ଅଣୁଗଳ୍ପ

ପ୍ରେମ ବିବାହ

Akshaya Sahoo

ମୁଁ ପ୍ରେମ ବିବାହ ହିଁ କରିବି । ବିବାହ ପୂର୍ବରୁ ଜଣେ ଅନ୍ୟଜଣକୁ ଜାଣିବା ନିହାତି ଦରକାର । ବିଚାର ମେଳ ଖାଏ ଓ ଝଗଡ଼ା କମ୍ ହୁଏ ।

ପ୍ରେମ ବିବାହ

ଅରୁଣ ଘରକୁ ଆସିଛି ଖବରଟା ମିଳିଯିବା ପରେ ତା’ର ସାଙ୍ଗ ଆକାଶ ତାକୁ ଦେଖା କରିବା ପାଇଁ ଯାଇଛି । ତାଙ୍କ ଘରେ ପହଞ୍ଚିକି ପଚାରୁଛି – ଅରୁ କେତେବେଳେ ଆସିଲୁ -ଏଇ ଟିକିଏ ଆଗରୁ । ଆଉ ଚାକିରୀ ବାକିରୀ ଖବର କ’ଣ – ସବୁ ଭଲ । ଆକାଶ ତା ପରେ କହିଲା – ତୋ ବାହାଘର ପାଇଁ ମୁଁ ଭଲ ଝିଅଟିଏ ଦେଖିଛି । ଯଦି ହୁଏ ଆଜି ଜିବା ଦେଖିବା ପାଇଁ ଲୁଚିଛପି ଦେଖି ଆସିବା ବତାଇବା..। ହଠାତ୍ ଆକାଶର କଥାକୁ ଅରୁଣ କାଟିଦେଇ କହିଲା – ତୁ ଜାଣିନୁ । ମୁଁ ପ୍ରେମ ବିବାହ ହିଁ କରିବି । ବିବାହ ପୂର୍ବରୁ ଜଣେ ଅନ୍ୟଜଣକୁ ଜାଣିବା ନିହାତି ଦରକାର । ବିଚାର ମେଳ ଖାଏ ଓ ଝଗଡ଼ା କମ୍ ହୁଏ । ଯାହାଦ୍ୱାରା ଜୀବନରେ ସଫଳତା ଆସିଥାଏ । ତେଣୁ ମୁଁ ସ୍ଥିର କରିଛି ବିବାହ ପୂର୍ବରୁ ଭଲ ଝିଅଟିଏ ଦେଖି ପ୍ରେମ କରିବି ଏବଂ ପ୍ରେମ ବିବାହ କରିବି । ଚେହେରାରେ ଯେମିତି ଅରୁଣର ଅଜିବ ଚମକ ଥିଲା ଓ ଅଳ୍ପ ଅଳ୍ପ ହସୁଥିଲା । ଅରୁଣର କଥାରେ ଆକାଶ ମନେ ମନେ ଅସନ୍ତୁଷ୍ଟ ହେଲା ଓ କିଛି ସମୟ ଚୁପ୍ ରହିବାପରେ କହଲା – ଯଦି ତୋ ଭଉଣୀ, ଜ୍ୟୋତି ବିବାହପୂର୍ବରୁ କାହାକୁ ଭଲପାଏ ଓ ପ୍ରେମ ବିବାହକରିବାକୁ…..। ଅରୁଣ, କଥାକୁ କାଟି ଦେଇ ରାଗିଯାଇ କହିଲା – ଯଦି ଜ୍ୟୋତି କାହାକୁ ପ୍ରେମ କରେ ତାହେଲେ ଘରର ସଂସ୍କାର, ସମ୍ମାନ ସବୁ ମାଟିରେ ମିଶିଯିବ, ପରିବାରର ବଦନାମି ହେବ । ତେବେ ମୁଁ ଏହା କରିବାକୁ ଦେବି ନାହିଁ । ଏହା କହି ଅରୁଣ ଅନ୍ୟ ଘର ଭିତରକୁ ଚାଲିଯାଇଥିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top