ଅଣୁଗଳ୍ପ

ପରିଣତ ବୟସ

Dibyajyoti Mohanty's odia short story Parinata Bayasa

ସତରେ ଅହଲ୍ୟା ସେଦିନ ଭାରି ଖୁସି ହେଉଥିଲେ ରାଓ ବାବୁଙ୍କ ଅପେକ୍ଷା କାରଣ ସବୁବେଳେ ରାଓ ବାବୁ ଘରଠୁ ଦୁରରେ ରହୁଥିଲେ ତାଙ୍କ କର୍ମ ବ୍ୟସ୍ତତାକୁ ନେଇ ଆଉ ସେ ଘରେ ଏକୁଟିଆ ରହୁଥିଲେ ପିଲାଛୁଆଙ୍କୁ ନେଇ ।

ପରିଣତ ବୟସ

ରାଓ ବାବୁ ପୂର୍ବତନ ଏସ୍‌ପି ପରିବାର କହିଲେ ତାଙ୍କର ପତ୍ନୀ ଅହଲ୍ୟା ଯିଏ କି ଦୁଇ ତିନି ବର୍ଷ ହେବ ଆରପାରିକି ଚାଲିଗଲେଣି । ଏବଂ ଗୋଟେ ପୁଅ ଓ ଗୋଟେ ଝିଅ, ଝିଅ ତାର ବାହାହୋଇ କେବେଠୁ ଶାଶୁ ଘରକୁ ଚାଲିଯାଇଛି ଆଉ ପୁଅ ବି ବାହାହୋଇ ପିଲାଛୁଆ ଧରି ବିଦେଶରେ ରହୁଛି । ଘରେ ଖାଲି ଏକା ରହିଯାଇଛନ୍ତି ରାଓ ବାବୁ ବୟସ ତାଙ୍କର ୭୦ ରୁ ୮୦ ହେଲାଣି, ଚାଲିବାକୁ ଆଉ ସକ୍ଷମ ନଥିଲେ ମଧ୍ୟ ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠ ଛୁଇଁବା ଆଗରୁ ସେ ବାହାରି ଯାଆନ୍ତି ପ୍ରାତଃ ଭ୍ରମଣରେ ଆଉ ସାଙ୍ଗରେ ଥାଏ ତାଙ୍କର ଅତି ଆପଣାର ପୋଷା କୁକୁର ଡଗି । ପରିଣତ ବୟସର ବାର୍ଦ୍ଧକ୍ୟତା ସତେ ଯେପରି ହାରମାନିଛି ତାଙ୍କ ଦୃଢ ମନୋବଳ ପାଖରେ, ଏମିତି ଭାବରେ କିଛିଦିନ ବିତିଯାଏ କିନ୍ତୁ ଏହାପରେ ଆରମ୍ଭହୁଏ ତାଙ୍କର ବୟସର ଶେଷ ସମୟର ଦୁଃଖ ଓ କଷ୍ଟ । ଏବେ ରାଓ ବାବୁ ଆଉ ବାହାରକୁ ଯାଇପାରୁନାହାନ୍ତି କି ଚଲାବୁଲା ବି କରିପାରୁନାହାନ୍ତି ସେଇ ଘରଭିତରେ ଯାହା ଟିକିଏ ଟିକିଏ ଚାଲିବା ଆଉ ଗୋଟେ ଚୌକି ଉପରେ ବସିରହୁଛନ୍ତି । ଯେତେ ଚାହିଁଲେ ବି ବାହାରକୁ ଟିକେ ବୁଲି ଆସିବାପାଇଁ ହେଲେ ପରିଣତ ବୟସର ଶେଷ ସମୟ ତାହା କରିବାକୁ ଦେଉନି । ଅଥଚ ଖାଇବା ପିଇବାରେ ସେତେଟା ଅସୁବିଧା ହୁଏନାହିଁ କାରଣ ପୁଅ ବୋହୁ ତାଙ୍କ ଦେଖାଶୁଣା ପାଇଁ ଦୁଇ ତିନୋଟି ଚାକର ଚାକରାଣୀ ରଖିଦେଇଛନ୍ତି ଯେଉଁମାନେକି ତାଙ୍କର ଭଲରେ ସେବା କରିଥାନ୍ତି । ସେଦିନ ରାଓ ବାବୁ ସକାଳୁ ଉଠି ଫ୍ରେସ୍ ହୋଇ ଚୌକିରେ ବସିଲେ ଏହି ସମୟରେ ଚାକରାଣୀ ରୀନା ଆଣି ଚାହା ଦିଏ ବାବୁ…. ଚାହା ନିଅନ୍ତୁ । ତାଙ୍କର ପ୍ରିୟ ଡଗି ବି ଆସି ବସିଯାଏ ତାଙ୍କ ପାଖରେ ସେ ରୀନା ଠୁ ଚାହା ନେଇ ତାଙ୍କର ସେ ଥର ଥର ହାତରେ ପିଇବାକୁ ଚେଷ୍ଟା କରନ୍ତି ଓ ପାଖରେ ଥିବା ନିଉଜ୍‌ପପେର ପଢନ୍ତି । ଏହି ନିଉଜ୍‌ପେପର ଭିତରେ ସେ ଏମିତି କଣ ଖବର ଦେଖନ୍ତି ଆଉ ସେହି ଖବରକୁ ଦେଖି ହଜିଯାଆନ୍ତି ତାଙ୍କର ସେଇ ପୁରୁଣା ଦିନର ସ୍ମୃତି ଗୁଡିକରେ । ସେଦିନ ସେ ଚାକିରୀରୁ ଅବସର ନେଇ ଫେରିଆସିଥାନ୍ତି ନିଜ ଗାଁ ଭବାନିପାଟଣାକୁ । ସତରେ ଅହଲ୍ୟା ସେଦିନ ଭାରି ଖୁସି ହେଉଥିଲେ ରାଓ ବାବୁଙ୍କ ଅପେକ୍ଷା କାରଣ ସବୁବେଳେ ରାଓ ବାବୁ ଘରଠୁ ଦୁରରେ ରହୁଥିଲେ ତାଙ୍କ କର୍ମ ବ୍ୟସ୍ତତାକୁ ନେଇ ଆଉ ସେ ଘରେ ଏକୁଟିଆ ରହୁଥିଲେ ପିଲାଛୁଆଙ୍କୁ ନେଇ । ପିଲାମାନେ ବାହାରକୁ ଚାଲିଯିବା ପରେ ଏଇ କିଛିଦିନ ହେଲା ଘରେ ସେ ଏକୁଟିଆ ରହୁଥିଲେ । ତାଙ୍କର ସେ ଖୁସି କିନ୍ତୁ ଭଗବାନ୍ ଅଧିକ ସମୟ ରଖିଲେ ନାହିଁ ଜୀବନର ଶେଷ ନିଶ୍ୱାସ ତାଙ୍କୁ ଛାଡିବାକୁ ପଡିଲା । ଯମ ଦଉଡିର ଫାଶ ତାଙ୍କୁ ନେଇଗଲା ଆରପାରିକୁ ଆଉ ନେଇଗଲା ମଧ୍ୟ ରାଓ ବାବୁଙ୍କ ଠୁ ଅନେକ ଦୁରକୁ । ପୁଣି ରାଓ ବାବୁ ଘରକୁ ଏତେଦିନ ପରେ ଫେରି ମଧ୍ୟ ଯେଉଁ ଏକୁଟିଆକୁ ସେଇ ଏକୁଟିଆ ହୋଇଗଲେ । ପରିବାରରେ ତାଙ୍କର ପୁଅ ବୋହୁ ନାତି ନାତୁଣୀ ଝିଅ ଜ୍ୱାଇଁ ସମସ୍ତେ ଥାଇ ମଧ୍ୟ ସେ ଆଜି ଜୀବନର ଶେସ ସମୟରେ ଏକୁଟିଆ ହୋଇଯାଇଛନ୍ତି । ନିଜର ବୋଲି କେହି ଜଣେ ନାହାନ୍ତି ତାଙ୍କ ପାଖରେ ଆହା ପଦେ କହିବା ପାଇଁ । ଏହିପରି ଭାବୁ ଭାବୁ ତାଙ୍କ ଆଖିରୁ ଝରିପଡିଲା ଦୁଇଧାର ଲୋତକ ବିନ୍ଦୁ ସେ ଦୁଇ ଲୋତକ ବିନ୍ଦୁ ଭୂମି ସ୍ପର୍ଶ କରିବା ପୂର୍ବରୁ ରାଓ ବାବୁ ଚାଲିଯାଇଥିଲେ ଆରପାରିକୁ । ତାଙ୍କର ସେଇ ପରିଣତ ବୟସ ଟାଣିନେଇ ଯାଇଥିଲା ତାଙ୍କୁ ତାଙ୍କର ଅତିପ୍ରିୟ ଅହଲ୍ୟା ପାଖକୁ । ଆଜି ସେ ପୁରା ନିଶ୍ଚଳ ନିଶବ୍ଦ ସ୍ଥିର ଓ ଗମ୍ଭୀର ଯେପରି ସେ ଏକାଗ୍ର ଚିତରେ ଚାହିଁ ରହିଛନ୍ତି ଆକାଶର ସେ ଖଣ୍ଡ ବିଖଣ୍ଡିତ ବାଦଲଗୁଡାକୁ । ନା ତାଙ୍କୁ ଆଜି ଶୁଭୁଛି ଜୀବନର ଶେଷ ସମୟରେ ଅତିଆପଣାର ପାଲଟିଯାଇଥିବା ଡଗିର ସ୍ୱର ନା ସୂର୍ଯ୍ୟଙ୍କ ଆଗମନରେ କାଉ କୋଇଲି ମାନଙ୍କର ରାବ କରିବାର ସ୍ୱର ।

ଲୋକପ୍ରିୟ ଲେଖା

To Top