ଅଣୁଗଳ୍ପ

ନିରବ ଦ୍ରଷ୍ଟା – ୨

Biswajeebana Mishra's odia short story Budhaa Baragacha

ମତେ ବେଳେ ବେଳେ ଲାଗେ- ‘ସତେ ଯେମିତି ଲୁହରେ ସେ ଗଢ଼ା ! ସତେ କି ଲୁହ ତା’ର ଖାଦ୍ୟ ଆଉ ଲୁହ ତା’ର ଜୀବନ !’

ବୁଢ଼ା ବରଗଛ

“ସେ ଅଧିକାଂଶ ସମୟ ନିରବ ! କେବେ କେବେ ପାଟି ଖୋଲେ ! ଆଉ ଯାହା, ଯେମିତି ଯେମିତି ଦେଖେ, ଠିକ୍‌ ସେମିତି ସେମିତି କହି ଦିଏ ! ସିଧା ସିଧା !

କୁନି, ମୁନି, ଟୁନା, କୁନା, ନଟ ଭାଇନା, ଧାଡ଼ିଆ ନନା, ସିଲୁ ନାନୀ ସମସ୍ତଙ୍କ ଦୁଃଖ ବେଳର ସାଙ୍ଗ ! ସବୁ ଅକୁହା କଥା ତାକୁ କହି ହବ ! ଦିହକୁ ବାଧିଲାଭଳି କଥା ଗୁଡି଼କ ଦିହ ଭିତରେ ରହି ଯେତେବେଳେ ଭାରି କଷ୍ଟ ଦିଅନ୍ତି, ତା ପାଖେ ସବୁ ଅନର୍ଗଳ ଅଜାଡି ଦେଇ ସଭିଏଁ ହାଲକା ହେଇ ଯାଆନ୍ତି ! ସବୁ ଲୁହକୁ ସେ ସାଉଁଟି ପକାଏ ପାଣିଭଳି ! ସେଥିରେ ସେ ଭାରି ଖୁସି ! ମତେ ବେଳେ ବେଳେ ଲାଗେ- ‘ସତେ ଯେମିତି ଲୁହରେ ସେ ଗଢ଼ା ! ସତେ କି ଲୁହ ତା’ର ଖାଦ୍ୟ ଆଉ ଲୁହ ତା’ର ଜୀବନ !’

ସଭିଙ୍କ କଷ୍ଟ, ଯନ୍ତ୍ରଣାକୁ ଆବୋରି ନେବାରେ କି’ ଆନନ୍ଦ ତା’ର ! ତା’ର ସତରେ ଦୁଃଖ ଥାଉ ବା ନ ଥାଉ ହେଲେ କେହି ତା’ର ମନ କଥା ତାକୁ ପଚାରିବାର ମୁଁ ଆଜି ଯାଏଁ ଦେଖିନି ! ଦୁଃଖ ବାଣ୍ଟିବାକୁ ତ ସଭିଏଁ ଆସନ୍ତି ହେଲେ ସୁଖ କଥା ପଦେ ଶୁଣେଇବା ପାଇଁ କିଏ ? କାଇଁ କେହି ନାହିଁ ତ !

ତଥାପି ମୁହଁରେ ତା’ର ସନ୍ତାପର ଗାର ପଡିନି ! ଯେପରି ଅବା ଜଣେ ନିଷ୍କାମ, ସ୍ଥିତପ୍ରଜ୍ଞ ଋଷି ସମର୍ପଣ ଭାବରେ ଜଗତକଲ୍ୟାଣର ତୁରୀୟ ସାଧନାରେ ନିତ୍ୟ ନିମଗ୍ନ ! ସେ ଗାଁ ମୁଣ୍ଡର ସେହି ବୁଢା ବରଗଛଟି…

ଆଜି ବି ଠିକ୍‌ ସେମିତି ଠିଆ ହେଇଛି – ଅଚଳ, ଅଟଳ!”

ହଉ ମୋର ସ୍କୁଲ ଟାଇମ ହେଲାଣି ! ମୁଁ ଚାଲିଲି !

ଲୋକପ୍ରିୟ ଲେଖା

To Top