପାଦ ଚାଲିଲା ପରେ ଚାନ୍ଦିନୀ ତାର ପେଶା ଭରା ଚାହାଣି ରେ ପଛକୁ ବୁଲି ଚାହିଁ କହିଲା ସନ୍ଧ୍ୟାରେ ମୁ ଏଇଠି ରୁହେ ଆପଣଙ୍କର କେବେ ଆସିବା ହେଉ ଏହା ଶୁଣି ରାଜେଶ ର ଓଠରୁ ନାଲି ନାଲି ହସ ଧୀରେ ଧୀରେ ଉଭେଇଗଲା ।

ଲୋକପ୍ରିୟ ଲେଖା

To Top